ପତଳା ଶରୀର ପାଇଁ ଚିନ୍ତିତ ଅଛନ୍ତି କି, ତ କରନ୍ତୁ କଦଳୀର ସେବନ, ତୁରନ୍ତ ବଢିଯିବ ଆପଣଙ୍କର ଓଜନ, ଜାଣନ୍ତୁ କେମିତି

ବହୁତ ଲୋକ ଅଛନ୍ତି ଯେଉଁମାନେ ଅତ୍ୟଧିକ ପତଳା ହୋଇଥାନ୍ତି ଓ ପତଳା ହେବା କାରଣରୁ ସେମାନଙ୍କ ଶରୀରରେ ଶକ୍ତିର ଅଭାବ ହୋଇ ଥାଏ । ଏହି ସମସ୍ୟାରୁ ମୁକ୍ତି ପାଇଁ ଆମେ ବହୁତ ପ୍ରକାର ଜିନିଷର ସେବନ କରିଥାଉ । କିନ୍ତୁ କୌଣସି ଫାଇଦା ମିଳି ନଥାଏ । ଯଦି ଆପଣ ବି ବହୁତ ପତଳା ଅଟନ୍ତି ଓ ନିଜ ଶରୀରର ଓଜନ ବଢାଇବାକୁ ଚାହାଁନ୍ତି ତେବେ ଆପଣ କଦଳୀ ଖାଇବା ଆରମ୍ଭ କରି ଦିଅନ୍ତୁ । କଦଳୀ ଖାଇବା ଦ୍ଵାରା ସହଜରେ ଶରୀରର ଓଜନ ବଢିଥାଏ ଓ ଶରୀରର ଶକ୍ତି ମଧ୍ୟ ବଢିଥାଏ । ଆପଣ କଦଳୀ ବହୁତ ଉପାୟରେ ସେବନ କରି ଶରୀରର ଓଜନ ବଢାଇ ପାରିବେ ।

ଏହି ପ୍ରକାରରେ କରନ୍ତୁ କଦଳୀର ସେବନ, ତୁରନ୍ତ ବଢିଯିବ ଶରୀରର ଓଜନ

୧. ଯଦି ପ୍ରତିଦିନ ସକାଳେ କଦଳୀ ଖାଇବା ପରେ କ୍ଷୀର ପିଅନ୍ତି ତେବେ ଓଜନ ଶୀଘ୍ର ବଢିଥାଏ ।

୨. ଖାଦ୍ୟ ଖାଇବା ପରେ ଯଦି କଦଳୀ ର ସେବନ କରନ୍ତି ତେବେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ ଓ ଶରୀରକୁ ପୋଷକ ତତ୍ତ୍ଵ ମିଳିଥାଏ । ଏଥିପାଇଁ ଆପଣ ପ୍ରତିଦିନ ଖାଦ୍ୟ ଖାଇବା ପରେ କଦଳୀ ନିଶ୍ଚିତ ଖାଆନ୍ତୁ ।

୩. ଯଦି ଆପଣଙ୍କୁ କ୍ଷୀର ପସନ୍ଦ ନୁହେଁ ତେବେ ଆପଣ କ୍ଷୀରରେ କଦଳୀ ପକାଇ banana shake କରି ପିଅନ୍ତୁ । ଆପଣ ଦୁଇଟି କଦଳୀ ନେଇ ଛୋଟ ଛୋଟ କରି କାଟି ମିକ୍ସିରେ ପକାନ୍ତୁ ଓ ଏଥିରେ ଥଣ୍ଡା କ୍ଷୀର ମିଶାଇ ଗ୍ରାଇଣ୍ଡ କରନ୍ତୁ । ଆପଣ ଚାହିଁଲେ ଏଥିରେ ଚିନି ମଧ୍ୟ ପକାଇ ପାରିବେ ।

୪. କଦଳୀ ଓ ଚକୋଲେଟ କୁ ଏକା ସହିତ ସେବନ କରିବା ଦ୍ଵାରା ମଧ୍ୟ ଓଜନ ବଢାଯାଇ ପାରିବ । ଆପଣ ଗୋଟିଏ ଗ୍ଳାସ କ୍ଷୀରରେ ଚକୋଲେଟ ପକାଇ ତାହାକୁ ଭଲ ଭାବେ ଗରମ କରନ୍ତୁ । ଏହା ପରେ ଆପଣ ଦୁଇଟି କଦଳୀ ଖାଇ କ୍ଷୀରକୁ ପିଇ ଦିଅନ୍ତୁ । ଲଗାତାର ୩ ସପ୍ତାହ ଏପରି କଲେ ଆପଣଙ୍କର ଓଜନ ବଢିଯିବ ।

୫. ଆପଣ ଦହି ସହିତ ବି କଦଳୀର ସେବନ କରି ପାରିବେ । ଆପଣ ଗୋଟିଏ ଗ୍ଳାସ କ୍ଷୀରରେ କଦଳୀ କାଟି ପକାଇ ଦିଅନ୍ତୁ ଓ ଏହାର ସେବନ କରନ୍ତୁ । ଯାହାକୁ ଶୀଘ୍ର ଥଣ୍ଡା ହୋଇଥାଏ ସେମାନେ ଦହି ଓ କଦଳୀ ଏକା ସହିତ ଖାଆନ୍ତୁ ନାହିଁ । ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।