ବିନା କୌଣସି ଅଯଥା ଖର୍ଚ ନ କରି ଆଈଏସ ଏବଂ ଆଈଆରଏସ ଅଧିକାରୀ କରିଲେ ବିବାହ, ଦେଲେ ଲୋକମାନଙ୍କୁ ଏହି ସନ୍ଦେଶ

ଭାରତରେ ବାହାଘର ବଡ ଧୁମଧାମରେ କରାଯାଏ । ଏବଂ ଏହି ସବୁ ବାହାଘରରେ ଅଯଥା ଟଙ୍କା ଖର୍ଚ ହୋଇଥାଏ । ବାହାଘରର ଏହି ଅଯଥା ଖର୍ଚକୁ ଅଟକାଇବା ପାଇଁ ଏବଂ ଲୋକମାନଙ୍କୁ ଜାଗୃତ କରିବା ପାଇଁ ବିଭିନ୍ନ କାର୍ଯ୍ୟ କରାଯାଇଥାଏ । ଯାହା ଦ୍ଵାରା ବାହାଘରରେ ହେଉଥିବା ଏହି ଅଯଥା ଖର୍ଚକୁ ବଞ୍ଚାଇ ଯାଇ ପାରିବ ଏବଂ ଏକ ସାଧାରଣ ବାହାଘରେ କରାଯିବ ।

ଏହିଭଳି ଲୋକମାନଙ୍କୁ ଜାଗୃତ କରିବା ପାଇଁ ହିଁ ଜଣେ ଆଈଏସ ଏବଂ ଆଈଆରଏସ ଅଧିକାରୀ ବି ସାଧାରଣ ଭାବରେ ବିବାହ କରିଛନ୍ତି । ଯାହା ଦ୍ଵାରା ଲୋକମାନେ ପ୍ରେରିତ ହୋଇ ଅଯଥା ଖର୍ଚ ନ କରି ବାହା ହୁଅନ୍ତୁ ଏବଂ ସେମନେ ସମାଜକୁ ଏକ ସନ୍ଦେଶ ଦେଇଛନ୍ତି ।

ବ୍ୟାଣ୍ଡ – ବାଜା ବିନା ବାହାଘର

ସାଧାରଣ ଭାବରେ ବାହାଘର ଦିଲ୍ଲୀ ପାଖରେ ଥିବା ଗାଜିୟାବାଦରେ ହୋଇଥିଲା । କୁହାଯାଉଛି କି ଆଈଏସ ଅଧିକାରୀ ନବୀନ କୁମାର ଏବଂ ଆଈଆରଏସ ରଞ୍ଜନା କୁମାରୀ ପ୍ରଥମେ ଏକ ମନ୍ଦିରକୁ ଯାଇ ହିନ୍ଦୁ ଧର୍ମ ଅନୁସାରେ ବାହା ହେଲେ ଏବଂ ପୁଣି କୋର୍ଟକୁ ଯାଇ ନିଜର ବାହାଘରକୁ ରେଜିଷ୍ଟର କରିଲେ । ଏହି ଦୁଇଜଣଙ୍କର ବାହାଘର ଏତେ ସାଧାରଣ ଥିଲା ଯେ ଏଥିରେ କୌଣସି ପ୍ରକାରର ବରଯାତ୍ରୀ ଏବଂ ବ୍ୟାଣ୍ଡ – ବାଜାକୁ ବି ଡକା ଯାଇ ନଥିଲା ।

କେବଳ ସମ୍ପର୍କୀୟ ଲୋକମାନେ ହିଁ ଥିଲେ

ଏହି ଦୁଇଜଣ ନିଜ ବାହାଘରରେ କେବଳ ସମ୍ପର୍କୀୟମାନଙ୍କୁ ହିଁ ନିମନ୍ତ୍ରଣ କରିଥିଲେ । ଏମାନଙ୍କ ବାହାଘରରେ କେବଳ ତାଙ୍କର ପରିବାର ଘରର ଲୋକମାନେ ଏବଂ କିଛି ବନ୍ଧୁ ମାନେ ହିଁ ସାମିଲ ଥିଲେ ।

ଦେବାକୁ ଚାହୁଁଥିଲେ

ଏହି ପ୍ରକାର ବାହାଘରର ପଛରେ ଏହି ଦୁଇଜଣ ଅଧିକାରୀଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା କି ସେ ଲୋକମାନଙ୍କୁ ସନ୍ଦେଶ ଦେବାକୁ ଚାହୁଁଥିଲେ କି ବାହାଘର କୌଣସି ଅଯଥା ଖର୍ଚରେ ବିନା ବି ହୋଇପାଋବ । ଏହା ଜରୁରୀ ନୁହେଁ କି ସମସ୍ତେ ବାହା ହେବ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରିବେ ।

ବର୍ଷ ୨୦୧୭ରେ ବ୍ୟାଚର ଅଟନ୍ତି ଏହି ଅଧିକାରୀ

ଏହି ଦୁଇ ଅଧିକାରୀ ବର୍ତ୍ତମାନ ମସୁରୀ ଏକାଡେମିରେ ଟ୍ରେନିଗ ନେଉଛନ୍ତି । ଏବଂ ଜଲ୍ଦି ହିଁ ଏମାନଙ୍କର ପୋଷ୍ଟିଙ୍ଗ କରାଦିଆଯିବ । ଆଈଏସ ଅଧିକାରୀ ନବୀନ କୁମାର ଚଂଦ୍ର କବିନଗରର ନିବାସୀ ଅଟନ୍ତି, କିନ୍ତୁ ତାଙ୍କ ସ୍ତ୍ରୀ ଆଈଆରଏସ ଅଧିକାରୀ ରଞ୍ଜନା କୁମାରୀ ରାଜସ୍ଥାନ ସୁଜାନଗଢର ଗ୍ରାମର ନିବାସୀ ଅଟନ୍ତି ।

ବିନା ଯୌତୁକରେ ହିଁ ହେଲା ବାହାଘର

ନବୀନ ଆଈଏସ ହେବା ପରେ ହିଁ ତାଙ୍କ ପାଇଁ ବିଭନ୍ନ ଝିଅମାନଙ୍କର ପ୍ରସ୍ତାବ ଆସିବାକୁ ଲାଗିଲା । ଏବଂ କେତେକ ଲୋକ ନିଜ ଝିଅ ସହିତ ବହୁତ ଯୌତୁକ ଦେବେ ବୋଲି ମଧ୍ୟ କହିଲେ । କିନ୍ତୁ ତାଙ୍କର ପିତା ଏହି ସବୁ ପ୍ରସ୍ତାବକୁ ମନା କରିଦେଲେ । ଏବଂ ନିଜ ପୁଅର ବାହାଘର ତାହାର ପସନ୍ଦର ଝିଅ ସହିତ କୌଣସି ଯୌତୁକ ବିନା କରିବା ପାଇଁ ନିଷ୍ପତି ନେଲେ । ଆପଣଙ୍କୁ କହିଦେଉଛୁ ଯେ ନବୀନଙ୍କର ପିତା ଏକ ଅକାଉଂଟେଂଟ ଅଟନ୍ତି ଏବଂ ତାଙ୍କର ମା ଅଧ୍ୟାପିକା ଅଟନ୍ତି । ଏବଂ ଏହି ଦୁଇଜଣ ନିଜ ପୁଅର ବାହାଘର ଅତି ସାଧାରଣ ଭବାରେ କରିଛନ୍ତି ।

ଏହି ଦୁଇଜଣଙ୍କ ବାହାଘର ନିଶ୍ଚୟ ଆଜିର ସମାଜ ପାଇଁ ଏକ ପ୍ରେରଣା । ସମସ୍ତଙ୍କ ସହିତ ଶେୟାର କରି ଲୋକମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ପାଇଁ ସାହାଯ୍ୟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମେ ପେଜକୁ ଲାଇକ କରନ୍ତୁ ।