ଆଜିର ରାଶିଫଳ, 29 ଡିସେମ୍ବର 2020, ମଙ୍ଗଳବାର, ବଜରଙ୍ଗବାଲିଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୯ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହି ରାଶିର ବ୍ୟକ୍ତି ନିଜର ଊର୍ଜାର ସହିତ କାର୍ଯ୍ୟ କରିବେ । ଏହି ସମୟରେ ବ୍ୟବସାୟମାନଙ୍କ ପାଇଁ ଯାତ୍ରା ଭୟଙ୍କର ପ୍ରମାଣିତ ହୋଇପାରେ । ସେଥିପାଇଁ ଆପଣ ପରିବାର ସହିତ କିଛି ସମୟ ବିତାନ୍ତୁ । ଆପଣଙ୍କୁ ଉପଦେଶ ଦେଉଛୁ କି ସତ ବ୍ୟବସାୟ ଠାରୁ ଦୂରରେ ରୁହନ୍ତୁ । ସାଙ୍ଗ ସାଥିମାନଙ୍କ ସହ ଦେଖା ହୋଇପାରେ । ବ୍ୟବସାୟରେ ଭଲ ଲାଭ ମିଳିପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରେ । ଗଣେଶ ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତୁ । ଏହା ସହିତ ହନୁମାନ ଚାଳିଶା ପାଠ କରନ୍ତୁ ଲାଭର ଆବସର ପ୍ରାପ୍ତ ହେବ ।

ବୃଷ

ଆଜିର ଦିନଟି ବହୁତ ଭଲ ରହିବ । ଏହି ସମୟଟି ହେଉଛି ଉଚିତ ସମୟ ଯାହା ଶୁଭ କାମ କରିବାର ଅଛି କରି ଦିଅନ୍ତୁ । ସବୁ ସଂପର୍କକୁ ବାନ୍ଧି ରଖିବାକୁ ଚେଷ୍ଟା କରନ୍ତୁ । ଗଣେଶ ଭଗବାନଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ରହିବ । ଆଜି ଆପଣ କୌଣସି ସ୍ଥାନରୁ କିଛି ଜିନିଷ ଆଣିପାରନ୍ତି । ଯଦି ଆପଣ ଟଙ୍କା ସଞ୍ଚୟ କରୁଛନ୍ତି । ତେବେ ଭବିଷ୍ୟତରେ ତାହା ଦ୍ଵାରା ବହୁତ ଲାଭ ମିଳିପାରେ । ସାଙ୍ଗ ମାନଙ୍କ ପଛରେ ଟଙ୍କା ଖର୍ଚ କରିବେ । ଶିବ ଲିଙ୍ଗ ଉପରେ କ୍ଷୀର ଅର୍ପଣ କରନ୍ତୁ, ସମ୍ପର୍କରେ ମଧୁରତା ଆସିବ ।

ମିଥୁନ

ଏହି ରାଶିର ଲୋକମାନଙ୍କ ପାଇଁ ଦିନଟି ବହୁତ ଭଲ ରହିବ । ଭଲ ଧନ ଅର୍ଜନ କରିବେ ଯାହା ଦ୍ଵାରା ପରିବାର ଓ ମିତ୍ରମାନଙ୍କୁ ସାହାର୍ଯ୍ୟ କରିବେ । ଲୋଭନୀୟ ଜିନିଷ ଉପରେ କିଛି ଟଙ୍କା ଖରଚ କରିପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅନୁକୂଳ ଅଛି । ଆପଣ ଭଲ ନମ୍ବର ରଖି ପାସ ହେବେ । ଏହି ସମୟଟି ବିକାଶ ପାଇଁ ଉପଯୁକ୍ତ ଅଟେ । ନିଜର ଧ୍ୟାନକୁ ନିଜର ଲକ୍ଷରେ ରଖନ୍ତୁ । ଗଣେଶ ଭଗବାନଙ୍କୁ ଆରତୀ କରନ୍ତୁ, ସବୁ କିଛି ଠିକ ଠାକ ହୋଇଯିବ ।

କର୍କଟ

ରାଶିମାନଙ୍କ ପାଇଁ ଆଜିର ଦିନଟି ବହୁତ ଭଲ ଅଛି । ଯେମିତି ଅଧିକରୁ ଅଧିକ ଲୋକଙ୍କ ସହ କଥାବାର୍ତା କରିବେ ସେମିତି ଆପଣଙ୍କର ପାରସ୍ପରିକ କୌଶଳ ବି ବଢି ଚାଲିବ । କିଛି ପ୍ରଭାବଶାଳି ଲୋକଙ୍କ ଠାରୁ ଆପଣ ସାହାର୍ଯ୍ୟ ନେବା ଦ୍ଵାରା ସଫଳତା ପ୍ରାପ୍ତ କରିପାରନ୍ତି । ଆଜି ଆପଣଙ୍କ ବ୍ୟବସାୟ ଭଲ ଚାଲିବ । ଆଜି ଯେ କୌଣସି କାର୍ଯ୍ୟ କରିବେ ତାହା ଲାଭଦାୟକ ରହିବ । ଆତ୍ମା ବିଶ୍ୱାସ କମଜୋର ହୋଇପାରେ । ବ୍ୟବସାୟିକ ସଂପର୍କକୁ ମଜବୁତ କରିବା ପାଇଁ ଏହା ଗୋଟିଏ ଭଲ ସମୟ ଅଟେ ।

ସିଂହ

ଆପଣ ପରିବାର ସହିତ ସୁଖ ସମୟର ଆନନ୍ଦ ନେବେ । ଆଜିର ସ୍ଥିତି ଅନୁକୂଳ ଅଛି । ପୁରା ପରିବେଶର ବାତାବରଣ ବହୁତ ଭଲ ରହିବ ଯାହା ଦ୍ଵାରା ଆପଣଙ୍କର ସକାରାତ୍ମକ ମନୋଭାବ ରହିବ । ପରିବାର ସଦସ୍ୟଙ୍କ ଦେଖାଶୁଣା କରିବେ । ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବେ । ବ୍ୟାପାର କ୍ଷେତ୍ରରେ ମୂଲଚାଲ ମଧ୍ୟ କରିବେ । କଠୋର ପରିଶ୍ରମ କରିବେ । ଅଧରାତ୍ରିରେ କାର୍ଯ୍ୟ କରିବେ କିନ୍ତୁ କୌଣସି ଫଳ ନ ମିଳିପାରେ । ଗାଈମାନଙ୍କୁ ରୁଟି ଦିଅନ୍ତୁ ଆପଣଙ୍କର ସବୁ ଦୁଖ କଷ୍ଟ ଦୂର ହୋଇଯିବ ।

କନ୍ୟା

ଆଜି ଆପଣଙ୍କ ସବୁ କାର୍ଯ୍ୟରେ ସଫଳତା ମିଳିବ । ଆଜି ଆପଣଙ୍କର ଆତ୍ମବିଶ୍ଵାସ ବଢିବ । ଆପଣ ନିଜେ ଚେଷ୍ଟା କରିଥିବା କାର୍ଯ୍ୟରେ ସଫଳ ମଧ୍ୟ ହେବେ । ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ଆପଣ କୌଣସି ନିବେଶରେ ସେତେ ଲାଭ ପାଇବେ ନାହିଁ ଯେତିକି ଆପଣ ଆଶା କରିଥିଲେ । ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ସବୁ ସମସ୍ୟା ଦୂର ହୋଇଯିବ । ଆଜି ଆପଣ ନିଜ ଅପେକ୍ଷା ଅନ୍ୟମାନଙ୍କ ଉପରେ ଅଧିକ ଧ୍ୟାନ ଦେବେ । ଛାତ୍ରମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳି ନ ପାରେ ।

ତୁଳା

ଆଜି ଆପଣଙ୍କ ଦିନଟି ବହୁତ ଭଲରେ କଟିବ । ଆପଣ ଖେଳ କୁଦରେ ସକ୍ରିୟ ରହିବେ ଓ ସେଥିରେ ଅଂସ ଗ୍ରହଣ ବି କରିବେ । ଆପଣ ବହୁତ ପରିଶ୍ରମ କରିବେ ଓ ସେଥିରେ ସଫଳ ବି ହେବେ । ଆଜି ଆପଣ ଅନ୍ୟମାନଙ୍କୁ ସାହାର୍ଯ୍ୟ କରିବେ । ଆପଣ ନିଜ ବ୍ୟବସାୟ ଛଡା ଅନ୍ୟ କୌଣସି ଗତିବିଧିରୁ ଟଙ୍କା ପ୍ରାପ୍ତ କରିପାରନ୍ତି । ଆପଣ ଆପଣଙ୍କ ଟଙ୍କାକୁ କୌଣସି ଅନେଇତିକ କାର୍ଯ୍ୟରେ ବ୍ୟବାହାର କରନ୍ତୁ ନାହିଁ । ଆପଣ ଟଙ୍କା ସଞ୍ଚୟ କରିବାରେ ସଫଳ ହେବେ ଓ ଏହା ଭବିଷ୍ୟତରେ ଆପଣଙ୍କୁ ବହୁତ ସାହାର୍ଯ୍ୟ କରିବ ।

ବିଚ୍ଛା

ଆଜି ଆପଣଙ୍କ ଦିନଟି ବହୁତ ଭଲରେ ବିତିବ । ଆଜି ଆପଣଙ୍କୁ ଗୁରୁଜନ ଓ ପରିବାରର ସହଯୋଗ ମିଳିବ ଯାହା ଫଳରେ ଆପଣ ବିତ୍ତୀୟ କ୍ଷେତ୍ରରେ ଲାଭବାନ ହେବେ । ଆପଣ ପ୍ରୟାସ ଜାରି ରଖନ୍ତୁ । ସବୁ କାର୍ଯ୍ୟରେ ସଫଳତା ପାଇବେ । ଆପଣ ନିଜ ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ ନୂଆ ନୂଆ କୌଶଳ ଗ୍ରହଣ କରିବେ । ଆପଣଙ୍କୁ ନିଜ ଖର୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ । ଯାହା ଫଳରେ ଆପଣଙ୍କୁ ଭବିଷ୍ୟତରେ ଆର୍ଥିକ ପରିସ୍ଥିତିର କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡେ । ମନ୍ଦିରରେ କିଛି ସମୟ ବିତାନ୍ତୁ ।

ଧନୁ

ଏହି ରାଶିର ବ୍ୟକ୍ତିମାନଙ୍କୁ ଖେଳ କୁଦ, ସାମାଜିକ, ଗୀତ, ନୃତ୍ୟ ଭଳି କକ୍ଷେତ୍ରରେ ସଫଳତା ମିଳିବ । ଆପଣଙ୍କୁ ଏହି ସମୟରେ ଚାକିରିରେ ପଦୋନ୍ନତି ମିଳିବ । କାର୍ଯ୍ୟ କରୁଥିବା କମ୍ପାନୀରେ ଆପଣଙ୍କ ପ୍ରତିଷ୍ଠା ବଢିବ । ଆପଣ ଏହି ସମୟରେ ବହୁତ ଅର୍ଥ ରୋଜଗାର କରିବେ । ଏହି ଅର୍ଥକୁ ଠିକ ଭାବେ ଖର୍ଚ ବି କରିବେ । କୌଣସି ବିଦେଶୀ କମ୍ପାନୀରେ ସହ ବଡ ଡିଲ ହେବାର ସମ୍ଭାବନା ଅଛି । ଇଷ୍ଟ ଦେବଙ୍କୁ ପ୍ରଣାମ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଜୀବନସାଥିଙ୍କ ସହ ଭଲ ସମୟ ବିତିବ ।

ମକର

କାହାକୁ ନିଜ ଜିନିଷ ସେୟାର କରନ୍ତୁ ନାହିଁ । ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ । ଆପଣ ନିଜ ମିତ୍ରଙ୍କ ପ୍ରତି ବିଶ୍ୱାସୀ ରହିବେ । ଆଜି ଆପଣ ବହୁତ ଶୀଘ୍ର ରାଗି ଯିବେ । କୌର୍ଟ କଚେରୀ ମାମଲାରେ ସାବଧାନ ରୁହନ୍ତୁ । ସନ୍ତାନଙ୍କ ପାଇଁ ଆପଣ ଚିନ୍ତା କରିପାରନ୍ତି । କଠିନ ପରିଶ୍ରମ ଦ୍ଵାରା ସବୁ କାର୍ଯ୍ୟରେ ସଫଳତା ମିଳିବ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ଖର୍ଚ ପ୍ରତି ଧ୍ୟାନ ଦିଅନ୍ତୁ । କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ ଭାର ବଢିବ । ବ୍ୟବସାୟରେ ନିବେଶ କରନ୍ତୁ ସେଥିରେ ଧନ ଲାଭ ମିଳିବ ।

କୁମ୍ଭ

ପରିବାର ସହ ବୁଲିବାକୁ ଯାଇପାରନ୍ତି । ଆପଣଙ୍କ ଘରେ ବାତାବରଣ ସ୍ବାହାର୍ଦ୍ୟ ପୂର୍ଣା ରହିବ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିପାରେ । ଆଜି ଆପଣ କୌଣସି ଯାତ୍ରାରେ ଯଦି ବାହାରୁଛନ୍ତି ତେବେ ଯାଆନ୍ତୁ ନାହିଁ । ଆଜି ଆପଣ ନିଜର କଥାକୁ ସହଜରେ ପରିପ୍ରକାଶ କରିପାରିବେ ନାହିଁ ସେଥିପାଇଁ ସମସ୍ୟାରେ ପଡିଥାନ୍ତି । ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ବିବାଦ ହୋଇପାରେ । ଘରୁ ବାହାରିବା ସମୟରେ ଆପଣ ସତର୍କ ରୁହନ୍ତୁ । ଆୟ ବୃଦ୍ଧି ହେବା ସହ ଖର୍ଚ୍ଚ ମଧ୍ୟ ବୃଦ୍ଧି ହୋଇପାରେ ।

ମୀନ

ଆଜି ଆପଣଙ୍କୁ କୌଣସି ପ୍ରକାରର ମାନସିକ ଚିନ୍ତା ହୋଇପାରେ । ଆଜି ଆପଣଙ୍କ କାର୍ଯ୍ୟରେ କିଛି ବାଧା ଆସିପାରେ । ଅଟକିଥିବା କାର୍ଯ୍ୟ ବିଳମ୍ବରେ ପୂର୍ଣ ହୋଇପାରେ । ଆପଣ ଶବ୍ଦ ଉପରେ ସଂଯମତା ରଖନ୍ତୁ । ମିତ୍ରାଙ୍କ ସହିତ କଥାବାର୍ତ୍ତା କରି ମତଭେଦ ଦୂର କରନ୍ତୁ । ଅନ୍ୟମାନଙ୍କ ଭୁଲକୁ ଅଣଦେଖା କରିବାକୁ ଚେଷ୍ଟା କରନ୍ତୁ । ଆୟରେ ବୁଦ୍ଧି ହେବ । ରୂତୁ ପରିବର୍ତନ ହେତୁ ସ୍ଵାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।