ମାଘ୍ନ ସ୍ନାନ କେଉଁଠି ଓ କିପରି କଲେ ରୋଗ, ପାପ, ଦୁଃଖ ଦୂର ହେବା ସହ ହୋଇଥାଏ ସନ୍ତାନପ୍ରାପ୍ତି ଓ ମିଳିଥାଏ ଅମାପ ଧନସମ୍ପତ୍ତି

କହିବାକୁ ଗଲେ ବର୍ତ୍ତମାନ ମାଘ ମାସ ଚାଲୁଅଛି । ପୁରାଣ ଶାସ୍ତ୍ର ଅନୁସାରେ ମାଘ ମାସ ଏକ ପବିତ୍ର ମାସ ଅଟେ । ମାଘ ମାସରେ ତୀର୍ଥଯାତ୍ରା କରିବା, ଦାନ କରିବା, ବ୍ରତ ରଖିବା, ଧର୍ମ କାର୍ଯ୍ୟ କରିବା ଅତ୍ୟନ୍ତ ଫଳଦାୟୀ ହୋଇଥାଏ । ଏହା ଛଡା ମହାଭାରତରେ ବର୍ଣ୍ଣିତ କଥା ଅନୁସାରେ ଏହି ମାସରେ ପ୍ରୟାଗ ତୀର୍ଥ ସ୍ଥଳରେ ସ୍ନାନ କରିବା ଦ୍ଵାରା ବହୁତ ପୂଣ୍ୟ ମିଳିଥାଏ ।

ଏହା ଦ୍ଵାରା ବିଷ୍ଣୁଙ୍କ ଆଶୀର୍ବାଦ ବି ପ୍ରାପ୍ତ ହୋଇଥାଏ । ସବୁ ପାପରୁ ମୁକ୍ତି ମଧ୍ୟ ମିଳିଥାଏ । ଯେଉଁ ବ୍ୟକ୍ତି ମାଘ ମାସରେ ବ୍ରାହ୍ମଣମାନଙ୍କୁ ରାଶି ଦାନ କରିଥାନ୍ତି ସେହି ମନୁଷ୍ୟକୁ କେବେ ବି ନର୍କର ଦର୍ଶନ କରିବାକୁ ପଡି ନ ଥାଏ । ମାଘ ମାସରେ ଦିନକୁ ଥରେ ଭୋଜନ କରୁଥିବା ବ୍ୟକ୍ତି ଅତ୍ୟନ୍ତ ଧନବାନ କୂଳରେ ଜନ୍ମ ନେଇଥାଏ ।

ମାଘ ମାସ ଦ୍ଵାଦଶୀ ତିଥିରେ ଉପବାସ ରଖିଲେ ରାଜସ୍ଵୀ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ । ଶାସ୍ତ୍ର ଅନୁସାରେ ଯଦି ଆପଣ ମାଘ ମାସରେ କେବେ ବି ଗଙ୍ଗା ସ୍ନାନ କରୁଛନ୍ତି ତେବେ ଆପଣ ମହାପୁଣ୍ୟ ପ୍ରାପ୍ତ କରନ୍ତି । ଆପଣଙ୍କୁ କହିଦେଉଛୁ କି କୌଣସି ବି ଶୀତଳ ଜଳରେ ଯଦି ଆପଣ ଗଙ୍ଗା ପାଣି ଓ କିଛି ରାଶି ପକାଇ ସ୍ନାନ କରିବେ ତେବେ ତାହା ଦ୍ଵାରା ରୋଗ ଓ ପାପରୁ ଆପଣଙ୍କୁ ମୁକ୍ତି ମିଳିଥାଏ ।

ମାଘ ମାସର ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ ଶ୍ରୀ ପଞ୍ଚମୀ ବୋଲି ବି କୁହାଯାଏ । ଏହି ଦିନରେ ମାତା ସରସ୍ଵତୀଙ୍କର ପୂଜା ଅର୍ଚନା କରାଯାଏ । ଭଗବାନ ଶ୍ରୀ କୃଷ୍ଣ ଯୁଧିଷ୍ଟିରଙ୍କୁ କହିଥିଲେ କି ମାଘ ମାସର ଶୁକ୍ଳ ପକ୍ଷ ସପ୍ତମୀ ବା ମାଘ ସପ୍ତମୀରେ ସ୍ନାନ, ଦାନ, ଶ୍ରାଦ୍ଧ ଓ ସୂର୍ଯ୍ୟ ପୂଜା କରିବା ଏବଂ ବସ୍ତ୍ର ଇତ୍ୟାଦି ଦାନ କରିବା ଦ୍ଵାରା ବ୍ୟକ୍ତିକୁ ସିଧା ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ।

ଶାସ୍ତ୍ର ଅନୁସାରେ ଆପଣଙ୍କୁ କହିଦେଉଛୁ କି ମାଘ ମାସର ପୂର୍ଣ୍ଣମୀ ତିଥିରେ କୌଣସି ବି ଜଳାଶୟରେ ସ୍ନାନ ଓ ଗରିବକୁ ଦାନ କରିବା ଦ୍ଵାରା ସୂର୍ଯ୍ୟ ଓ ଚନ୍ଦ୍ର ଗ୍ରହ ଦୋଷ ଦୂର ହୋଇଥାଏ । ଏହି ଦିନରେ ସୂର୍ଯ୍ୟ ନାରାୟଣଙ୍କ ପବିତ୍ର ତେଜ ଜଳାଶୟରେ ପଡିଥାଏ । ସେଥିପାଇଁ ଏହି ଦିନରେ ତୀର୍ଥ ସ୍ନାନ କରିଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ଏମିତି କୁହାଯାଏ କି ତାରା ମାନେ ଅଦୃଶ୍ୟ ହେବା ପୂର୍ବରୁ ସ୍ନାନ କରିଲେ ସମ୍ପୂର୍ଣ୍ଣ ପାପରୁ ମୁକ୍ତି ମିଳିଥାଏ ।

କିନ୍ତୁ ଯେଉଁମାନେ ସୂର୍ଯ୍ୟ ଉଦୟ ପରେ ସ୍ନାନ କରିଥାନ୍ତି ସେମାନେ ଉତ୍ତମ ଫଳ ପ୍ରାପ୍ତି କରନ୍ତି । ସେଥିପାଇଁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କରି ନିଅନ୍ତୁ । ପାପ ମୁକ୍ତ, ଅଖଣ୍ଡ ସୋଭାଗ୍ୟ, ସନ୍ତାନ ପ୍ରାପ୍ତି ପାଇଁ ଆପଣ ଏହି ମାସରେ ସ୍ନାନ, ଦାନ କିମ୍ବା ବସ୍ତ୍ର ଦାନ କରନ୍ତୁ । ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଚନ୍ଦ୍ରଭାଗାରେ ସ୍ନାନ କରିବା ଦ୍ଵାରା ଅବିବାହିତ ବ୍ୟକ୍ତିକୁ କନ୍ୟା ପ୍ରାପ୍ତି ହୁଏ, ନିସନ୍ତାନକୁ ସନ୍ତାନ ପ୍ରାପ୍ତି ହୁଏ ଓ ନିଧନକୁ ଧନ ପ୍ରାପ୍ତି ବି ହୋଇଥାଏ ।