ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୦ ଏପ୍ରିଲ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି –
ଆପଣଙ୍କ କାମ ଜଲ୍ଦି ହେବ । ସମାଜରେ ଆପଣ ନିଜର ଭଲ ପ୍ରତିଷ୍ଠା ରଖିବେ। ଯଦି ଆପଣ କିଛି ପଦକୁ ଆସା କରିଛନ୍ତି ତେବେ ତାହା ପୂରଣ ହେବ । ଆପଣ ପରିବାରରେ ଭଲ ସମୟ ବିତାଇବେ । ସନ୍ତାନ ମାନଙ୍କ ଠାରୁ ଆପଣ ଭଲ ଖବର ପାଇବେ । ଏହା ଆପଣ ଙ୍କ ପାଇଁ କିଛି ଆର୍ଥିକ ସୁବିଧା କରାଇ ପାରେ । ବିଦ୍ୟାର୍ଥୀ ମାନେ ଭଲ କରିବେ ପରୀକ୍ଷାରେ । ବାଦ ବିବାଦ କିମ୍ବା ପ୍ରତିଯୋଗୀତା ପରୀକ୍ଷାରେ ସଫଳ ହେବେ । ଭାଗ୍ୟ ଭଲ ସାଥ ଦେବ ଆପଣ ଭଲ ଭଲ ଜାଗାରୁ ପଇଶା କମେଇବେ । କାମରେ ବି ଭଲ ସଫଳତା ମିଳିବ ।
ବୃଷ ରାଶି –
ଆପଣ ନିଜକୁ ମହତ୍ଵ ଦେବେ ସରକାରୀ କିମ୍ବା ଆଇନ କାମରେ ଥିବା ଲୋକମାନେ ଭଲ ସଫଳତା ପାଇବେ । କାମରେ ବାହାରକୁ ଯାଇ ପାରିବେ । ଯଦି ଆପଣ କାମ କରୁଛନ୍ତି ତ ପଦରେ ଊର୍ଣ୍ଣତି ହେବ । ଉଚ ବିଦ୍ୟା ଅର୍ଜନ ପାଇ ଇଛା କରିଥିବା ଲୋକ ମାନେ ନିଜର ଆସା ପୂରଣ କରିବେ । ଜଟିଳ ପରିସ୍ଥିତିରେ ବି ଆପଣ ନିଜର ଅର୍ଥ ଉପାର୍ଜନ କରୁଥିବେ । ବିଦ୍ୟାର୍ଥୀ ମାନେ ଅଧିକ ପରିଶ୍ରମ କରିବେ ତେବେ ସଫଳ ହେବେ । ଆପଣ ଯାହା କାଲେ ବି ମନ ଟିକେ ଅସାନ୍ତି ରହିବ । ଘରେ ମଙ୍ଗଳମୟ ବାତାବରଣ ରହିବ ।
ମିଥୁନ ରାଶି-
ଦିନର କାମରେ ଆପଣ ଥକା ଅନୁଭବ କରିବେ । ନିଜର ଜୀବନ ସାଥୀକୁ ନେଇକି ଆପଣ ଅଧିକ ଚିନ୍ତାରେ ରହିବେ । ନିଜେ ଚାହୁଁ ଥିବା ଜାଗାକୁ ଆପଣ ସ୍ଥାନାନ୍ତରିତ ହେବେ । ଆପଣଙ୍କୁ ଅଲଗା ଅଲଗା କ୍ଷେତ୍ରରେ ଥିବା ଲୋକଙ୍କ ସହ ମିଶିବାର ସୁଯୋଗ ମିଳିବ। ଆର୍ଥିକ ସ୍ଥିତି କିମ୍ବା ଆପଣ ଙ୍କ ଅଚଳ ସମ୍ପତିକୁ ନେଇ ବିବାଦ ସୃଷ୍ଟି ହେବ । ଆପଣ କିଛି ଜାଗାରେ ପୁରସ୍କୃତ ହୋଇ ପାରନ୍ତି । ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ସମୟ ସହ ଚାଳନ୍ତୁ । ଯେଉଁ ମାନେ ବିଦେଶରେ ନିଜର ଭାଗ୍ୟ ଆପଣେଇବାକୁ ଚାହାନ୍ତି ଯାଇ ପାରିବେ ଏହା ଭଲ ଫଳ ଦେବ । ନିଜର କାମରେ କିଛି ନୂଆ ଜିନିଷ ଶିଖିବେ କିଛି ନୂଆ କାମ ଧରିବେ। ନିଜକୁ ନିଜ ପ୍ରତିଦ୍ୱନ୍ଦିତା କରି ଆପଣ ଅନେକ କିଛି ହାସଲ କରି ପାରିବେ । କିଛି ଅନ୍ତରଙ୍ଗ ମୁହୂର୍ତ ଆପଣ ବିତାଇବେ ନିଜର ଜୀବନ ସାଥି ସହ ।
କର୍କଟ ରାଶି –
ବାପା କିମ୍ବା ବାପା ତୁଲ୍ୟ ଲୋକ ଆପଣଙ୍କୁ ବାଟ ବତେଇବେ । ଆପଣ ନିଜକୁ କିଛି ନୂଆ ସୁଯୋଗ ଦେଇ ପାରିବେ । ଅନେକ ଦିନରୁ କରିବାକୁ ଚାହୁଁ ଥିବା ଜିନିଷ ଆରମ୍ଭ କରି ପାରିବେ । ବିଦ୍ୟାର୍ଥୀ ମାନେ ନିଜକୁ ନିଜ ପ୍ରମାଣ କରିବାରେ ପଛରେ ରହିବେ ନାଇ । କିଛି ବିବାଦ ଥିଲେ ମଧ୍ୟ ଆପଣ ନିଜ କାମରେ ସଫଳତା ପାଇବେ । ଲୋକ ସମ୍ପର୍କ ବଢି ପାରେ । ଜାନ ବାହାନ କିଣିବାର ଯୋଗ ଦେଖା ଯାଉଛି । ଆପଣ ପରିବାର ପାଇଁ କିଛି ଭଲ କରିବେ ଯାହା ଆପଣଙ୍କୁ ଓ ପରିବାରକୁ ଖୁସି ଆଣି ଦେବ ।
ସିଂହ ରାଶି –
କିଛି ନୂଆ ଶୁଭ ଖବର ପାଇବେ । ଆପଣ ନିଜର ଆର୍ଥିକ ପରିସ୍ଥିତି ସୁଧାରିବାର କିଛି ଉପାୟ ପାଇବେ ନିଜର ହିତକାଂଖିଙ୍କ ପାଖରୁ । ନିଜର ଚାକିରିରେ ଚାହୁଁ ଥିବା ଲୋକ ସହ ନିଜର ସମୟ ବିତେଇବେ ଓ କିଛି ଲାଭ ବାନ ହେବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ଅଟେ ଅଳ୍ପ ପରିଶ୍ରମରେ ନିଜକୁ ଅନେକ ଆଗକୁ ନେଇ ଯାଇ ପାରିବେ । ନିଜର ଶାନ୍ତି ଫେରି ପାଇବେ । ଅସୁବିଧା ଆସିପାରେ ମାତ୍ର ତା ସହ ସମାଧାନ ମଧ୍ୟ ଆସିବ । କାହା ସହ ଯୁକ୍ତି କରନ୍ତୁ ନାଇ ଯଦି ଆପଣ ଆଇନ ଜୀବି ତେବେ ନିଜକୁ ନିଜର କର୍ମରେ ନିଯୋଜିତ କରନ୍ତୁ ଅନେକ ଶୁଭ ଫଳ ମିଳିବ ।
କନ୍ୟା ରାଶି –
ଏହି ରାଶିର ଲୋକ ମାନେ ନିଜର ଭୁଲ ସୁଧାରିବେ ଓ ନିଜକୁ ଭଲ କାମରେ ନିଯୁକ୍ତି କରିବେ । ଏମାନଙ୍କ ଜମି ବାଡି ଓ ମାଲି ମକୋଦମା ଚାଲିଥିଲେ ଏମାନେ ବିଜୟ ହେବେ । ନିଜର ଶରୀର ପ୍ରାତି ସାବଧାନ ରହିବେ ଅନୁକୂଳ ପାରିସ୍ଥିତି ଆପଣଙ୍କ ଜୀବନରେ ଲାଗି ରହିବ ।ତେବେ ଆପଣ ଦୂର ଜାଗାକୁ ଯାଇ ସମୟ ବିତାଇ ପାରନ୍ତି । ନିଜର ପରିବାକୁ ସମୟ ଦିଅନ୍ତୁ ଏହା ଆପଣଙ୍କୁ ଖୁସି ଆଣିଦେବ ଓ ମାନସିକ ଶାନ୍ତି ଦେବ ।
ତୁଳା ରାଶି –
ନିଜର ବ୍ୟବହାର ପ୍ରତି ଯତ୍ନ ବାନ ରୁହନ୍ତୁ । ନିଜର ସମୟ କାହା ସହ ବିତାଇବେ ଏହା ନେଇ ଆପଣ ବହୁତ ଚିନ୍ତାରେ ରହିବେ । ଯଦି ଆପଣ କିଛି ପରାମର୍ଶ ଚାହାନ୍ତି ତେବେ ଆପଣ ନିଜର ଅନ୍ତରଙ୍ଗ ମିତ୍ରଙ୍କ ପରାମର୍ଶ ନେଇ ପାରିବେ । ଏହା ଦ୍ଵାରା ଆପଣଙ୍କୁ ନିଜର ନିସ୍ପତି ନେବାରେ ସୁବିଧା ହେବ । ବ୍ୟବସାୟ ଦୃଷ୍ଟିରୁ ସ୍ଥିତି ଭଲ ହେବାରେ ଲାଗିବ । ନିଜ ମନକୁ ସ୍ଥିର କରନ୍ତୁ ଏହା ଆପଣଙ୍କ କାମରେ ଅସୁବିଧା ଆଣିପାରେ । ଅଧିକ ଚିନ୍ତା ଯୋଗୁ ମାନସିକ ଅସାନ୍ତି ବଢିପାରେ । ନିଜକୁ ସାନ୍ତ ରଖନ୍ତୁ ଓ ନିଜର କାମରେ ଧ୍ୟାନ ଦିଅନ୍ତୁ ।
ବିଛା ରାଶି –
ବାହାରକୁ ଯିବା ସମୟରେ ଗାଡିରେ ନିୟନ୍ତ୍ରଣ ରଖନ୍ତୁ ନିଜ ଉପରେ ଆତ୍ମ ବିଶ୍ଵାସ ରଖି ଗାଡି ଚଲାନ୍ତୁ । ନହୋଲେ ଦୁର୍ଘଟଣା ହୋଇପାରିବ । ଆପଣ କିଛି ଖରାପ ଓ ଶୁଭ ଖବର ପାଇବେ । ନିଜକୁ ଚିନ୍ତା ମୁକ୍ତ ରଖନ୍ତୁ ଆପେ ଆପେ ସମାଧାନ ମିଳିବ । ନିଜର ସକ୍ଷମ ଅନୁସାରେ କିଛି ଦାନ କରନ୍ତୁ । ଘରୁ ଯିବା ବେଳେ ସବୁ ବେଳେ ନିଜର ମନକୁ ପ୍ରଫୁଲ ରଖନ୍ତୁ। ଶରୀରର ଧ୍ୟାନ ରଖନ୍ତୁ । ବିଦ୍ୟାର୍ଥୀ ମାନେ ଭଲ ପଦର୍ଶନ କରିବେ । ଆପଣ ନିଜର ପିଲା ଉପରେ ଭରସା ରଖନ୍ତୁ ଓ ନିଜର ଅଧିକ ସମୟ ଦିଅନ୍ତୁ ସନ୍ତାନ ମାନଙ୍କୁ ।
ଧନୁ ରାଶି –
ଏହି ରାଶିର ଲୋକ ମାନେ ଆଜି ନିଜର କାମକୁ ଅଧିକ ଧ୍ୟାନର ସହ କରିବେ । ପରିବାର ପାଇଁ ସମୟ ଦେବେ । ବାହାରକୁ ଯାତ୍ରା ଯୋଗ ଅଛି କିଛି ମାଙ୍ଗଳିକ କାମରେ । ବିବାହ ବ୍ରତ ଘର କିମ୍ବା କିଛି ଅନୁଷ୍ଠାନରେ ଯୋଗ ଦେବା ପାଇଁ ଯାତ୍ରା ଯୋଗ ଅଛି । ଏହି ବାବଦରେ ଆପଣ ଅନେକ ଅର୍ଥ ଖର୍ଚ କରି ପାରନ୍ତି । ଏହା ଆପଣଙ୍କୁ ପରେ ନିଜର ବ୍ୟବସାୟରୁ ମିଳି ଜୀବ ତଥାପି ଦେଖିକି ଖର୍ଚ କରନ୍ତୁ । ନିଜର ପିଲା ମାନଙ୍କ ସହ ଅଧିକ ସମୟ ବିତାଇବେ ।
ମକର ରାଶି –
ଅଳ୍ପ ପୁଞ୍ଜି ବିନିଯୋଗରେ କିଛି କରିବାକୁ ଇଛା ଅଛି ତ ଆରମ୍ଭ କରି ପାରିବେ ଏହି କାମ । ଭୂମି କିମ୍ବା ବାହନ କିଣିବାର ଯୋଗ ଅଛି । କିଛି ନୂଆ ଲୋକଙ୍କ ସାଫା ବାଣିଜ୍ୟ ଆରମ୍ଭ କରିବାର ସୁଯୋଗ ପାଇବେ । ଅଚାନକ ଧନ ମିଳିବାର ଯୋଗ ଅଛି । କିଛି ପୁରୁଣା ମିତ୍ରା ଦେଖା ହେବେ ଯାହା ଦ୍ଵାରା ଆପଣଙ୍କ ମନ ଆନନ୍ଦିତ ରହିବ । ନିଜର ପ୍ରେମିକା ସହ ଆପଣ ଅଧିକରୁ ଅଧିକ ସମୟ ବିତାଇବେ । ଆପଣ ନିଜର ପରସୋନାଲ ଲାଇଫ କାହା ସହ ସେୟାର କରନ୍ତୁନି ଏହା ଅନେକ ସମସ୍ଯା ସୃଷ୍ଟି କରି ପାରେ ।
କୁମ୍ଭ ରାଶି –
ଭାଗ୍ଯର ପୁରା ସାଥ ମିଳିବ ନିଜକୁ ଆପଣ ପାଠରେ କିମ୍ବା ଚାକିରି ପାଇଁ ବାହାରକୁ ଯିବାକକୁ ପ୍ରସ୍ତୁତ କରନ୍ତୁ କାରଣ ସ୍ଥାନାନ୍ତରିତ ଯୋଗ ଅଛି । ଦରକାର ନଥିବା କଥା ଆପଣଙ୍କ ପାଖକୁ ଆସିପାରେ ତାକୁ ନଜରକୁ ଆଣନ୍ତୁ ନାଇ । ଆପଣ ନିଜର ପ୍ରେମିକ କିମ୍ବା ପ୍ରେମିକା ସହ ଏକାଠି ରହିବାର ଯୋଗ ହେଉଛି ଆପଣ ବିବାହ ମଧ୍ୟ କରି ପାରିବେ ଏହି ସମୟରେ ।
ମୀନ ରାଶି –
ଆପଣ ପ୍ରସ୍ତୁତ ହେଉଥିବା ପରୀକ୍ଷାର ଚିନ୍ତା କରନ୍ତୁ ନାଇ ନିଜର ପଧାରେ ଧ୍ୟାନ ଦିଅନ୍ତୁ । ମେଡିକାଲ, ଇଂଜିନିଯରିଂ, କିମ୍ବା ଯଦି IAS ଭଳି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣନିଶ୍ଚୟ ସାଫଳ ହେବେ । ନିଜକୁ ଅନ୍ୟ ଲୋକଙ୍କ ଠାରୁ ଦୂରେଇ ରଖନ୍ତୁ । ଆତ୍ମ ବିଶ୍ଵାସରେ କରାଯାଇ ଥିବା କାମ ନିଶ୍ଚୟ ସଫଳ ହୁଏ ତେବେ ନିଜକୁ କେବଳ ନିଜର କାମରେ ବ୍ୟସ୍ତ ରଖନ୍ତୁ । କିଛି ସାଙ୍ଗ କିମ୍ବା ପରରିବାର ଲୋକ ଆପଣଙ୍କ ପାଇଁ ସମସ୍ଯା ଆଣିପାରନ୍ତି କିନ୍ତୁ ଆପଣ ନିଜର ସାହାସ ହରାନ୍ତୁନି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।