ଆଜିର ରାଶିଫଳ, 22 ସେପ୍ଟେମ୍ବର 2020, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ମିଳିବ ଧନଲାଭ ଓ ସଫଳତାର ନୂଆ ଅବସର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ବେପାରୀ ବର୍ଗ ଟଙ୍କା କାରୋବାର ପ୍ରତି ସତର୍କ ରୁହନ୍ତୁ ଏବଂ ଦୂରକୁ ଯାତ୍ରା କରନ୍ତୁ ନାହିଁ । ବୁଲାବୁଲି କରିବାର ଖୁସି ମିଳିବ । ସାଙ୍ଗ ମାନଙ୍କ ସହିତ ରହିବେ । ବିବାହିତ ଲୋକଙ୍କୁ ଦାମ୍ପତ୍ୟ ଜୀବନରେ ଖୁସି ମିଳିବ । ଯୁବକ ମାନଙ୍କ ପାଇଁ ସଫଳତାର ନୂଆ ରାସ୍ତା ଖୋଲିପାରେ । ଆୟରେ ବୃଦ୍ଧି ହେବ । କୌଣସି ନୂଆ କାମ କିମ୍ବା ପ୍ରୋଜେକ୍ଟ ମିଳିପାରେ । ଅନ୍ୟ ଠାରୁ ସହଯୋଗ ମିଳିବ । କାମ ବ୍ୟସ୍ତ ପାଇଁ ପରିବାର ଲୋକଙ୍କୁ ସମୟ ଦେଇ ପାରିବେ ନାହିଁ ।

ବୃଷ

ଆଜି ଆପଣ ବହୁତ ଖୁସି ରହିବେ । ସତେଜ ରହିବା ପାଇଁ ଭଲ ଭାବରେ ଆରାମ କରନ୍ତୁ । ବେପାର ବ୍ୟବସାୟ ଭଲ ଚାଲିବ । ଘରେ ବାହାରେ ଭୌତିକ ଖୁସି ରହିବ । ସାଙ୍ଗ ମାନଙ୍କର ସାହଯୋଗ ମିଳିବ । ବ୍ୟସ୍ତ ହୁଅନ୍ତୁ ନାହିଁ । ବାପାଙ୍କ ସହିତ ଆଦର୍ଶଗତ ମତଭେଦ ହୋଇପାରେ । ସାମାଜିକ ମାନ ସଂମ୍ମାନରେ ବୃଦ୍ଧି ହେବ । ଆପଣଙ୍କର ଟିକେ ଅଧିକ ଚେଷ୍ଟା ଦ୍ଵାରା ଆପଣଙ୍କ କ୍ୟାରିୟରକୁ ନୂଆ ଗତି ମିଳିପାରେ କାରଣ ଆପଣଙ୍କର ବରିଷ୍ଠ ଅଧିକାରୀ ଆପଣଙ୍କର ଏହି ଗୁଣକୁ ଧ୍ୟାନରେ ରଖିବେ ।

ମିଥୁନ

ଆଜି ଚିଠିରେ ସତର୍କ ରହିବା ଆବଶ୍ୟକ ଅଟେ । ଘର ଲୋକଙ୍କ ସହିତ ଜୀବନ ଭୌତିକ ସୁଖରେ ଅତିବାହିତ ହେବ । ସାଙ୍ଗ ମାନଙ୍କର ସହଯୋଗ ମିଳିବ । ଦୁଷ୍ଟ ଲୋକ ମାନଙ୍କ ଠାରୁ ସତର୍କ ରୁହନ୍ତୁ । ଆଜି ଆପଣଙ୍କ ମନ କିଛି ଅଧିକ ଭାବନାଶୀଳ ରହିବ । ସମସ୍ୟାକୁ ମୁଣ୍ଡରୁ ବାହାର କରି ଦିଅନ୍ତୁ । ଯଦି ଆପଣ ଆପଣଙ୍କ ଚେଷ୍ଟାରେ କମି ଆଣିବେ ତାହେଲେ ଆପଣ କରିଥିବା ସବୁ ପରିଶ୍ରମ ବେକାର ହୋଇଯିବ । କ୍ୟାରିୟର ଏବଂ ବ୍ୟବସାୟ ଅନୁସାରେ ଆଜିର ଦିନ ଆପଣଙ୍କ ପାଇଁ ଦିଗ ନିର୍ଦ୍ଧାରିତ ହୋଇପାରେ ।

କର୍କଟ

ଆଜି ଧୋକାର ଅଧିକ ସମ୍ଭାବନା ଅଛି । ସାମାଜିକ ରୂପରେ ଖ୍ୟାତି ପ୍ରାପ୍ତି ହେବା ଦ୍ଵାରା ଆଜି ବ୍ୟବସାୟୀକ, ଆର୍ଥିକ ତଥା ସାମାଜିକ ରୂପରେ ଲାଭକାରୀ ଦିନ ହେବ । ଆରାମ ଏବଂ ମନୋରଞ୍ଜନର ସୁଯୋଗ ପାଇବେ । ସମାଜସେବା ପାଇଁ ଆଗ୍ରହ ଜାଗୃତ ହେବ । ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି ଏବଂ ତାଙ୍କୁ ପ୍ରପୋଜ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆଜିର ଦିନ ଶୁଭ ଅଟେ । ଆପଣଙ୍କୁ ସଫଳତା ନିହାତି ମିଳିବ ।

ସିଂହ

ଆଜି ଆପଣ ଯେଉଁ ନୂତନ ସମାରୋହରେ ଉପସ୍ଥିତ ହେବେ ସେଠାରେ ଆପଣଙ୍କର ନୂଆ ବନ୍ଧୁତା ଆରମ୍ଭ ହେବ । ଆର୍ଥିକ ଲାଭ ହୋଇପାରେ । ଶିକ୍ଷା କ୍ଷେତ୍ରରେ କରାଯାଉ ଥିବା ଚେଷ୍ଟା ସାର୍ଥକ ହେବ । ଆୟରେ ବୃଦ୍ଧି ହେବ । ବେପାର ବ୍ୟବସାୟ ଭଲ ଚାଲିବ । ଜୀବନ ଭୌତିକ ଖୁସିରେ ଅତିବାହିତ ହେବ । ଲଭ ପାର୍ଟନରଙ୍କ ସବୁ ଭୁଲକୁ ଭୁଲି ଗୋଟିଏ ସୁନ୍ଦର ଏବଂ ରୋମାଣ୍ଟିକ ଲଭ ଲାଇଫର ମଜା ନେଇ ପାରନ୍ତି । ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ ।

କନ୍ୟା

ଆଜି ଆପଣ ନୂଆ କାମ ଆରମ୍ଭ କରି ପାରନ୍ତି । ଘର ଏବଂ ସାଙ୍ଗ ମାନଙ୍କ ମଧ୍ୟରେ ନିଜର ସ୍ଥିତିକୁ ସୁଧାରିବା ବିଷୟରେ ଭାବିବେ । ଅଟକି ଥିବା କାମ ଆଜି ପୁରା ହୋଇପାରେ । ଆଜିର ଦିନ ଆର୍ଥିକ ସ୍ତରରେ ଏକ ସାମାନ୍ୟ ଦିନ ହେବ । ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ, ଯେମିତି କି ଆପଣ କମ ଅନୁଭବ କରୁଛନ୍ତି । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ଧାର୍ମିକ ଏବଂ ସାମାଜିକ ସମାରୋହରେ ସାମିଲ ହେବାର ସୁଯୋଗ ମିଳିପାରେ । ସକାରାତ୍ମକ ବିଚାରରେ ବୃଦ୍ଧି ହେବା କାରଣରୁ ନିଷ୍ପତ୍ତି ନେବାର କ୍ଷମତାରେ ମଧ୍ୟ ବୃଦ୍ଧି ହେବ ।

ତୁଳା

ଆଜି ଆପଣ ଅଧିକ କାମ କରନ୍ତୁ ନାହିଁ ଏବଂ କମ ଚିନ୍ତା ମଧ୍ୟ କରନ୍ତୁ । ଭଲ ହେବ କି ଆଜି ଆପଣ କୌଣସି ବେକାର ଝଗଡାରେ ପଡନ୍ତୁ ନାହିଁ, ଧର୍ଯ୍ୟ ଏବଂ ନମ୍ରତାରେ କାମ କରନ୍ତୁ । ଧନ ସବନ୍ଧିତ ସବୁ ଚେଷ୍ଟା ସଫଳ ହେବ । ଆପଣଙ୍କ ଜୀବନରେ ନୂଆ ସୁଯୋଗ ଆସିବାକୁ ଯାଉଛି । ନିଜ ଜୀବନସାଥୀଙ୍କ ଠାରୁ ବଡ ଖୁସି ଖବର ମିଳିବ । ଦିନ ଆପଣଙ୍କ ପାଇଁ ସାମାନ୍ୟ ରହିବ । ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ସାରା ଦିନରେ ମନ ଖୁସି ରହିବ ।

ବିଛା

ଆଜି କୌଣସି ପୁରୁଣା କଥା ମନେ ପଡିବାରୁ କିଛି ସମୟ ପାଇଁ ଆପଣଙ୍କ ମନ ଖରାପ ହୋଇପାରେ । ସାମାଜିକ ଜୀବନ ବ୍ୟସ୍ତ ରହିବ । ଡେରି ଏବଂ ବାଧା ଚିନ୍ତାର କାରଣ ହୋଇପାରେ । ନିଜକୁ ବ୍ୟସ୍ତ ରଖିବେ । ଜୀବନସାଥୀ ଆପଣଙ୍କୁ ଧୂମପାନ ପାନ କରିବା ପାଇଁ ମନା କରିବେ । ଆପଣ କିଛି ମହାନ କାମ କରିବେ, ଯାହା ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ବ୍ୟସ୍ତ ରଖିବ କାରଣ ଆପଣଙ୍କ ମାଲିକ ସହାୟକ ହେବେ । ଭବନ ଖୁସିରେ ବୃଦ୍ଧି ହେବ ।

ଧନୁ

ଆଜି ଆପଣ ଏକା ଅନୁଭବ କରି ପାରନ୍ତି, ଏଥିରୁ ବଞ୍ଚିବା ପାଇଁ ବାହାରକୁ ଯାଆନ୍ତୁ ଏବଂ ସାଙ୍ଗ ମାନଙ୍କ ସହିତ କିଛି ସମୟ ଅତିବାହିତ କରନ୍ତୁ । ପରିବାର କିମ୍ବା ସାଙ୍ଗ ମାନଙ୍କ ସହିତ ମନୋରଞ୍ଜନ ଜାଗାକୁ ବୁଲିବାକୁ ଯାଇ ପାରନ୍ତି । ଅଫିସ ସ୍ତରରେ ଆପଣ ଦୋନ୍ଦରେ ରହିବେ କାରଣ କାମର ଚାପ ଆପଣଙ୍କୁ ଘେରି ରହିବ । ଛାତ୍ର କିଛି ନୂଆ ଶିଖିବେ । ବ୍ୟବସାୟୀକ ରୂପରେ ଆର୍ଥିକ ଚ୍ଯାଲେଞ୍ଜର ସାମନା କରିବାକୁ ପଡିପାରେ । ଯେଉଁ ଲୋକ ବ୍ୟବସାୟୀ ଅଟନ୍ତି ସେମାନେ ଆଜି ନିଜ ବ୍ୟବସାୟକୁ ଆଗକୁ ବଢାଇବାକୁ ଭାବି ପାରନ୍ତି ।

ମକର

ଆପଣଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ । ପରୀକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବାର ବହୁତ ସମ୍ଭାବନା ଅଛି । ବେରୋଜଗାର ଲୋକଙ୍କୁ ବହୁତ ଶୀଘ୍ର ଭଲ ଚାକିରି ମିଳିପାରେ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ମାନ ସଂମ୍ମାନ ବଢିବ । ଆପଣଙ୍କ ପରିଶ୍ରମ ଆପଣଙ୍କୁ ସଠିକ ପରିଣାମ ଦେଇପାରେ । ଆଜି ହଠାତ ବ୍ୟୟ ଦ୍ଵାରା ଚିନ୍ତିତ ହେବେ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ଚାକିରି କରିଥିବା ଲୋକଙ୍କର ପ୍ରମୋଶନ ହୋଇପାରେ ଏହା ବ୍ୟତୀତ ଦରମାରେ ମଧ୍ୟ ବୃଦ୍ଧି ହୋଇପାରେ ।

କୁମ୍ଭ

ଅନେକ ଦିନ ଧରି ଚାଲିଆସୁଥିବା ସମସ୍ୟାର ଶେଷ ହୋଇପାରେ । ଜିନିଷ ଏବଂ ଲୋକଙ୍କୁ ଭଲ ଭାବରେ ପରୀକ୍ଷା କରିବାର କ୍ଷମତା ଆପଣଙ୍କୁ ଅନ୍ୟ ଠାରୁ ଆଗରେ ରଖିବ । ପ୍ରେମ ସମ୍ପର୍କ ମାମଲାରେ ଆଜିର ଦିନ ଭଲ ରହିବ । ବର୍ତ୍ତମାନ କିଛି ନୂଆ କାମର ଆରମ୍ଭ କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଭଲ ହେବ । ବେପାରୀ ମାନଙ୍କୁ ନୂଆ ଅର୍ଡର ମିଳିପାରେ, କାମ ପାଇଁ ଯାତ୍ରା କରି ପାରନ୍ତି, ଯାହା ବହୁତ ଲାଭକାରୀ ହେବ ।

ମୀନ

ଆଜି ଆପଣଙ୍କର କୌଣସି ପାଖ ଲୋକ ଆପଣଙ୍କ ଭାବନାକୁ ବୁଝିବେ ଏବଂ ଆପଣଙ୍କର ସହଯୋଗ ମଧ୍ୟ କରିବେ । ଆପଣଙ୍କୁ ବହୁତ ଶୀଘ୍ର ଚିନ୍ତା ଘେରି ପାରେ । ହଠାତ ଆପଣଙ୍କୁ ବହୁତ ବଡ ଧନ ଲାଭ ହେବ । ନିବେଶ ପାଇଁ ଆଜିର ଦିନ ସବୁଠାରୁ ଭଲ ଅଟେ । ଆପଣଙ୍କୁ କାରୋବାରରେ ହଠାତ ଧନ ଲାଭ ହୋଇପାରେ । ଯେଉଁ ଲୋକ ସାମାଜିକ ସଙ୍ଗଠନରେ ଯୋଡି ହୋଇଛନ୍ତି, ସେମାନଙ୍କୁ ସମାଜରେ ସମସ୍ତ ସହିତ ଭଲ ବ୍ୟବହାର ରଖିବା ପାଇଁ ପଡିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।