ଆଜିର ରାଶିଫଳ, 22 ଜୁନ 2020, ସୋମବାର, ମହାଦେବଙ୍କ କୃପାରୁ ବନୁଛି ଅଦ୍ଭୁତ ସଂଯୋଗ, ଏହି ୫ଟି ରାଶିର ପୁରା ହେବ ସବୁ ଆଶା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ସତର୍କ ରୁହନ୍ତୁ । ଆପଣଙ୍କ ଖର୍ଚ କମ ହୋଇପାରେ । ସୁଖ ସୁବିଧା ମିଳିବ । ଚିକିତ୍ସାରେ ଟଙ୍କା ଖର୍ଚ କମ ହେବ । ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିପାରେ । ଆପଣଙ୍କ ଶତ୍ରୁ ଆପଣଙ୍କ ବିରୁଦ୍ଧରେ ଗୁପ୍ତ ରୂପରେ କାମ କାରିବେ । ଆପଣଙ୍କ ଚିନ୍ତା ବଢି ପାରେ । ଏହି ସମୟରେ ଆପଣଙ୍କ ଅଟକିଥିବା କାର୍ଯ୍ୟ ଆରମ୍ଭ ହୋଇପାରେ । ବ୍ୟବସାୟରେ ଲାଭ ମିଳିପାରେ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ମାନସିକ ରୂପରେ ମଜବୁତ ହୁଅନ୍ତୁ ।

ବୃଷ

ଆଜି ଆପଣଙ୍କୁ ପ୍ରଶଂସା ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ନ ହରାଇ କାର୍ଯ୍ୟ କରନ୍ତୁ । ବ୍ୟବସାୟିକ ସ୍ଥିତି ସୁଦୃଢ ହେବ । ସମସ୍ତ କାର୍ଯ୍ୟରେ ସଫଳ ହେବା ଫଳରେ ପରିବାରରେ ଆନନ୍ଦ ଲହରୀ ଖେଳିଯିବ । ମହିଳାମାନେ ସମସ୍ୟା ସମାଧାନ କରି ଶାନ୍ତି ପାଇବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳତା ମିଳିବ । ସନ୍ତାନ ମାନଙ୍କର ଉନ୍ନତ୍ତି ହେବ । ଆଜି ଲାଭବାନ ହେବେ । ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ ।

ମିଥୁନ

ଆର୍ଥିକ ସ୍ଥିତି ଭଲ ରହିବ । ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ । ଯାନବାହାନ କ୍ରୟ ବିକ୍ରୟ ଓ ସଂପତ୍ତି କ୍ରୟ ବିକ୍ରୟ ଦ୍ୱାରା ପ୍ରଚୁର ଲାଭ ପାଇବେ । ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ବ୍ୟବସାୟରେ ସାହାଯ୍ୟ ସହଯୋଗ ପାଇ ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ । ରାଜନୈତିକ କ୍ଷେତ୍ରରେ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ମାନ ସମ୍ମାନ ବଢ଼ିବ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ନୂଆ ନିଯୁକ୍ତିର ସମ୍ଭାବନା ଅଛି ।

କର୍କଟ

ବ୍ୟବସାୟରେ ଟଙ୍କା ଧାର ଦେଇ ଫେରି ପାଇବା ସହଜ ହେବ । ପାରିବାରିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିବେ । ଉତ୍ତମ ରୋଜଗାର କରିବେ । ବନ୍ଧୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ଆର୍ଥିକ ସ୍ଥିତି ପୂର୍ବ ପରି ରହିବ । କିଛି ଚିନ୍ତା ଦୂର ହେବ । ମହିଳାମାନେ ପିଲାମାନଙ୍କ ସହ ଖୁସିରେ ରହିବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ରାଜନୀତିରେ ପ୍ରସଂଶା, ବିଦ୍ୟାରେ ଉନ୍ନତି, ଖେଳରେ ବିଜୟୀ ହେବେ । ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷକରି ମନ ଖୁସି ରହିବ ।

ସିଂହ

ଆପଣଙ୍କୁ ଲୋକଙ୍କ ସହଯୋଗ ମିଳିବ । କମ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ରୋଗୀ ଓ ଅସାହାୟ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । କିଛି ମାମଲାରେ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଆସିବ ଓ ଆଶାତୀତ ଲାଭ ମିଳିବ । ରାଜନୀତିରେ ଲୋକସମ୍ପର୍କ ଆତ୍ମ ସନ୍ତୋଷ ବଢେଇବ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଙ୍ଗୀତ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।

କନ୍ୟା

ପୁରୁଣା ମିତ୍ରଙ୍କ ଦ୍ଵାରା ସୁସମ୍ବାଦ ପ୍ରାପ୍ତି ହେବ । ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ । ଘର ପରିବାରରେ କୌଣସି ଖୁସି ଖବର ଆସିବ । ମନ ଲଗାଇ କାର୍ଯ୍ୟ କରିବା ଫଳରେ ଧନ ପ୍ରାପ୍ତି ହେବ । ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇ ପାରନ୍ତି । ମହିଳାମାନେ ପରିବାରରେ ମାନ ସମ୍ମାନ ପାଇବେ । କାରବାରରେ ସ୍ଥିତି ଠିକ ରହିବ । ଆଧ୍ୟାତ୍ମିକ ବା ଧାର୍ମିକ କ୍ଷେତ୍ରରେ ବ୍ୟସ୍ତ ରହିବେ । ପ୍ରସଂଶା ପାଇବେ । ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ ।

ତୁଳା

କର୍ମ ଅନୁଯାୟୀ ଫଳପ୍ରାପ୍ତି ହେବ । କର୍ତ୍ତବ୍ୟ ପରାୟଣତା ହୁଅନ୍ତୁ । ରାଜନୀତି କ୍ଷେତ୍ରରେ କୂଟନୀତି କରି ସ୍ଥିତିକୁ ସମ୍ଭାଳି ରଖିବେ । ମହିଳାମାନେ ବନ୍ଧୁବାନ୍ଧବଙ୍କ ନିକଟରେ, ଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ । ଆୟ ଉତ୍ତମ ହେବ । କେତେକ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ । ନିଜ ଲୋକଙ୍କ ତରଫରୁ ଆଶ୍ଵା ସନା ବା ସହାନୁଭୂତି ମିଳିବ । ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ । ଖର୍ଚ୍ଚ ବଢ଼ିବା ଯୋଗେ ପରିବାରରେ ଅସନ୍ତୋଷ ଦେଖା ଦେଇ ପାରେ । ବ୍ୟବସାୟରେ ଭାଗିଦାରୀଙ୍କ ପାଇଁ କ୍ଷତିରୁ ବଞ୍ଚି ଯିବେ ।

ବିଚ୍ଛା

ବ୍ୟବସାୟରେ ଭାଗିଦାରୀ ମାନଙ୍କଠାରୁ ସାହାଯ୍ୟ ପାଇବେ । ଋଣ ଭରଣାରେ ସହଜ ହେବ । ଗୃହବାହନ ପ୍ରାପ୍ତି ହେବ । ବନ୍ଧୁଙ୍କ ସାହାଯ୍ୟ କ୍ରମେ ଖେଳକୁଦରେ ବିଜୟୀ ହେବେ । ଦୂରଯାତ୍ରାରେ ମିତ୍ରମାନଙ୍କ ଦ୍ୱାରା ଅନେକ କାର୍ଯ୍ୟରେ ସଫଳତା ମିଳିବ । ଆକସ୍ମିକ ଧନ ଲାଭ ହେବ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି କାର୍ଯ୍ୟରେ ଲାଭପାଇବେ । ରାଜନୀତିରେ ପ୍ରଶଂସିତ ବି ହେବେ ।

ଧନୁ

ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟରେ ପ୍ରତିଷ୍ଠା ପାଇବେ । ମାନ ସମ୍ମାନ ଓ ଯଶ ପାଇବେ । ବିଦ୍ୟାରେ ଉନ୍ନତି ହେବା ସହ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ବନ୍ଧୁମାନଙ୍କ ସାହାଯ୍ୟ ନେଇ ପାରିବାରିକ ବିବାଦରେ ସମାପ୍ତି ହେବ । ମହିଳାମାନେ ଆନୁଷ୍ଠାନିକ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ । ବିଭିନ୍ନ ଦିଗରୁ ଲାଭବାନ ହେବେ । ରାଜନୀତିରେ ଲୋକ ସମ୍ପର୍କ ବଢ଼ିବ । ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ ।

ମକର

ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ସଙ୍କଟ ଦୂରେଇ ଯିବ । ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ । ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରିବେ । ମହିଳାମାନେ ପରିବାର କାର୍ଯ୍ୟରେ ବ୍ୟସ୍ତ ରହିବେ । ଦାମ୍ପତ୍ୟ ସୁଖରେ ସୁଖି ହେବେ । ରାଜନୀତି କ୍ଷେତ୍ରରେ ସମ୍ମାନ ପାଇବେ ।

କୁମ୍ଭ

ଆର୍ଥିକ ସ୍ଥିତି ସନ୍ତୋଷ ପ୍ରଦ ହେବ । ଧାର କରଜ ସୁଝିବା ପାଇଁ ସୁଯୋଗ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ମାନସିକ ସ୍ଥିତି ସୁଦୃଢ଼ ରହିବ । ବ୍ୟବସାୟୀମାନଙ୍କର ବହୁତ ଦିନର ବାକି ପଡିଥିବା ଅର୍ଥ ପାଇବେ ଓ ଆୟର ମାର୍ଗ ପ୍ରଶସ୍ତ ହେବ । ରାଜନୀତିରେ ପରିଶ୍ରମ ଦ୍ୱାରା କାର୍ଯ୍ୟ ସଫଳ ହେବ । ପରିବାରର ସାହାଯ୍ୟରେ ଉପକୃତ ହେବେ । ମହିଳାମାନଙ୍କର ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ ଓ ବନ୍ଧୁ ମିତ୍ର, ଭାଇ ଭଳି ବ୍ୟକ୍ତିମାନେ ସହଯୋଗ କରିବେ ।

ମୀନ

ବନ୍ଧୁମିତ୍ରଙ୍କ ଆଶ୍ୱସ୍ତି ସୂଚକ କଥା ଶୁଣି ମନ ଖୁସି ରହିବ । ମହିଳାମାନେ ସମ୍ପର୍କୀୟମାନଙ୍କ ଦ୍ୱାରା ସୁବିଧା ପାଇବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ । ରାଜନୀତିରେ ପ୍ରଶଂସା, ବିଦ୍ୟାକ୍ଷେତ୍ରରେ ସଫଳ, କୃଷି ଦ୍ରବ୍ୟ ବାଣିଜ୍ୟରେ ଲାଭ । ଅଟକିଥିବା ଧନ ପ୍ରାପ୍ତି ହେବ । ବ୍ୟବସାୟ, ବାଣିଜ୍ୟରେ ଲାଭ ପାଇବେ । ପାରିବାରିକ ଶୃଙ୍ଖଳା ରକ୍ଷା କରିବା ସହ ଆର୍ଥିକ ସ୍ଥିତି ପ୍ରାୟତଃ ଭଲ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।