ଜାଣନ୍ତୁ! କେମିତି ମିଳିବ ସଫଳତା? ଯଦି ଆପଣନ୍ତି ଏହି ସବୁ ଚାଣକ୍ୟ ନୀତି।

ଆପଣମାନେ ମାନେ ତ ଶୁଣିଥିବେ ଯେ ଯିଏ ଚାଣକ୍ୟଙ୍କ ନୀତି ଅବଲମ୍ବନ କରନ୍ତି ସେ ଯିବାରେ ବହୁତ ଆଗକୁ ଯାଇଥାନ୍ତି । ଜୀବନରେ କିଛି ଉନ୍ନତି ଆଣିବାକୁ ଚାହୁଁଥିବା ବ୍ୟକ୍ତି ସବୁବେଳେ ଚାଣକ୍ୟ ନୀତି ଉପରେ ଧ୍ୟାନ ଦେବ ଆବଶ୍ୟକ । ନିଜର ଭଲ ସମୟ, ଭଲ ବନ୍ଧୁ, କେଉଁଠାକୁ ଯିବାକୁ ଚାହୁଁଛନ୍ତି ଏବଂ ନିଜର ଆୟବ୍ୟୟର ହିସାବର ଉତ୍ତର ଚାଣକ୍ୟନୀତିରୁ ହିଁ ମିଳିଥାଏ ।

ଜାଣନ୍ତୁ ଉପଯୁକ୍ତ ସମୟ

ଆଚାର୍ଯ୍ୟ ଚାଣକ୍ୟ ସବୁବେଳେ କୁହନ୍ତି ଯିଏ ନିଜ ପ୍ରଶ୍ନ ଉତ୍ତର ଜାଣିଥିବ ସେ ଜଣେ ବୁଦ୍ଧିମାନ ବ୍ୟକ୍ତି ଅଟେ । ତେଣୁ ବୁଦ୍ଧିମାନ ବ୍ୟକ୍ତି ଜାଣେ କି ବର୍ତ୍ତମାନର ସମୟ କେମିତି ଅଛି । କେତେବେଳେ ସମୟ ଅନୁକୂଳ ଥାଏ ତ ଆଉ କେତେବେଳେ ସମୟ ପ୍ରତିକୂଳ ଥାଏ ଯଥା ସୁଖ ଓ ଦୁଃଖର ସମୟ । ସମସ୍ତେ ସୁଖ ସମୟରେ ବିନା ଦ୍ୱିଧାରେ ନିଜର କାମ କରନ୍ତି ମାତ୍ର ଯିଏ ବୁଦ୍ଧିମାନ ବ୍ୟକ୍ତି ଦୁଃଖ ସମୟରେ ବିଚଳିତ ନ ହୋଇ ଧର୍ଯ୍ୟର ସହ କାମ କରେ । ଆଉ ସେହି ଭଲ ସମୟକୁ ଅପେକ୍ଷା କରେ ।

ବନ୍ଧୁଙ୍କୁ ଚିହ୍ନିବ କିପରି ?

[sociallocker id=”87″]

କୁହାଯାଏ ଶତ୍ରୁ ଓ ମିତ୍ର କରିବାକୁ ଚାହୁଁ ଥିଲେ କେତକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ । ଆମକୁ ଜାଣିବା ନିହାତି ଆବଶ୍ୟକ କିଏ ଭଲ ବନ୍ଧୁ ଓ କିଏ ଆମ ସହିତ ଛଳନା କରୁଛି । ସବୁବେଳେ ଶତ୍ରୁଙ୍କୁ ଆମେ ଦୂରରୁ ଚିହ୍ନିପାରୁ । ମାତ୍ର କେଉଁ ବନ୍ଧୁ ଆମ ସହିତ ଅଭିନୟ କରୁଛନ୍ତି ସେଇଟା ଜାଣିବାକୁ ସବୁବେଳେ ଚେଷ୍ଟା କରୁଛନ୍ତି । ତାହା ହେଲେ ଜୀବନରେ ସଫଳତା ପାଇ ପାରିବ ବୋଲି ଚାଣକ୍ୟ କହିଛନ୍ତି ।

[/sociallocker]

କେଉଁଠି ଅଛନ୍ତି ଜାଣିବେ କିପରି ?

ଆପଣ କେଉଁ ସ୍ଥାନରେ କାମ କରୁଛନ୍ତି ଯଦି ସେହି ସ୍ଥାନ, ସହର, ରାଜ୍ୟ ବା ଦେଶର ଅବସ୍ଥା କେମିତି ଅଛି ଜାଣିପାରିବେ ତାହା ହେଲେ ଆପଣ ସଫଳ ହେବେ । ଯେଉଁ କାର୍ଯ୍ୟସ୍ଥଳରେ କାମ କରୁଛନ୍ତି ସେହି ସ୍ଥାନର ଲୋକଙ୍କର ମାନସିକ ସ୍ଥିତିକୁ ଯଦି ଜାଣିପାରିବେ ତାହା ହେଲେ ଅସଫଳ ହେବାର ସମ୍ଭାବନା କମ୍‌ ଥାଏ ।

ଆୟବ୍ୟହର ହିସାବ

ଜଣେ ବୁଦ୍ଧିମାନ ବ୍ୟକ୍ତି ସବୁବେଳେ ନିଜର ଆୟବ୍ୟୟର ହିସାବ ରଖିବା ଆବଶ୍ୟକ । ସବୁବେଳେ ନିଜର ଆୟ ଦେଖି ବ୍ୟୟ କରିବା ଉଚିତ । ଯେଉଁ ବ୍ୟକ୍ତି ଆୟଠାରୁ ଆଧିକ ଖର୍ଚ୍ଚ କରି ଥାଆନ୍ତି ସେହି ମାନେ ହିଁ କଷ୍ଟ ପାଇଥାଆନ୍ତି । ତେଣୁ ସବୁବେଳେ କେତେ ଆୟ କରୁଛନ୍ତି ତାହାକୁ ଦେଖି ବ୍ୟୟ କଲେ ଜୀବନରେ ସଫଳ ହୋଇପାରିବେ ବୋଲି ଚାଣକ୍ୟ କହିଛନ୍ତି ।