ଆଜିର ରାଶିଫଳ, 21 ମେ 2021, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ମେ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆଜି ଆପଣ କିଛି ବଡ କ୍ଷତିରେ ପଡି ପାରନ୍ତି । ଆପଣ ନିଜ ଖର୍ଚ୍ଚ କମେଇବାକୁ ଚେଷ୍ଟା କରନ୍ତୁ । ଆପଣ ନିଜ ବିଶ୍ଵସ୍ତ ଲୋକମାନଙ୍କ ହାତରେ ହିଁ ଯାହା ସମାଜ ସେବା ପାଇଁ ପୁଞ୍ଜି ଦେବେ ଏହା ଭଲ ହେବ । କିଛି ଭଲ ଲୋକଙ୍କ ସହ ଆପଣଙ୍କର ଦେଖା ହେବ ଯାହା ପାଇଁ ସେମାନେ ଆପଣଙ୍କୁ ରାସ୍ତା ସୁଗମ କରିବେ । ଆପଣ ନିଜର ପରିବାର ଲୋକଙ୍କୁ ସାବଧାନ ରେ ରହିବାକୁ କୁହନ୍ତୁ । କାହାକୁ ବି ନିଜର ଦୁର୍ବଳତା କୁହନ୍ତୁ ନି ହୁଏତ ଅଭି ଆପଣଙ୍କୁ ସେ ସାହାଜ୍ଯ କରିବେ ମାତ୍ର ପରେ ଏହା ଆପଣଙ୍କ ପାଇଁ ଖରାପ ସମୟ ଆଣିଦେବ । ଆପଣ ଓ ନିଜ ପରିବାର ଲୋକମାନେ ଜେଭଳି ପରଚର୍ଚ୍ଚା ଠାରୁ ଦୂରେଇ ରୁହନ୍ତି ତାହା ଧ୍ୟାନରେ ରଖନ୍ତୁ କାରଣ ଏଭଳି ହେବା ଦ୍ଵାରା ଆପଣଙ୍କର ପରିବାର ର ସନମାନ ରେ ଦାଗ ଲାଗି ପାରେ । ଆପଣ କିଛି ହଳଦିଆ ବସ୍ତ୍ର ଗରିବ ମାନଙ୍କୁ ଦାନ କରନ୍ତୁ ।

ବୃଷ ରାଶି –

ଆପଣଙ୍କର ସନ୍ତାନ ପକ୍ଷରୁ ଆପଣଙ୍କୁ କିଛି ଭଲ ଖବର ମିଳିବ । ଏହି ଭଲ ଖବର ପାଇଁ ହୁଏତ ଆପଣଙ୍କ ପରିବାରରେ ଖୁସି ପୁଣି ଥରେ ଆସିଯିବ । ଆପଣଙ୍କର ସାମ୍ନାନ ବୃଦ୍ଧି ହେବ ଆପଣ ପ୍ରତେକ ଲୋକଙ୍କ ନଜରରେ ଏକ ଭଲ ମଣିଷ ଭାବେ ପରିଚିତ ହେବେ । ଆପଣ ନିଜର ଖାଇବା ପିବାର ଅଧିକ ଧ୍ୟାନ ରଖନ୍ତୁ କାରଣ ଏଭଳି ନ କଲେ ଆପଣଙ୍କର ଦେହ ଖରାପ ହୋଇ ପାରେ । ଆପଣ ନିଜ ଘର ଲୋକଙ୍କ ସହ ଏକ ଏଭଳି ସମୟ ବିତାଇବେ ଯାହା ଆପଣଙ୍କ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ରେ ଆପଣ ଖୁସିରେ ରହିବେ ।

ମିଥୁନ ରାଶି –

ଆଜି ଆପଣ ନିଜର ଅଧିକ ସମୟ ପରିବାର କୁ ଦେବେ । ଆଜି ଆପଣଙ୍କ ପାଇଁ ଏକ ପରୀକ୍ଷାର ଦିନ ହୁଏ ଏଭଳି କିଛି ପରିସ୍ଥିତିରେ ଆପଣ ଫଶୀ ଯିବେ ଯାହା ପାଇଁ ଆପଣଙ୍କୁ ନିଜର ମତ ଦେବା ପାଇଁ କଠିନ ହେବ । ଆପଣ ନିଜ ପିତା ମାତା ଙ୍କର ନାମ କୁ ଉଜ୍ଵଳ କରିବେ । ଆପଣଙ୍କ ଭଳି ସନ୍ତାନ ପାଇ ସେ ନିଜକୁ ଗର୍ବିତ ମନେ କରିବେ । ଆପଣ ଆଜି ନିଜର ଏକ ବହୁ ଦିନ ର ଆସା ପୂରଣ କରିବେ । ଆପଣଙ୍କର ସ୍ଥିତି ସୁଧୁରିବ । ଆପଣ ଆଗ ଅପେକ୍ଷା ଅଧିକ ଆୟ କରିବେ । ଯଦି କିଛି କଥା ଆପଣଙ୍କ ମନରେ ରାଖୀ ଥାଆନ୍ତି ତେବେ ଏହାକୁ ନିଜ ଠାରୁ ଅଧିକ ବିଶ୍ଵସ୍ତ ବ୍ୟକ୍ତି ଙ୍କୁ ଆପଣ କହି ପାରିବେ ।

କର୍କଟ ରାଶି –

ଆପଣ ଆଯୀ ଯାହା ଚିନ୍ତା କରିଥିବେ ତାହା କରିବେ, ନିଜର ଏକ ଏଭଳି ଆଶା ଆପଣ ପୂରଣ କରିବେ ଯାହା ଆପଣ ନିଜ ପିଲା ଦିନରୁ ପୂରଣ କରିବା ପାଇଁ ଚାହୁଁ ଥିବେ । ଆପଣ ନିଜର ପରିବାର ଝଗଡା ରେ ଫଶୀ ପାରନ୍ତି ଏଇ ପାଇଁ ନିଜକୁ ସାନ୍ତ କରି କିଛି ସମୟ ପାଇଁ ଆପଣ ଚୁପ ରହି ଯାଅନ୍ତୁ । ଅଧିକ କଥା ହେବା ଦ୍ଵାରା ଆପଣ ନିଜର ଭଲ ସମୟ କୁ ଛାଡି ଖରାପ ସମୟ ପାଇଁ ମନ ଖରାପ କରିବେ ।

ସିଂହ ରାଶି –

ଆପଣ ଆଜି ନିଜକୁ ସମ୍ପୂର୍ଣ ରୂପେ ଧାର୍ମିକ କାମରେ ଲଗାଇବେ । ଆପଣ ଯଦି ନିଜର କିଛି କାମକୁ ନେଇ ହଇରାଣ ହାଉଛନ୍ତି ତେବେ ଆପଣ କିଛି ସମୟ ପାଇଁ ନିଜର ବିଚାରକୁ ଏଭଳି ଏକ ବ୍ୟକ୍ତି ସାମନାରେ କୁହନ୍ତୁ ଯିଏ ଏହାର ସମାଧାନ କରି ପାରିବ । ଆପଣ ନିଜର ପିଲା ମାନଙ୍କ ସହ ଆଜି ଭଲ ସମୟ ବିତାଇବେ । ଏହି ସମୟ ଆପଣଙ୍କୁ ଖୁସି ଓ ମନରେ ସାନ୍ତ୍ଵନା ଆଣିଦେବ । ଆପଣ ଆଜି ସକାଳୁ ଉଠି ଓସ୍ତ ଗଛ ମୂଳରେ କିଛି ପାଣି ଅର୍ପଣ କରନ୍ତୁ ଯାହା ଦ୍ଵାରା ଆପଣଙ୍କ ଘରେ କେବେବି କଳହ ପଶି ପାରିବନି ।

କନ୍ୟା ରାଶି –

ଆପଣ ଆଜି ଭଲ କାମ କରିବାକୁ ଯାଉଛନ୍ତି, ଯାହା ଭିତରେ ଆପଣ ଆଜି କିଛି ଗଛ ଲଗେଇ ପାରିବେ, କିଛି ଗରିବ ପିଲାଙ୍କୁ ଖାଇବାକୁ ଦେଇ ପାରିବେ ଓ କିଛି ବ୍ୟକ୍ତିଙ୍କ ସହ ଆଜି ଆପଣ ନିଜର କାମକୁ ଆଗକୁ ନେବା ପାଇଁ ଉପାୟ ବାଣ୍ଟିବେ ଯାହା ଦ୍ଵାରା କିଛି ବେରୋଜଗାର ଯୁବକ ଧନ ପ୍ରାପ୍ତି କରିବେ । ଆପଣ ନିଜକୁ ଖୁବ ଫୁର୍ତ୍ତି ଅନୁଭବ କରିବେ । ଆପଣଙ୍କର ଆମଦାନୀ ମଧ୍ୟ ଭଲ ହେଉଥିବ ।

ତୁଳା ରାଶି –

ଆପଣ ଏକ ଚିନ୍ତା ମୁକ୍ତ ଜୀବନ ବିତାଇବେ । ଆପଣ ନୂଆ ଜାଗାରେ କାମ କରି ପାରନ୍ତି । ଏହି ସମୟ ଭିଆତ୍ରେ ଆପଣ ନିଜର ଭାଗ୍ୟକୁ ନିଜେ ବଦଳେଇବେ । ଆପଣ ଅଧିକ ପରିଶ୍ରମ କରି ନିଜକୁ ଅନ୍ୟମାନଙ୍କ ଠାରୁ ଉଚ୍ଚ ପଦେ ରଖିବେ । ଆପଣଙ୍କର ଯଦି କେଉଁ ଜାଗାକୁ ଯିବାର ଅଛି ଆଜି ତାହେଲେ ଏହାକୁ ମନା କରି ଦିଅନ୍ତୁ । ଆଜି ର ଦୂରକୁ ଯିବା କିମ୍ବା ବଜାର ସଉଦା ପାଇଁ ଯିବା କାମକୁ ଆପଣ ଅନ୍ୟ କେଉଁ ଦିନ କରନ୍ତୁ ନହେଲେ ଆପଣ ଏହାକୁ କାଲୀ ପାଇଁ ରଖନ୍ତୁ । ଆଜି ଆପଣଙ୍କର ବାହାରକୁ ଯିବା ଖରାପ ହୋଇ ପାରେ । ଭଗବାନ ଶିବଙ୍କର ଆରାଧନା କରନ୍ତୁ ଭଲ ଫଳ ପ୍ରାପ୍ତି ହେବ ।

ବିଛା ରାଶି –

ଆପଣ ନିଜ ପରିବାର ସହ ମନୋରଞ୍ଜନ ର କାର୍ଜ୍ୟକ୍ରମ ଦେଖି ନିଜକୁ ଖୁସି କରି ପାରିବେ । ଆପଣ ନିଜର ଦୋଷିକୁ ଆଜି ଶାସ୍ତି ପାଇବାର ଦେଖିବେ । ଆପଣ ଭଗବାନ ହନୁମାନ ଯୀଙ୍କୁ ଆରାଧନା କରନ୍ତୁ । ନିଜର କଥାରେ ମିଠାଶ ଆଣନ୍ତୁ ଯାହା ଦ୍ଵାରା ଆପଣ ନିଜର ଲୋକମାନଙ୍କୁ କିମ୍ବା ବନ୍ଧୁ ମାନଙ୍କର ଯେଉଁ ମାନେ ଆପଣଙ୍କୁ ଭୁଲ ବୁଝି ଥିଲେ ସେମାନେ ଆପଣଙ୍କୁ ପୁଣି ଆପଣେଇବେ । ଯଦି ହେଉଛି ପୂଜା କରିବା ସମୟରେ ଆପଣ କିଛି ଗୁଡ ପୂଜା କରି ଛୋଟ ପିଲାଙ୍କୁ ବାଣ୍ଟି ଦିଅନ୍ତୁ ।

ଧନୁ ରାଶି –

ଏହି ରାଶିର ଲୋକମାନେ ଆଜି ବିଶେଷ କରି ନିଯକୁ ଘର କାମରେ ରଖିବେ । ଆପଣ ଯଦି ଚାହିଁବେ ତାହେଲେ ଆପଣ ନିଜର କିଛି ସ୍ପେଶାଲ ଡିଶ କରି ଆଜି ଘର ଲୋକଙ୍କୁ ଖାଇବା ପାଇଁ ଦେବେ । ଧନର ବୃଦ୍ଧି ହେବ ମା ଲକ୍ଷ୍ମୀ ଙ୍କର କୃପା ଆଜି ଆପଣଙ୍କ ଉପରେ ଅଛି । ଚାଲୁଥିବା ସମୟ ସହ ନିଜ ଚିନ୍ତା ଧାରାକୁ ଆପଣ ବଦଳେଇଲେ ଏହା ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ । ଆପଣ ନିଜ ପରିବାର ରେ ଥିବା ମୁଖ୍ୟ ବ୍ୟକ୍ତି ସହ କଥା ହୋଇ ନିଜର ଆଗାମୀ କାମକୁ କରନ୍ତୁ । କାଲା ଗଣେଶ ଙ୍କୁ ୭ ଟି ଦୁବ ଦେଇ ଆରାଧନା କରନ୍ତୁ ।

ମକର ରାଶି –

ଆପଣ ଙ୍କ ପାଇଁ ସମୟ ବହୁତ ସୁଖ ମୟ ଅଟେ । ଆଜି ଆପଣ ଚାକିରିରେ ଭି ନିଜକୁ ଭଲ ପ୍ରମାଣିତ କରିବେ ଏହା ସହ ଆପଣ ବ୍ୟାପାରରେ ମଧ୍ୟ ନିଜକୁ ଖୁବ ଭଲ ବ୍ୟାପାରୀ ବୋଲି ପ୍ରମାଣିତ କରିବେ । ଆପଣଙ୍କର ହୋଇ ଥିବା କ୍ଷତି ଆଜି ପୂରଣ ହୋଇ ଜୀବ । ଆପଣ ନିଜର ସନ୍ତାନ ମାନଙ୍କ ବିବାହ କୁ ନେଇ ଅନେକ ଖୁସିରେ ରହିବେ ।

କୁମ୍ଭ ରାଶି –

ନିଜ ଆଖ ପାଖର ମାହୋଲ ଦେଖିକି ଆପଣ ଟିକେ ଚିନ୍ତିତ ହୋଇ ପଡିଥିବେ । ମାତ୍ର ଆପଣ ନିଜକୁ ସାହାହ ଦେଇ ରଖନ୍ତୁ ଯଦି ଆପଣ ଭାଙ୍ଗିଯିବେ ତେବେ ଆପଣଙ୍କର ପରିବାର ଉପରେ ଦିପଦ ଆସି ପାରେ । ନିଜକୁ ସୃଦୃଢ ରଖନ୍ତୁ ଓ ସୁରକ୍ଷା ପାଇଁ ଆପଣ ନିୟମ ମାନି ଚାଳନ୍ତୁ । ଆପଣ ଏହି ସମୟ ଭିତରେ ଅନେକ ଖୁସି ଖବର ପାଇବେ କିନ୍ତୁ ଯଦି ଆପଣ ନିଜ ଡର ପାଇଁ ଏହାକୁ ଉପଭୋଗ ନକରିବେ ଏହା ଆପଣଙ୍କର ଭୁଲ ଅଟେ । ନିଜ ଡରକୁ ହରାଇବା ପାଇଁ ଆପଣ ମହା ମୃତ୍ୟୁଞ୍ଜୟ ମନ୍ତ୍ର ବୋଲି ପାରିବେ । ଏହା ଦ୍ଵାରା ଆପଣ ଙ୍କର ଦେହ ଭଲ ରହିବ ଓ ଆପଣ ଖରାପ ଚିନ୍ତା ଓ ଡର ରୁ ମୁକ୍ତି ପାଇବେ ।

ମୀନ ରାଶି –

ଏହି ରାଶିର ଲୋକମାନେ ଆଜି ନିଜକୁ ଖୁବ ଚିନ୍ତା ମୁକ୍ତ ଓ ଶାନ୍ତି ପୂର୍ଣ ବାତାବରଣ ମଧ୍ୟରେ ରଖିବେ । ଆପଣ ନିଜ ଜୀବନର କିଛି ନୂଆ ଜିନିଷ ଶିଖିବା ପାଇଁ ଚେଷ୍ଟା କରି ପାରନ୍ତି । ଆପଣ ଯଦି ନିଜ ପଛ ଜୀବନକୁ ଛାଡି ପରିବେନି ତାହେଲେ ଆପଣ ଆଗକୁ ଯାଇ ପରିବେନି । ଆପଣ ମାନେ ଯଦି ନିଜ ପାର୍ଟନରଙ୍କ ସହ ଖୁସିରେ ରହିବାକୁ ଚାହୁଞ୍ଚନ୍ତି ତେବେ ତାଙ୍କ ଉପରେ ଭରସା କରି ନିଜକୁ ସମୟ ସହ ଚାଲିବା ପାଇଁ ଅନୁମତି ଦିଅନ୍ତୁ । ଆପଣ ନିଜ ଚେତନାକୁ ଶୁଦ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।