ଆଜିର ରାଶିଫଳ 25 ଅଗଷ୍ଟ 2019, ରବିବାର, ସାଇ ବାବା ଙ୍କ କୃପା ଦୃଷ୍ଟି ରହିବ ଏହି ୩ଟି ରାଶି ଉପରେ

ମେଷ:-

କେତେକ କାର୍ଯ୍ୟରେ ବିକ୍ରମଶାଳୀ ହେଲେ ମଧ୍ୟ ନିଜର ମର୍ଯ୍ୟାଦାକୁ ଜଗି ରଖି ଚଳିବେ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇ ପ୍ରଶଂସିତ ହେବେ । ଛାତ୍ରଛାତ୍ରୀମାନେ ଆମୋଦ ପ୍ରମୋଦ ମନୋରଞ୍ଜନ କାର୍ଯ୍ୟରେ ମାତି ଅନ୍ୟ ମନସ୍କ ରହିବେ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଶତୃମାନେ ପରାଜିତ ହେବେ । ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ ଓ ଉନ୍ନତି ହେବାସହ ଗୃହବାହାନ ପ୍ରାପ୍ତି ହେବ । ପ୍ରତିକାର- ଛୋଟପିଲାକୁ ଚକୋଲେଟ୍‌ ଦିଅନ୍ତୁ ।

ବୃଷ:-

କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପାରିବାରିକ ସମସ୍ୟା ସୁଧାରିବା ପାଇଁ କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ସ୍ୱାସ୍ଥ୍ୟ କିମ୍ବା ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ସମାଜିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କୌଣସି ପ୍ରକାର ଅସୁବିଧା ନହୋଇ କାମ ହୋଇଯିବ । କୃଷିକ୍ଷେତ୍ରରେ ପରିଶ୍ରମର ଯଥା ମୂଲ୍ୟ ପାଇବେ । ମହିଳାମାନଙ୍କର ବନ୍ଧୁମିଳନ ହେତୁ ମନ ଖୁସୀ ରହିବ । ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-

ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବନ୍ଧୁବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ସରକାରୀ କର୍ମ କ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ । ନୂତନ କର୍ମ ସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି । କୃଷିଜିବୀମାନେ ଉତ୍ସାହିତ ହେବେ । ବ୍ୟବସାୟୀମାନେ ଯେକୌଣସି ଯାଗାରୁ ଧନ ଉପାର୍ଜନ କରିପାରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-

କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ଦୁର୍ନୀତି ନିବାରଣ ପ୍ରତି ଉଦଯୋଗୀ ହେବେ । ଛାତ୍ରଛାତ୍ରୀମାନଙ୍କର ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆମୋଦ ପ୍ରମୋଦର ମଉକା ଜୁଟିବ । ଅର୍ଥସାହାଯ୍ୟ ଦେବା ସକାଶେ କିମ୍ବା ସମସ୍ୟା ସମାଧାନ ପାଇଁ ବନ୍ଧୁ ପ୍ରତିଶୃତି ଦେଇଥିଲେ କାର୍ଯ୍ୟରେ ପରିଣତ କରିବେ । ମହିଳାମାନେ ମିତ୍ରଙ୍କ ସାହାଯ୍ୟରେ ନିଜର ପ୍ରତିଷ୍ଠା ବୃଦ୍ଧି ଧାରଣାକୁ ଉଜ୍ଜ୍ୱଳ ପଥରେ ପରିଣତ କରିବେ । ଘରେ ବାହାରେ କେହି ଆପଣଙ୍କୁ ହଟାଇପାରିବେ ନାହିଁ । ପ୍ରତିକାର-କୁକୁରକୁ ଖାଇବାକୁ ଦିଅନ୍ତୁ ।

ସିଂହ:-

ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ଯୁବକ ଯୁବତୀମାନଙ୍କର ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ପ୍ରେମିକ ପ୍ରେମିକା ମାନଙ୍କର ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ । ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ଶଙ୍କଟ ଭୋଗିବେ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-

ଶାନ୍ତଶୀଳ ଭାବଧରି ଦୁର୍ନୀତି ଦୁସ୍ତର କାର୍ଯ୍ୟକୁ ହଟାଇବେ । ଭୋଗବିଳାସରେ ସାମିଲ ହେବାକୁ ଅବସର ସୃଷ୍ଟି କରି ପାରିବେ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି କାର୍ଯ୍ୟପନ୍ଥା ବୃଦ୍ଧି କରାଇବେ । ସତର୍କତା ସହିତ ନ ଚଳିଲେ କାର୍ଯ୍ୟକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି । ବ୍ୟବସାୟରେ ଆନୁସଙ୍ଗିକ କ୍ରିୟାଦ୍ୱାରା ନୂଆ ଧରଣର କାର୍ଯ୍ୟକୁ ପସନ୍ଦ କରିବେ । ଯୋଜନା ମୁତାବକ କାମକରି ସବୁ ଭଲ ଥିଲେ ମଧ୍ୟ ପରୋକ୍ଷ ଶତୃତା ଯୋଗୁ ବିଚଳିତ ବୋଧ କରିପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ । ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ତୁଳା:-

ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ବ୍ୟବ ସାୟର ପ୍ରସାର ଫଳରେ ଆଶାତୀତ ଲାଭ ପାଇବେ ଶତୃମାନେ ପରାଜିତ ହେବେ । ପାରିବାରିକ ଅଶାନ୍ତି ଦୂରେଇଯିବ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ସାମାଜିକ ପ୍ରତିଷ୍ଠା ମାନ-ସମ୍ମାନ ବୃଦ୍ଧିହେବ । ପରୀକ୍ଷା ପ୍ରତୀଯୋଗିତାରେ ସଫଳ ହେବେ । କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ । ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ । ବକେୟା ଅର୍ଥ ପ୍ରାପ୍ତି ହେବ ଓ ଆର୍ଥିକ ସ୍ଥିତି ସୁଧୁରିଯିବ । ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବିଚ୍ଛା:-

ଆୟ ବୃଦ୍ଧିହେବା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ପତି-ପତ୍ନିଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ । ଯେକୌଣସି କାର୍ଯ୍ୟ କରିବେ ଭବିଷ୍ୟତ ପାଇଁ ଉନ୍ନତି ହେବ । ପ୍ରିୟଜନ ଓ ବନ୍ଧୁ ମିତ୍ରଙ୍କ ସମାଗମରେ ସମୟ ବିତିବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଜୟଯୁକ୍ତ ହେବେ । ବିଦ୍ୟା କ୍ଷେତ୍ରରେ ବିଜୟ ପ୍ରାପ୍ତ ହେବ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ବିପଦରେ ପଡିବେ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-

ସନ୍ତାନଙ୍କର ଉନ୍ନତିରେ ଖୁସିହେବେ । ଭାତୃବିବାଦ, ଜମିବାଡ଼ି ଓ ଘରଜାଗାନେଇ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ଦାମ୍ପତ୍ୟ କଳହ ଦୂର ହେବ । ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । କୃଷିଜିବୀମାନେ ଉତ୍ସାହିତ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତ କାରରେ ସଫଳ ହେବେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ମନରେ ଦୁଶ୍ଚିନ୍ତା ଓ ବନ୍ଧନଭୟ ରହିବ । ଅଧିକାଂଶ ସମୟରେ ମିଶୁଥିବା ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-

କର୍ମକ୍ଷେତ୍ରରେ ପଦୋନ୍ନତିର ସଂକେତ ପାଇବେ । ସୁଖ, ସମ୍ପତ୍ତି ଲାଭ ଓ ପ୍ରିୟଜନଙ୍କ ଠାରୁ ସାହାଯ୍ୟ ପ୍ରାପ୍ତି ହେବ । ସକଳ କାର୍ଯ୍ୟରେ ସଫଳତା ମିଳିବ । ଗୃହ ଜାଗା ଯାନବାହାନ ପ୍ରାପ୍ତି ହେବ । ମିଷ୍ଠାନ୍ନ ଭୋଜନ କରିବେ । ଉଚ୍ଚଆଶା ପୂରଣ ହୋଇପାରେ । ବାଦବିବାଦ, ମାଲିମକଦ୍ଦମା, ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ ଜୟଲାଭ ହେବ । ଶତ୍ରୁନାଶ ହେବ । ଧନପ୍ରାପ୍ତି ହେବ । ନୂତନ ମିତ୍ର ଲାଭ ହେବ । ଚାକିରୀ କ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ । ଧାର୍ମିକ କ୍ଷେତ୍ରରେ ମନ ବଳାଇବେ । ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀ ଅନୁଭବ କରିବେ । ପ୍ରତିକାର- ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ ।

କୁମ୍ଭ:-

ସହକର୍ମୀମାନଙ୍କ ସହ ଶତ୍ରୁତା ଦୂର ହେବ । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ ଘରୋଇ କର୍ମଚାରୀଙ୍କର କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ । ମାନସିକ ଅଶାନ୍ତି ଦୂର ହେବ । ବ୍ୟବସାୟରେ ସାମାନ୍ୟ ଲାଭ ହେବ । ଅନେକ ଶୁଭକର୍ମରେ ଯୋଗ ଦେବାର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ବିଦେଶ ଯାତ୍ରାରେ ଲାଭ ପାଇବେ । ମହିଳାମାନଙ୍କର ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମୀନ:-

ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ଉଚ୍ଚଆଶା ସଫଳହେବ । ବିଚାରବିଭାଗ ରାୟ ସପକ୍ଷରେ ଯିବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ ଉଚ୍ଚ ପ୍ରଶଂସିତ ହେବେ । କମ୍ ପରିଶ୍ରମରେ ଆଶାଜନକ ଫଳ ପାଇବେ । ଆର୍ଥିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ । କୃଷିଜୀବିମାନେ ପରିଶ୍ରମର ମୂଲ୍ୟ ପାଇବେ । ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ପରିବାରରେ ମାନ ମନାନ୍ତର ଦୂର ହେବ । ପ୍ରତିକାର- ଅସହାୟକୁ ସାହାଯ୍ୟ କରନ୍ତୁ ।