ସୁଶାନ୍ତ ସିଂହ ରାଜପୁତଙ୍କ ରାଜ ବିଷୟରେ ଶେଖର କପୁର କଲେ ସବୁଠୁ ବଡ ଖୁଲାସା, କାସ୍! ତୁମେ ମୋ ସହିତ କଥା ହେଇଥାନ୍ତ

ବଲୀଉଡରେ ନିଜର ପ୍ରତିଭା ବଳରେ ଲୋକମାନଙ୍କ ହୃଦୟରେ ରାଜ କରୁଥିବା ଅଭିନେତା ସୁଶାନ୍ତ ସିଂହ ରାଜପୁତ ରବିବାରକୁ ଆତ୍ମହତ୍ୟା କରି ନିଜର ଜୀବନ ଦେଇ ଦେଇଛନ୍ତି । କେହି ବି ତାଙ୍କ ଦ୍ଵାରା ଉଠା ଯାଇ ଥିବା ଏହିଭଳି ପଦକ୍ଷେପକୁ ବିଶ୍ଵାସ କରି ପାରୁ ନାହାନ୍ତି । ଏମିତିରେ ଯେଉଁଠି ସମସ୍ତେ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ ଜାଣିବାକୁ ଚାହୁଁଛନ୍ତି ଓ ଏହା ସହିତ ତାଙ୍କର ଫ୍ୟାନମାନେ ନିଜର ପ୍ରଶ୍ନର ଜବାବ ଖୋଜିବାକୁ ଚେଷ୍ଟା କରୁଛନ୍ତି ।

ଅନ୍ୟ ପଟେ ବଲୀଉଡ ସହ ଜଡିତ ଷ୍ଟାର ସୋସିଆଲ ମିଡିଆ ଜରିଆରେ ନିଜର ଦୁଖ ଜାହିର କରୁଛନ୍ତି । କିନ୍ତୁ ଏହା ମଧ୍ୟରେ ଇଣ୍ଡଷ୍ଟ୍ରିର ଜଣା ଶୁଣା ନିର୍ଦେଶକ ଶେଖର କପୁର ସୁଶାନ୍ତଙ୍କ ବିଷୟରେ ଏକ ପୋସ୍ଟ ଲେଖିଲେ । ଯେଉଁଥିରେ ସେ କିଛି ଏମିତି ଲେଖି ଦେଲେ କି ଯାହାକୁ ପଢି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେ କହିଲେ କି ସୁଶାନ୍ତ ତାଙ୍କ ପାଖକୁ ଆସି କାନ୍ଦୁ ଥିଲେ ।

ଶେଖର କପୁର ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ବର୍ତ୍ତମାନ ହିଁ ଟ୍ୱିଟର ଉପରେ ଏକ ପୋସ୍ଟ କରିଛନ୍ତି । ଯେଉଁଥିରେ ଏକ ରହସ୍ୟକୁ ଉଜାଗର କରିଲେ । ସେ ନିଜର ପୋସ୍ଟରେ ଲେଖିଲେ କି – ‘ମୁଁ ଜାଣି ଥିଲି କି ତୁମେ କେଉଁ ବ୍ୟଥା ଦେଇ ଅତିକ୍ରମ କରୁଥିଲ । ମୁଁ ଜାଣି ଥିଲି ସେହି ଲୋକମାନଙ୍କ କାହାଣୀ ଯେଉଁମାନେ ତୁମକୁ ଏତେ ଖରାପ ଭାବରେ ନିରାଶ କରିଛନ୍ତି କି ତୁମେ ମୋର କାନ୍ଧ ଉପରେ ମୁଣ୍ଡ ରଖି କାନ୍ଦୁଥିଲ ।

ମୁଁ ଗତ ୬ ମାସ ହେବ ଆଖପାଖରେ ରହିଥାନ୍ତି କି, ତୁମେ ମୋ ସହିତ କଥାବାର୍ତ୍ତା କରି ପାରି ଥାନ୍ତ । ତୁମ ସହିତ ଯାହା ହୋଇଛି ସେଥିରେ ତୁମର ନୁହେଁ ଅଥବା ସେହି ଲୋକମାନଙ୍କ କର୍ମର ଫଳ ଅଟେ ।

ଶେଖର କପୁର ଏହି ଟ୍ୱିଟରୁ ଜାହିର କରିଲେ କି ସେ ଜାଣି ଥିଲେ କି ସୁଶାନ୍ତଙ୍କ ସହ କିଛି ଏମିତି ହୋଇଛି, ଯାହା ତାଙ୍କୁ ଭିତରୁ ଭାଙ୍ଗି ଦେଇଛି । କିଛି ଏମିତି ହୋଇଛି, ଯାହା ବିଷୟରେ ସୁଶାନ୍ତ ଶେଖରକୁ କହିଥିଲେ ଓ ତାଙ୍କ ପାଖରେ ବି ଯାଇ କାନ୍ଦି ଥିଲେ । ଏହି କଥା ବିଷୟରେ ତ ଶେଖର କହିଦେଲେ କିନ୍ତୁ ସେହି ଘଟଣା କିମ୍ବା ସେହି ଲୋକମାନଙ୍କ ବିଷୟରେ ସେ କିଛି କହିଲେ ନାହିଁ । ଯାହାଙ୍କ ଦ୍ଵାରା ସୁଶାନ୍ତଙ୍କୁ ନିରାଶ କରିବାର କଥା ସେ ଟ୍ୱିଟରେ କହୁଛନ୍ତି ।

କହିଦେଉଛୁ କି ସୁଶାନ୍ତଙ୍କ ବିଷୟରେ ମିଡିଆ ରିପୋର୍ଟରେ ଏମିତି କୁହାଯାଉଛି କି ସେ ଡିପ୍ରେଶନରେ ଥିଲେ । କିନ୍ତୁ ତାଙ୍କ ଦ୍ଵାରା ନିଜର ଜୀବନକୁ ସମାପ୍ତ କରିବାର ସଠିକ କାରଣ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଜଣା ପଡି ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।