ଆହୁରି 3 ଦିନ ଯାଏ ପ୍ରବଳ ଲଘୁଚାପ ବର୍ଷା ପବନ, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରୀ, କେଉଁଠି କେତେ ଢାଳିବ ଦେଖନ୍ତୁ!

ଏବେ କାର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅପଡେଟ ଯାହା କିଛି ଲଘୁଚାପ ବର୍ଷା କୁ ନେଇ ଆସିଛି । ଆପଣ ସମସ୍ତେ ଜାଣନ୍ତି ଲଘୁଚାପ ବର୍ଷା ଆହୁରି ୪ ଦିନ ପର୍ଯ୍ୟନ୍ତ ଲାଗିରହିିବ । ଆଜି ପାଖାପାଖି ୧୬ ଟି ଜିଲ୍ଲା ମାନଙ୍କୁ ସତର୍କତା ଜାରି କରାଯାଇଛି । ଯୋଉଥିରେ କି ୪ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ସହିତ ଦକ୍ଷିଣ ଉପକୂଳ ବଙ୍ଗୋପସାଗର ଏବଂ ପଶ୍ଚିମ ଉପକୂଳ ଛତିଶଗଡ଼ରେ ୨ ଟି ଘୂର୍ଣ୍ଣିବଳ ମଧ୍ୟ ସୃଷ୍ଟି ହୋଇଛି ।

ଯାହାର ପ୍ରଭାବ ରେ ଏହି ବର୍ଷା ଅଧିକ ଦିନ ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି । ତେବେ ଜାଣି ରଖନ୍ତୁ କେଉଁ ଜିଲ୍ଲା ମାନଙ୍କରେ କେତେ ପ୍ରବଳ ବର୍ଷା ହେବ । ଏବଂ ଆଗକୁ କେଉଁ କେଉଁ ଜିଲ୍ଲା ମାନଙ୍କରେ ବର୍ଷା ଲାଗିରହିଵ । ଏବେ ଏବେ ଲାତେଷ୍ଟ ଅପଡେଟ ଆସୁଛି ଆମ ଭାରତୀୟ ପାଣିପାଗ ବିଭାଗ ତରଫରୁ କି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆମ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲା ମାନେ ୧୬ ଟି ଜିଲ୍ଲା ମାନଙ୍କରେ ପ୍ରବଳ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି ।

ଯୋଉଥିରେକି ୪ ଟି ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବାର ଆଶଙ୍କା ରହିଛି । ଜାଗାକୁ ଦୃଷ୍ଟିରେ ରଖି ଅରେଞ୍ଜ ୱର୍ଣୀ ମଧ୍ୟ ଜାରି କରାଯାଇଛି । କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ ଏବଂ ଅନୁଗୁଳ ଜିଲ୍ଲା ମାନଙ୍କରେ ଅତି ପ୍ରବଳ ରୁ ପ୍ରବଳ ମାତ୍ର ରେ ବର୍ଷା ହେବାର ସମ୍ଭାବନା ରହିଛି ।

୧୨ ଟି ଜିଲ୍ଲା କୁ ୟେଲୋ ୱର୍ଣୀ ଦିଆଯାଇଛି ସେହି ସବୁ ଜିଲ୍ଲା ଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ, ପୁରୀ, ନୟାଗଡ଼, ରାଇଗଡ, ଢେ଼ଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର ଏବଂ ଗଜପତି ଏହି ୧୨ ଟି ଜିଲ୍ଲା କୁ ୟେଲୋ ୱର୍ଣୀ ଜାରି କରାଯାଇଛି । ଏହି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ବର୍ଷା ଏମିତି ତୁହା କୁ ତୁହା ଲାଗିକି ରହିବ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ । ଯାହାକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ତୁଇନ ସିଟି କଟକ ଏବଂ ଭୁବନେଶ୍ବରରେ ପ୍ରବଳରୁ ପ୍ରବଳ ମାତ୍ରାରେ ବର୍ଷା ହେବ ।

ଯୋଉଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଅତି ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ । ଏମିତି ସାରା ରାଜ୍ୟରେ ବର୍ଷା ଲାଗି ରହିଵ । ସତର୍କତା ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ତେବେ ଆପଣଙ୍କ ଅଞ୍ଚଳରେ ପାଣିପାଗ କେମିତି ରହିଛି ଆମକୁ ନିଶ୍ଚୟ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।