ଆଜିର ରାଶିଫଳ, 5 ଅକ୍ଟୋବର 2020, ସୋମବାର, ଏହି ୪ଟି ରାଶି ପାଇଁ ରହିବ ବହୁତ ଖାସ, ସବୁ କାମରେ ହେବେ ସଫଳ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନ ଉତ୍ତମ ରହିବ । ଜୀବନସାଥିଙ୍କ ସହଯୋଗ ଦ୍ଵାରା ଜୀବନରେ ଆଗକୁ ବଢିବେ । କିଛି ଭଲ ସୁଯୋଗ ମିଳିବ । ବ୍ୟବସାୟରେ ବୃହସ୍ପତିଙ୍କ ପ୍ରଭାବରେ ଭଲ ଲାଭ ଦେବ । ଅନ୍ୟଙ୍କ ସହିତ କୌଣସି ବ୍ୟବସାୟ କରିବା ପୂର୍ବରୁ ଭାବିଛିନ୍ତି କରନ୍ତୁ ସେଥିରେ ଅସଫଳତା ମିଳିପାରେ । ସମାଜରେ ମାନ ସମ୍ମାନ ମିଳିବ । ନିଜ କ୍ଷମତା ଦ୍ଵାରା ବଡ ବ୍ୟବସାୟରେ ଭଲ ଧନଲାଭ କରିବେ । ଆପଣ ଯଦି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରୁଛନ୍ତି ତେବେ ସେଥିରେ ଜ୍ଞାନ ଥିବା ଆବଶ୍ୟକ ନଚେତ ଅସୁବିଧାରେ ପଡ଼ିପାରନ୍ତି ।

ବୃଷ

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ଅଛି । ଆଜି ଯେ କୌଣସି କାର୍ଯ୍ୟ କରିବେ ସେଥିରେ ସଫଳତା ନିଶ୍ଚିତ ପାଇବେ । ଆପଣ ନିଜର ମିତ୍ରଙ୍କ ସହ ବୁଲିବାକୁ ଯାଇପାରନ୍ତି । ଆଜି ଆପଣ ନିଜର ଜୀବନରେ ବହୁତ କିଛି ଶିଖିବାକୁ ପାଇବେ । ଆଜି ଆପଣ ନିଜର ଭବିଷ୍ୟତ ପାଇଁ କୌଣସି ଯୋଜନା କରିବେ ଓ ସେଥିରେ ସଫଳତା ମଧ୍ୟ ପାଇବେ । ଅଟକି ଥିବା ସବୁ କାର୍ଯ୍ୟ ପୁରା ହୋଇଯିବ । ଆପଣଙ୍କ ନିଜର କାର୍ଯ୍ୟ ଓ କ୍ୟାରିୟରରେ ସଫଳତା ପାଇବେ । ଯଦି ଆପଣ କୌଣସି ମିତ୍ରଙ୍କ ସହ ବ୍ୟବସାୟ କରୁଛନ୍ତି ତେବେ ସେଥିରେ ଆର୍ଥିକ ଲାଭ ମିଳିବ । ଆପଣ ନିଜର ସହଯୋଗୀଙ୍କ ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ ନଚେତ ସେମାନେ ଏହାର ଲାଭ ଉଠାଇ ଆପଣଙ୍କୁ କୌଣସି ସମସ୍ୟାରେ ପକାଇ ପାରନ୍ତି ।

ମିଥୁନ

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ବ୍ୟବସାୟ କାରୋବାରରେ ଭାବିଚିନ୍ତି ନିଷ୍ପତି ନିଅନ୍ତୁ । ଆପଣଙ୍କ ସବୁ ଇଛା ପୂର୍ଣ ହେବ ଓ ବହୁତ ଦିନରୁ ଅଟକି ଥିବା କାମ ବି ପୁରା ହୋଇଯିବ । ଯାହା ଦ୍ୱାରା ଆପଣଙ୍କୁ ବହୁତ ଧନ ମିଳିବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । ବ୍ୟବସାୟକୁ ନେଇ ବିଦେଶକୁ ଯାଇପାରନ୍ତି । ଚାକିରି କ୍ଷେତ୍ରରେ ନିଜ ଇଚ୍ଛା ଅନୁସାରେ ଲାଭ ମିଳିବ । ନିଜ କାର୍ଯ୍ୟ ନିଜେ କରନ୍ତୁ । ନିଜ ପିତା ମାତାଙ୍କର ସେବା କରନ୍ତୁ ଆପଣଙ୍କ ଭାଗ୍ୟ ଉଦୟ ହେବ । ହନୁମାନ ଚାଳିସା ପାଠ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

କର୍କଟ

ଆଜି ଆପଣଙ୍କ ଦିନ ଆଗ ଅପେକ୍ଷା ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ପରିଶ୍ରମର ଫଳ ମିଳିବ । ବିଦେଶ ଯାତ୍ରାରେ ସଫଳ ହେବେ ଓ ଏଥିରେ ଧନ ଲାଭ ମିଳିବା ସହ ପ୍ରତିଷ୍ଠା ମଧ୍ୟ ମିଳିବ । ଆପଣଙ୍କ ସବୁ ଇଛା ପୂର୍ଣ ହେବାରୁ ଆପଣ ବହୁତ ଖୁସିରେ ରହିବେ । ଆର୍ଥିକ କ୍ଷେତ୍ରରେ ସଂଘର୍ଷ କରିବାକୁ ପଡିବ ଓ ଖର୍ଚ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ ସାବଧାନ ରୁହନ୍ତୁ ନଚେତ ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର ହୋଇପାରେ । କୌଣସି ଗରିବ ଲୋକଙ୍କୁ କମ୍ବଳ ଦାନ କରନ୍ତୁ ସବୁ ସମସ୍ୟା ଦୂର ହୋଇଯିବ ।

ସିଂହ

ଆଜି ଆପଣଙ୍କୁ ଜୀବନରେ କୌଣସି ଭଲ ସୁଯୋଗ ମିଳିବ । ଆପଣଙ୍କ ନୂଆ କାର୍ଯ୍ୟରେ କୌଣସି ବ୍ୟକ୍ତିଙ୍କ ସାହାର୍ଯ୍ୟ ମିଳିପାରେ । ନିଜ ପିତାଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ସବୁ କ୍ଷେତ୍ରରେ ସଫଳତା ପାଇବେ । କ୍ୟାରିୟରରେ ଆଗକୁ ବଢିବେ ଚାକିରି କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବାରୁ ଭଲ ଧନ ମିଳିବ । ଅନ୍ଧବିଶ୍ଵାସରେ ପଡି କୌଣସି ଖରାପ ପଦକ୍ଷେପ ନିଅନ୍ତୁ ନାହିଁ । ଗରିବ ଲୋକଙ୍କୁ କଳା ବସ୍ତ୍ର ପ୍ରଦାନ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ ।

କନ୍ୟା

ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । ପୁରୁଣା ବ୍ୟବସାୟ ଓ କାରୋବାରରେ ଭଲ ଧନଲାଭ ହେବ । ଆପଣଙ୍କୁ ସମାଜରେ କିଛି ଭଲ ଲୋକଙ୍କ ସହ ମିଶିବାକୁ ସୁଯୋଗ ମିଳିବ । ନୂଆ ଚାକିରି ମିଳିବ ଓ ଅଧିକ ପରିଶ୍ରମ କରନ୍ତୁ । ଏହା ଦ୍ଵାରା ଭଲ କାର୍ଯ୍ୟ ସ୍ଥଳରେ କାମ କରିବାକୁ ସୁଯୋଗ ମିଳିବ । ଆପଣ ଭଲ ଧନ ଅର୍ଜନ କରିବେ । ଆପଣଙ୍କ ସଠିକ ନିଷ୍ପତି ଯୋଗୁଁ ଭବିଷ୍ୟତରେ ଧନ ଆସିବାର ମାର୍ଗ ଖୋଲିଯିବ । ମାଛମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ ସବୁ ସମସ୍ୟାରୁ ମୁକ୍ତି ପାଇବେ ।

ତୁଳା

ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । ଯଦି ଆପଣ ସଠିକ ସମୟରେ ସଠିକ କାର୍ଯ୍ୟ କରିବେ ତେବେ ଆପଣଙ୍କୁ ନିଶ୍ଚିତ ରୂପରେ ସଫଳତା ମିଳିବ । ଆପଣଙ୍କ ସଠିକ ନିଷ୍ପତି ଯୋଗୁଁ ଭବିଷ୍ୟତରେ ଭଲ ଧନଲାଭ ହେବ । ସଆପଣ ଯାହା କରୁଛନ୍ତି ତାହା ଠିକ କି ନାହିଁ ତାହା ଚିନ୍ତା କରନ୍ତୁ । କାର୍ଯ୍ୟ କ୍ଷେତ୍ର ସମ୍ବନ୍ଧରେ କୌଣସି ବଡ ନିଷ୍ପତି ନିଅନ୍ତୁ ନାହିଁ । ଶନିର ଅଷ୍ଟମ ଓ ସପ୍ତମ ସ୍ଥିତି ଯୋଗୁଁ ସ୍ଵାସ୍ଥ୍ୟରେ ଅବନ୍ନତି ଆସିପାରେ । ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ସବୁ କାର୍ଯ୍ୟre ସଫଳତା ମିଳିବ ।

ବିଚ୍ଛା

ଆଜି ଆପଣଙ୍କ ଦିନ ଶୁଭ ରହିବ । ଘରେ କୌଣସି ଉତ୍ସବ ହୋଇପାରେ । ପିଲାମାନେ କ୍ୟାରିୟରରେ ସଫଳତା ପାଇବେ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବାରୁ ଆପଣ ମିତ୍ରଙ୍କୁ ଆର୍ଥିକ ସାହାଯ୍ୟ କରିବେ । ମନ ମୁତାବକ ଚାକିରି ମିଳିବାରୁ ଭଲ ଧନଲାଭ ହେବ । ବ୍ୟବସାୟରେ ଭଲ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ନୂଆ ଦାୟିତ୍ଵ ମିଳିବ ।

ଧନୁ

ଆଜି ଆପଣଙ୍କ ଦିନ ବହୁତ ଭଲରେ କଟିବ । ଆଜି ଆପଣଙ୍କ ବିଦେଶ ଯାତ୍ରା କରିବା ପାଇଁ ସୁଯୋଗ ମିଳି ପାରେ । ଆପଣଙ୍କୁ କୌଣସି ବଡ କମ୍ପାନୀରେ ଚାକିରି ମିଳିପାରେ । ଆଜି ଆପଣଙ୍କର ପ୍ରଶଂସା ହେବ । ଆକସ୍ମିକ ଧନଲାଭ ହେବ । ଖର୍ଚ ବଢିପାରେ ଏଥିପାଇଁ ଆର୍ଥିକ ସମସ୍ୟା ଦେଖାଦେଇପାରେ । କିନ୍ତୁ ଆର୍ଥିକ ସ୍ଥିତି ଠିକ ହୋଇଯିବ । ଗୁରୁଜନଙ୍କ ଆଶୀର୍ବାଦ ଯୋଗୁଁ ବ୍ୟବସାୟରେ ସଫଳତା ମିଳିବ । ଚାକିରିରେ ଉନ୍ନତି ହେବ । ହନୁମାନଙ୍କୁ ଦର୍ଶନ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମକର

ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । ଆପଣଙ୍କୁ ଆପଣଙ୍କର ଆମଦାନୀରେ ଲାଭ ମିଳିବ । ଆପଣଙ୍କୁ ସମ୍ପର୍କୀୟଙ୍କ ସହଯୋଗରୁ ଆର୍ଥିକ ଲାଭ ମିଳିବ । ଆପଣଙ୍କୁ ସବୁ କାର୍ଯ୍ୟ ଆର୍ଥିକ ଲାଭ ମିଳିବ । ବ୍ୟବସାୟରେ ଛୋଟ ମୋଟ ଅସୁବିଧା ଆସିପାରେ କିନ୍ତୁ କିଛି ସମୟ ପରେ ତାହା ଦୂର ହୋଇଯିବ । ଅନାବଶ୍ୟକ ଖର୍ଚ ବଢିବାରୁ ଚିଡ ଚିଡ଼ା ହୋଇପାରନ୍ତି ଓ କ୍ରୋଧ ଆସିପାରେ । ବିନା ଭାବି ଚିନ୍ତି କୌଣସି କାମ କରନ୍ତୁ ନାହିଁ ନଚେତ ଅସୁବିଧାରେ ପଡ଼ିପାରନ୍ତି । ଆପଣଙ୍କ ମାତା ପିତାଙ୍କ ଗୋଡ ଛୁଇଁ ଆଶୀର୍ବାଦ ନିଅନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ ।

କୁମ୍ଭ

ଆଜି ଆପଣଙ୍କ ଦିନ ବହୁତ ଭଲ ଅଛି । ଆପଣଙ୍କ ଜୀବନରେ ନୂଆ ପ୍ରେମ ଆସିପାରେ । ପ୍ରତିଯୋଗୀତା କ୍ଷେତ୍ରରେ ପିଲାମାନେ ସଫଳତା ପାଇବେ । ପାର୍ଟନରଶିପ ବ୍ୟବସାୟରେ ପାର୍ଟନରଙ୍କ ସହଯୋଗରୁ ଆପଣଙ୍କୁ ବହୁତ ଆର୍ଥିକ ଲାଭ ହେବ । ଆପଣ ଭବିଷ୍ୟତ ପାଇଁ ବହୁତ ଅର୍ଥ ସଞ୍ଚୟ କରିବେ । ଟଙ୍କା ଦେବା ନେବା କିମ୍ବା ନିବେଶ କରନ୍ତୁ ନାହିଁ ଓ ଯଦି କରୁଛନ୍ତି ଭାବି ଚିନ୍ତି କରନ୍ତୁ । ଶନୀଙ୍କ ପ୍ରଭାବରୁ ଆପଣ ପରିବାର ଠାରୁ ଦୂରେଇ ରହିପାରନ୍ତି ଓ ପାରିବାରିକ ସମସ୍ୟା ଆସିପାରେ । ଧରିତ୍ରି ମାତାଙ୍କୁ ପ୍ରଣାମ କରନ୍ତୁ ସବୁ ସମସ୍ୟା ଦୂର ହୋଇଯିବ ।

ମୀନ

ଆଜି ଆପଣଙ୍କ ଦିନ ମିଳାମିଶା ରହିବ । ଆପଣଙ୍କୁ ସବୁ କାର୍ଯ୍ୟ ସମୟ ଥିବା ପୂର୍ବରୁ ଶେଷ କରିବାକୁ ପଡିବ ନଚେତ ବହୁତ କାମ ଅଧା ରହିଯିବ । ଚାହୁଁଥିବା ଉଚ୍ଚ ଶିକ୍ଷାରେ ସଫଳତା ମିଳିବ । ଆପଣ ଧନକୁ ସାବଧାନ ପୂର୍ବକ ଖର୍ଚ କରନ୍ତୁ ଯାହା ଫଳରେ କି ଭବିଷ୍ୟତରେ ଆର୍ଥିକ ଅସୁବିଧା ସମୟରେ ସାହାଯ୍ୟ କରିପାରିବ । ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ମନ୍ଦିରରେ ବିରି ଡାଲି ଦାନ କରନ୍ତୁ, ଆପଣଙ୍କର ସବୁ କିଛି ମଙ୍ଗଳ ହେବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।