ଆଜିର ରାଶିଫଳ, 30 ଜୁଲାଇ 2020, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନପ୍ରାପ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୦ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣ ବହୁତ ବ୍ୟସ୍ତ ରହିବେ । ଆପଣଙ୍କୁ ବରିଷ୍ଠ ଲୋକମାନଙ୍କ ଠାରୁ ମାନ ସମ୍ମାନ ମିଳିବ । ଆପଣଙ୍କ ସହଯୋଗୀ ଆପଣଙ୍କ ସାଥ ଦେଇ ପାରନ୍ତି । ମେଷ ରାଶିର ଲୋକମାନଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିବ । କିନ୍ତୁ ଲାଭର ସ୍ଥିତି କମଜୋର ରହିବ । ଘର ପରିବାରର କାର୍ଯ୍ୟରେ କିଛି ବାଧା ଆସିବ ନାହିଁ । ଧର୍ଯ୍ୟ ରଖନ୍ତୁ । ସଫଳତା ଆପଣଙ୍କ ପାଖରେ ନିଶ୍ଚିତ ଆସିବ । ନିଜର ସହକର୍ମୀମାନଙ୍କୁ ନିଜର ଯୋଜନା ବିଷୟରେ କୁହନ୍ତୁ ନାହିଁ । ଛାତ୍ରମାନେ ଭଲ ପ୍ରଦର୍ଶନ କରିବେ ।

ବୃଷ

ପରିଶ୍ରମର ଫଳ ଅଧିକ ମିଳିବ ନାହିଁ । କିନ୍ତୁ ପରିଣାମ ଯାହା ବି ହେଉ ସେଥିରେ ଆପଣଙ୍କୁ ସକାରାତ୍ମକ ପରିଣାମ ମିଳିବ । ଆର୍ଥିକ ଲାଭ ପ୍ରାପ୍ତ କରିବା ପାଇଁ ଆଜିର ଦିନ ଶୁଭ ଅଟେ । କଲାତ୍ମକ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ । ପାରିବାରିକ ଜୀବନ ଆନନ୍ଦପୂର୍ଣ ରହିବ । ଜୀବନସାଥିଙ୍କ ପୁରା ସହଯୋଗ ମିଳିବ । ସନ୍ଧ୍ୟା ସମୟରେ କୌଣସି ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ । ଯଦି ଆପଣ କାହାକୁ ଟଙ୍କା ଧାର ଦେଇଛନ୍ତି, ତେବେ ଆପଣ ନିଜର ଟଙ୍କା ଫେରସ୍ତ ପାଇ ଯିବେ ।

ମିଥୁନ

ନିଷ୍ପତି ନେବା ପାଇଁ ଏହି ସମୟ ଉଚିତ ଅଟେ । କାରଣ ଏହି ଅବଧିରେ ଆପଣ ଯାହା ବି ନିଷ୍ପତି ନେବେ ସେଥିରେ ଆପଣ ସଫଳ ହେବେ । ଆପଣ ନିଜର ଉଚ୍ଚ ଆତ୍ମବିଶ୍ଵାସ କାରଣରୁ ସବୁ କାମରେ ସଫଳ ହେବେ । ଆଜି ଆପଣ ନିଜର ପରିବାରର ଓ କାର୍ଯ୍ୟ କ୍ଷେତ୍ରର ସମସ୍ତ ଦାୟିତ୍ଵକୁ ଭଲ ଭାବରେ ବହନ କରିବେ । ଆପଣଙ୍କ ବ୍ୟବହାର ଆଜି ଆପଣଙ୍କୁ ସମସ୍ତଙ୍କ ସାମ୍ନାରେ ପ୍ରଶଂସିତ କରିବ । ଆପଣଙ୍କୁ କୌଣସି ନୂଆ ଦାୟିତ୍ଵ ମିଳିପାରେ । ଆପଣ ସମୟର ଉଚିତ ଉପଯୋଗ ବି କରିବେ ।

କର୍କଟ

ଆପଣ ଚାକିରିରେ ଉନ୍ନତି କରିବେ । କିନ୍ତୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇପାରେ । କାର୍ଯ୍ୟ ସ୍ଥଳରେ ସହକର୍ମୀମାନେ ବିରୋଧୀଙ୍କ ସାମ୍ନା କରି ପାରନ୍ତି । ଆଜିର ଦିନ ଆରମ୍ଭରେ ଆପଣଙ୍କୁ ସବୁ ଦାୟିତ୍ଵ ମିଳିପାରେ । ନିଜର ବୁଦ୍ଧି ଦ୍ଵାରା ସଫଳତା ଆପଣ ଗୋଡରେ ଲାଗିବ । ପରିବାର ସହିତ ଆନନ୍ଦର ସମୟ ବ୍ୟତିତ କରିବେ । ବ୍ୟାପାରିକ ଏବଂ ବ୍ୟବସାୟିକ ଯୋଜନାରେ ବିରୋଧୀ ବାଧା ସୃଷ୍ଟି କରିବାରେ ଚେଷ୍ଟା କରିବେ । ସେଥିପାଇଁ ସାବଧାନ ରୁହନ୍ତୁ ।

ସିଂହ

ଆପଣଙ୍କୁ ଚାକିରିରେ କାମକାର୍ଯ୍ୟ ସହ ଜଡିତ କିଛି ନୂଆ ବିକଳ୍ପ ମିଳିବ । ଅତିଶୀଘ୍ର କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଚିନ୍ତା ବଢିବ । ଦିନ ସାରା ସ୍ଥିତି ଭଲ ରହିବ । କ୍ଳାନ୍ତ ଅନୁଭବ କରିବେ ନାହିଁ । ବାଣୀ ଓ ବ୍ୟବହାର କାରଣରୁ ବାଦ ବିବାଦ ହୋଇପାରେ । ବ୍ୟାପାରିକ କାର୍ଯ୍ୟକୁ ବିସ୍ତାର କରିବାର ଯୋଜନା କରି ପାରନ୍ତି । ନିଜ ତରଫରୁ ପୁରା ଚେଷ୍ଟା କରନ୍ତୁ । କରିଥିବା ପ୍ରତିଜ୍ଞାକୁ ପୁରା କରନ୍ତୁ ଓ ଅନ୍ୟ ବ୍ୟକ୍ତିଙ୍କ ଉପରେ ବିଶ୍ଵାସ କରନ୍ତୁ ।

କନ୍ୟା

ଛାତ୍ରମାନଙ୍କ ପାଇଁ ଆଜିର ଦିନ ଶୁଭ ରହିବ । ଛାତ୍ରୀମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ଓ ନିଜର ଇଚ୍ଛା ଥିବା କଲେଜକୁ ଯାଇ ପାରିବେ । ପାରିବାରିକ ଜୀବନ ସୁଖମୟ ରହିବ । ଆଜି ସମସ୍ତ କାର୍ଯ୍ୟ ସଫଳତାପୂର୍ବକ ସମଧାନ ହୋଇଯିବ । କାର୍ଯ୍ୟ କ୍ଷେତ୍ର କିମ୍ବା ପାରିବାରିକ ଜୀବନରେ ସବୁ ସ୍ଥାନରେ ଅନୁକୂଳ ବାତାବରଣ ରହିବ । ସରକାରୀ କ୍ଷେତ୍ର ସହ ଜଡିତ ସମସ୍ତ କାର୍ଯ୍ୟ ପୁରା ହେବ । ବ୍ୟାପାରୀମାନଙ୍କ ଆଜି ସନ୍ଧ୍ୟାରେ ଭଲ ଲାଭ ମିଳିପାରେ । ଆପଣ ନିଜର ଲେଖନ ମାଧ୍ୟମରେ ଧନ ପ୍ରାପ୍ତି କରିବେ ।

ତୁଳା

ଆଜିର ଦିନ ଆପଣ ଧନୀ ଓ ପ୍ରସିଦ୍ଧ ହେବେ । ଆପଣ ନିଜର ଜୀବନସାଥିର ସ୍ୱାସ୍ଥ୍ୟ ପ୍ରତି ଚିନ୍ତିତ ରହିବେ । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳଦାୟୀ ରହିବ । ଆଜି ଆପଣ ଧନ ପ୍ରାପ୍ତି କରିବା ପାଇଁ ଯାହା ବି କାର୍ଯ୍ୟ କରିବେ ସେଥିରେ ଆପଣ ସଫଳ ହେବେ । ବ୍ୟାପାରିକ ବ୍ୟକ୍ତିମାନଙ୍କ ସାହାର୍ଯ୍ୟ ମିଳିବ । ପ୍ରଭାବଶାଳି ବ୍ୟକ୍ତିମାନଙ୍କ ସାହାର୍ଯ୍ୟରେ ନିଜର ସ୍ଥିତି ସୁଧାରିବେ । ଚୋରି ହେବା କାରଣରୁ ଆପଣଙ୍କୁ କ୍ଷତି ବି ସହିବାକୁ ପଡିପାରେ ।

ବିଚ୍ଛା

ଆଜିର ଦିନ ବ୍ୟସ୍ତ ପୂର୍ଣ ରହିବ । ଆପଣ ସକାରାତ୍ମକ ଊର୍ଜାରେ ଭରପୂର ରହିବେ । ଆପଣଙ୍କ ଉତ୍ସାହ ଆପଣଙ୍କ ସାହସ ବଳରେ ଆପଣ ସବୁ କାର୍ଯ୍ୟରେ ସଫଳ ହେବେ  । ଯାହାର ଫଳ ସ୍ୱରୂପ ଆପଣ ବ୍ୟବସାୟିକ ସ୍ଥିତି ଆପଣଙ୍କ ପକ୍ଷରେ ରହିବ । ଆପଣଙ୍କ ରାଶିରେ ଭଲ ଯୋଗ ଅଛି । ଆଜି ଆପଣ ଊର୍ଜା ଓ ଉତ୍ସାହିତରେ ଭରପୁର ରହିବେ । ପରିବାରରେ ଆନନ୍ଦ ଓ ଉଲ୍ଲାସର ପରିବେଶ ରହିବ । ଆପଣ ନିଜର ସାଥିମାନଙ୍କ ଲାଭ ପହଞ୍ଚାଇବେ । ଆପଣଙ୍କୁ ଆୟର ନୁତ ସ୍ରୋତ ହାସଲ ହେବ । ଅଧିକ ସମୟ ପର୍ଯ୍ୟନ୍ତ ଆପଣ କୌଣସି କାମରେ ବ୍ୟସ୍ତ ବି ହୋଇ ପାରନ୍ତି ।

ଧନୁ

ଗାଡି ବ୍ୟବହାର କରିବା ସମୟରେ ସାବଧାନ ରୁହନ୍ତୁ । ଶାରୀରିକ ରୂପରେ ଆଜି କ୍ଳାନ୍ତ ଅନୁଭବ କରିବେ । ବହି ପଢୀ ନିଜର ମସ୍ତିଷ୍କକୁ ଶାନ୍ତ କରନ୍ତୁ । ପାରିବାରିକ ଜୀବନ ଏବଂ ସ୍ୱାସ୍ଥ୍ୟ ସାମାନ୍ୟ ରହିବ । ଭାଗ୍ୟ ୫୦ ପ୍ରତିଶତ ଆପଣଙ୍କ ସାଥ ଦେବ । ଧନ ପ୍ରାପ୍ତି ପାଇଁ ଏହି ସମୟ ଭଲ ଅଟେ । ଶେୟାର ମାର୍କେଟରେ ନିବେଶ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ବୁଝି ସୁଝି ମାର୍କେଟରେ ନିବେଶ କରନ୍ତୁ । କୋର୍ଟ ମାମଲାରେ ସଫଳ ହୋଇ ପାରନ୍ତି ।

ମକର

ଆଜି ଆପଣ ପାରିବାରିକ ସଦସ୍ୟଙ୍କ ସହ ବ୍ୟବହାର ଭଲ ରହିବ । ହୋଇପାରେ କି ସବୁ ଦିନ ଅପେକ୍ଷା ଆଜି ଅଧକ ସଂଘର୍ଷ କରିବାକୁ ପଡିପାରେ । ଆପଣଙ୍କୁ ନିଜର ଭାଇ ଭଉଣୀଙ୍କ ସାହାର୍ଯ୍ୟ ନେବାକୁ ପଡିବ, ମନୋରଞ୍ଜନ ଓ ଆମୋଦ ପ୍ରମୋଦ ପାଇଁ ସମୟ ବାହାର କରନ୍ତୁ । ଆଜିର ଦିନ ସୁଖମୟ ବି ହେବ । ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ । ଛୋଟ ଯାତ୍ରା ବି ସଫଳ ହେବ । ଏହା ସହିତ ପ୍ରିୟଜନଙ୍କ ସହିତ ଅଳ୍ପ ସମୟ ବ୍ୟତିତ କରିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ

ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ । ସହକର୍ମୀଙ୍କ ସହ ଅଧିକ ସମୟ ବ୍ୟତୀତ କରିବାକୁ ଚେଷ୍ଟା କରନ୍ତୁ । ନୂଆ କାମ ଆରମ୍ଭ କରିବା ପାଇଁ ଆଜିର ଦିନ ଅନୁକଳ ଅଟେ । ନିଜର କ୍ଷମତାକୁ ସଠିକ ଦିଗରେ ଲଗାନ୍ତୁ । ବ୍ରେକଅପ ଠାରୁ ବଞ୍ଚିବା ପାଇଁ ପରସ୍ପର ଉପରେ ବିଶ୍ଵାସ କରନ୍ତୁ । ନୂତନ ସମ୍ପର୍କ ସ୍ଥାପିତ ହେବ । କମ ପ୍ରୟାସରେ ଅଧିକ ସଫଳତା ମିଳିବ । ଆଜି ବ୍ୟବସାୟିକ ଓ ସାମାଜିକ ସମାରୋହରେ ସାମିଲ ହୋଇ ପାରନ୍ତି । ଯାତ୍ରା ଫଳଦାୟୀ ରହିବ ।

ମୀନ

ଚାକିରି କରୁଥିବା ଲୋକମାନେ କାର୍ଯ୍ୟ ସ୍ଥାନରେ ବହୁତ ଅଧିକ ଚିନ୍ତା ଓ ପ୍ରେସର ଅନୁଭବ କରିବେ । ବ୍ୟବସାୟୀ ଲୋକମାନେ ସମସ୍ତ କାର୍ଯ୍ୟରେ ସଫଳ ହେବେ ନାହିଁ । ସହଯୋଗୀମାନଙ୍କ ବିଶ୍ଵାସ ପାତ୍ର ବି ହେବେ ନାହିଁ । ଆଜି ଆପଣଙ୍କ ଦିନ ଶୁଭ ରହିବ ନାହିଁ । ମାନସିକ ଚିନ୍ତା ବି ଦୂର ବି ହେବ । ଆପଣଙ୍କୁ ସାବଧାନ ଓ ସତର୍କ ରହିବାକୁ ପଡିବ । କାର୍ଯ୍ୟ ସ୍ଥାନରେ କୌଣସି ବୟସ୍କ ଲୋକମାନଙ୍କ ସହ ବିବାଦ ହୋଇପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।