ଆଜିର ରାଶିଫଳ, ୨୪ ଜାନୁୟାରୀ ୨୦୨୦, ଶୁକ୍ରବାର, ମହାକାଳଙ୍କ କୃପା ବରଷିବ ଏହି ୩ଟି ରାଶି ଉପରେ

ଆଜି ଶୁକ୍ରବାର ୨୩ ଜାନୁୟାରୀର ଦିନ ଆପଣଙ୍କ ପାଇଁ କେମିତି ରହିବ ? କହିବାକୁ ଗଲେ ଆମ ସମସ୍ତଙ୍କ ଜୀବନ ରାଶି ଉପରେ ହିଁ ନିର୍ଭର ହୋଇଥାଏ । ଆଜିର ଦିନରେ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆସିବ ? ଆପଣଙ୍କର ଏହି ସମସ୍ତ ପ୍ରଶ୍ନ ଗୁଡିକର ଜବାବ ଆଜି ଆମେ ଆପଣଙ୍କୁ ଏହି ରାଶିଫଳ ମାଧ୍ୟମରେ ଦେବୁ, ତେବେ ଜାଣିବା ପାଇଁ ପଢନ୍ତୁ ଆମର ଏହି ରାଶିଫଳ ।

୧ – ମେଷ

ଆଜି ଆପଣଙ୍କୁ ଘର, ଗାଡି କିମ୍ବା ଅନ୍ୟ କିଛି ଜିନିଷର କାଗଜପତ୍ରକୁ ବହୁତ ସମ୍ଭାଳି କରି ରଖିବାକୁ ପଡିବ । ପରିବାରର ଅଶାନ୍ତି ହୋଇପାରେ । ସେଥିପାଇଁ ବାଦ – ବିବାଦକୁ ଟାଳି ଦିଅନ୍ତୁ । ମାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଧନ – ପ୍ରତିଷ୍ଠାର ବି ହାନି ପହଞ୍ଚି ପାରେ । ମହିଳାମାନଙ୍କ ସହିତ ସାବଧାନ ହୋଇ ବ୍ୟବହାର କରନ୍ତୁ । କୌଣସି ଯାତ୍ରାରେ ସାମିଲ ହୁଅନ୍ତୁ ନାହିଁ । ଅନ୍ୟଥା ଅସୁବିଧା ହୋଇପାରେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ତାଳମେଳ ରହିବ ନାହିଁ ।

୨ – ବୃଷ

ଆଜି ବ୍ୟବସାୟିକ ଯାତ୍ରା ସଫଳ ରହିବ । ବକାୟା ଟଙ୍କା ମିଳି ଯିବ । ବ୍ୟବସାୟ ଠିକ ରୂପରେ ଚାଲିବ । ଆପଣ ଆଜି ପ୍ରସନ୍ନ ବି ରହିବେ । ଲାଭ ବି ମିଳିବ । କାର୍ଯ୍ୟ କ୍ଷେତ୍ରରେ ନୂଆ ଯୋଜନା ଲାଗୁ ହେବ । ଦରକାର ଠାରୁ ଅଧିକ ଖର୍ଚ କରନ୍ତୁ ନାହିଁ । ଆର୍ଥିକ ଯୋଜନା ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ ବାତାବରଣ ଅନୁକୂଳ ରହିବ । ଆତ୍ମବିଶ୍ଵାସରେ ବୁଦ୍ଧି ହେବ । ମନୋରଞ୍ଜନ ପଛରେ ଟଙ୍କା ବ୍ୟୟ ହେବ । ଆସା – ନିରାଶାର ମିଶ୍ରିତ ଭାବ ମନରେ ରହିବ ।

୩ – ମିଥୁନ

ଆଜି ଭୌତିକ ଆଧାର ଉପରେ ଅଳ୍ପ ଅସନ୍ତୋଷ ହୋଇପାରେ । ସମ୍ପର୍କୀୟମାନଙ୍କ ସହ ବ୍ୟବହାର ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ଲୋକପ୍ରିୟତା ବଢିବ । ପାର୍ଟନର ଉପରେ ବିଲକୁଲ ସନ୍ଦେହ କରନ୍ତୁ ନାହିଁ । ଏହା ଦ୍ଵାରା ଆପଣ ଅସୁବିଧାରେ ପଡି ପାରନ୍ତି । ଯଦି ଆପଣ ଛାତ୍ର ଅଟନ୍ତି ତେବେ କେବଳ ପଢନ୍ତୁ କାରଣ ଆଜିର ଶିକ୍ଷା ଆପଣଙ୍କ ଭବିଷ୍ୟତରେ କାମରେ ଆସିବ । ଉଧାର ମାଗୁଥିବା ଲୋକମାନଙ୍କୁ ନଜର ଅନ୍ଦାଜ କରନ୍ତୁ ।

୪ – କର୍କଟ

ଆଜି ଆପଣ ନିଜର ପରାକ୍ରମ ଦ୍ଵାରା ଭରପୁର ଲାଭ ଉଠାଇବେ । ରାଜନୈତିକ କ୍ଷେତ୍ରରେ ଆଜି ଆପଣ ବହୁତ ସକ୍ରିୟ ରହିବେ । ଘର ପରିବାରରେ ଲୋକମାନଙ୍କ ଯିବା ଆସିବା ଲାଗି ରହିବ । ନିଜର ପ୍ରେମୀ କିମ୍ବା ପ୍ରମିକ ସାମ୍ନାରେ ମୁଣ୍ଡ ତଳକୁ କରନ୍ତୁ ନାହିଁ । ଭାଗ୍ୟବୃଦ୍ଧି ସମ୍ବନ୍ଧିତ ଅବସର ପ୍ରାପ୍ତ ହେବ । ଆଜି ଆପଣ ନିଜର କାର୍ଯ୍ୟଲୟରେ ଭଲ ପରିଣାମ ହାସଲ କରିବେ ।

୫ – ସିଂହ

ଆଜି ଆପଣ ସବୁ କ୍ଷେତ୍ରରେ ସାବଧାନ ହୋଇ ରୁହନ୍ତୁ । ପରିଜନ ଓ ସନ୍ତାନଙ୍କ ସହ ବିବାଦ ହୋଇପାରେ । ପ୍ରେମୀ ସହ ହୋଇଥିବା ବିବାଦ ସମଧାନ ହୋଇପାରେ । ଧର୍ଯ୍ୟ ଓ ବୁଦ୍ଧିମତାର ସହ କାମ କରନ୍ତୁ ତେବେ ଯାଇ ଆପଣ ସଫଳ ହେବେ । ଆପଣ ନିଜର ପ୍ରୟାସ ଦ୍ଵାରା ଭଲ ସ୍ୱାସ୍ଥ୍ୟର ଆନନ୍ଦ ନେଇ ପାରିବେ । ମାତା ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ଆଜି ଆପଣଙ୍କୁ ଲୋକମାନଙ୍କ ତରଫରୁ ସାହାର୍ଯ୍ୟ ମିଳିବ ।

୬ – କନ୍ୟା

ଆଜିର ଦିନରେ ପରିବାରରେ ଚିନ୍ତାପୂର୍ଣ ବାତାବରଣ ରହିବ । ଯାହା ଦ୍ଵାରା ଆପଣଙ୍କ ମନ ବ୍ୟସ୍ତପୂର୍ଣ ରହିବ । ବର୍ତ୍ତମାନ ସମୟରେ ସଫଳତା ସହଜରେ ମିଳିଯିବ । କିନ୍ତୁ ଆପଣଙ୍କୁ ଆତ୍ମବିଶ୍ଵାସର ସହ ଆଗକୁ ବଢିବାର ଅଛି । ସଫଳତାର ନିଶାକୁ ମୁଣ୍ଡ ଉପରେ ଚଢିବାକୁ ଦିଅନ୍ତୁ ନାହିଁ । କଠିନ ପରିଶ୍ରମ କରନ୍ତୁ । ନଚେତ ଭଲ ପରିସ୍ଥିତି ହେବା ପରିବେର୍ତ୍ତେ ଖରାପ ହୋଇପାରେ । ଆପଣଙ୍କୁ ଅନୁଭବ କରିବାର ଦରକାର ଅଛି କି ଭାଗ୍ୟ ଆପଣଙ୍କ ସାଥ ଦେଉଛି ।

୭ – ତୁଳା

ଆଜି ଉଚ୍ଚ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ । କୌଣସି ଭଲ ଖବର ମିଳିପାରେ । ଟଙ୍କା ମାମଲାରେ ଭଲ ସମୟ ଅଛି । ଅଚାନକ ଧନ ଲାଭ ହୋଇପାରେ । ଜୀବନସାଥି କିମ୍ବା ବିଜନେସ ପାର୍ଟନର ସହିତ ବିଚାର – ବିମର୍ଶ କରନ୍ତୁ । ଆପଣଙ୍କୁ ସାହାର୍ଯ୍ୟ ମିଳିବ ଓ କମ ସମୟ ମଧ୍ୟରେ ନିଜର କାର୍ଯ୍ୟକୁ ପୁରା କରିବେ । ସମୟ ବି ଆରମରେ ବ୍ୟତିତ ହେବ । ସନ୍ତାନ ପକ୍ଷରୁ ପୁରା ସହଯୋଗ ମିଳିବ । ଛାତ୍ରମାନଙ୍କ ପାଇଁ ଦିନ ଭଲ ଅଟେ ।

୮ – ବିଚ୍ଛା

ବହୁତ ସମୟ ହେବ ଅଟକିଥିବା ଆପଣଙ୍କ କାର୍ଯ୍ୟ ଆଜି ସଫଲତା ପୂର୍ବକ ପୁରା ହେବ । ଆପଣଙ୍କୁ ଲାଭ ପାଇଁ ଜୋଖିମ ଉଠାଇ ପାରନ୍ତି । ପାର୍ଟନରଶିପ ଦ୍ଵାରା କରାଯାଇଥିବା କାମ ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ । ଭୂମି ଭବନ ସମ୍ବନ୍ଧିତ କାମକାର୍ଯ୍ୟରେ ଧନ ଲାଭ ହେବ । ଚାକିରି କରୁଥିବା ଲୋକମାନଙ୍କ ମନ ଚାକିରି ରହିବ । ଆପଣଙ୍କୁ ଚାକିରି ସମ୍ବନ୍ଧିତ ଏକ ଭଲ ଖବର ପ୍ରାପ୍ତ ହୋଇପାରେ । ଧନ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ ।

୯ – ଧନୁ

ଆଜି ମାନସିକ ରୂପରେ ଆପଣ ସ୍ୱାସ୍ଥ୍ୟ ରହିବେ । ଭଲ ହେବ କି ଆପଣ ଯେଉଁମାନଙ୍କ ସହ ରହୁଛନ୍ତି ତାଙ୍କ ସହିତ ବିବାଦ କରିବା ପରିବର୍ତ୍ତେ ବିବାଦ ଠାରୁ ଦୂରେଇ ରୁହନ୍ତୁ । ଶାରୀରିକ ଓ ମାନସିକ ପ୍ରସନ୍ନ ରହିବ । କିଛି କ୍ଷେତ୍ରରେ ଆଜି କଷ୍ଟ ବି ଅନୁଭବ କରିବେ । ଟଙ୍କା ଅଧିକରୁ ଅଧିକ ଖର୍ଚ ହେବ । ହଜିଯାଇଥିବା ବସ୍ତୁ ଆଜି ମିଳିବାର ସମ୍ଭାବନା ଅଛି । ସାମାଜିକ ରୂପରେ ମାନହାନିର ପ୍ରସଙ୍ଗ ସାମ୍ନାକୁ ଆସିପାରେ ।

୧୦ – ମକର

ଆଜି ଆପଣ ଅତ୍ୟଧିକ ସଂବେଦନଶୀଲ ରହିପାରନ୍ତି । ଆଜିର ଦିନରେ ସମ୍ଭାଳି କରି ଚାଳନ୍ତୁ । ନଚେତ ଅସୁବିଧା ହୋଇପାରେ । ଆଜି ଚାକିରିରେ ଆପଣଙ୍କୁ ଉଚ୍ଚ ଅଧିକାରୀମାନଙ୍କ କ୍ରୋଧର ସାମ୍ନା କରିବାକୁ ପଡିବ । ବ୍ୟବସାୟରେ ଅସୁବିଧା ଆସିବ । ସନ୍ତାନ ପ୍ରତି ଚିନ୍ତିତ ରହିବେ । ଦୂରର ପ୍ରବାସରେ ଆୟୋଜନ ହେବ । ମାନସିକ ଚିନ୍ତା ରହିବ । ଗାଡି ଚାଲୁଥିବା ସମୟରେ ସାବଧାନ ରୁହନ୍ତୁ । ମହିଳା ସହକର୍ମୀଙ୍କ ସହ ସାମାନ୍ୟ ବ୍ୟବହାର କରନ୍ତୁ ।

୧୧ – କୁମ୍ଭ

ଆଜି ଆପଣ ନୂଆ କାର୍ଯ୍ୟର ଆରମ୍ଭ କରି ପାରିବେ । କାର୍ଯ୍ୟରେ ସଫଳତା, ଆର୍ଥିକ ଲାଭ ଓ ଭାଗ୍ୟବୃଦ୍ଧି ପାଇଁ ଭଲ ଦିନ ଅଟେ । ଭାଇ ବନ୍ଧୁଙ୍କ ବ୍ୟବହାର ଆଜି ଅଧିକ ସହଯୋଗପୂର୍ଣ ଓ ପ୍ରେମପୂର୍ଣ ରହିବ । ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିବା ଦ୍ଵାରା ଆପଣଙ୍କୁ ଖୁସି ଅନୁଭବ ହେବ । ଦୂର ସ୍ଥାନକୁ ଯାତ୍ରା କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଆପଣଙ୍କ ପାର୍ଟନର ଆପଣଙ୍କ ସହିତ ଭଲ ସମ୍ପର୍କ ରଖିବେ ।

୧୨ – ମୀନ

ଆଜି ଆପଣଙ୍କୁ ଭୌତିକ ସୁଖ ସୁବିଧା ମିଳିବ । ଘର ଉପରେ ଟଙ୍କା ଖର୍ଚ ହୋଇପାରେ । ମାତା ପିତାଙ୍କ ଠାରୁ ବି ଆର୍ଥିକ ସହଯୋଗ ମିଳିବ । ନୂଆ ଅବସରର ପ୍ରତୀକ୍ଷା କରନ୍ତୁ । ଆପଣଙ୍କୁ ଭବିଷ୍ୟତ ପାଇଁ ଟଙ୍କା ଜମା କରିବା ଉଚିତ, ନଚେତ ଆଗକୁ ଆପଣଙ୍କୁ ହିଁ ଅସୁବିଧା ହୋଇପାରେ । ନୂଆ ପ୍ରେମ – ସମ୍ବନ୍ଧରେ କିଛି ଅସୁବିଧା ଆସିପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି ନିଜର ମୁହଁକୁ ଭାବି ଚିନ୍ତି ଖୋଲନ୍ତୁ ।