ଆଜିର ରାଶିଫଳ, 3 ଜାନୁଆରୀ 2021, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଅଟକିଥିବା ଧନ ଆଜି ମିଳିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ଜାନୁଆରୀ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣ ଆର୍ଥିକ ରୂପରେ ବହୁତ ଲାଭବାନ ହେବେ । ଆପଣ କୌଣସି ମହତ୍ଵ ପୂର୍ଣ କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିପାରନ୍ତି । ଚାକିରୀ କ୍ଷେତ୍ରରେ କୌଣସି ସ୍ଥାନକୁ ବଦଳି ହୋଇପାରେ । ଆପଣଙ୍କୁ ଚାକିରୀ କ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ପୂର୍ଣ ସହଯୋଗ ମିଳିବ । ଆପଣ ଯଦି କୌଣସି କ୍ଷେତ୍ରରେ ନିବେଶ କରିବାକୁ ଇଛା କରୁଛନ୍ତି ତେବେ ସେହି କ୍ଷେତ୍ରରେ ଅନୁଭବ ଥିବା ବ୍ୟକ୍ତିଙ୍କ ପରାମର୍ଶ ନେଇ କରନ୍ତୁ । ନଚେତ ଆପଣଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡିବ । ଆପଣ ଏହି ସମୟରେ କୌଣସି ନୂଆ ଗୃହ ନିର୍ମାଣ କରିବାରେ ସଫଳ ହେବେ । ଆଜି ଆପଣଙ୍କୁ କୌଣସି ବ୍ୟକ୍ତି ସାହାଯ୍ୟ କରି ପାରନ୍ତି ।

ବୃଷ

ଏହି ସମୟଟି ଆପଣଙ୍କ ପାଇଁ ଚ୍ୟାଲେଞ୍ଜ ପୂର୍ଣ ରହିପାରେ । କିନ୍ତୁ ଦୃଢ ଇଚ୍ଛା ଶକ୍ତି କିମ୍ବା ନିଜ ବଳରେ ସବୁ ସମସ୍ୟାର ସାମ୍ନା କରିବାରେ ଆପଣ ସମର୍ଥ ହେବେ । ବିଦେଶ ଯାତ୍ରାର ପ୍ରବଳ ସମ୍ଭାବନା ଅଛି । ଆପଣଙ୍କ କ୍ୟାରିୟରରେ ଉନ୍ନତି ହେବ । ନୂଆ କାର୍ଯ୍ୟରେ ସଫଳତା ମିଳିବ । ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ କୌଣସି ଖୁସି ଖବର ମିଳିବ । ସନ୍ତାନ ସୁଖ ମିଳିବ । ଶିକ୍ଷା ଓ ବ୍ୟବସାୟିକ କ୍ଷେତ୍ରରେ ସଫଳତା ମିଳିବ । ଶାରୀରିକ ଓ ମାନସିକ ରୂପରେ ଖୁସି ଅନୁଭବ ରହିବେ । ଆପଣ କୌଣସି ପ୍ରିୟ ବ୍ୟକ୍ତିଙ୍କ ସହ ଦେଖା କରିବେ । ଧନ ସଞ୍ଚୟ କରିବାରେ ସଫଳତା ପାଇବେ । ବାହନ ଓ ଭୂମି କିଣିବାରେ ସଫଳତା ପାଇବେ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ ।

ମିଥୁନ

ଯଦି ଆପଣ ନିଜ ଜିଦ ଉପରେ ଅଟଳ ରୁହନ୍ତି ତେବେ ଆପଣଙ୍କର କ୍ଷତି ହୋଇପାରେ । ଆପଣ ପୁରୁଣା ବାଦ ବିବାଦରେ ପଡନ୍ତୁ ନାହିଁ ।  ଆୟର ସ୍ରୋତରେ ବିକସିତ ହୋଇପାରେ । ଟିକେ ଟିକେ କଥାରେ ରାଗିବା ଦ୍ଵାରା କିଛି ଲୋକମାନେ ଆପଣଙ୍କୁ ବିରୋଧ କରିପାରନ୍ତି । କୌଣସି ମିତ୍ର ଘରକୁ ଆସିପାରନ୍ତି । ପରିବାରରେ ଆନନ୍ଦ ଉତ୍ସାହର ବାତାବରଣ ରହିବ । ରୋଗିଣା ବ୍ୟକ୍ତି ସୁସ୍ଥ ରହିବେ ଯାହା ଦ୍ଵାରା ଶାନ୍ତି ଅନୁଭବ କରିବେ । କୌଣସି ବି କାର୍ଯ୍ୟକୁ ଶୀଘ୍ର କରନ୍ତୁ ନାହିଁ । ଟଙ୍କା ନେଣ ଦେଣରେ ସାବଧାନ ରୁହନ୍ତୁ । ପାରିବାରିକ ସମସ୍ୟା ଦେଖା ଯାଇପାରେ । ଧର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ ।

କର୍କଟ

ଏହି ରାଶିର ଯେଉଁ ବ୍ୟକ୍ତିମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ଏହି ସମୟରେ ମନ ମୁତାବକ କ୍ଷେତ୍ରରେ ଚାକିରୀ ମିଳିଯିବ । କ୍ୟାରିୟରରେ ଉନ୍ନତି କରିବେ । ଯେଉଁମାନେ ଏହି ସମୟରେ ବିଦେଶ ଯିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଏଥିରେ ସଫଳତା ମିଳିବ । ପରିବାର ସହ ବୁଲିବାକୁ ଯାଇ ପାରନ୍ତି । ପରିବାରରେ ସବୁ ସଦସ୍ୟଙ୍କ ସହ ଭଲ ସଂପର୍କ ରହିବାରୁ ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କୁ ସମସ୍ତ ନିବେଶରେ ଭଲ ଲାଭ ମିଳିବ । ଛାତ୍ରମାନଙ୍କ ଶିକ୍ଷା କ୍ଷେତ୍ରରେ ଶିକ୍ଷକ ଓ ମିତ୍ର ମାନଙ୍କ ସହଯୋଗ ମିଳିବ ।

ସିଂହ

ଘରେ ଆପଣ ପାର୍ଟିର ଆୟୋଜନ କରିପାରନ୍ତି । ଆପଣ ନୂତନ ଦାୟିତ୍ଵ ନେବା ପାଇଁ ଅଳ୍ପ ସଙ୍କୋଚ କରିପାରନ୍ତି । ଆତ୍ମବିଶ୍ଵାସରେ ପରିପୂର୍ଣ ରହିବେ । କାର୍ଯ୍ୟରେ ବ୍ୟସ୍ତ ରହିବେ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଆର୍ଥିକ ଆୟୋଜନ କରିପାରନ୍ତି । ଚାକିରିରେ ପଦୋଉନ୍ନତି ଆସିପାରେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଭାଗ୍ୟ ଆପଣଙ୍କର ସାଥ ଦେଇପାରେ ଓ ଆର୍ଥିକ ରୂପରେ କରାଯାଇଥିବା ପ୍ରୟାସରେ ଭଲ ସଫଳତା ପ୍ରାପ୍ତ ହେବ । ମାନସିକ ଚିନ୍ତା ବଢିପାରେ । ବାଦ ବିବାଦ ହେବାର ସମ୍ଭାବନା ଅଛି । କ୍ରୋଧ ଉପରେ ନିୟତ୍ରଣ ରଖନ୍ତୁ । ଆଜି କୌଣସି ଜିନିଷ ଅଲଗା ଜାଗାରେ ରଖି ପୁଣି ଭୁଲିଯିବେ ।

କନ୍ୟା

ଆପଣ ଆଜି ଭଡା ଶୁତ୍ରରୁ ବହୁତ ଧନ ଲାଭ କରିବେ । ପରିବାରରେ ଖୁସିର ପରିବେଶ ରହିଵ । ଏହି ସମୟରେ ଆପଣଙ୍କ ଭାଇ ଭଉଣୀଙ୍କ ଠାରୁ ସବୁ କାର୍ଯ୍ୟରେ ସହଯୋଗ ମିଳିବ । ଅଫିସରେ ଉଚ୍ଚ ଅଧିକାରୀଙ୍କ ଠାରୁ କାର୍ଯ୍ୟରେ ପ୍ରଶଂସା ମିଳିବ । ବ୍ୟବସାୟରେ ଆପଣଙ୍କୁ ବହୁତ ଭଲ ଲାଭ ମିଳିବ । ଆପଣଙ୍କର ଆମଦାନୀରେ ବୃଦ୍ଧି ହେବ । ଯାହା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ମିଳିବ । ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ଆପଣ ନିଜ ରୋଜଗାରକୁ ଦେଖି ଖର୍ଚ୍ଚ କରନ୍ତୁ ନଚେତ ଆପଣ ଭବିଷ୍ୟତରେ ଆର୍ଥିକ ସମସ୍ୟାରେ ପଡି ପାରନ୍ତି ।

ତୁଳା

ଆଜି ଆପଣ କିଛି ସଂବେଦନଶୀଳ ହୋଇପାରନ୍ତି । ସନ୍ତାନ ସହ କୌଣସି କଥାକୁ ନେଇ ବିବାଦ ଉପୁଜି ପାରେ । ପରିବାର ସହ ବୁଲିବାକୁ ଯାଇପାରନ୍ତି । ମିତ୍ରଙ୍କ ସହଯୋଗ ମିଳିବ । ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ । ସେୟାର ବଜାର ଠାରୁ ଦୂରେଇ ରୁହନ୍ତୁ । ଧନ ଓ ଅଚଳ ସମ୍ପତି ମିଳିବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ଆପଣ ବ୍ୟସ୍ତ ରହିବେ । ସମସ୍ତ ଜିନିଷ ଉପରେ ନଜର ରଖି କାର୍ଯ୍ୟ କରନ୍ତୁ ଯାହା ଦ୍ଵାରା ଆପଣ ଭଲ ପରିଣାମ ମିଳିବ ।

ବିଚ୍ଛା

ଆଜି ଆପଣଙ୍କ ସବୁ କାର୍ଯ୍ୟ ଅତି ସହଜରେ ହୋଇଯିବ । କୌଣସି ଖୁସି ଖବର ମିଳିବ । ବୈବାହିକ ଜୀବନ ବହୁତ ଖୁସିରେ ବିତିବ । କରୋବାରରେ ଲାଭ ମିଳିବ । ପ୍ରବେଶିକା ପରୀକ୍ଷାରେ କୃତ କାର୍ଯ୍ୟ ହେବେ । ନୂଆ କାର୍ଯ୍ୟ କରିବାରେ ସୁଯୋଗ ମିଳିବ । ଘର ପରିବାରରେ ଶାନ୍ତି ରହିବ । କୌଣସି ଆର୍ଥିକ କ୍ଷେତ୍ରରେ ନିବେଶ ଲାଭଦାୟକ ରହିବ । ଆପଣ ଅଧିକ ଖର୍ଚ କରିପାରନ୍ତି । କୌଣସି ଭୂମି କିମ୍ବା ଗାଡି କିଣିବାର ସୁଯୋଗ ମିଳିବ । ମାତଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ସମ୍ପର୍କରେ ସୁଧାର ଆସିବ ।

ଧନୁ

କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଭଲ ସଫଳତା ମିଳିବ । ସବୁ ଯୋଜନା ସମୟ ପୂର୍ବରୁ ସମାପ୍ତ ହୋଇଯିବ । ପରିବାରରେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ହେବା ଯୋଗୁଁ ପରିବାରରେ  ଖୁସିର ପରିବେଶ ରହିବ । ମିତ୍ରଙ୍କ ସହଯୋଗରେ ସବୁ କାର୍ଯ୍ୟରେ ସଫଳତା ପାଇବେ । ଜୀବନସାଥିଙ୍କ ସହ ସମ୍ପର୍କ ଭଲ ରହିବ । କଳାତ୍ମକ ଓ ସୃଜନାତ୍ମକ କ୍ଷେତ୍ରରେ ମାନ ସମ୍ମାନ ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ମିଳିବ । ସେୟାର ବଜାରରେ ନିବେଶ କରନ୍ତୁ ନାହିଁ କ୍ଷତିରେ ପଡି ପାରନ୍ତି । ସମସ୍ତଜଳାଶୟ ଠାରୁ ଦୂରେଇ ରୁହନ୍ତୁ । ଏହି ସମୟରେ ଆମଦାନୀ ଠାରୁ ଅଧିକ ଖର୍ଚ ରହିବ କିନ୍ତୁ ଏହା ଅଧିକ ବଢିଯିବ ।

ମକର

ଆପଣଙ୍କ ସବୁ ପୁରୁଣା କାମ ପୂରଣ ହୋଇଯିବ । ଆପଣଙ୍କୁ ନୂଆ ଅବସର ମିଳିବ । ମିଳିମିଶି କରିଥିବା କାର୍ଯ୍ୟରେ ସଫଳତା ମିଳିବ । ଆଜି ଆପଣ ବୁଲା ବୁଲିରେ ସମୟ ବିତାଇବେ । ବ୍ୟବସାୟକୁ ନେଇ କୌଣସି ଜାଗାକୁ ଯାଇ ପାରନ୍ତି । ଆୟର ନୂଆ ନୂଆ ଯୋଜନା ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ । ନିଜ କଥା ପ୍ରତି ସତର୍କ ରୁହନ୍ତୁ । ଅଫିସରେ ଅଧିକ କାର୍ଯ୍ୟ ଭାର ରହିବ । ଅଫିସରେ ଉଚ୍ଚ ଅଧିକାରୀ ଅସନ୍ତୁଷ୍ଟ ରହିବେ । ନିଜ କଥାକୁ ଅନ୍ୟ ପାଖରେ ସ୍ପଷ୍ଟ ଭାବରେ ରଖନ୍ତୁ ଯାହା ଦ୍ଵାରା ଆପଣଙ୍କୁ ସେହି କାର୍ଯ୍ୟରେ ସଫଳତା ମିଳିବ ।

କୁମ୍ଭ

ଆପଣଙ୍କୁ ସବୁ ଦିନିକିଆ କାର୍ଯ୍ୟରେ ସଫଳତା ମିଳିବ । ଅଟକି ଥିବା ପୁରୁଣା ଧନ ମିଳିଯିବ । ମିତ୍ରା ଅନକେ ସହ ବୁଲିବାକୁ ଯାଇପାରନ୍ତି । ଶାରୀରିକ, ମାନସିକ, ଆର୍ଥିକ ଦ୍ରୁଷ୍ଟିରେ ଆଜି ଦିନଟି ବହୁତ ଭଲ ଅଛି । ଦାମ୍ପତ୍ୟ ଜୀବନରେ ଖୁସି ମିଳିବ । ଆଜି ସମ୍ପର୍କୀୟଙ୍କ ସହ ସମ୍ପର୍କ ଭଲ ରହିବ । କୌଣସି ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ମିଳିବ । କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନିବେଶ କରନ୍ତୁ । କୋଟ କଚେରୀ ମାମଲାରେ ସତର୍କ ରୁହନ୍ତୁ । ସନ୍ତାନ କଷ୍ଟ ଦେଇପାରେ ।

ମୀନ

ଏହି ସମୟରେ ପରିବାର ସଦସ୍ୟଙ୍କ ସହ ମିଶି ରହିବେ । ଆପଣ ଆଜି ସବୁ କାର୍ଯ୍ୟରେ ସଫଳତା ପାଇବେ । ଆପଣ ଟଙ୍କା ସଞ୍ଚଯ କରିବାରେ ସଫଳ ହେବେ । ଯାହା ଦ୍ଵାରା କି ଆପଣଙ୍କ ଭବିଷ୍ୟତରେ କୌଣସି ଆର୍ଥିକ ସମସ୍ୟା ରହିବ ନାହିଁ । ଆପଣ କୌଣସି ନିବେଶରେ ସଫଳତା ପାଇବେ । ନିଜର ପାରସ୍ପରିକ ଓ କୌଶଳକୁ ବିକଶିତ କରିବାରେ ଉପଯୁକ୍ତ ସମୟ ଅଛି । ଆପଣ ଅନ୍ୟ ମାନଙ୍କ ସହ କିମ୍ବା ଦଳରେ ରହି କାମ କରି ସଫଳତା ପାଇବେ । ଆପଣ ଆପଣଙ୍କ ନକରାତ୍ମକ ଗୁଣକୁ ହ୍ରାସ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।