ଆଜିର ରାଶିଫଳ, ୧୩ ଜାନୁୟାରୀ ୨୦୨୦, ସୋମବାର, ମହାଦେବ ଙ୍କ କୃପା ଦୃଷ୍ଟି ରୁ ଏହି ୪ଟି ରାଶିର ସବୁ କାର୍ଯ୍ୟ ସିଦ୍ଧ ହେବ

ଆଜି ସୋମବାର ୧୩ ଜାନୁୟାରୀର ଦିନ ଆପଣଙ୍କ ପାଇଁ କେମିତି ରହିବ ? ଆଜିର ଦିନ ଆପଣଙ୍କ ପାଇଁ କେଉଁ ସବୁ ନୂତନତା ନେଇ ଆସିବ ତାହା ସବୁ ଆମର ଏହି ରାଶିଫଳ ଦ୍ଵାରା ଆପଣ ଜାଣି ପାରିବେ । କହିବାକୁ ଗଲେ ଆପଣ ରାଶି ଦ୍ଵାରା ନିଜର ଓ ଅନ୍ୟ ବ୍ୟକ୍ତିମାନଙ୍କର ଭବିଷ୍ୟତ ବିଷୟରେ କିଛି ସୂଚନା ପାଇ ପାରିବେ । ଯାହା ଦ୍ଵାରା ଆପଣ ଭବିଷ୍ୟତରେ ହେବାକୁ ଥିବା ସେହି ସମସ୍ତ ଘଟଣାରୁ ସଚେତନ ହୋଇ ପାରିବେ ।

୧ – ମେଷ

ଆଜି କାର୍ଯ୍ୟସ୍ଥଳରେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କର ଅଫିସରେ କାମର ବୋଝ ବଢିବ । ବ୍ୟବସାୟିକ ପ୍ରତିଦ୍ଵନ୍ଦୀ ଆଜି ଶାନ୍ତ ରହିବେ । କାର୍ଯ୍ୟରେ ଡେରି ହେବାର ସମ୍ଭାବନା ଅଛି । ଆଜିର ଦିନରେ ଆପଣଙ୍କୁ ଅଳ୍ପ ବହୁତ ପ୍ରତିକୂଳର ସାମ୍ନା କରିବାକୁ ପଡିପାରେ । ବ୍ୟବସାୟ ବର୍ଗ ସହ ଯୋଡି ଥିବା ଲୋକମାନଙ୍କ ପାଇଁ ଆଜିର ଦିନ ବିଦେଶ ଯାତ୍ରା ଦ୍ଵାରା ଲାଭ ପ୍ରାପ୍ତ ହୋଇପାରେ ।

୨ – ବୃଷ

ଆପଣଙ୍କର ପ୍ରେମ – ପ୍ରସଙ୍ଗ ଅନୁକୂଳ ରହିବ । ଆଜି ନିବେଶ ଶୁଭ ରହିବ । ଘରେଲୁ ମାମଲାରେ ତୁରନ୍ତ ଧ୍ୟାନ ଦେବା ବହୁତ ଜରୁରୀ ଅଟେ । ପୂର୍ବରୁ କରିଥିବା ଭୁଲ ଯୋଗୁ ଆଜି ଆପଣ ଅସୁବିଧାରେ ପଡି ପାରନ୍ତି । ମନରେ ଶାନ୍ତି ରହିବ । ଆଜି ଆପଣ କିଛି ଲୋକମାନଙ୍କର ସାହାର୍ଯ୍ୟ କରିବେ । ଏହି ସମୟରେ ଆପଣଙ୍କୁ କିଛି ବାଧା ଆସିପାରେ । ଦାମ୍ପତ୍ୟ ଜୀବନରେ ସାମାନ୍ୟତ ଠିକ ରହିବ । ନବୀନ ରୋଜଗାର ପ୍ରାପ୍ତି ମିଳିବ । ଆପଣଙ୍କ ପାଇଁ ଦିନ ଭଲ ରହିବ । ଆଜି ଆପଣଙ୍କୁ ଧନ ଅର୍ଜନ ହେବ । ଘରର ପରିସ୍ଥିତି ଆପଣଙ୍କର ଚିନ୍ତା ବଢାଇ ପାରେ । ମିଥ୍ୟା ଆରୋପ ଠାରୁ ବଞ୍ଚନ୍ତୁ ।

୩ – ମିଥୁନ

ଆଜିର ଦିନ ଆପଣଙ୍କ ପାଇଁ ଊର୍ଜା ଦ୍ଵାରା ଭରପୁର ରହିବ । ବ୍ୟାପାରରେ ସଫଳତା ମିଳିବ । ଆପଣଙ୍କ ମନରେ ଶୀଘ୍ର ପରିବର୍ତ୍ତନ ଆସିବ, ଯାହା ଦ୍ଵାରା ଆପଣ ଏକ ସୁଖମୟ ଜୀବନ ଯାପନ କରିବେ । ଖର୍ଚ ଉପରେ ନିୟନ୍ତ୍ରଣ ରହିବ । ଆର୍ଥିକ ଦ୍ରୁଷ୍ଟିରେ ଆପଣଙ୍କର ଦିନ ଲାଭଦାୟୀ ରହିବ । ଆଜି ମିତ୍ର କିମ୍ବା ପରିବାରର ସଦସ୍ୟଙ୍କ ସହ ଭୋଜନର ଆନନ୍ଦ ନେଇ ପାରିବେ ।

୪ – କର୍କଟ

ଆଜି ଆପଣଙ୍କ ଧ୍ୟାନ ଅନ୍ୟ କେଉଁଠି ରହିବ । ଆପଣଙ୍କୁ ନିଜ ଜୀବନରେ ଧର୍ମର ମହତ୍ଵ କଣ ଜାଣିବା ଉଚିତ । ଆପଣଙ୍କ ମଧ୍ୟରେ ସମର୍ପଣର ଭାବନା ଆସିବ । ଆସନ୍ତା ସମୟରେ ଆପଣଙ୍କୁ ନିଜ ଇଚ୍ଛା ପୂରଣ କରିବାର ଚାନ୍ସ ମିଳିବ । ବନ୍ଧୁମାନଙ୍କ ସହିତ ନିଜର ମନ କଥା ଶେୟାର କରନ୍ତୁ । ତେବେ ଯାଇ ଆପଣ ଚିନ୍ତା ମୁକ୍ତି ରହିବେ । ଆର୍ଥିକ କ୍ଷେତ୍ରରେ ସମସ୍ୟା ଆସିପାରେ ।

୫ – ସିଂହ

ଆଜି ଆପଣଙ୍କୁ ନିଜର କେହି ଶୁଭ ସମାଚାର ଦେବେ । ଯାହା ଦ୍ଵାରା ଆଜିର ଦିନ ଆପଣଙ୍କ ପାଇଁ ବହୁତ ମଙ୍ଗଳମୟ ରହିବ । ଏହା ସହିତ ଆଜି ଆପଣ ବହୁତ ଖୁସିରେ ରହିବେ । ପୁରୁଣା ରୋଗରୁ ମୁକ୍ତି ମିଳିବ । ଭାବନାକୁ କନ୍ଟ୍ରୋଲରେ ରଖି କାମ କରନ୍ତୁ । ପ୍ରେମ ଜୀବନରେ ଆଶାର ନୂତନ କିରଣ ଆସିବ । କାହା ସହିତ ନୂଆ ଯୋଜନା ଉପରେ ବିଚାର କରି ପାରନ୍ତି ।

୬ – କନ୍ୟା

ଆଜି ଆପଣଙ୍କର ପ୍ରୟାସ ସଫଳ ରହିବ । ମାନ – ସମ୍ମାନ ବି ମିଳିବ । କାମକାର୍ଯ୍ୟ, ବ୍ୟବହାର ଇତ୍ୟାଦି ସମସ୍ତ ଜିନିଷରେ ବିଶ୍ଵାସ ରଖନ୍ତୁ । ପୁରୁଣା ବନ୍ଧୁ ଓ ସମ୍ପର୍କୀୟଙ୍କ ସହିତ କଥାବାର୍ତ୍ତା ହୋଇପାରେ । ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ । କୌଣସି ବି ନିଷ୍ପତି ନେବା ପୂର୍ବରୁ ଭଲ ଓ ଖରାପ ଉପରେ ଧ୍ୟାନ ଦିଅନ୍ତୁ । ପରିବାର ସହିତ ସମସ୍ତ ମତଭେଦ ସମାପ୍ତ କରନ୍ତୁ ।

୭ – ତୁଳା

ଆଜି ଜଲ୍ଦି ଜଲ୍ଦି କୌଣସି କାମ କରନ୍ତୁ ନାହିନ । ନଚେତ କୌଣସି ଅସୁବିଧାରେ ପଡି ପାରନ୍ତି । ସବୁଦିନର ସମସ୍ୟା ସହଜରେ ସମଧାନ ହୋଇଯିବ । ମହତ୍ଵପୂର୍ଣ ନିଷ୍ପତି ନେବା ଉଚିତ, ଯାହା ପାଇଁ ଆଜିର ଦିନ ଭଲ ଅଟେ । ଆଜି ଫାଲତୁ ଖର୍ଚ ଠାରୁ ଦୂରରେ ରୁହନ୍ତୁ । ଆପଣଙ୍କୁ ଶତ୍ରୁ ଭୟ ରହିବ । ଆପଣଙ୍କୁ ଟଙ୍କା ମିଳିବ । ଆଜି କେଉଁଠି ଯାତ୍ରା କରିବାକୁ ଯାଆନ୍ତୁ ନାହିଁ ନଚେତ ଆପଣ କୌଣସି ଅସୁବିଧାରେ ପଡି ପାରନ୍ତି ।

୮ – ବିଚ୍ଛା

ଆଜି ଆପଣଙ୍କୁ ଛୋଟ ଛୋଟ ସମସ୍ୟା ଘେରି ରହିବ । ଘରର କାମ କରିବା ସମୟରେ ସକାରାତ୍ମକ ରୁହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଧନ, ପୁରସ୍କାର ଓ ସମ୍ମାନ ମିଳିପାରେ । ଟଙ୍କା ମାମଲାରେ ଆପଣଙ୍କୁ ଅନ୍ୟର ଉପଦେଶ ନେବା ପରିବର୍ତ୍ତେ ନିଜ ମନର କଥା ଶୁଣିବା କୁହିତ । କୌଣସି ବନ୍ଧୁ ନିଜର ଟଙ୍କା ମାଗି ପାରେ । ଆଜି ଲୋକମାନେ ଆପଣଙ୍କର ଗୁଣଗାନ କରିବେ । ଯାହା ବିଷୟରେ ଆପଣ ସବୁବେଳ ଶୁଣିବାକୁ ଚାହୁଁଥିଲେ ।

୯ – ଧନୁ

ଆଜି ଆପଣଙ୍କୁ କୌଣସି ସକାରାତ୍ମକ ସମାଚାର ମିଳିପାରେ । ନିଜର ଶ୍ରେଷ୍ଠ ପ୍ରଦର୍ଶନ ଆଜି ଠାରୁ ହିଁ ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତୁ । ଆପଣଙ୍କୁ ନିଜ ଜୀବନରେ କିଛି ଚେଞ୍ଜେସ କରିବାକୁ ପଡିପାରେ । ଯାହା ଆପଣଙ୍କ ପାଇଁ ସଠିକ ପ୍ରମାଣିତ ହେବ । ରାଜକୀୟ କାର୍ଯ୍ୟରେ ଲାଭ ମିଳିବ । ବ୍ୟବହାର – କୁଶଳତା ଦ୍ଵାରା ସମସ୍ୟାର ସମଧାନ ହେବ । ବାହନର ସୁଖ ମିଳିବ ।

୧୦ – ମକର

ଆଜି ଆପଣଙ୍କୁ ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ । ଯଦି କୌଣସି ସମ୍ପତି କିଣିବାକୁ ଚିନ୍ତା କରୁଛନ୍ତି ତେବେ ଆଜିର ଦିନ ଭଲ ଅଟେ । ଚାକିରି ଓ ବ୍ୟବସାୟରେ ସହଯୋଗ ଓ ସଫଳତା ପ୍ରାପ୍ତ ହେବ । ପାରିବାରିକ ଦାୟିତ୍ଵ ବଢିପାରେ । ଚାକିରି କରୁଥିବା ଲୋକମାନଙ୍କ ଆଜିର ଦିନ ସାମାନ୍ୟ ରହିବ । ନିବେଶ ପାଇଁ ସଠିକ ସମୟ ଅଟେ । ଆଇନ ମାମଲାରେ ପଡି ପାରନ୍ତି ।

୧୧ – କୁମ୍ଭ

ଆଜି ଆମର ଅଟକିଥିବା କାମ ପୂର୍ଣ ହୋଇଯିବ । ପରିଜନମାନଙ୍କ ତରଫରୁ ଲାଭ ମିଳିବ । ବାହନ ଧୀରେ ଚଲାନ୍ତୁ । ସମ୍ପତି ମାମଲାରେ ବିବାଦ ହୋଇପାରେ । ଆଜି ଆପଣ ଇଚ୍ଛା ନ ଥିବା ସତ୍ବେ ବି ଆପଣ କାହାକୁ ଦୁଖିତ କରି ପାରନ୍ତି । ଆପଣଙ୍କର ଆର୍ଥିକ ସ୍ଥିତ ଭଲ ରହିବ । ଆପଣ ଟଙ୍କା ଦ୍ଵାରା କାହାର ସାହାର୍ଯ୍ୟ କରି ପାରିବେ । ବାଦ – ବିବାଦ ଠାରୁ ବଞ୍ଚନ୍ତୁ । ପ୍ରିୟ ବ୍ୟକ୍ତି ସହ ହୋଇଥିବା ଭେଟ ଆନନ୍ଦଦାୟକ ରହିବ । ଭାଗ୍ୟବୃଦ୍ଧି ହେବ । ସାମାଜିକ ରୂପରେ ମାନ – ସମ୍ମାନ ପ୍ରାପ୍ତ ହେବ । ଆଜି ଆପଣ ନିଜର ବ୍ୟବସାୟର ପ୍ରଗତି ହେତୁ ଖୁସିରେ ରହିବେ ।

୧୨ – ମୀନ

ଆଜି ଆପଣ ନିଜର ପୁରୁଣା ଭୁଲକୁ ନେଇ ଡରି ଡରି ରହିବେ । ଭାଗ୍ୟ ପକ୍ଷ ମଜବୁତ ହେବା ଦ୍ଵାରା କୌଣସି ବଡ ହାନିର ସମ୍ଭାବନା ନାହିଁ । ଧାର୍ମିକ କାର୍ଯ୍ୟର ଆୟୋଜନ କିମ୍ବା ଧାର୍ମିକ ଯାତ୍ରାର ଯୋଗ ଅଛି । ଆୟରେ ବଡ ଲାଭ ଅଛି । ସମ୍ମାନ ପ୍ରାପ୍ତ ଲୋକମାନଙ୍କ ସହିତ କାମ କରିବାକୁ ଚାନ୍ସ ମିଳିବ । ଆଜିର ଦିନ ଆପଣଙ୍କ ପାଇଁ ସୁଖମୟ ରହିବ । ଆପଣ ନିଜର ଦୃଢ ଶକ୍ତି ଓ ସଠିକ ନିର୍ଣୟ ନେବାର କ୍ଷମତାର ବ୍ୟବହାର କରନ୍ତୁ ।