ଆଜିର ରାଶିଫଳ, 30 ଅଗଷ୍ଟ 2020, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ଚମକିବ ଭାଗ୍ୟ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୦ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଉନ୍ନତି ମିଳିପାରେ । କୌଣସି ବ୍ୟକ୍ତିକୁ ଦେଖି ଆପଣଙ୍କ ମନରେ ଈର୍ଷା ଭାବ ଆସିପାରେ । ଏହି ରାଶିର ଛାତ୍ରମାନେ କୌଣସି ନୂଆ କୋର୍ସରେ ଆଡମିସନ ନେବାକୁ ଚାହୁଛନ୍ତି ତେବେ ଆଜିର ଦିନଟି ଶୁଭ ହେବ । ଆପଣଙ୍କର ବହୁତ ଟଙ୍କା ଖର୍ଚ ହେବ । କିନ୍ତୁ ଆପଣ ଧ୍ୟାନ ରଖନ୍ତୁ ଅନାବଶ୍ୟକରେ ସ୍ଥାନରେ ଟଙ୍କା ବର୍ବାଦ କରନ୍ତୁ ନାହିଁ । ସେଥିପାଇଁ ଆପଣ ମା ବାପାଙ୍କର ପାଦ ଛୂଇ ଆଶୀର୍ବାଦ ନିଅନ୍ତୁ ଆପଣ ସବୁ କ୍ଷେତ୍ରରେ ସଫଳତା ହାସଲ କରିପାରିବେ ।

ବୃଷ

ବୃଷ ରାଶିର ଲୋକମାନଙ୍କ ଦିନଟି ଭଲରେ କାଟିବ । ଆପଣଙ୍କର ଭାବିଥିବା କାମଟି ପୁରୁଣା ହେବ । ଆପଣଙ୍କ କ୍ୟାରିୟରେ ଉନ୍ନତି ଆସିବ । ଏହି ସପ୍ତାହରେ ପଦୋନ୍ନତି ହେଇପାରେ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରର ମିତ୍ରମଣ୍ଡଳୀ ସହିତ ଭଲ ବନ୍ଧୁତା କରିବେ । ଏହି ସମୟରେ ଆପଣ ପୁଞ୍ଜି ନିବେଶ କରିବେ । ଆପଣଙ୍କ ପରିବାରରେ ବାଦବିବାଦର ସମ୍ଭାବନା ହେବାର ଅଛି । ଅନାବଶ୍ୟକ ଧନ ଓ ଜମିବାଡିକୁ ନେଇ କଳହ ସୃଷ୍ଟି ହୋଇପାରେ । ଆପଣ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । ଆର୍ଥିକ ସ୍ଥିତି ମଜବୁତ ରହିବ ।

ମିଥୁନ

ଆଜି ଆପଣଙ୍କ ଦିନଟି ଶୁଭମୟ ହେବ । ଘରେ ସୁଖ ଶାନ୍ତିର ବାତାବରଣ ଦେଖିବାକୁ ମିଳିବ । ଏହି ସମୟରେ ଘରେ କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ । ନିଜର ଚାକିରି କ୍ଷେତ୍ରରେ ବାହାରକୁ ଯିବାକୁ ପଡିପାରେ । ଯାହା ଦ୍ୱାରା ଆପଣଙ୍କର ବେତନର ବୃଦ୍ଧି ହୋଇପାରେ । ସମୟ ଆଉ ପରିସ୍ଥିତିକୁ ଦେଖି ଠିକ ଭାବେ କାର୍ଯ୍ୟ କରିବା ଦ୍ଵାରା ଆପଣ ଭଲ ଦିଗକୁ ଯାଇପାରନ୍ତି । ପେଟ ସମ୍ବନ୍ଧିତ ଓ ହୃଦୟ ସମ୍ବନ୍ଧିତ ରୋଗ ସୃଷ୍ଟି ହୋଇପାରେ । ସେଥିପାଇଁ ଆପଣ ମନ୍ଦିରକୁ ଯାଇ ଦୀପ ଜଲାନ୍ତୁ । ସବୁ କିଛି ଭଲ ହେବ ।

କର୍କଟ

ଆଜି ଆପଣଙ୍କର ଭୁଲ ବୁଝାମଣା ଦୂର ହୋଇପାରେ । ଆଜି ଘରେ ପାର୍ଟି ଆୟୋଜନ କରିପାରନ୍ତି । ଏହି ସମୟରେ ଭାଗ୍ୟ ଉନ୍ନତି ହେବାର ଅବସର ପ୍ରାପ୍ତ ହେବ । ବ୍ୟବସାୟରେ ଲାଭ ମଧ୍ୟ ହେବ । କିନ୍ତୁ ଧନର ଅଯଥା ଖର୍ଚ ହୋଇପାରେ । ଆପଣ ଘର ପରିବାରରେ ସମସ୍ତଙ୍କ ସହିତ ମଧୁରତା ସମ୍ପର୍କ ରଖନ୍ତୁ । ଗଣେଶ ଭଗବାନଙ୍କ ପାଖରେ ଲଡୁ ଭୋଗ କରନ୍ତୁ । ଆପଣଙ୍କର ସବୁ ଦୁଖ ଦୂର ହେବ ।

ସିଂହ

ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ପ୍ରଶଂସା ପାଇଁ ପରିଶ୍ରମ କରିବାକୁ ପଡିବ । ପୁଣି ଆର୍ଥିକ ପରିସ୍ଥିତିରେ ଲାଭ ହୋଇପାରେ । ଜୀବନରେ ଆତ୍ମ ବିଶ୍ବାସର ବୃଦ୍ଧି ହେବ । ଜୀବନରେ ସକାରତ୍ମକ ପରିସ୍ଥିତି ରହିବ । ବର୍ତ୍ତମାନ ଯାତ୍ରା କରନ୍ତୁ ନାହିଁ । ବୈବାହିକ ଜୀବନରେ କିଛି କଳି ଝଗଡା ହୋଇପାରେ । ପ୍ରେମୀ ଓ ପ୍ରେମିକା ମଧ୍ୟରେ ଭଲ ସାମଞ୍ଜସ୍ୟ ରଖନ୍ତୁ । ମନ୍ଦିରରରେ ଅତର ଚଢାନ୍ତୁ ଆପଣଙ୍କର ମନ ପ୍ରସନ୍ନ ରହିବ ।

କନ୍ୟା

ଏହି ରାଶିର ବ୍ୟକ୍ତିମାନଙ୍କର ଦିନଟି ଉତ୍ତମ ରହିବ । ଆପଣଙ୍କର ମନସ୍କାମନା ନିଶ୍ଚୟ ପୁରୁଣ ହେବ । ପୁଣି ପୂର୍ବରୁ ପରିଶ୍ରମ କରିଥିବା କାର୍ଯ୍ୟରୁ ସଫଳତା ମିଳିବ । ଆର୍ଥିକ ରୂପରେ ସୁଧାର ଆସିବ । ଶତ୍ରୁମାନଙ୍କ ଯୋଗୁ ଅନାବଶ୍ୟକ ବିବାଦ ଉତ୍ପନ ହେବାକୁ ଦିଅନ୍ତୁ ନାହିଁ । ଧର୍ଯ୍ୟର ସହିତ କଥା କୁହନ୍ତୁ ଆପଣଙ୍କର ଲାଭ ହେବ । ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରନ୍ତୁ ଆପଣଙ୍କର ଦିନଟି ଭଲରେ କଟିବ ।

ତୁଳା

ତୁଳା ରାଶିର ଲୋକମାନେ ନିଜର କାର୍ଯ୍ୟକୁ ଶେଷ କରିବା ପାଇଁ ନୂଆ ଉପାୟ ଆପଣାଇବେ । ସାଙ୍ଗ ସାଥି ମାନଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ । ଆପଣଙ୍କର ଭୌତିକ ସୁଖ ସୁବିଧା ବଢିପାରେ । ପରିବାର ସହିତ ଖୁସିରେ ରହିବେ । ଭୂମି ବାହନ ଇତ୍ୟାଦି ପ୍ରାପ୍ତି ହୋଇପାରେ । ରାଜନୈତିକ ଲାଭ ପ୍ରାପ୍ତ ହେବାରେ କଷ୍ଟ ଆସିପାରେ । ମା ଓ ବାପାଙ୍କ ସହ ଅନାବଶ୍ୟକ ସବନ୍ଧ ଖରାପ ହୋଇପାରେ । ମନ୍ଦିରରେ ଯାଇ କିଛି ସମୟ ବିତାନ୍ତୁ ।

ବିଚ୍ଛା

ଆଜି ଆପଣଙ୍କର ଦିନଟି ସାମାନ୍ୟ ରହିବ । ଆପଣଙ୍କର ଆର୍ଥିକ ପକ୍ଷ ମଜବୁତ ରହିବ । ପରିବାରର ସମସ୍ତ କାମ ପୁରା କରିବାରେ ସଫଳ ହେବେ । ଆପଣଙ୍କର ବିଶ୍ବାସ ଆଉ ଆଶା ନୂଆ କବାଟ ଖୋଲିପାରେ । ନିଜେ ଯେତେବେଳେ କଥା କହୁଛନ୍ତି ଆଖି କାନ ଖୋଲା ରଖନ୍ତୁ ଯାହା ଦ୍ଵାରା କିଛି ହାତରେ ଭଲ ଜିନିଷ ଲାଗିପରେ । ଯାହା ଦ୍ଵାରା ସବୁ ସମସ୍ୟାର ସମାଧାନ ହୋଇପାରେ । ଅନାବଶ୍ୟକ କଥାରେ ବିଶ୍ବାସ କରନ୍ତୁ ନାହିଁ । କୌଣସି ଝିଅକୁ ଉପହାର ଦିଅନ୍ତୁ । ଜୀବନରେ ଅନ୍ୟ ବ୍ୟକ୍ତିର ସହଯୋଗ ମିଳିପାରେ ।

ଧନୁ

ଆଜି କଳା କ୍ଷେତ୍ରରେ ରୁଚି ବଢିବ । ପରିବାରରେ ହସ ଖୁସିର ପରିବେଶ ରହିବ । ସାଙ୍ଗ ସାଥିମାନଙ୍କ ସହିତ ବୁଲିବାରେ ପ୍ଳାନ କରିବେ । ଆଜି ଆପଣ ଧନ ଧାନ୍ୟରେ ପରିପୂର୍ଣ ରହିବେ । ସେଥିପାଇଁ ଏହି ଅବସରକୁ ହାତରୁ ଖସିବାକୁ ଦିଅନ୍ତୁ ନାହିଁ । ନିଜର ପରିବାରର ସଦ୍ୟସ୍ୟମାନଙ୍କର ଅବଶ୍ୟକତାକୁ ନଜରରେ ରଖନ୍ତୁ  । ଆଜି ସୁନା  ରୂପା ଆଦିରେ ନିବେଶ କରନ୍ତୁ ଲାଭ ମିଳିବ । ଆପଣଙ୍କ ସାଙ୍ଗ ଆପଣଙ୍କ କାମରେ ଦଖଲ ଦେବେ । ଆଜି ନିଜ କାମରେ ମନ ଦିଅନ୍ତୁ । ଅନାବଶ୍ୟକ ବିବାଦ ଠାରୁ ଦୂରେଇ ରୁହନ୍ତୁ । ନିଜ ସ୍ଥିତି ଓ ପରିସ୍ଥିତିକୁ ଲକ୍ଷ୍ୟରେ ରଖି କାମ କରନ୍ତୁ ସଫଳ ପାଇବେ ।  ପ୍ରେମ ସମ୍ପର୍କରେ ସ୍ଥିତି ସାମାନ୍ୟ ରହିବ । ଗୋମାତାଙ୍କ ଚରଣ ସ୍ପର୍ଶ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ ।

ମକର

ଆଜି ଆପଣ ପରିବାର ସହ କୌଣସି କାମରେ ବ୍ୟସ୍ତ ରହିବେ । ଅଫିସରେ କୌଣସି ବଡ ଦାୟିତ୍ଵ ମିଳିବ । ଆଜି ଆପଣଙ୍କର ବୈବାହିକ ଜୀବନ ବହୁତ ଭଲ ରହିବ । ଆଜି ଆପଣ ଅଳ୍ପ ଆରାମ କରନ୍ତୁ ଶାନ୍ତି ମିଳିବ । ବୁଝି ବିଚାରୀ ସବୁ କାମ କରନ୍ତୁ । ନଚେତ ଅସୁବିଧାରେ ପଡ଼ିପାରନ୍ତି । ଆପଣ ବ୍ୟବସାୟରେ ଭଲ କରିବେ । ଘର ପରିବାରର ସଦସ୍ୟଙ୍କ ଯତ୍ନ ନିଅନ୍ତୁ ପରିବାରରେ  ଖୁସିର ପରିବେଶ ରହିବେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି । ପକ୍ଷୀ ମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ ପରିବାରରେ ଶାନ୍ତି ରହିବ ।

କୁମ୍ଭ

ଆଜି ଆପଣଙ୍କ ଦିନଟି ଭଲରେ ଯିବ । କୌଣସି କାମରେ ପରିବାରର ସହଯୋଗ ମିଳିବ । ଆପଣଙ୍କୁ ଖୁସି ଖବର ମିଳିବ । ଯେଉଁ ଲୋକଙ୍କ ସହ ପରିଚିତ ଅଛନ୍ତି ତାଙ୍କ ଦ୍ଵାରା ରୋଜଗାରର ସୁଯୋଗ ମିଳିବ । ଏହି ମାସରେ କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ସାମାନ୍ୟ ରହିବ । ଆପଣଙ୍କୁ ବ୍ୟବସାୟରେ ଲାଭ ମିଳିବ । ବ୍ୟବସାୟ ସହିତ ପାଦ ପଦବୀ ମିଳିପାରେ । ଆପଣ ନିଜ ମନ ମୁତାବକ କାମ କରନ୍ତୁ ସେଥିରେ ହିଁ ଆପଣଙ୍କୁ ଶାନ୍ତି ମିଳିବ । ସମୟ ପୂର୍ବରୁ କାର୍ଯ୍ୟ ପୂରଣ ନ ହେବାର କାରଣ ଏହିକି ଯେ ଆପଣ ନିଜ ଉପରେ ବିଶ୍ଵାସ ନ କରି ଅନ୍ୟ ଉପରେ ଅଧିକ ବିଶ୍ଵାସ କରନ୍ତି । ଏଥିପାଇଁ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଗରିବ ଲୋକମାନଙ୍କୁ ଖାଇବାକୁ ଦିଅନ୍ତୁ ଆପଣଙ୍କର ଦିନ ଖୁସିରେ କଟିବ ।

ମୀନ

ଆପଣଙ୍କର ଦିନଟି ପୂର୍ବ ଠାରୁ ଭଲରେ ରହିବ । କୌଣସି ଜରୁରୀ କାମକୁ କରିବାରେ ସଫଳ ହେବେ । ଆଜି ଆପଣ ଜମି ବାଡି ବା ଅର୍ଥ କ୍ଷେତ୍ରରେ ନିବେଶ କରନ୍ତୁ ଯାହା ଫଳରେ ଆର୍ଥିକ ସ୍ଥିତି ଭଲ ରହିବ । ବୁଝି ବିଚାରୀ କାମ କରନ୍ତୁ ଆପଣଙ୍କୁ ସଫଳତା ମିଳିବ । ଆପଣ ବିଚଳିତ ନ ହୋଇ ସ୍ଥିର ମନରେ କାର୍ଯ୍ୟ କରନ୍ତୁ । ବାପା ମା ଓ ଭାଇ ବନ୍ଧୁଙ୍କ ସହ ତାଳ ମେଳ ରଖିବା ପାଇଁ ଚେଷ୍ଟା କରନ୍ତୁ । ନିଜ ନିଜ ଭିତରେ ଥିବା ପ୍ରେମ ସମ୍ବନ୍ଧର ଇଜତ କରନ୍ତୁ ଯାହା ଫଳରେ ଆପଣଙ୍କୁ ପ୍ରେମ ସମ୍ବନ୍ଧରେ ସଫଳତା ମିଳିବ । ଗଣେଶଙ୍କୁ ବୁନ୍ଦିର ଲଡୁ ଚଢାନ୍ତୁ ଆପଣଙ୍କର ସବୁ ଇଛା ପୂରଣ ହେବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।