ଆଜିର ରାଶିଫଳ, 21 ଫେବୃଆରୀ 2021, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତି ହେବ ସୁଦୃଢ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ଫେବ୍ରୁଆରି ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି କେବେ ହେଲେ କାହା ଉପରେ ବିଶ୍ଵାସ କରନ୍ତୁ ନାହିଁ । ଯାହା ଫଳରେ ଆଜି ବହୁତ ଖୁସି ରେ ରହିବେ । ବହୁତ ସମୟ ଧରି ଯେଉଁ କାର୍ଯ୍ୟ କରିବାକୁ ଚାହୁଥିଲେ କିନ୍ତୁ ସେହି କାର୍ଯ୍ୟ ଆପଣଙ୍କର ହେଉନଥିଲା କିନ୍ତୁ ଏବେ ସେହି କାର୍ଯ୍ୟ ବହୁତ ଶୀଘ୍ର ହୋଇଯିବାର ସମ୍ଭାବନା ହେବ । ଆର୍ଥିକ ସମସ୍ୟା କିଛି ଦେଖା ଦେବ । ଯାହା କାର୍ଯ୍ୟ ଆଜି ଲୋକଙ୍କର ବାକି ରଖିଛନ୍ତି ତାଙ୍କର ପୁରା କରନ୍ତୁ ନଚେତ କେହି ଜଣେ ଲୋକ ଆଜି ଆପଣଙ୍କୁ ଗାଳି ଦେଇପାରେ । ଆଜି ଆପଣଙ୍କୁ ବହୁତ ଭଲ ସୁଯୋଗ ମିଳିବ ଯାହା ଦ୍ଵାରା ଆପଣଙ୍କ ଯେଉଁ ବ୍ୟବସାୟ କରିବାକୁ ଇଛା ଥିଲା ସେହି କାର୍ଯ୍ୟରେ ଏବେ ବହୁତ ସରଳ ହୋଇଯିବ ।

ବୃଷ

କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଭଲ ଯୋଗ ପଡିଥିବା ହେତୁ ଭଲ ଲାଭ ହେବ । ଆଜି ଆପଣଙ୍କର ମନ ବଳ ବଢିବା ସହିତ ଆତ୍ମବିଶ୍ଵାସ ମଧ୍ୟ ବଢିବ । ଆପଣଙ୍କର ଆଜି ଦିନ କାଲୀ ଠାରୁ ବହୁତ ଭଲ ରହିବ । କୌଣସି ଏକ ଜରୁରୀ କାମରେ ବାହାରକୁ ଯାଇପାରନ୍ତି । ଆଜି କେବେ ହେଲେ ସମୟ ନଷ୍ଟ କରନ୍ତୁ ନାହିଁ, ଯଦି ଏହି ସମୟ ଆପଣଙ୍କ ହାତରୁ ଚାଲିଯାଏ ତେବେ ଏହା କେବେ ହେଲେ ଆପଣଙ୍କ ପାଖକୁ ଆଉ ଫେରିବା ନାହିଁ । କୌଣସି ଏକ କାର୍ଯ୍ୟକୁ ସମଧାନ କରିବାକୁ ଯାଇ ଆଜି ବହୁତ ସମୟ ମଧ୍ୟ ବ୍ୟର୍ଥ ଯିବ ।

ମିଥୁନ

ଆଜି ଆପଣଙ୍କର ଭାଗ୍ୟ ପୁରା ସାଥ ଦେବ । ନୂଆ ବିଭା ହୋଇଥିବା ମହିଳା ମାନେ ବହୁତ ଖୁସିରେ ଦିନ କାଟିବେ । ମାତା ଓ ପିତାଙ୍କ ସାଙ୍ଗରେ ଭଲରେ ଦିନ କଟିବ । ଏଥିପାଇଁ ପୁରା ଦିନ ଖୁସିରେ କାଟିବ ଓ ଆପଣଙ୍କ ସମ୍ପର୍କ ଦୃଢ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ । ଆଜି ପୁରା ଦିନ ଧାର୍ମିକ ଅନୁଷ୍ଠାନରେ କଟିବ ନିଜର ଓ ଭଲ କର୍ମ ଫଳ ମିଳିବା ସହିତ କିଛି ନୂଆ ଖୁସି ଖବର ମିଳିପାରେ । ବହୁ ପୂର୍ବରୁ ରହିଯାଇଥିବା କାର୍ଯ୍ୟ ଏବେ ବହୁତ ଶୀଘ୍ର ପୂର୍ଣ ହେବ ।

କର୍କଟ

ବ୍ୟବସାୟ କାର୍ଯ୍ୟ ସମ୍ବନ୍ଧିତ ସବୁ କାମ ବହୁତ ଭଲରେ ରହିବ ଓ ଅତ୍ୟଧିକ ଲାଭ ହେବ । ଯାହା ଆପଣ ପୂର୍ବରୁ କେବେ ହେଲେ ଭାବି ନଥିବେ । ମାତା ପିତାଙ୍କ ଧ୍ୟାନ ରଖନ୍ତୁ ନଚେତ ତାଙ୍କର ଆଜି ସ୍ୱାସ୍ଥ୍ୟ ବିଗାଡି ଯାଇପାରେ । ଜୀବନ ସାଥିକୁ ବୁଝିବାକୁ ଚେଷ୍ଟା କରନ୍ତୁ ସେ ଆଜି ଆପଣଙ୍କୁ ଯେଉଁ ଉପଦେଶ ଦେବେ ସେଇଟା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହୋଇପାରେ । କାର୍ଯ୍ୟ ସଫଳ ହେବା ଫଳରେ ଆଜି ବହୁତ ଆତ୍ମବିଶ୍ଵାସ ବଢିବ କିନ୍ତୁ କାମ ଅଧିକା ଭାରି ରହିବ, ଯେଉଁଥିପାଇଁ ଶାରୀରିକ କଷ୍ଟ ଓ ମାନସିକ କଷ୍ଟ ଉଭୟ ଦେଖା ଦେବ ।

ସିଂହ

ଆଜି କୌଣସି ନିସ୍ପତି ନେବା ପୂର୍ବରୁ ଟିକେ ଭାବିକରି ନେବା ପାଇଁ ଚେଷ୍ଟା କରନ୍ତୁ ଅଥବା ବଡ ଲୋକଙ୍କର ପରାମର୍ଶ କ୍ରମେ କାମ ଆରମ୍ଭ କରନ୍ତୁ । ଆଜି ଭାବି ଥିବା କାର୍ଯ୍ୟ ହଠାତ ପୂର୍ଣ ହୋଇଯିବ । ବହୁ ଦିନରୁ ହେଉଥିବା ସମସ୍ୟା ଏବେ ଦୂରେଇଯିବ ବା କିଛି ସମାଧାନର ବାଟ ବାହାରି ଯାଇପାରେ । କିଛି ପୁରୁଣା ସାଙ୍ଗ ସହ ଭେଟ ହୋଇପାରେ । ଧର୍ମ ସ୍ଥାନ ରେ କିଛି ଖର୍ଚ ହୋଇପାରେ । ଯାହା ଦ୍ଵାରା ସମାଜରେ ମାନ ସଂମ୍ମାନ ମିଳିବ ଓ ଗୁରୁଙ୍କର ଆଶ୍ରିବାଦ ମିଳିବ । ଯାତ୍ରା ଆପଣଙ୍କର ଲାଭ ଦାୟକ ହେବ । ଆଜି ଯିଏ ଯେତେବୀ ଚାହିଁଲେ କିଛି କ୍ଷତି କରିପାରିବେ ନାହିଁ ।

ବିଚ୍ଛା

କୌଣସି ଜିନିଷରେ ବେଶି ଚିନ୍ତା କରନ୍ତୁ ନାହିଁ । କାରଣ ଚିନ୍ତା କରିବା ଦ୍ଵାରା ନିଜର ହିଁ କ୍ଷତି ହେବ । ସବୁବେଳେ ଆପଣ ଯେ ଠିକ କେବେହେଲେ ଭାବନ୍ତୁ ନାହିଁ ସଦାବେଳେ ଗୁରୁ ଓ ମାତା ପିତାଙ୍କ କଥା ମାଣିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରେ ଭଲ ଲାଭ ହେବ ଓ ଯେକୌଣସି କାମ ଆଜି କରିବେ ଲୋକଙ୍କର ସହଯୋଗ ଫଳରେ କାର୍ଯ୍ୟ ବହୁତ ଶୀଘ୍ର ସଫଳ ହୋଇବ । ମାତା ଓ ପିତାଙ୍କ ସାଙ୍ଗରେ ଭଲରେ ଦିନ କଟିବ । ଏଥିପାଇଁ ପୁରା ଦିନ ଖୁସିରେ କାଟିବ ଓ ଆପଣଙ୍କ ସମ୍ପର୍କ ଦୃଢ ରହିବ ।

ତୁଳା

ଆଜି ପରିବାରକୁ କେହି ଜଣେ ନୂଆ ବ୍ୟକ୍ତି ଆସିବା ଫଳରେ ବହୁତ ଶାନ୍ତି ଓ ଖୁସି ଅନୁଭୂତ ହେବ । ପାଖ ଜାଗାକୁ ଯାଇ ପୁରା ମଜା କରି ଆସିବେ ଯାହାକି ପୁରା ଦିନ ଆପଣଙ୍କର ଭଲରେ କଟିବ ଓ ଖୁସିରେ ରହିବେ । ନିଜର ନଜର ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ନଚେତ ଆପଣଙ୍କ ସାଙ୍ଗରେ କେହି ମିଶି ନପାରନ୍ତି । ଏହିପରି କରିବା ଦ୍ଵାରା ଆପଣଙ୍କର କିଛି ଫାଇଦା ହେବ ନାହିଁ ଓ ଆପଣଙ୍କୁ କେହି ପସନ୍ଦ କରିବେ ନାହିଁ । ଆଜି କାହା ଉପରେ ରାଗନ୍ତୁ ନାହିଁ ନଚେତ ଯେଉଁ କାର୍ଯ୍ୟ ହେବାକୁ ଥିବ ସେହି କାର୍ଯ୍ୟରେ ବାଧା ସୃଷ୍ଟି ହେବ ଯାହାଫଳରେ ନିରାଶ ହେବେ ତେଣୁ କରି ନିଜ ବାଣୀ ଉପରେ ନିୟତ୍ରଣ ରଖନ୍ତୁ ।

କନ୍ୟା

ଆଜିର ଦିନ ଆପଣଙ୍କ ପାଇଁ ବହୁତ ମହତ୍ୟ ପୂର୍ଣ ରହିବ । ପୁରୁଣା ସାଙ୍ଗ ସହ ଭେଟା ହୋଇପାରେ । ଆଜି ଆପଣଙ୍କର ଦିନ ମଧ୍ୟମ ଧରଣର କଟିବ । ଯେତିକି ପରିଶ୍ରମ କରିବେ ସେତିକି ଫଳ ପାଇବେ । ଘରେ କିଛି ଭଲ ଖୁସି ଖବର ମିଳିପାରେ । ସକରାତ୍ମକ ଶକ୍ତି ବଳ ଅଧିକା ରହିବା ଫଳରେ କାମ କାର୍ଯ୍ୟରେ ସଫଳତା ମିଳିବ । ଯେକୌଣସି କାମ ଆଜି ଆରମ୍ଭ କରିଥିବେ ସେହି କାମ ଆଜି ନିର୍ଭୁଲ ଭାବରେ ଓ ବହୁତ ଭଲ ଭାବରେ ଖୁବ ଶୀଘ୍ର ସରିଯିବ ।

ଧନୁ

ଆଜି ଏପରି କିଛି ଆପଣଙ୍କ ସହିତ ହେବ ଯାହାକି ଆପଣ ଆଗରୁ କେବେ ହେଲେ ଭାବିନଥିବେ । ଆର୍ଥିକ ସ୍ଥିତି ସୁଦୃଢ ରହିବ ଆଜି କିଛି ଖର୍ଚ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ କିଛି ଅସୁବିଧା ଦେଖା ଦେଇପାରେ । ନିଜର ଥିବା ସବୁ କାର୍ଯ୍ୟ ପୂର୍ଣ ହୋଇଯିବ । ବ୍ୟବସାୟରେ ବହୁତ ଲାଭ ହେବା ସହିତ ସେଥିରେ କରିଥିବା ନୂଆ ଯୋଜନାରେ ସଫଳ ହେବେ । କୌଣସି ଏକ ନୂଆ ଜାଗାକୁ ଯିବାକୁ ଚାହୁଥିଲେ ଆଜି ସେହି ଜାଗାକୁ ଯାଇପାରିବେ ।

ମକର

ଆଜି କୌଣସି ଜିନିଷରେ ଯଦି ନିବେଶ କରିବେ ସେଥିରେ ଦୁଇ ଗୁଣ ଲାଭ ପାଇବାର ସମ୍ଭାବନା ଅଛି । ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ କାହା କଥା ଶୁଣନ୍ତୁ ନାହିଁ । ଆଜି ସାଙ୍ଗ ମାନଙ୍କର ପୁରା ସାଥ ମିଳିବ କିନ୍ତୁ ଆପଣଙ୍କର କିଛି ଏମିତି ସାଙ୍ଗ ଥାନ୍ତି ଯେଉଁ ମାନେ କି ହଇରାଣ କରଥାନ୍ତି । ସେମାନେ କେବେହେଲେ ଆପଣଙ୍କର ଭଲ ଚାହାନ୍ତି  ନାହିଁ । ସେମାନେ ଆଜି ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି । କଥାବାର୍ତା ଓ ସ୍ଵଭାବରେ କିଛି ପରିବର୍ତନ ଆଣିବାକୁ ଚେଷ୍ଟା କରନ୍ତୁ ନଚେତ ବଡ ବିବାଦ ମଧ୍ୟରେ ଫଶୀ ପାରନ୍ତି ।

କୁମ୍ଭ

ପରିବାର ସହିତ ଆଜି ଅଧିକ ସମୟ ବିତାନ୍ତୁ ଯାହା ଫଳରେ ସମସ୍ଥଙ୍କର ଆପଣଙ୍କ ଉପରେ ଅଧିକ ବିଶ୍ବାସ ମଧ୍ୟ ବଢିବ । କାର୍ଯ୍ୟରେ କିଛି ଛୋଟ ମୋଟ ଅସୁବିଧା ଆସିବ କିନ୍ତୁ କିଛି ବଡ ସମସ୍ୟା ହେବ ନାହିଁ । ଆର୍ଥିକ ସ୍ଥିତି ମଜବୁତ ରହିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ ନଚେତ କୌଣସି ଏକ ବଡ ବିପଦରେ ପଡ଼ିପାରନ୍ତି ଯାହାକି କେହି ଉଧାର କରିବା ପାଇଁ ହୁଏତ ନଥିବେ ସେଥିପାଇଁ ସତର୍କ ହୋଇ ଚାଲିବାକୁ ଚେଷ୍ଟା କରନ୍ତୁ । ଟଙ୍କା ଦେବା ନେବା ଠାରୁ ଦୂରେଇ ରୁହନ୍ତୁ ନଚେତ ଟଙ୍କା ଫେରି ପାଇବାକୁ ବହୁତ କଷ୍ଟ ହେବ । ଆଜି କୌଣସି ନିସ୍ପତି ନେବା ପୂର୍ବରୁ ଟିକେ ଭାବିକରି ନେବା ପାଇଁ ଚେଷ୍ଟା କରନ୍ତୁ ଅଥବା ବଡ ଲୋକଙ୍କର ପରାମର୍ଶ କ୍ରମେ କାମ ଆରମ୍ଭ କରନ୍ତୁ ।

ମୀନ

ନୂଆ କାର୍ଯ୍ୟ କ୍ଷେତ୍ରରେ ହଠାତ କିଛି ଆସୁବିଧା ଆସିପାରେ ଯାହାକି ଆପଣଙ୍କ ଉପରେ କିଛି ଅସୁବିଧା ଆସିପାରେ । କାମ ପୁରା କରିବା ପାଇଁ ହୁଅତ ଆଜି ବହୁତ ସମୟ ଲାଗିପାରେ । ପରିବାରରୁ କିଛି ଖୁସି ଖବର ମିଳିପାରେ ଯାହା ଦ୍ଵାରା କି ଆପଣଙ୍କ ମନ ବହୁତ ପ୍ରଫୁଲିତ ରହିବ । କାହା ଉପରେ ରାଗନ୍ତୁ ନାହିଁ କାରଣ ସବୁବେଳେ ରାଗିବା ଭଲ ହୋଇନଥାଏ ହୁଏତ ଆଜି ସେହି ପିଲା କିଛି ଆପଣଙ୍କୁ କିଛି କହି ଦେଇପାରେ ଯାହା ଫଳରେ ମାନ ହାନି ହୋଇପାରେ ।  ଆଜି କୌଣସି ଦିଗରୁ କିଛି ନିରାଶ ପୂର୍ଣ୍ଣ ଉତ୍ତର ଆସିବ ଯାହା ଫଳରେ ବହୁତ ଦୁଖୀ ରହିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।