ଆଜିର ରାଶିଫଳ, 19 ନଭେମ୍ବର 2019 ମଙ୍ଗଳବାର, ଆଜିଠୁ ହନୁମାନ ଏହି ୪ଟି ରାଶିର ସବୁ ଦୁଃଖ ଦୂର କରିବେ

୧-ମେଷ

ସମସ୍ତ ବାଧାବିଘ୍ନକୁ ଭ୍ରୂକ୍ଷେପ ନକରି ନିଜର ସିଦ୍ଧାନ୍ତରେ ଅଟଳ ରହିବେ । କୋର୍ଟ କଚେରୀ ମାମଲା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ବରିଷ୍ଠ ବ୍ୟକ୍ତି ଓ ଗୁରୁ ଗୁରୁଜନଙ୍କ ଠାରୁ ପ୍ରଶଂସା ପାଇବେ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ ବିକ୍ରୟ କରିବାର ସୁଯୋଗ ପାଇବେ । ଅଟକିଥିବା କାର୍ଯ୍ୟ ପୂରଣ ହେବ । ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଦୂରେଇ ଯିବ ।

୨-ବୃଷ

ନିଜର ଯୋଜନା ମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ । ରାଜନୀତିରେ ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳତା ଏବଂ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ରୋଜଗାର ସମସ୍ୟା ସୁଧୁରି ଯିବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରି କୌଶଳକ୍ରମେ ସମାଧାନ କରିବେ । ଦୂରଯାତ୍ରାର ସୁଯୋଗ ପାଇବେ । ଆୟ ଉପାର୍ଜନରେ ବାଧା ନାହିଁ ।

୩-ମିଥୁନ

ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ । ରାଜନୀତି କ୍ଷେତ୍ରରେ ଆର୍ଥିକ ସହାୟତାରେ ସେବାକାରୀମାନଙ୍କ ସହଯୋଗରେ ସମ୍ମାନଜନକ ସ୍ଥିତି ପରିଲକ୍ଷିତ ହେବ । ଶ୍ଵଶୁର ଘର କିମ୍ବା ଜମିବାଡି ନେଇ କେତେକ ସମସ୍ୟା ଦେଖାଦେଇ ପାରେ । ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ପରିବାରର ସାହାଯ୍ୟରେ ଉପକୃତ ହେବେ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ଯାତ୍ରାରେ ସଫଳ ହେବେ ।

୪-କର୍କଟ

କର୍ମକ୍ଷେତ୍ରରେ ଅଧିକାରୀଙ୍କଠାରୁ ସହଯୋଗ ମିଳିବ ଓ ସହକର୍ମୀଙ୍କ ଠାରୁ ପ୍ରଶଂସିତ ହେବେ । ଶାରୀରିକ ଅସୁସ୍ଥତା ଓ ମାନସିକ ଅସ୍ଥିରତା ଦେଖାଦେଇ ପାରେ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳୀୟାନ ହେବେ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମାଧାନ ହେବା ଦ୍ଵାରା ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ ।

୫-ସିଂହ

ନୂତନ ଲୋକଙ୍କ ସହିତ ଭେଟ ହେବ । ଜମି ଜମା ସଙ୍କ୍ରାନ୍ତିୟ ପଟ୍ଟା, ଦସ୍ତାବେଜ ଏବଂ ଅନୁବନ୍ଧନ ଆଦିରେ ସଫଳତା ମିଳିବ । ଧର୍ମାନୁଷ୍ଠାନରେ ସମୟ କଟେଇବା ପାଇଁ ମନ ବଳାଇବେ । ରାଜନୈତିକ କ୍ଷେତ୍ରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ପରୋପକାର ଏବଂ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧି ହେବା ଯୋଗେ ଅସହାୟ ମାନଙ୍କୁ ସାହାଯ୍ୟ କରିବା ଫଳରେ ଲୋକମାନଙ୍କ ନିକଟରେ ମାନ-ସମ୍ମାନ ପ୍ରତିଷ୍ଠା ପ୍ରତିପ୍ରତ୍ତି ବୃଦ୍ଧି ପାଇବ । ଧୈର୍ଯ୍ୟ ଓ ସଂଯମତା ରକ୍ଷା କରି ପାରିଲେ ବିଗିଡି ଯାଇଥିବା କାର୍ଯ୍ୟ ସୁଧୁରି ଯିବ ।

୬-କନ୍ୟା

ପାରିବାରିକ କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ । ରାଜନୀତିରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ନୂତନ ସଂସ୍ଥାର ଆୟୋଜନ କରିବେ । ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ମିଳିବ । ମହିଳା ମାନଙ୍କର ସମ୍ମାନ ବୃଦ୍ଧି ହେବାସହ ସୁନାମ ଅର୍ଜନ କରିବେ । ବ୍ୟୟ ଅପେକ୍ଷା ଆୟ ଅଧିକ । ଗୃହ ଉପକରଣ କ୍ରୟ କରିବେ ।

୭-ତୁଳା

ଅନେକ ସମସ୍ୟାର ସମାଧାନ ହେବ । ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ମନ ଲଗେଇବେ । ଆର୍ଥିକ ବୃଦ୍ଧି ସହ ବକେୟା ଅର୍ଥ ପ୍ରାପ୍ତି ହେବ । ମହିଳା ମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ । ପ୍ରେମସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ । ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ । କୌଣସି ପୁରାତନ ରୋଗରୁ ମୁକ୍ତି ମିଳିବ । ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଉତ୍ତମ ରୋଜଗାର କରି ପାରିବେ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍ ।

୮-ବିଚ୍ଛା

ବୃତ୍ତିଗତ ଦୃଷ୍ଟିରୁ ସମୟ ଅତ୍ୟନ୍ତ ଶୁଭ । ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ । ଆୟରସ୍ରୋତ ବୃଦ୍ଧିହେବ । ମହିଳାମାନେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟମିଳିବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ । ଦୂରଯାତ୍ରାର ସୁଯୋଗ ପାଇବେ ।

୯-ଧନୁ

ପରିବାରରେ ଆଦର୍ଶବାଦୀ ହେଲେବି ସାମାଜିକ ସ୍ତରରେ ପ୍ରଶଂସିତ ହେବା ସହ ପ୍ରେମ କ୍ଷେତ୍ରରେ ବିଜୟୀ ହେବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ । ରାଜନୀତି କ୍ଷେତ୍ରରେ ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ । ଧର୍ମାନ୍ଧତାରୁ ଦୂରେଇ ରହି, ଅଧ୍ୟାତ୍ମିକତାର ପ୍ରଦର୍ଶନ କରିବେ । ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ଆଶା କରୁଥିବା ଘଟଣା ଘଟିବା ଫଳରେ ପ୍ରଶାସନ କ୍ଷେତ୍ରରେ ଦ୍ଵନ୍ଦ ଦୂରହେବ ।

୧୦-ମକର

ବ୍ୟବସାୟରେ ସଫଳତା ଅର୍ଜନ କରିବେ । ମହିଳାମାନେ ଉଚିତ୍ ପନ୍ଥା ଗ୍ରହଣ କରି କର୍ମକ୍ଷେତ୍ରରେ କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ । ଦାମ୍ପତ୍ୟ ସୁଖରେ ପ୍ରସନ୍ନତା ଅନୁଭୂତି ହେବ । ସମସ୍ତ ବାଧାକୁ ସଂଘର୍ଷ କରି ଆଗକୁ ବଢି ପାରିବେ । ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ । ଛାତ୍ରଛାତ୍ରୀ ମାନଙ୍କର ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ଓ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ । ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ ।

୧୧-କୁମ୍ଭ

ନୂଆ ସମ୍ପର୍କରେ ଉନ୍ନତି ହେବ ଓ ଅଧାଥିବା କାର୍ଯ୍ୟ ପୂରଣ ହେବ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ଫଳରେ ଆଶାତୀତ ଲାଭ ପାଇବେ । ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ । ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ । ବନ୍ଧୁ ପରିବାର ଠାରୁ ସୁଖ ମିଳିବ । କର୍ମକ୍ଷେତ୍ରରେ କ୍ଷମତା ଓ ଶକ୍ତି ବଳରେ ନିଜର ସମୟ ବିତାଇବେ । ଶତୃମାନେ ଦୁର୍ବଳ ହେବେ ଏବଂ ଆୟରପନ୍ଥା ସହଜ ହେବ । ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ । ରାଜନୀତିରେ ସଫଳତା ମିଳିବ ।

୧୨-ମୀନ

ରାଜକୀୟ ମାମଲାରେ ସଫଳତା ମିଳିବ । ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ଦୂରଯାତ୍ରା କରି ମନ ଖୁସି ରହିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ରାଜନୀତିରେ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବା ସହ କୃତକାର୍ଯ୍ୟ ହୋଇ ପ୍ରଶଂସିତ ହେବେ । ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁ ବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନ ହେବ ।