ଆଜିର ରାଶିଫଳ, 24 ଅଗଷ୍ଟ 2020, ସୋମବାର, ମହାଦେବଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ଧନଲାଭର ବାଟ ଖୋଲିଯିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି

ଆଜି ଆପଣଙ୍କ ଦିନଟି ବହୁତ  ଭଲରେ  ଯିବ । ଆପଙ୍କୁ ଆଜି ବହୁତ ମହତ୍ଵପୂର୍ଣ ଲୋକଙ୍କ ସହ ଦେଖା ହେବ । ପରିବାରରେ ଶାନ୍ତି ରହିବ ଅଧା ରଖୁଥିବା କାମ ସଂମ୍ପୁର୍ଣ ହେବ । ଅବିବାହିତ ମାନେ ବିବାହ ହେବାର ସମ୍ଭାବନା ଅଛି । ନିଜର କାର୍ଯ୍ୟଶୈଳୀ ଦ୍ୱାରା ବରିଷ୍ଠ ଅଧିକାରୀ ଓ ସହଯୋଗୀଙ୍କୁ ପ୍ରଭାବିତ କରିପାରିବେ । ଆପଣଙ୍କୁ ନିଜର ସବୁ ପରିଶ୍ରମର ଫଳ ମିଳିବ । ଚାକିରୀରେ ପଦୋନ୍ନତି ଓ ବ୍ୟବସାୟରେ ବହୁତ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ସବୁ କାର୍ଯ୍ୟରେ ସଫଳତା ମିଳିବ । ଯଦି କୌଣସି କାର୍ଯ୍ୟରେ ବାଧା ଆସୁଛି ତେବେ ସେହି କାର୍ଯ୍ୟକୁ ଧର୍ଯ୍ୟର ସହ କରନ୍ତୁ । ସେୟାର ବଜାର ଓ ଜୁଆ ଆଦିଠୁ ଦୁରେଇ ରୁହନ୍ତୁ । ବାହାନଙ୍କୁ ସାଵଧାନରେ ଚଳାନ୍ତୁ । ମନ୍ଦିରରେ କର୍ପୁର ଦାନ କରନ୍ତୁ । ଆପଣଙ୍କୁ ଯାତ୍ରା ସଫଳ ହେବ ।

ବୃଷ ରାଶି

ଆଜି ଆପଣଙ୍କ ଦିନ ଆପଣଙ୍କ ମନ ମୁତାବକ ଯିବ । ଆଜି କିଛି ନୂଆ କରିବାର ଅବସର ମିଳିବ । ଆପଣ ଯଦି ବୁଝିବିଚାରି କାମ କରିବେ ତେବେ ପ୍ରଚୁର ଧନ ମିଳିବାର ସୁଯୋଗ ମିଳିବ । ଆପଣ ଧାର୍ଯ୍ୟ ସହ ଲକ୍ଷ ସ୍ଥଳରେ ପହଞ୍ଚି ପାରିବେ । ଆପଣଙ୍କୁ ସଫଳତା ଓ ସୁଯୋଗ ର ଲାଭ ମିଳିବ । ସାଙ୍ଗ ସାଥୀଙ୍କର ସହଯୋବ ମିଳିବ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ଚାକିରୀ ଓ ବ୍ୟବସାୟରେ ସଫଳତା ମିଳିବା ସହ ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ବନ୍ଧୁ ବାନ୍ଧବଙ୍କ ସହ ତଥା ଜମି ବାଡ଼ି କ୍ଷେତ୍ରରେ କୌଣସି କଥା କୁ ନେଇ ସାବଧାନରେ ରହିବା ଉଚିତ । ପାରିବାରିକ ସ୍ଥିତି ଭଲ ରହିବ ।

ମିଥୁନ ରାଶି

ଆଜି ଆପଣଙ୍କ ମନବଳ ଦୃଢ ରହିବ । ସାମାଜିକ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବନ୍ଧୁଙ୍କ ସହ ଦେଖା ହେବ । ଯଦି ଆପଣ କିଛି କରିବାକୁ ଚାହୁଁଛନ୍ତି ତେବେ ସମୟ ଭଲ ଅଛି । ଚାକିରୀ ପଦୋନ୍ନତି ଓ ବ୍ୟବସାୟରେ ଲାଭ ର ସୁଯୋଗ ଅଛି । ଅଯଥା ଧନ ଖର୍ଚ୍ଚ ହୋଇପାରେ । ଗୁରୁତ୍ଵପୂର୍ଣ କାମ କରନ୍ତୁ ନାହିଁ । କୌଣସି କାର୍ଜ୍ୟରେ ମତଭେଦ ସୃଷ୍ଟି ହୋଇପାରେ କିନ୍ତୁ କାମ କାର୍ଯ୍ୟ ସମ୍ବନ୍ଧିତ ସହଯୋଗ ମିଳିବ । ଗାଈକୁ ଗୁଡ଼ ଖାଇବାକୁ ଦିଅନ୍ତୁ ଆପଙ୍କର ମୋନସକାମନା ପୁରଣ ହେବ ।

 କର୍କଟ ରାଶି

ଆଜି ଦିନଟି ସାମାନ୍ୟ ରହିବ । ଆପଣଙ୍କ ବ୍ୟବସାୟରେ ଆରମ୍ଭ କରିବା ପୂର୍ବରୁ ରହିଯିବ । ତେଣୁ ଭଲ ହେବ ଘରର କୌଣସି ବଡ ଲୋକଙ୍କର କଥା ମାନି କାର୍ଯ୍ୟ ଟିକୁ କରିବା ଉଚିତ ।ହଠାତ ଧନର ଆଗମନ ହେବାର ସମ୍ଭାବନା ଅଛି । ପରିଶ୍ରମ ଦ୍ୱାରା ସବୁ କାର୍ଯ୍ୟରେ ସଫଳତା ମିଳିପାରେ । ଧାର୍ମିକ କାର୍ଯ୍ୟରେ ଭାଗ ନେବା ଦ୍ୱାରା ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ । ସନ୍ତାନ ଶୁଖ ପ୍ରାପ୍ତି ହେବ । ବୁଝି ବିଚାରି ବ୍ୟବସାୟ କରନ୍ତୁ । ଅଯଥା ବିବାଦରେ ପସନ୍ତୁ ନାହିଁ । ନିଜର ଓ ଜୀବନ  ସାଥିଙ୍କ ସ୍ୱାଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଭଗବାନ ଗଣେଷଙ୍କୁ ପୂଜା କରନ୍ତୁ କାର୍ଯ୍ୟରେ ସଫଳତା ମିଳିବ ।

ସିଂହ ରାଶି

ଆଜି ଆପଣଙ୍କୁ ଭାଗ୍ୟ ମିଶ୍ରିତ ଫଳ ଦେବ । ଯେଉଁ ମାନେ ମୋବାଇଲ ବ୍ୟବସାୟ କରୁଛନ୍ତି ଆଜି ବ୍ୟବସାୟ ଟିକେ ମାନ୍ଦା ରହିବ କିନ୍ତୁ ଚିନ୍ତା କରନ୍ତୁ ସ୍ଥିତିରେ ସୁଧାର ଆସିବ । ସବୁ କାର୍ଯ୍ୟରେ ସଫଳ ହେବେ । ମାନ ସନମାନରେ ବୃଦ୍ଧି ଫଳରେ ଖୁସି ରହିବେ । ଅଫିସ ବ୍ୟବସାୟରେ ପ୍ରତିଯୋଗିତା ବଢ଼ିବ ଏଥିରେ ପ୍ରତିଷ୍ଠା ମଧ୍ୟ ମିଳିପାରେ । ବୁଝି ବିଚାରି କଥା ବାର୍ତା କରନ୍ତୁ ନଚେତ ବିବାଦ ସୃଷ୍ଟି ହୋଇପାରେ । ମା ଦୁର୍ଗାଅଙ୍କୁ ଲାଲ ଲୁଗା ଅର୍ପଣ କରନ୍ତୁ ଶୁଭ ଫଳ ମିଳିବ ।

କନ୍ୟା ରାଶି

ଆପଣ ଆଜି ଚିନ୍ତା ମୁକ୍ତ ରହିବେ । ରୋଜଗାରର ନୂଆ ପନ୍ଥା ମିଳିବ । ଆପଣ ଆପଣଙ୍କ ଦାଇତ୍ୱ ଠିକ ସେ ତୁଲାଇବେ । ସମାଜରେ ପ୍ରତିଷ୍ଠା ବଢ଼ିବ । ବନ୍ଧୁ ମାନଙ୍କ ସହ ଓ ଧାର୍ମିକ କାର୍ଯ୍ୟରେ ସମୟ ବିତିବ । ଅଫିସରେ ଭଲରେ ସମୟ କାଟିବ । ବ୍ୟବସାୟରେ କ୍ୟାରିୟର ଦିଗ ବଦଳିଯିବ । ହୃଦୟ ସମ୍ବନ୍ଧ୍ୟ ରୋଗ ପ୍ରତି ସତର୍କ ରୁହନ୍ତୁ । ଅଯଥା ବିବାଦରେ ପଡନ୍ତୁ ନାହିଁ । କାର୍ଯ୍ୟ ଭାର ଅଧିକ ଥିବାରୁ କ୍ଳାନ୍ତି ଅନୁଭବ କରିବେ । ମା ଦୁର୍ଗାଅଙ୍କୁ ଲାଲ ଶାଢ଼ୀ ପ୍ରଦାନ କରନ୍ତୁ ଶୁଭ ଫଳ ମିଳିବ ।

 ତୁଲା ରାଶି

ଆଜି ଆପଣଙ୍କ ଦିନ ଠିକ ଠାକ ରହିବ । କିଛି ନୂଆ ଶିଖିବାକୁ ମିଳିପାରେ। ଅଫିସରେ ଜୁନିୟର ଠାରୁ ସହଯୋଗ ପ୍ରାପ୍ତ ହେବ । ନୂଆ ଲୋକଙ୍କ ସହ ଦେଖାହେବ । ଆର୍ଥିକ ସ୍ଥିତି ଭଲ ରହିବ । ପରିବାରରେ ଶୁଖ ସମୃଦ୍ଧି ବଢ଼ିବ । ପଦୋନ୍ନତି ମିଳିବ । ସାମୁହିକ ଭାବରେ କାର୍ଯ୍ୟ କଲେ ସେଥିରେ ସଫଳତା ମିଳିବ । ସାମାଜିକ କାର୍ଯ୍ୟରେ ବାହାରକୁ ଯିବାକୁ ପଡିପାରେ । ଅଫିସରେ ଅଧିକାରୀଙ୍କ ସାହାଯ୍ୟ ମିଳିବ । ବ୍ୟବସାୟରେ ଲାଭ ମିଳିବ । ଜୀବନ ସାଥୀଙ୍କ ସହିତ ବୁଲିବାକୁ ଯାଇପରନ୍ତି । ଆପଣ ମା ଦୁର୍ଗାଙ୍କର ମନ୍ତ୍ର ପାଠ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

 ବିଛା ରାଶି

ଆପଣଙ୍କୁ ଆଜି କିଛି ସୁଖ ସମ୍ବାଦ ମିଳିବ । ସଂଚାର ସାଧନରେ ଲାଭ ମିଳିବ । ଆପଣଙ୍କର ଥିବା ବିବାଦ ଗୁଡିକ ସବୁ ତୁଟିଯିବ । କିଛି ନୂଆ ଅନୁଭୂତିର ପ୍ରାପ୍ତ ହେବ ।ଆନନ୍ଦ ପ୍ରମୋଦ ଓ ମନୋରଞ୍ଜନର ପ୍ରବୃତ୍ତି ଦିନସାରା ଲାଗିରହିବ । ବ୍ୟାପାର ବାଣିଜ୍ୟ ସମ୍ବନ୍ଧିତ କିଛି ଗସ୍ତ କରିବାର ଯୋଗ ଅଛି । କୋଟ କଚେରୀ ମାମଲାରେ ସଫଳତା ମିଳିବ । ପରିବାରରେ ହସ ଖୁସିର ପରିବେଶ ରହିବ । ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିପାରେ । କିଛି ଛୋଟ ମୋଟ ବାଧା ଆସିପାରେ ନଚେତ ସବୁ ଠିକ ରହିବ । ଆଜି ଭଗବାନ ଗଣେଷଙ୍କୁ ଲଡୁ ଭୋଗ ଲଗାନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

 ଧନୁ ରାଶି

ଏହି ରାଶିର ଯେଉଁ ବ୍ୟକ୍ତି ମାନେ କଂଷ୍ଟ୍ରକସନ କାମରେ ଜଡିତ ଅଛନ୍ତି ସେମାନଙ୍କୁ କିଛି ବଡ଼ କାମ ମିଳିବାର ସମ୍ଭାବନା ଅଛି । ନୂଆ ବାହନ କିଣିବାରେ ସୁଯୋଗ ଅଛି । ରମଣୀୟ ସ୍ଥାନକୁ ବୁଲିବାକୁ ଯିବାର ଅବସର ମିଳିବ । ଧାର୍ମିକ କାର୍ଯ୍ୟରେ ମନ ନିବେଶ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ସୁଖ ଆସିବ । ବ୍ୟବସାୟ ଭଲ ଚାଲିବ କିନ୍ତୁ ଅପେକ୍ଷାକୃତ ଅଧିକ ନହେବାରୁ ମନ ଟିକେ ବ୍ୟଗ୍ର ରହିବ । ନକରାତ୍ମକ ବିଚାରଧାରାଠୁ ଦୁରେଇ ରୁହନ୍ତୁ ନଚେତ ଅସୁବିଧାରେ ପଡିପାରିନ୍ତି । ପାଣି ତଥା ପ୍ରବାହିତ ଦ୍ରବ୍ୟଠାରୁ ଦୁରେଇ ରୁହନ୍ତୁ । ମନଅଶାନ୍ତି ଥିବାରୁ କୌଣସି କାର୍ଯ୍ୟରେ ନିର୍ଣ୍ଣୟ ନେବାରେ ଆସୁବିଧା ହେବ । ମା ଦୂର୍ଗାଙ୍କ ପାଖରେ  ମିଶ୍ରିର ଭୋଗ ଲଗାନ୍ତୁ ସବୁ ଅସୁବିଧା ଦୂର ହୋଇଯିବ ।

 ମକର ରାଶି

ଆଜି ଆପଣ ଧାର୍ମିକ କାର୍ଯ୍ୟରେ ସମୟ ବିତେଇବେ । ଆପଣଙ୍କୁ ଖାଲି ସମୟ ପରିବାର ସହ ବିତାଇବେ ।ଆପଣଙ୍କ ର ଗୁରୁତ୍ୱପୂର୍ଣ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ଏହାକୁ ହରେଇପାରନ୍ତି । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ ତା ସହ ଧନର ମଧ୍ୟ ପ୍ରାପ୍ତି ହେବ । ସୁଖ ଖବର ମିଳିବ । ବ୍ୟବସାୟରେ ତଥା ଆର୍ଥିକ କ୍ଷେତ୍ରରେ ଓ ଚାକିରୀ କ୍ଷେତ୍ରରେ ସାବଧାନ ରୁହନ୍ତୁ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ । ଆପଣ ଖାଦ୍ୟ ପେୟ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ହୋଇପାରେ । ଆପଣ ଆପଣଙ୍କ ବାପା ମାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ ସକାଳେ ଓ ସନ୍ଧ୍ୟା ବେଳେ ଘରେ ଘିଅର ଦୀପ ଜଳାନ୍ତୁ ଶୁଭ ଫଳ ମିଳିବ ।

 କୁମ୍ଭ ରାଶି

ଆଜି ଆପଣଙ୍କ ଦିନଟି ଭଲରେ ଯିବ । ଆପଣ ଏମିତି କାମ କରିବେ ସେଥିରେ ଆପଣଙ୍କୁ ପ୍ରଶଂସା ମିଳିବ । ନୂଆ ଚାକିରୀ ମଧ୍ୟ ଆପଣଙ୍କୁ ମିଳିପାରେ । ଆପଣ କୌଣସି ସାମାଜିକ କାମରେ ଯୋଗ ଦେଇପାରନ୍ତି । ବାକଚତୁରୀ ଦ୍ୱାରା ଆପଣ ବହୁତ କାର୍ଯ୍ୟରେ ସଫଳତା ପାଇବେ । ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ପଡିପାରେ । ଚାକିରୀରେ ପଦୋନ୍ନତୀ ମିଳିପାରେ । ପରିବାରରେ କଳହ ସୃଷ୍ଟି ହୋଇପାରେ । ବାହାନ ଚଳାଇଲାବେଳେ ସାବଧାନ ରୁହନ୍ତୁ । ପ୍ରେମ ସମ୍ପର୍କରେ ସ୍ଥିତି ସାମାନ୍ୟ ରହିବ । ମନ୍ଦିରକୁ ଯାଇ ପୂଜା କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମୀନ ରାଶି

ଆଜି ଆପଣଙ୍କ ଦିନଟି  ଅନୁକୂଳ ରହିବ । ସକାଳୁ ଯୋଗ କରିବା ଦ୍ଵାରା ମାନସିକ ଭାବନା ସୁସ୍ଥ ରହିବ । ଜୀବନରେ ଆଗକୁ ବଢିବ ପାଇଁ ଉପାୟ ଚିନ୍ତା କରିବେ । ପରୋପକାର ଆଉ ସାମାଜିକ କାର୍ଯ୍ୟରେ ଭାଗ ନେବା ଦ୍ଵାରା ସମାଜରେ ସନମାନ  ଆପଣଙ୍କୁ ପ୍ରାପ୍ତି ହେବ । ସାହିତ୍ୟ କଳା ପ୍ରତି ଆପଣଙ୍କର ରୁଚି ରହିବ । ବ୍ୟବସାୟରେ ଗତିବିଧିର ସମୟ ଭଲ ରହିବ । ଯଦି କୌଣସି ସମୟରେ ଆପଣଙ୍କର ଜମି ବିବାଦ ଉତ୍ପନ୍ନ ହୋଇପାରେ । ସ୍ଵାସ୍ଥ୍ୟକୁ ନେଇ ଆପଣ ସବୁବେଳେ ସଚେତନ ରହିବାର ଆବଶ୍ୟକତା ଅଛି । ଆକସ୍ମିକ ଭାବରେ ଆପଣଙ୍କୁ ଆଘାତ ଲାଗିପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।