ଆଜିର ରାଶିଫଳ, 28 ଅଗଷ୍ଟ 2020, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦରୁ ବନୁଛି ଏହି ୪ଟି ରାଶି ପାଇଁ ଦୁଇଟି ଶୁଭ ଯୋଗ, ଧନ ଲାଭ ହେବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି

ଆପଣଙ୍କର ଉନ୍ନତିର ବହୁତ ରାସ୍ତା ଖୋଲିଯିବ । ଓକିଲମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ ଅଛି । ଛାତ୍ରମାନଙ୍କୁ ପରିଶ୍ରମ ଅନୁଯାଇ ଫଳ ମିଳିବ । ସମାଜରେ ମାନ ସମ୍ମାନ ବଢିବ । ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ବ୍ୟବସାୟରେ ଲାଭ ମିଳିବ । ଚାକିରି କରୁଥିବା ଲୋକମାନଙ୍କ ସ୍ଥିତି ସାମାନ୍ୟ ରହିବ । କୌଣସି ମହତ୍ବପୂର୍ଣ ନିଷ୍ପତି ନେଇ ପାରିବେ ନାହିଁ । ପରିବାରରେ ଶାନ୍ତି ରହିବ । ସନ୍ତାନମାନଙ୍କ ପାଇଁ ଚିନ୍ତାରେ ରହିବେ । ପେଟ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ରହିବ ।

ବୃଷ ରାଶି

ଆଜି ଆପଣଙ୍କ ଦିନଟି ସୁନ୍ଦରମୟ ହେବ । ଅଫିସରେ କୌଣସି କାର୍ଯ୍ୟ ଅଧା ରହିଥିବ ଯଦି ତେବେ ତାହା ଆଜି ପୁରା ହେବ । ଏହି ରାଶିର ଛାତ୍ରମାନଙ୍କ ଦିନଟି ଭଲରେ ଯିବ । ନିଜର କଠିନ ପରିଶ୍ରମ ଦ୍ଵାରା ସମସ୍ତ କାର୍ଯ୍ୟକୁ ସମ୍ପୂର୍ଣ କରିବେ । ନିଜର କାର୍ଯ୍ୟକ୍ଷେତ୍ରରେ ଭଲ ପଦନ୍ନୋତି ମିଳିବ । ଆର୍ଥିକ ଲାଭ ହେବ । ଆପଣଙ୍କ ଉନ୍ନତି ବି ହେବ । ଘରେ କିଛି ଏହିଭଳି ସ୍ଥିତିକୁ ଆସିବାକୁ ଦିଅନ୍ତୁ ନାହିଁ ଯାହା ଦ୍ଵାରା ପରିବାରର ବାଦବିବାଦ ସୃଷ୍ଟି ହେବ । ବୁଝି ବିଚାରି କାର୍ଯ୍ୟ କଲେ ଆର୍ଥିକ ସମସ୍ୟା ସୁଧୁରି ଯିବ ।

ମିଥୁନ ରାଶି

ଆଜି ଆପଣଙ୍କର ପରିଶ୍ରମର ପରିଣାମ ଭଲ ମିଳିବ । କୌଣସି ସମ୍ପର୍କୀୟମାନଙ୍କ ସହିତ ଦେଖାଶୁଣା ହେବ ଯାହା ଦ୍ଵାରା ଭବିଷ୍ୟତରେ ଲାଭ ମିଳିବ । ମନରେ କାଳ୍ପନିକ ବିଚାର ରହିବ । ପାଠ ପଢା କ୍ଷେତ୍ରରେ ଆପଣଙ୍କର ରୁଚି ରହିବ । ସରକାରୀ କ୍ଷେତ୍ରରେ ସଫଳତା ମିଳିବ । ଯାହା ଦ୍ଵାରା ଆପଣଙ୍କୁ ଧନ ଲାଭ ହେବ । ମନବଳ ବି ବଢିବ । ବ୍ୟବସାୟରେ ଛୋଟ ମୋଟ ସମସ୍ୟା ଆସିପାରେ । ବିବାହିତ ଲୋକମାନଙ୍କର ନିଜର ଜୀବନ ସାଥି ସହ ଓ ଅବିବାହିତମାନଙ୍କର ନିଜର ପ୍ରେମୀ ସହ ବାଦ ବିବାଦ ଲାଗି ରହିବ ।

କର୍କଟ ରାଶି

ଆଜି ଆପଣ ବୁଲିବାର ପ୍ଳାନ କରିବେ । କିନ୍ତୁ ମହିଳାମାନେ ନିଜର ପର୍ସକୁ ସମ୍ଭାଳି କରି ରଖନ୍ତୁ । ଆପଣଙ୍କୁ କିଛି ଶୁଭ ସମାଚାର ମିଳିପାରେ । ବ୍ୟବସାୟରେ ଆପଣଙ୍କୁ ପରିଣାମ ଭଲ ମିଳିପାରେ । ବେରୋଜଗାରଙ୍କୁ ରୋଜଗାରର ଅବସର ଉପଲବ୍ଧ ହୋଇପାରେ । ଏହି ସମୟରେ ପରିବାରରେ ସନ୍ତୁଳନ ବିଗିଡିବାର ସମ୍ଭାବନା ଅଛି । ଆର୍ଥିକ ଲାଭ ହେବାର ଯୋଗ ମଧ୍ୟ ଅଛି । ଗରିବ ଲୋକନଙ୍କୁ ଭୋଜନ କରାନ୍ତୁ ସବୁ ଦୁଖର ନିବାରଣ ହେବ ।

ସିଂହ ରାଶି

ଆଜି ଆପଣଙ୍କ ଦିନ ଠିକ ଠାକ ରହିବ । କିଛି କାମରେ ଅଳ୍ପ ଡେରି ହୋଇପାରେ । କ୍ୟାରିୟରରେ କିଛି ସମ୍ବେଦନଶାଳୀ ନିଷ୍ପତି ନେବାକୁ ପଡିପାରେ । କିଛି ଖୁସି ଖବର ମିଳିବ । ଏହି ଖବରରେ କିଛି ସମସ୍ୟା ସମାଧାନ ହୋଇଯିବାର ଅଛି । ଧନ ଓ ପ୍ରତିଷ୍ଠା ଲାଭ ହେବ । ଜାଗା ବାଡ଼ି ଓ ବାହାନରେ ନିବେଶ କରିବା ଶୁଭଫଳ ଦେବ । ଅବିବାହିତଙ୍କର ବିବାହ ହେବାର ସମ୍ଭାବନା ଅଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଶଶୁର ଘର ତରଫରୁ ମଧ୍ୟ ସହଯୋଗ ମିଳିପାରେ ।

କନ୍ୟା ରାଶି

ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳ ନେଇ ଆସିବ । ବ୍ୟାପାରୀ ବର୍ଗରେ ଧନ ଲାଭ ହେବ । ଜୀବନ ଶୈଳୀ ରହିବା ଓ ଖାଇବାର ପରିବର୍ତ୍ତନ ପାଇଁ ଆପଣ ଚେଷ୍ଟା କରିବେ । ମାନସିକ ଶାନ୍ତି ଖୋଜିବା ପାଇଁ ଆଧ୍ୟାତ୍ମିକ ପ୍ରତି ମନ ବଲେଇବେ । ଆପଣ ନିଜ କାର୍ଯ୍ୟରେ ସଫଳତା ପାଇବେ । ଚାକିରିରେ ଉନ୍ନତି ମିଳିବ । ବ୍ୟବସାୟରେ ଆପଣ ନୂଆ ଯୋଜନା କରି ଶୁଭା ଆରମ୍ଭ କରିବେ ।

ତୁଳା ରାଶି

ଆଜି ଆପଣଙ୍କର ଦିନ ସାମାନ୍ୟ ରହିବ । କୌଣସି କାମରେ ନିଜର ରାୟ ଦବାରେ ବଞ୍ଚନ୍ତୁ । ସ୍ଵାସ୍ଥ୍ୟରେ ଅବନତି ଘଟିବ । ଆଜିର ଦିନ ଭଲ ରହିବ । ନିଜର ଲକ୍ଷ ପ୍ରାପ୍ତ କରିବାରେ ସଫଳ ହେବେ । ପରିବାବରରେ ସମସ୍ତଙ୍କ ସହିତ ସମୟ ଭଲରେ କଟିବ । ନିଜର ଜ୍ଞାନ ବୁଦ୍ଧି ଦ୍ଵାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ । ଜମିରୁ ଆପଣଙ୍କୁ ଲାଭ ମିଳିବ । ଆପଣଙ୍କର ଖର୍ଚ ପରିମାଣ ଅପେକ୍ଷା ଧନ ଅଧିକ ମିଳିବ । ଆଜି ମାଙ୍କଡମାନଙ୍କୁ ଚଣା ଖାଇବାକୁ ଦିଅନ୍ତୁ ସଫଳତା ମିଳିବ ।

ବିଚ୍ଛା ରାଶି

ଆଜିର ଅଫିସ କାମରେ ବାହାରକୁ ଯିବେ । ଆପଣଙ୍କର ଦିନଟି ଭଲରେ ବିତିବ । ସମ୍ପର୍କୀୟମାନେ ଆସିଲେ ଘରେ ଖୁସିର ଲହରୀ ଖେଳିଯିବ । କିନ୍ତୁ ଖର୍ଚ ବଢି ଚାଲିବ । ଆର୍ଥିକ ସ୍ଥିତିକୁ ଭଲ ରଖିବା ପାଇଁ ଚେଷ୍ଟା କରିବେ । ଧାର୍ମିକ ସ୍ଥଳକୁ ଯାଇ ଗରିବ ଲୋକମାନଙ୍କୁ ଦାନ କରନ୍ତୁ ଆତ୍ମା ଶାନ୍ତି ମିଳିବ । ଆପଣ ସକାରାତ୍ମକ ଊର୍ଜାରେ ଭରି ରହିବେ । କ୍ରୋଧକୁ ନିୟନ୍ତ୍ରଣ କରି ରଖନ୍ତୁ । ଯଦି କିଛି କାର୍ଯ୍ୟରେ ବାଧା ଆସୁଛି ତାକୁ ଧର୍ଯ୍ୟର ସହିତ କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ଧନୁ ରାଶି

ଆଜି ଆପଣଙ୍କ ଦିନ ଆପଣଙ୍କ ସପକ୍ଷରେ ଯିବ । ଅବିବାହିତଙ୍କ ପାଇଁ ବିବାହର ପ୍ରସ୍ତାବ ଆସିବ । ଧନ ପ୍ରାପ୍ତି ହେବ । ବ୍ୟବସାୟରେ ଲାଭ ମିଳିବ । ସମାଜରେ ପ୍ରତିଷ୍ଠା ମିଳିବ । ମିତ୍ରମାନେ ସହଯୋଗ କରିବେ । ଅଫିସରେ ଅଧିକ ସନୟ ବିତିବ । ଅଯଥା ଧନ ଖର୍ଚ୍ଚ ହେବାର ସମ୍ଭାବନା ଅଛି ଯାହା ଫଳରେ ଆପଣଙ୍କ ଚିନ୍ତା ବଢ଼ିବ ।ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସଙ୍ଗେ ନିଜର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଆଜି କିଛି ଗରିବ ଲୋକଙ୍କୁ କୌଣସି ଦ୍ରବ୍ୟ ଦିଅନ୍ତୁ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମକର ରାଶି

ଆଜି ଆପଣଙ୍କ ଦିନଟି ଠିକ ଠାକ ରହିବ । ଛାତ୍ରଙ୍କ ପାଇଁ ଆଜିର ଦିନଟି ବହୁତ ମହତ୍ୱପୂର୍ଣ୍ଣ ଅଟେ । ପଡ଼ୋଶୀଙ୍କ ସହିତ ମନାନ୍ତର ହୋଇପାରେ । ପୁରୁଣା ବନ୍ଧୁଙ୍କ ସହ ଦେଖା ହେବ । କ୍ୟାରିୟରରେ ଶୁଭ ଫଳ ମିଳିବ । କୃଷି କ୍ଷେତ୍ରରେ ଲାଭ ମିଳିବ । ଆପଣଙ୍କୁ ପରିଶ୍ରମର ଫଳ ମିଳିବ । ଆର୍ଥିକ କ୍ଷେତ୍ରରେ କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ସଫଳତା ମିଳିବ । ଋଣ କରି ପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ଧନ ସଞ୍ଚୟ କରିବେ । ଆଜି ଗରିବ ଲୋକମାନଙ୍କୁ ବସ୍ତ୍ର ପ୍ରଦାନ କରନ୍ତୁ, ସବୁ କାର୍ଯ୍ୟରେ ସଫଳତା ମିଳିବ ।

କୁମ୍ଭ ରାଶି

ଆଜି ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ ଯଦି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ । ପରିଶ୍ରମର ଫଳ ମିଳିବ । ଆପଣଙ୍କ ମନୋବଳ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଅଯଥା ଖର୍ଚ୍ଚରୁ ବଞ୍ଚନ୍ତୁ ନଚେତ ପରିବାରରେ ମନାନ୍ତର ହୋଇପାରେ । ଧନ ଓ ମାନ ସମ୍ମାନର କ୍ଷୟ ହୋଇପାରେ । ମାତା ପିତା ଓ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି ସକାଳୁ ଉଠି ଇଷ୍ଟଦେବତାଙ୍କୁ ପ୍ରଣାମ କରନ୍ତୁ ବ୍ୟବସାୟରେ ବୃଦ୍ଧି ଘଟିବ ।

ମୀନ ରାଶି

ଏହି ରାଶିର ବ୍ୟକ୍ତିମାନଙ୍କର ଦିନଟି ଭଲରେ କଟିବ । ଅଟକିଥିବା କାର୍ଯ୍ୟଟି ସମ୍ପୂର୍ଣ ହେବ । ଆଜି ଦିନରେ ସମସ୍ତଙ୍କ ସହ ମିଳି ମିଶି ରହିବେ । ଛାତ୍ରମାନଙ୍କ ପାଇଁ ସମୟଟି ଅନୁକୂଳ ରହିବ । ବ୍ୟବସାୟରେ ବାଧା ସୃଷ୍ଟି ହେବ କିନ୍ତୁ ଚେଷ୍ଟା କରିବା ଦ୍ଵାରା ସଫଳତା ମିଳିବ । ଅନାବଶ୍ୟକ ଖର୍ଚ ଅଧିକ ହେବ । ପିଲା ଛୁଆ ଓ ସମ୍ପର୍କୀୟ ମାନଙ୍କ ସହ ବିବାଦ ସୃଷ୍ଟି ହେବ । ଆଜି ଆପଣ ଗୁରୁଙ୍କର ଆଶୀର୍ବାଦ ନିଅନ୍ତୁ । ଯାହା ଦ୍ଵାରା କାମରେ ଆପଣଙ୍କୁ ସଫଳତା ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।