ଆଜିର ରାଶିଫଳ, 4 ଅକ୍ଟୋବର 2020, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନ ଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣ ନିଜର ଜୀବନ ସାଥି ଓ ପିଲାମାନଙ୍କ ଉପରେ ବହୁତ ଟଙ୍କା ଖର୍ଚ କରିବେ । ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଳ୍ପ ଚିନ୍ତିତ ରହିବେ । ଖର୍ଚ ବୃଦ୍ଧି ହେବା ଦ୍ଵାରା ଆପଣଙ୍କ ଚିନ୍ତା ବଢିପାରେ । ବ୍ୟପାର ବାଣିଜ୍ୟରେ ଧୀରେ ଧୀରେ ଆଗକୁ ବଢିବେ । ରାଜକୀୟ ସହଯୋଗ ପ୍ରାପ୍ତି ହେବ । ପୂଜା ପାଠରେ ମନ ଲଗାନ୍ତୁ । ପିଲାମାନଙ୍କ ପାଠପଢା ପ୍ରତି ମନ ଲାଗି ରହିବ । ଏହା ଦ୍ଵାରା ମା ବାପା ଖୁସି ହେବେ ।

ବୃଷ

ଆଜି ଆପଣ ଚାକିରି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଆପଣଙ୍କ ପାଖରେ ନୂଆ ଅବସର ଆସିବ । ଯାହାକୁ ଆପଣ ଉପଯୋଗ କରିବା ଦ୍ଵାରା ବହୁତ ଲାଭବାନ ହେବେ । ବ୍ୟବସାୟରେ ଏବଂ ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ପିଲାମାନଙ୍କ ଭବିଷ୍ୟତକୁ ନେଇ ଆପଣ ଅଳ୍ପ ଚିନ୍ତାରେ ରହିପାରନ୍ତି । ଜରୁରୀ କାମ ଡେରି ହେବା ଦ୍ଵାରା ଆପଣ ଚିଡ଼ି ଯିବେ । ବ୍ୟବସାୟରେ ନୂଆ ଯୋଜନା କରିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ସୁଧାର ଆସିପାରେ । ସ୍ୱାସ୍ଥ୍ୟ କିଛି ଅବନ୍ନତି ଆସିପାରେ ।

ମିଥୁନ

ଛାତ୍ରମାନେ ପାଠ ପଢା ଶେଷ କରି ଚାକିରି କରିପାରନ୍ତି । ଆପଣ ବିବାଦରେ ପଡି ଏକାଗ୍ରତାକୁ ଭାଙ୍ଗିବାକୁ ଦିଅନ୍ତୁ ନାହିଁ । ପରିବାର ଓ ଜୀବନସାଥିର ପୁରା ସହଯୋଗ ପ୍ରାପ୍ତି ହେବ । ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । କୌଣସି ସାଙ୍ଗ ଆପଣଙ୍କୁ ଟଙ୍କା ନିବେଶ କରିବାର ନୂଆ ଉପାୟ କହିପାରନ୍ତି । କୌଣସି ଅପରିଚିତ ବ୍ୟକ୍ତି ଉପରେ ବିଶ୍ବାସ କରନ୍ତୁ ନାହିଁ । ଗାଈମାନଙ୍କୁ ରୁଟି ଖୁଆନ୍ତୁ ଆପଣଙ୍କର ସବୁ କିଛି ଭଲ ହେବ ।

କର୍କଟ

ଆଜି ଆପଣଙ୍କୁ ନିଜର ସହକ୍ରମିର ସହଯୋଗ ମିଳିବ ନାହିଁ । ଆପଣ ନିଜର ଖର୍ଚକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜରନ୍ତୁ । ପାରିବାରିକ ବାତାବରଣ ଆପଣଙ୍କର ଭଲ ରହିବ । ମୋବାଇଲ ଫୋନ ଆପଣଙ୍କର କାମରେ ବାଧା ଆସିପାରେ । ଏହାର ଅଧିକ ବ୍ୟବହାର କରନ୍ତୁ ନାହିଁ । ସମୟର ମ୍ୟାନେଜମେଣ୍ଟ ଆପଣ  ଠିକ ଭାବେ କରିପାରିବେ ନାହିଁ । ଆପଣଙ୍କର କିଛି ଖାସ କାମ ଅଧୁରା ରହିପାରେ । ବେରୋଜଗାରି ଦୂର କରିବାର ପ୍ରୟାସରେ ସଫଳ ରହିବେ । କୌଣସି ନୂଆ କାର୍ଯ୍ୟ ଆରମ୍ଭ ହୋଇପାରେ । ଯାତ୍ରା ଲାଭଦାୟକ ରହିବ । ଆପଣଙ୍କର ବୈବାହିକ ଜୀବନରେ ମଧୁରତା ରହିବ ।

ସିଂହ

ଆଜି ଆପଣ କୌଣସି ଅଜଣା ବ୍ୟକ୍ତି ସହ ସାଙ୍ଗ ହୁଅନ୍ତୁ ନାହିଁ । ପାରିବାରିକ ଜୀବନ ଆପଣଙ୍କର ବହୁତ ଭଲ ରହିବ । ଭାଇ ଭଉଣୀ ସହିତ ତର୍କ କରି ଆପଣ ଦୁଖିତ ହୋଇପାରନ୍ତି । ଜୀବନସାଥିଙ୍କ ସହ ଭଲ ସମୟ ବ୍ୟତୀତ କରନ୍ତୁ । ଆପଣଙ୍କର କାର୍ଯ୍ୟରେ ଭଲ ସଫଳତା ପ୍ରାପ୍ତି ହେବ । ପୁରୁଣା କଥାରେ ଆପଣ ଧ୍ୟାନ ଦିଅନ୍ତୁ ନାହିଁ । ବ୍ୟସ୍ତତା ଭିତରେ ଆପଣଙ୍କୁ ଥକାପଣ ଆସିପାରେ । ବ୍ୟାପାର ବ୍ୟବସାୟ ଆପଣଙ୍କର ଭଲ ଚାଲିବ । ନକାରତ୍ମକ ବିଚାରରେ ଆପଣ ପସିପାରନ୍ତି ।

କନ୍ୟା

ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଲୋକମାନଙ୍କୁ ସଫଳତା ମିଳିପାରେ । କିଛି ଲୋକମାନଙ୍କୁ ଚାକିରି ମିଳିବାର ସମ୍ଭାବନା ଅଛି । ପାରିବାରିକ ଜୀବନ ଆପଣଙ୍କର ସବୁବେଳେ ଭଲ ରହିବ । ଚାକିରିରେ ପଦୋନ୍ନତି ହୋଇପାରେ । ଆପଣଙ୍କର ଆୟ ବଢିବ । ଆପଣଙ୍କର ସବୁ ଇଚ୍ଛା ପୁରା ହେବ । ପୂର୍ବରୁ କରିଥିବା ପରିଶ୍ରମର ଫଳ ବର୍ତ୍ତମାନ ମିଳିବ । କାର୍ଯ୍ୟରେ ସଫଳତା ମିଳିପାରେ । କାର୍ଯ୍ୟ ପାଇଁ ପ୍ରଶଂସା ବି ହୋଇପାରେ । ସ୍ୱାସ୍ଥ୍ୟ ମାମଲାରେ ଆପଣ ବହୁତ ଭଲ ରହିପାରନ୍ତି ।

ତୁଳା

ପାର୍ଟନର ସହିତ ସମ୍ବନ୍ଧ ଆପଣଙ୍କର ମଧୁର ରହିବ । ବ୍ୟବସାୟିମାନଙ୍କର ଉନ୍ନତି ହେବାର ସମ୍ଭାବନା ଅଛି । ଚାକିରୀରରେ ପଦୋନ୍ନତିର ହେବାର ଅଛି । ମନରେ କିଛି କଷ୍ଟ ଅନୁଭବ କରିପାରନ୍ତି । କୌଣସି ବି ପ୍ରକାରର ବାଦ ବିବାଦ କରନ୍ତୁ ନାହିଁ । ଆପଣଙ୍କର ସ୍ଵାଭିମାନରେ ଆଞ୍ଚ ଆସିପାରେ । ଚାକିରିରେ କାର୍ଯ୍ୟଭାର ରହିବ । ମନ୍ଦିରରେ ଘିଅ ଡିବା ଦାନ କରନ୍ତୁ, ଧନ ବୃଦ୍ଧି ହେବ । ଆପଣ କୌଣସି ମାମଲାରେ ଜୋସ ଦେଖନ୍ତୁ ନାହିଁ । ଶାନ୍ତ ରୁହନ୍ତୁ ।

ବିଚ୍ଛା

ଆଜି ଆପଣ କୌଣସି କଥାକୁ ନେଇ ଜିଦରେ ଅଟଳ ରହିପାରନ୍ତି । କିଛି ସ୍ଥିତିକୁ ନେଇ ଆପଣ ଚିନ୍ତାରେ ପଡ଼ିପାରନ୍ତି । ଆପଣ କିଛି ପ୍ରଭାବଶାଳି ଲୋକଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପନା କରିପାରନ୍ତି । ଆଜି ଆପଣଙ୍କ ବ୍ୟବସାୟରେ ବାଧା ଆସିପାରେ । ପାର୍ଟି କିମ୍ବା ପିକନିକ କାର୍ଯ୍ୟକ୍ରମ ବନେଇ ପାରନ୍ତି । ଆଜି ଆପଣ ନିଜ ପରିବାର ପାଇଁ କିଛି ସମୟ ବାହାର କରିବେ । ଅନାଥଳୟରେ କିଛି ପିଲାମାନଙ୍କୁ କିଛି ଖାଦ୍ୟପଦାର୍ଥ ଦିଅନ୍ତୁ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ।

ଧନୁ

ଚାକିରିରେ ଓ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ । ଆପଣଙ୍କର ଧନ ଲାଭ ହେବ । ନୂଆ କାର୍ଯ୍ୟ କରିବା ପାଇଁ ଦିନଟି ଅନୁକୂଳ ନୁହେଁ । ସାଙ୍ଗ ଓ ସ୍ଵଜନ ସହିତ ବୁଲା ବୁଲି କରି ଆନନ୍ଦପ୍ରଦ ହେବେ । କଥା ବାର୍ତ୍ତାରେ ସଂଯମତା ରଖନ୍ତୁ । କୌଣସି ବି ନିଷ୍ପତି ଜଲ୍ଦି ନିଅନ୍ତୁ ନାହିଁ । ଆପଣଙ୍କ ଉପରେ କିଛି ସମସ୍ୟା ଆସିପାରେ । ମନ୍ଦିରରେ ଦୀପ ଜଳାନ୍ତୁ ଆପଣଙ୍କର ସମ୍ପର୍କ ବହୁତ ଭଲ ରହିବ ।

ମକର

ସନ୍ତାନଙ୍କର ଚିନ୍ତା କରିପାରନ୍ତି । କୌଣସି ଆଧ୍ୟାତ୍ମିକ ଗୁରୁ କିମ୍ବା ଗୁରୁଜନ ଆପଣଙ୍କୁ ସହାୟତା କରିପାରନ୍ତି । ଆପଣ ଆଜି ଚିଡ଼ ଚିଡା ରହିବେ । ଏଥିପାଇଁ କିଛି ସମୟ ଆରାମ କରନ୍ତୁ । ନିଜ ପାର୍ଟନର ସହ ରୋମାନ୍ସ କରିବେ । କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ପ୍ରେମ ସମ୍ପର୍କ ଭଲ ରହିବ । ଜୀବନ ସାଥିଙ୍କ ସହ ବୁଲିବାକୁ ଯାଇପାରନ୍ତି ।

କୁମ୍ଭ

ଭାଇ ଭଉଣୀ ଓ ବଡଙ୍କ ସହ ଭଲ ସମ୍ପର୍କ ରହିବ । ଆପଣଙ୍କର ଓ ଆପଣଙ୍କର ପରିବାରର ମଧ୍ୟରେ କୌଣସି ବାହାର ବ୍ୟକ୍ତି ଫାଟ ସୃଷ୍ଟି କରିପାରନ୍ତି । ସେଥିପାଇଁ ସାବଧାନ ରହନ୍ତୁ । ପରିବାର ସହ ବୁଲିବାକୁ ଯାଇପାରନ୍ତି । ଆଜି କୌଣସି ବ୍ୟକ୍ତିଙ୍କ ସହ ବିବାଦ କରନ୍ତୁ ନାହିଁ । ପଢା ପଢି ଓ ଲେଖା ଲେଖି ଇତ୍ୟାଦି କାର୍ଯ୍ୟ ମନ ଦେଇ କରିବେ । ମନରେ କିଛି ଖରାପ ଚିନ୍ତାଧାରା ଆସିବ ।

ମୀନ

ଆଜି ଗାଡି ସାବଧାନ ହୋଇ ଚଲାନ୍ତୁ । ସବୁ କ୍ଷେତ୍ରରେ ସନ୍ତୁଳନ ରଖନ୍ତୁ । ଜୀବନସାଥିଙ୍କ ଦାୟିତ୍ଵହୀନ ବ୍ୟବହାର ପାଇଁ ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ । ପ୍ରେମ ସମ୍ପର୍କ ଭଲ ରହିବ । କାହା ଉପରେ କୌଣସି ପ୍ରକାରର ବିଶ୍ଵାସ କରିବା ଉଚିତ ନୁହେଁ । ସ୍ଥାୟୀ ସମ୍ପତି କାର୍ଯ୍ୟରେ ଭଲ ଲାଭ ମିଳିବ । ଧନ ହାନି ହୋଇପାରେ । ଏହାକୁ ଅଣ ଦେଖା କରନ୍ତୁ ନାହିଁ । ଅଫିସରେ ଉପରିସ୍ଥ କର୍ମୀଙ୍କ ସହ ମତଭେଦ ହୋଇପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।