ଆଜିର ରାଶିଫଳ, 17 ଜୁନ 2020, ବୁଧବାର, ଭଗବାନ ବିଷ୍ଣୁଙ୍କ କୃପାରୁ ବଦଳିବ ଏହି ୭ଟି ରାଶିର ଭାଗ୍ୟ, ଧନ ଲାଭ ହେବାରୁ ମନ ଖୁସି ରହିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଭାଗ୍ୟୋନ୍ନତିର ପ୍ରୟାସରେ ସଫଲ ରହିବେ । କୌଣସି ଦୂର ସ୍ଥାନକୁ ଯାଇ ପାରନ୍ତି । ନୂତନ କାର୍ଯ୍ୟ ଆରମ୍ଭ ହୋଇପାରେ । ଉପହାର ପ୍ରାପ୍ତି ହେବ। ଶଶୁର ଘର ପକ୍ଷରୁ କୌଣସି ଶୁଭ ଖବର ମିଳିପାରେ । ପରିଜନଙ୍କ ସହ ସମସ୍ତ ବିବାଦର ଅନ୍ତ ହେବ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଶତ୍ରୁ ସକ୍ରିୟ ରହିବେ । ମିତ୍ରଙ୍କ ସହିତ ମନୋରଞ୍ଜନ ଭରା ଯାତ୍ରା କରି ପାରନ୍ତି । କିଛି ଏମିତି ଘଟଣା ଆପଣଙ୍କ ସାମ୍ନାରେ ଘଟିପାରେ, ଯେଉଁ କାରଣରୁ ଆପଣ ଚିନ୍ତିତ ରହି ପାରନ୍ତି ।

ବୃଷ

ଉତ୍ସାହବର୍ଧକ ସୂଚନା ପ୍ରାପ୍ତ ହେବ । ଆତ୍ମସମ୍ମାନ ବୁଦ୍ଧି ହେବ । କୌଣସି ବଡ କାର୍ଯ୍ୟ କରିବାକୁ ଇଚ୍ଛା ହେବ । ବ୍ୟାପାର ଓ ବ୍ୟବସାୟରେ ଅନୁକୂଳ ପରିସ୍ଥିତି ଆସିବ । ସ୍ଥାନ ପରିବର୍ତ୍ତନ ଦ୍ଵାରା ଲାଭ ମିଳିପାରେ । ଯୋଗ୍ୟତା ପ୍ରମାଣିତ କରିବା ପାଇଁ ସଂଘର୍ଷ କରିବାକୁ ପଡିପାରେ । ଆପଣଙ୍କ ସାହାସର ପ୍ରଶଂସା ହେବ । ମିତ୍ର ସାହାର୍ଯ୍ୟ କରିବେ । ବାହାରକୁ ଯିବାର କାର୍ଯ୍ୟକ୍ରମ ହୋଇପାରେ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ପୁରୁଣା ସାଥିଙ୍କ ସହ ସାକ୍ଷାତ ହେବ ।

ମିଥୁନ

ନିଜକୁ ଶାନ୍ତ ରଖନ୍ତୁ । ଅବସ୍ଥାକୁ ବୁଝି ସୁଝି ପଦକ୍ଷେପ ନିଅନ୍ତୁ । ଦିନ ଶେଷ ହେବା ସହିତ ଆର୍ଥିକ ସ୍ଥିତିରେ ସୁଧାର ଆସିଯିବ । ଘରେଲୁ ମାମଲାରେ ସମୟ ଦିଅନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ସହଯୋଗ ପ୍ରାପ୍ତ ହେବ । ପ୍ରସନ୍ନ ରହିବେ । ଆମୋଦ ପ୍ରମୋଦ କରନ୍ତୁ । ନିଜର ଜୀବନସାଥିଙ୍କ ଛୋଟ ମୋଟ ଭୁଲକୁ ନଜର ଅନ୍ଦାଜ କରି ଦିଅନ୍ତୁ । ତେବେ ଆପଣଙ୍କ ସମ୍ପର୍କରେ ବିବାଦ ଆସିବ ନାହିଁ । ଭାବନାରେ ବହି ନିଷ୍ପତି ନିଅନ୍ତୁ ନାହିଁ । ଫାଲତୁ ଖର୍ଚ ଠାରୁ ଦୂରେଇ ରୁହନ୍ତୁ ।

କର୍କଟ

କିଛି କ୍ରୟ କରିବା ପୂର୍ବରୁ ସେହି ଜିନିଷ ବିଷୟରେ ଭଲ ଭାବରେ ଜାଣି ନିଅନ୍ତୁ । ଯଦି ଆପଣ ହୁକୁମ ଚଳାଇବାକୁ ଚେଷ୍ଟା କରିବେ, ତେବେ ଆପଣଙ୍କ ସମ୍ପର୍କରେ ବିବାଦ ଆସିପାରେ । ଆଜି ଆପଣ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିବାରେ ସଫଳ ହେବେ । ଜଲ୍ଦି ଜଲ୍ଦି ନିଷ୍ପତି ନିଅନ୍ତୁ ନାହିଁ । ଜୀବନରେ ଆଗକୁ ବଢିବା ପାଇଁ ଚାନ୍ସ ମିଳିପାରେ । ଶତ୍ରୁ ସକ୍ରିୟ ରହିବେ । ବନ୍ଧୁ ମିତ୍ରଙ୍କର ସହଯୋଗ ମିଳିବ । ପ୍ରେରଣା ମିଳିବ । ଆର୍ଥିକ ସହାୟତା ବି ମିଳିବ । ପିତାଙ୍କ କଥାକୁ ଅନୁସରଣ କରିବେ ।

ସିଂହ

ସୁଖ ସମୃଦ୍ଧି ବୃଦ୍ଧି ହେବ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଦାମ୍ପତ୍ୟ ଜୀବନରେ ସୁଖ ଆସିବ । ଆଶାଜନକ ଫଳପ୍ରାପ୍ତି ହେବ । ସଂଘର୍ଷ ଦ୍ୱାରା ସଫଳତା ମିଳିବ ଏବଂ ଲୋକ ସମ୍ପର୍କ ବଢିବ । ଧନ ଲାଭ ହେବାରୁ ମନ ଖୁସି ରହିବ । ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ମହିଳାମାନେ ନିଜର ସମୟ ହସ ଖୁସିରେ ବିତେଇବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ । ମାନସିକ ଚିନ୍ତା ଦୂର ହେବ ।

କନ୍ୟା

ମାଲିମୋକଦ୍ଦମାରେ ସଫଳତା ମିଳିବ । ସାମାଜିକ ସ୍ତରରେ ସମ୍ମାନ ଲାଭ ହେବ । ପରିବହନରେ ବିଶେଷ ଲାଭବାନ ହେବେ । ନୂତନ କର୍ମ ପ୍ରାପ୍ତି ହେବ । ସହକର୍ମୀମାନଙ୍କ ସହ ଶତ୍ରୁତା ରହିବ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଶତୃମାନେ ପରାଜିତ ହୋଇ ଯିବେ । ପାରିବାରିକ ସ୍ନେହ ପ୍ରାପ୍ତି ହେବ । ବନ୍ଧୁମାନଙ୍କ ସମାଗମ ହେବ । ଅଭାବ ଅସୁବିଧା ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ ।

ତୁଳା

ନିଜ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ । ଅଯଥା ବାଦ-ବିବାଦରୁ ଦୂରତା ରକ୍ଷା କରନ୍ତୁ । ପିଲାମାନଙ୍କ ପାଠପଢା ନେଇ ଚିନ୍ତିତ ରହିବେ । ମାଲିମୋକଦ୍ଦମାର ଭୟ ରହିବ । କର୍ମ କ୍ଷେତ୍ରରେ ନୂତନତ ଆସିବ । ମହିଲାମାନେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଡାକ୍ତରଙ୍କ ପରାମର୍ଶ ନେବେ । ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ ।

ବିଚ୍ଛା

ସମ୍ପତ୍ତି ମାମଲାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ରାଜନୀତିରେ ଫାଇଦା ଉଠାଇବେ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ମନର ଅଶାନ୍ତି ଦୂର ହେବ । ସନ୍ତାନମାନଙ୍କ ଉନ୍ନତି ପାଇଁ ଚିନ୍ତିତ ରହିବେ । ଦୂର ସ୍ଥାନକୁ ଯାତ୍ରା କରି ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ହାତକୁ ନେଇଥିବା କାର୍ଯ୍ୟ ସଠିକ ସମୟରେ ପୁରା କରି ପାରିବେ ନାହିଁ । କଠିନ ପରିଶ୍ରମ କରିବାକୁ ପଡିବ । କିଛି କାରଜୀରେ ସଫଳ ହେଲେ ମଧ୍ୟ ଅସ୍ଥିରତା ରହିବ । ବନ୍ଧୁ ମିତ୍ରଙ୍କ ସହ ମନୋରଞ୍ଜନ କରିବେ । ହସଖୁସିର ବାତାବରଣ ସୃଷ୍ଟି ହେବ ।

ଧନୁ

କିଛି କାର୍ଯ୍ୟ କରି ପ୍ରଶଂସିତ ହେବେ । ବ୍ୟୟ ଅପେକ୍ଷା ଆୟ ଅଧିକ ହେବ । ଋଣମୁକ୍ତ ହେବ । ନୂତନ ସଂସ୍ଥାର ଆୟୋଜନ କରିବେ । ଗୃହ ଉପକରଣ କ୍ରୟ କରିବେ । ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସଂପର୍କ ରହିବ । ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବ । ଆଜି ଗାଡ଼ି ଚଳାନ୍ତୁ ନାହିଁ ।

ମକର

ସାକ୍ଷାତ୍କାରରେ ସଫଳ ହେବେ । ପାରିବାରରେ ଅଶାନ୍ତିର ବାତାବରଣ ଦୂରେଇ ଯିବ । ସନ୍ତାନଙ୍କ ଦିଗରୁ ଶୁଭ ସମ୍ବାଦ ପାଇ ଖୁସି ହେବେ । ଦୂର ଯାତ୍ରା କରନ୍ତୁ ନାହିଁ । କର୍ମ କ୍ଷେତ୍ରରେ ପଦୋନ୍ନତି ଓ ବନ୍ଧୁ ଲାଭ ହେବ । ବ୍ୟବସାୟରେ ପୂର୍ଣ୍ଣ ସଫଳତା ମିଳିବ । ପୂର୍ବ ସମସ୍ୟାର ସମାଧାନ ହେବ । ମନରେ ଭୟ ରହିବ । ଶାରୀରିକ ଅସୁସ୍ଥତା ଦୂରେଇ ଯିବ ।

କୁମ୍ଭ

ମହିଳାମାନେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଅଧିକ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ । କର୍ମ କ୍ଷେତ୍ରରେ ଅସନ୍ତୋଷ ରହିବେ । ସହକର୍ମୀଙ୍କ ସହ ବିବାଦ ହୋଇପାରେ । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ରହିବ । ବ୍ୟବସାୟରେ ଲାଭ କରି ମନ ଖୁସି ରହିବ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ଲାଭ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ ।

ମୀନ

ପୂର୍ବ ଶତୃମାନେ ପରାଜୟ ହେବେ । ଘର ସମ୍ପତ୍ତିରେ ଥିବା ଦ୍ଵନ୍ଦର ସମାଧାନ ହେବ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ପୁରୁଣା ରୋଗରୁ ମୁକ୍ତି ପାଇବେ । କାର୍ଯ୍ୟରେ ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ଅଧିକାଂଶ ସମୟ ଘର ତଥା ପରିବାରର କଥା ଚିନ୍ତା କରିବେ । ଚିନ୍ତା କରିବା ଦ୍ଵାରା ମନ ଭଲ ରହିବ ନାହିଁ । ଦୂରଯାତ୍ରାରେ ସଫଳ ହେବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।