ଆଜିର ରାଶିଫଳ, 29 ଫେବୃୟାରୀ 2020, ଶନିବାର, ଆଜିଠୁ ଶନିଦେବ ଏହି ୫ଟି ରାଶିକୁ ସବୁ ଶକ୍ତି ଦେବେ

ଆମ ଜୀବନରେ ରାଶି ମାନଙ୍କର ବହୁତ ମହତ୍ଵ ରହିଛି । ରାଶି ଦ୍ଵାରା ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଜାଣି ହେବ । ଗ୍ରହ ଗୋଚର ଓ ନକ୍ଷେତ୍ରର ଚାଲ ଅନୁଯାଇ ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ମାନଙ୍କର ଚାଲ ସବୁବେଳେ ପରିବର୍ତ୍ତନ ହୋଇଥାଏ, ସେଥିପାଇଁ ମଣିଷର ଦୈନିକ ଜୀବନରେ ଦୁଖ ଓ ସୁଖର ପରିବର୍ତ୍ତନ ଆସିଥାଏ । ଆଜିଆମେ ଆପଣଙ୍କୁ ଆପଣଙ୍କ ରାଶିଫଳ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ ।

ମେଷ ରାଶି-

ଆଜି ଆପଣ ଶାରୀରିକ ଓ ମାନସିକ ଦ୍ରୁଷ୍ଟିରୁ ମଝବୁତ ରହିବେ । ମନରେ ଉତ୍ସାହର ସଂଚାର ହେବ । ଆପଣ ନିଜ ସମ୍ପର୍କୀୟ ମାନଙ୍କ ସହ ଭେଟି ପାରନ୍ତି । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣଙ୍କ କାର୍ଯ୍ୟ ସରଳତାରେ ପୂରଣ ହେବ । ଆପଣଙ୍କ କାର୍ଯ୍ୟ ପାଇଁ ଉଛ ଅଧିକାରୀ ମାନେ ଖୁସି ହେବେ । ଆପଣ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯାଇପାରନ୍ତି । ହେଲେ ବାହାନ ଚାଳନ ସମୟରେ ସତର୍କତା ଅବଲମ୍ବନ କରିବେ ।

ବୃଷ ରାଶି-

ଆଜି ଆପଣ ନିଜର ବଡ ନିର୍ଣ୍ଣୟକୁ ଭଲ ଭାବରେ ଚିନ୍ତା କରି ନିଅନ୍ତୁ । ଆଜି ଆପଣ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ଏହି ଯାତ୍ରା ଦ୍ଵାରା ଆପଣ ଥକାପଣ ଅନୁଭବ କରିପାରନ୍ତି, ହେଲେ ଏହା ଆପଣଙ୍କ ପାଇଁ ଲାଭଦାୟକ ରହିବ । ଆଜି ଆପଣ ଓ ଆପଣଙ୍କ ଜୀବନ ସାଥି ପରସ୍ପରର ଭାବନାକୁ ସେୟାର କରିବେ । ଆପଣଙ୍କ କାର୍ଯ୍ୟରେ ଆପଣଙ୍କୁ ଅଳ୍ପ ମାନସିକ ଚିନ୍ତା ଆସିପାରେ । ଆପଣ ଆଜି କିଛି ଭଲ ପରିଣାମ ପାଇବା ପାଇଁ ଚେଷ୍ଟା କରନ୍ତୁ ।

କର୍କଟ ରାଶି-

ଆଜି ଆପଣଙ୍କର କିଛି ମୂଲ୍ଯବାନ ବସ୍ତୁ ହଜିପରେ, ସେଥିପାଇଁ ସତର୍କତା ଅବଲମ୍ବନ କରନ୍ତୁ । ଆପଣଙ୍କ ସତୃମାନେ ଆପଣଙ୍କ ବିରୁଦ୍ଧରେ ଅପଚାର ଶ୍ରୂଷଠି କରିବେ । ଆଜି ନିଜ ଜୀବନ ସାଥି ସହ ଆପଣଙ୍କର କିଛି ବିବାଦ ହୋଇପାରେ । ଆପଣ ନିଜ ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଓ ଆପଣ ନିଜ କାର୍ଯ୍ୟରେ ସଫଳତା ହାସିଲ କରିବା ପାଇଁ ଚେଷ୍ଟା କରନ୍ତୁ ।

ସିଂହ ରାଶି-

ବ୍ୟାପାରରେ ଟଙ୍କା ନେବା ଦେବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଆଜି ଆପଣ କିଛି ଭଲ ଖବର ପ୍ରାପ୍ତ କରିପାରନ୍ତି । ଘର ପରିବାରରେ ଖୁସିର ମାହୋଲ ରହିବ । ପ୍ରେମ ପ୍ରସ୍ତାବ ମିଳିପାରେ । ଆପଣଙ୍କୁ ନିଜ ପରିବାର ପ୍ରତି ଥିବା ସମସ୍ତ ଦାଇତ୍ଵକୁ ପୂରଣ କରିବା ପାଇଁ ଆଜିର ଦିନ ବହୁତ ଭଲ ଅଛି । ଆପଣ ନିଜ କାର୍ଯ୍ୟକୁ ପୂରଣ କରିବାରେ ସଫଳ ହେବେ ଓ ଆପଣଙ୍କୁ ଧନ ଲାଭ ହେବାର ଯୋଗ ରହିଛି ।

କନ୍ୟା ରାଶି-

ଆଜି ଭାବବହୁଳ ହୋଇ ଆପଣ କୌଣସି ଲୋକକୁ ପ୍ରମିଷ କରିବେ ନାହିଁ । ଆଜି ଆପଣ ନିଜ ବିଚାରରେ ଫଶୀ ରହିବେ । ଆଜି ଆପଣଙ୍କୁ ମାନସିକ ଚିନ୍ତାର ସମ୍ମୁଖୀନ କରିବାକୁ ପଡିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆଜି ଖରାପ ହେବାର ସମ୍ଭାବନା ରହିଛି, ସେଥିପାଇଁ ସତର୍କ ରୁହନ୍ତୁ । ଯଦି ଆପଣ ଆଜି କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି, ତେବେ ସତର୍କତାର ସହ ଯାତ୍ରା କରନ୍ତୁ । ଆଜିର ଦିନରେ ଆପଣଙ୍କୁ ନିଜ ଆତ୍ମବିଶ୍ଵାସ ସହ କାମ କରିବାକୁ ହେବ ।

ତୁଳା ରାଶି-

ଆଜି ଆପଣଙ୍କ ନିଜ ଲୋକ ପାଇଁ ଆପଣଙ୍କ ଖରଚ ବହୁତ ଅଧିକ ହେବ । ଜୀବନ ସାଥି ସହ ମତଭେଦ ହୋଇପାରେ । ଆପଣଙ୍କ ପାରିବାରିକ ଜୀବନରେ ଶାନ୍ତ ବାତାବରଣ ରହିବ । କାର୍ଯ୍ୟକ୍ଷେତ୍ରରେ ଆପଣ ବ୍ୟସ୍ତ ରହିବେ, ଯାହାଫଳରେ ଆପଣଙ୍କୁ ଭଲ ପରିଣାମ ମଧ୍ୟ ମିଳିବ । ଆର୍ଥିକ ଲାଭ ହେବାର ଯୋଗ ରହିଛି । ଯଦି କୌଣସି ଲୋକ ତାର ସମସ୍ଯା ନେଇ ଆପଣଙ୍କ ପାଖକୁ ଆସିବ, ତେବେ ସେହି ଲୋକର ସମସ୍ଯାକୁ ଦୂର କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ ଓ ନିଜ ମାନସିକ ଶାନ୍ତିକୁ ବଜାଇ ରଖନ୍ତୁ ।

ବିଛା ରାଶି-

ଆଜି ଆପଣଙ୍କ ପାରିବାରିକ ଜୀବନରେ ମତଭେଦର ବାତାବରଣ ହୋଇପାରେ । ଆପଣ ନିଜ ମାର୍ଗ ଦର୍ଶନ କରିବା ପାଇଁ ଆଧ୍ୟାତ୍ମିକ ମାନ୍ୟତାର ସାହାରା ନିଅନ୍ତୁ । ଆଜି ଆପଣଙ୍କୁ ନିଜ ବ୍ୟାପାରରେ ଭଲ ଫାଇଦା ମିଳିବ । ହେଲେ ଆପଣ କହିବା ପୂର୍ବରୁ ନିଜ ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ । ଆପଣ ନିଜ ଜୀବନ ସାଥି ସହ କିଛି ଭଲ ସମୟ ଅତିବାହିତ କରିବେ, ଏହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ ।

ଧନୁ ରାଶି-

ଆଜି ଆପଣ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ଏହି ଯାତ୍ରା ପାଇଁ ଆପଣ ଥକାପଣ ଅନୁଭବ କରିପାରନ୍ତି । ହେଲେ ଆର୍ଥିକ ଦ୍ରୁଷ୍ଟିରୁ ଏହା ଲାଭଦାୟକ ରହିବ । ଖରାପ ଲୋକମାନଙ୍କ ଠାରୁ ଦୂରରେ ରୁହନ୍ତୁ । ଏହି ପରିକା ଲୋକମାନଙ୍କ ଠାରୁ ସାବଧାନ ରୁହନ୍ତୁ । କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ । ଆଜି ଆପଣ କୌଣସି ସାମାଜିକ ସମାରୋହକୁ ଯାଇପାରନ୍ତି ।

ମକର ରାଶି-

ଆଜି ଆପଣଙ୍କ ବ୍ୟୟ ଅଧିକ ହେବ । କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ । ଧନର ସାମାନ୍ଯ ଲାଭ ମିଳିବ । ପରିବାରରେ ବାଦବିବାଦ ହେବାରୁ ପରିବାରର ବାତାବରଣ ବହୁତ ଖରାପ ରହିବ । ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ନହଲେ ଆପଣଙ୍କ ସହ ମଧ୍ୟ ଅନ୍ୟ କାହାର ମତଭେଦ ହୋଇପାରେ । ଆପଣ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ବ୍ୟକ୍ତିଗତ ସମ୍ବନ୍ଧରେ ବ୍ୟବହାର ପ୍ରତି ସତର୍କ ରୁହନ୍ତୁ ।

କୁମ୍ଭ ରାଶି-

ଆଜି ଆପଣ ନିଜ ଭାଗ୍ୟ ଉପରେ ଭରସା ରଖନ୍ତୁ ନାହିଁ । ଆଜି ଆପଣ ଭାବବହୁଳରେ କୌଣସି ବଡ ନିଷ୍ପତ୍ତି ନେବାରୁ ବଞ୍ଚନ୍ତୁ । ଚାକିରି ଓ ବ୍ୟାପାର କରୁଥିବା ଲୋକମାନଙ୍କୁ ନୂଆ ମାର୍ଗ ଓ ବିକାଶ ଲାଭ ହେବ । ଆପଣଙ୍କୁ ଆଜି ଧନ ଲାଭ ହେବାର ଯୋଗ ରହିଛି । ପୁରୁଣା କାର୍ଯ୍ୟ ପାଇଁ ଆପଣଙ୍କୁ ଭଲ ଫାଇଦା ମିଳିବା ଆରମ୍ଭ ହେବ । ଆପଣଙ୍କ ଉପରେ ଆପଣଙ୍କ ପିତା ମାତାଙ୍କ ବିଶେଷ ଆଶୀର୍ବାଦ ରହିବ । ଆପଣଙ୍କୁ ନିଜ ଜୀବନ ସାଥିର ପୁରା ସହାୟତା ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ମୀନ ରାଶି-

ଆଜି ଆପଣଙ୍କୁ ରୋଚନାତ୍ମକ କାର୍ଯ୍ୟରେ ଲାଭ ମିଳିବ । ଆଜି ଆପଣ ଅଧିକ ନିଜ କାମ ପାଇଁ ଚଞ୍ଚଳ ରହିବେ । ଆଜି ଆପଣ ନିଜ ପରିବାର ପାଇଁ ସମୟ ବାହାର କରିବେ । ଛୁଆ ମାନେ ଆପଣଙ୍କୁ ବହୁତ ଚିନ୍ତା ଦେଇପାରନ୍ତି । ଆପଣଙ୍କ ସହ ଅନ୍ୟ କାହାର ବିବାଦ ହୋଇପାରେ ତେଣୁ ଏଥିପାଇଁ ସତର୍କ ରୁହନ୍ତୁ । ଆଜି ଆପଣ ନିଜ ବୁଦ୍ଧିରେ ସମସ୍ଯାକୁ ଦୂର କରିବା ପାଇଁ ଚେଷ୍ଟା କରିବେ ।