Sourav Gangulyଙ୍କ ସେହି 3 ବଡ ନିଷ୍ପତି ଯାହାକୁ ଦେଖି ସମସ୍ତେ ହେଇଯାଇଥିଲେ ଆଶ୍ଚର୍ଯ୍ୟ, ଆଜିବି କରିଥାନ୍ତି ପ୍ରଶଂସା

ଆଜି ଆମେ ଆପଣଙ୍କୁ ଟିମ ଇଣ୍ଡିଆର ପୂର୍ବ କ୍ୟାପଟେନ ସୌରବ ଗାଙ୍ଗୁଲୀଙ୍କ ସେହି ତିନୋଟି ବଡ ନିଷ୍ପତି ବିଷୟରେ କହିବୁ ଯାହାକୁ କରିବା ପୂର୍ବରୁ କୌଣସି ବି କ୍ୟାପଟେନ ହଜାର ଥର ଚିନ୍ତା କରିବ କିମ୍ବା କେବେ ବି ଏତେ ବଡ ନିଷ୍ପତି ନବ ନାହିଁ । କହିଦେଉଛୁ କି ସୌରବ ଗାଙ୍ଗୁଲୀ ନିଜ ସମୟରେ ସବୁଠୁ ଭଲ କ୍ୟାପଟେନ ଓ ବ୍ୟାଟ୍ସମ୍ୟାନ ଥିଲେ । ଭାରତୀୟ କ୍ରିକେଟ ଟିମକୁ ସଫଳତାର ଶୀର୍ଷରେ ପହଞ୍ଚିବା ପଛରେ ତାଙ୍କର ମୁଖ୍ୟ ଯୋଗଦାନ ଅଛି । ଯଦି ତାଙ୍କର ମହାନତା ବିଷୟରେ କହିବା ତେବେ ଶବ୍ଦ କମ ପଡିଯିବ । ବର୍ତ୍ତମାନ ଚାଳନ୍ତୁ ଜାଣିବା ସୌରବ ଗାଙ୍ଗୁଲୀଙ୍କ ସେହି ବଡ ବଡ ନିଷ୍ପତି ବିଷୟରେ ।

ପ୍ରଥମ ବଡ ନିଷ୍ପତି ହେଲା ଭାରତ ଓ ୱେସ୍ଟଇଣ୍ଡିଜ ମଧ୍ୟରେ ଚାଲୁଥିବା ଏକ ଟେସ୍ଟ ମ୍ୟାଚରେ ଅନିଲ କୁମ୍ବଲେଙ୍କୁ ଥୋଡିରେ ଆଘାତ ଲାଗିଥିଲା । ଏହା ସତ୍ବେ ବି ସୌରବ ଗାଙ୍ଗୁଲୀ ତାଙ୍କୁ ମ୍ୟାଚରେ ଖେଳାଇ ଥିଲେ । ଯାହାକି ବହୁତ ଆଶ୍ଚର୍ଯ୍ୟକର ଥିଲା । ସେ ଡ୍ରେସିଙ୍ଗ ରୁମରେ ବସିଥିଲେ । କିନ୍ତୁ ଗୋଟିଏ ଓଭର ପୂର୍ବରୁ ସୌରବ ଗାଙ୍ଗୁଲୀ ଇସାରା ଦେଲେ କି ଆସନ୍ତା ଓଭରରେ ଆପଣ ବୋଲିଙ୍ଗ କରିବେ । ଏମିତିରେ ସେ ନିଜର ଆଘାତ ହୋଇଥିବା ଥୋଡିରେ ପଟି ଲଗାଇ ଖେଳିବା ପାଇଁ ପଡିଆକୁ ଓହଳାଇଲେ ।

ଏହା ପରେ ଅନିଲ କୁମ୍ବଲେ ବୋଲିଙ୍ଗ କରିଲେ ଓ ତାଙ୍କ ସାମ୍ନାରେ ବ୍ୟାଟ୍ସମ୍ୟାନ ବ୍ରାନ ଲାରା ଥିଲେ । ଅନିଲ କୁମ୍ବଲେ ବୋଲିଙ୍ଗ କରି ବ୍ରାନା ଲାରାଙ୍କୁ ଆଉଟ କରିଦେଲେ । ଏହିଭଳି ଭାବରେ ଭାରତ ଗୋଟିଏ ବଡ ୱିକେଟ ନିଜ ନାଁ କରିଦେଲା । ଏମିତିରେ ସୌରବ ଗାଙ୍ଗୁଲୀଙ୍କ ଏହି ନିଷ୍ପତି ସଠିକ ପ୍ରମାଣିତ ହେଲା ।

ଦ୍ଵିତୀୟ ବଡ ନିଷ୍ପତି ହେଉଛି ଆଇପିଏଲ ସମୟରେ ମୁରଲୀ କାର୍ତିକକୁ ୧୦୪ ଡିଗ୍ରୀ ଜରରେ ବି ଖେଳାଇ ଥିଲେ । ଯାହାକି ସବୁଠୁ ବଡ ଆଶ୍ଚର୍ଯ୍ୟକର କଥା ଥିଲା । ମୁରଲୀ କାର୍ତିକଙ୍କୁ ଜର ଥିଲା କିନ୍ତୁ ସୌରବ ଗାଙ୍ଗୁଲୀ ତାଙ୍କୁ କହିଲେ କି ଆପଣଙ୍କୁ ପଡିଆରେ ଖେଳିବାକୁ ପଡିବ । ଏକ ଇଣ୍ଟରଭିୟୁରେ ମୁରଲୀ କାର୍ତିକ କହିଲେ କି ସୌରବ ଗାଙ୍ଗୁଲୀ ତାଙ୍କୁ ଟିମରେ ଖେଳିବା ପାଇଁ ବହୁତ ଚାନ୍ସ ଦେଇଛନ୍ତି ଓ ସୌରବ ଗାଙ୍ଗୁଲୀଙ୍କ ଭଲି କ୍ୟାପଟେନ ଆଉ କେହି ନାହାନ୍ତି ।

ତୃତୀୟ ବଡ ନିଷ୍ପତି ହେଉଛି ୨୦୦୨ରେ ଯେତେବେଳେ ୱେସ୍ଟଇଣ୍ଡିଜର ଟିମ ଭାରତକୁ ଆସିଥିଲା ସେତେବେଳେ ୱାଣ୍ଡେ ସିରିଜର ପ୍ରଥମ ମ୍ୟାଚ ଖେଳାଗଲା ତେବେ ପ୍ରଥମେ ସୌରବ ଗାଙ୍ଗୁଲୀ ଟଚ ଜିତି ସେ ଓ ସେବାକ ବ୍ଯାଟିଙ୍ଗ କରିବା ପଡିଆକୁ ଓଲହାଇଲେ । କିନ୍ତୁ ୯ ଓଭରରେ ୪୩ ସ୍କୋର ଉପରେ ଯେତେବେଳ ସେବାକ ଆଉଟ ହୋଇଗଲେ ତେବେ ସେହି ସମୟରେ କ୍ୟାପଟେନ ସୌରବ ଗାଙ୍ଗୁଲୀ ଗୋଟିଏ ଭଲ ରଣନୀତି ଖେଳିଲେ । ଅର୍ଥାତ ସେ ଟିମ ଇଣ୍ଡିଆର ବୋଲର ଅଜିତ ଅଗରକରଙ୍କୁ ସେବାକଙ୍କ ଆଉଟ ହେବା ପରେ ବ୍ୟାଟିଙ୍ଗ କରିବା ପାଇଁ ଡାକିଲେ ।

ଏମିତିରେ କେହି ଚିନ୍ତା ବି କରି ନ ଥିଲେ କି ସୌରବ ଗାଙ୍ଗୁଲୀ ଅଜିତ ଅଗରକରଙ୍କୁ ୩ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଡାକିବେ ଓ ସେ ଯେତେବେଳେ ବ୍ୟାଟିଙ୍ଗ ଆରମ୍ଭ କରିଲେ ତେବେ ସେ ଇତିହାସ ଲେଖିଦେଲେ । ସେହି ମ୍ୟାଚରେ ଅଜିତ ଅଗରକର ୧୦୨ଟି ବଳରେ ୯୫ ରନ କରିଲେ । ଯେଉଁ କାରଣରୁ ଟିମ ଇଣ୍ଡିଆ ୫୦ ଓଭରରେ ୨୮୩ ରନ କରି ଦେଲେ ଓ ଏହି ମ୍ୟାଚ ପରେ ସମସ୍ତେଅଜିତ ଅଗରକର ଓ କ୍ୟାପଟେନ ସୌରବ ଗାଙ୍ଗୁଲୀଙ୍କ ପ୍ରଶଂସା କରିଲେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।