ଆଜିର ରାଶିଫଳ, 17 ଏପ୍ରିଲ 2021, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଏପ୍ରିଲ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକମାନଙ୍କର ପରିବାର ସଦସ୍ୟଙ୍କ ସହ ଭଲ ସମୟ କଟିବ । ବିଦେଶ ଯିବାର ଯୋଗ ରହିଛି । ବ୍ୟବସାୟରେ ଅଧିକ ଲାଭ ହେବାର ଆଶଙ୍କା ରହିଛି । ନିଜ ସାଙ୍ଗ ସାଥିମାନଙ୍କ ସହଯୋଗ ମିଳିବା ଦ୍ଵାରା ଆପଣ ନିଜ ଜୀବନରେ ସଫଳ ହେବେ । ଚାକିରି କ୍ଷେତ୍ରରେ ଉନ୍ନତି ହେବ । ମହିଳା ମାନେ ନିଜ ଘରର କୌଣସି କାମରେ ବ୍ୟସ୍ତ ରଖିବେ । ଶାରୀରିକ ଓ ମାନସିକ ଦୃଷ୍ଟିରୁ ଭଲ ରହିବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବେ । କୌଣସି ମହାନ ବ୍ୟକ୍ତିଙ୍କ ଠାରୁ ଉପଦେଶ ମିଳିବ । ଛାତ୍ରମାନେ ନିଜ ଜୀବନରେ ଆଗକୁ ବଢିବାକୁ ହେଲେ ଅଧିକ ପରିଶ୍ରମ କରିବାକୁ ଚେଷ୍ଟା କରନ୍ତୁ ।

ବୃଷ ରାଶି : ଏହି ରାଶିର ଲୋକମାନଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିବ ଯାହା ଦ୍ଵାରା ସେ ତାଙ୍କ ଜୀବନରେ ସଫଳତା ପାଇ ପାରିବେ । ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କଲେ ଆଗକୁ ସଫଳତା ପାଇବେ । ଆପଣଙ୍କ ସାଙ୍ଗ ସାଥିଙ୍କ ସହ ଘନିଷ୍ଠ ସମ୍ପର୍କ ରହିବ । ଆପଣଙ୍କର ବ୍ୟବସାୟରେ ଅଧିକ ଲାଭ ମିଳିବ । ନିଜର ଭଲ ଗୁଣ ପାଇଁ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଅଫିସରେ କାମ କରୁଥିବା ବ୍ୟକ୍ତି ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ମିଳିବ । ଆପଣ କୌଣସି ନିସ୍ପତି ନେବା ପୂର୍ବରୁ ବୁଝି ବିଚାରୀ ନେବା ଉଚିତ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ମିଥୁନ ରାଶି : ଏହି ରାଶିର ଲୋକମାନଙ୍କର ରହି ଯାଇଥିବା ସବୁ କାମ ପୁରା ହେବ । ଆପଣଙ୍କ ଦାଂପତ୍ଯ ଜୀବନରେ ନିଜ ଜୀବନ ସାଥିଙ୍କ ସହ ଭଲ ସମୟ ରହିବା ସହ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ନିଜ ସାଙ୍ଗ ସାଥି ମାନଙ୍କ ସହଯୋଗ ମିଳିବାରୁ ଆପଣ ନିଜ ଜୀବନରେ ଆଗକୁ ବଢିପାରିବେ । ଧନ ଲାଭର ଯୋଗ ରହିଛି । ଆଜି ଆପଣ କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଥିଲେ କରି ପାରିବେ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ଠାରୁ ବଡ ଲୋକଙ୍କ ଆଶୀର୍ବାଦ ନିଅନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।

କର୍କଟ ରାଶି : ଏହି ରାଶିର ଲୋକମାନେ ନିଜ କର୍ମ କ୍ଷେତ୍ରରେ ସଫଳତା ପାଇବେ । ଧନ ଲାଭର ଆଶଙ୍କା ରହିଛି । ଚାକିରି କରିଥିବା ବ୍ୟକ୍ତି ନିଜର ଦକ୍ଷତା ପାଇଁ ସମସ୍ତଙ୍କ ନଜରରେ ପ୍ରଶଂସା ପାଇବେ । ଆପଣଙ୍କ ଘରେ ଅତିଥି ମାନଙ୍କର ଆଗମନ ହେଇ ଥିବାରୁ ଆପଣଙ୍କ ଦିନଟି ବହୁତ ଖୁସିରେ କଟିବ । ନିଜ ଜୀବନ ସାଥିଙ୍କ ସହ ଅଧିକ ସମୟ ବିତିଇବା ସହ ଆପଣଙ୍କ ବିବାହିତ ଜୀବନରେ ସୁଖ ସମୃଦ୍ଧି ଆସିପାରେ । ନିଜ ବଚନ ଉପରେ ଅତଳ ରହି ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । ସମାଜରେ ଆପଣଙ୍କ ମାନ ସମାନର ବୃଦ୍ଧି ହେବ । ନିଜ ସାଥିଙ୍କର ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ସିଂହ ରାଶି : ଏହି ରାଶିର ବ୍ୟବସାୟ କରୁଥିବା ଲୋକମାନଙ୍କର ଅଧିକ ଲାଭ ହେବ । ଚାକିରି କରିଥିବା ବ୍ୟକ୍ତି ନୂଆ ପଦ ପାଇପାରେ । ପିଲାମାନେ ନିଜ ଘର ଲୋକଙ୍କ ସହ ହସଖୁସିରେ ସମୟ ବିତାଇବେ । ଧନ ଲାଭର ଯୋଗ ରହିଛି । କୌଣସି ନିଷ୍ପତି ନେବା ପୂର୍ବରୁ ଭାବିଛିନ୍ତି ନିଅନ୍ତୁ । ପରିବାର ଲୋକଙ୍କ ସମର୍ଥନ ଯୋଗୁ ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ବିଶ୍ଵସ୍ତ ହେବାକୁ ଚେଷ୍ଟା କରନ୍ତୁ । ମହିଳା ମାନେ ଆଜି ପୂଜା ପାଠରେ ନିଜକୁ ବ୍ୟସ୍ତ ରଖିବେ ।

କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କର ପରିବାର ଲୋକଙ୍କ ସହ ଅଧିକ ସମୟ କାଟିବେ । କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଁ ଥିଲେ ଆଜି ଦିନରେ କରି ପାରିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ସମାଜରେ ଆପଣଙ୍କ ଗୋରବ ଓ ପ୍ରତିଷ୍ଠାର ମାନ ବଢିବ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରନ୍ତୁ । ପୁରୁଣା ସାଥିଙ୍କ ସହ ଭେଟା ହୋଇପାରେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ସମ୍ପର୍କ ରହିବା ସହ ଦୁହିଙ୍କ ଭିତରେ ଭଲ ବୁଝାମଣା ରହିବ । ଛାତ୍ରମାନେ ନିଜ ଜୀବନରେ ସଫଳତା ପାଇବେ । ଆଜି ଆପଣ କୌଣସି କାରଣରୁ ମାନସିକ ଚିନ୍ତାରେ ରହିବେ । ସେଥି ପାଇ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ତୁଳା ରାଶି : ଏହି ରାଶିର ଲୋକମାନଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ନିଜ ପରିବାର ଲୋକଙ୍କ ସହ କୌଣସି ସାମାରିହରେ ଯୋଗ ଦେଇ ଆନନ୍ଦ ଅନୁଭବ କରିବେ । ଆଜି ଆପଣଙ୍କର ଆଯ ଅପେକ୍ଷା ବ୍ୟୟ ଅଧିକ ହେବ । ସନ୍ତାନ ମାନଙ୍କ ପାଇଁ ଆପଣ କିଛି ନୂଆ ଖବର ଶୁଣିବାକୁ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଆପଣ ସଫଳ ହେବେ । ସମାଜରେ ଆପଣଙ୍କର ମାନ ସମାନର ବିକାଶ ଘଟିବ । ଯାହା ଫଳରେ ଆପଣ ସବୁ କ୍ଷେତ୍ରରେ ପ୍ରଶଂସା ପାଇବେ । ଆପଣ ନିଜକୁ କିଛି ଖରାପ ଲୋକଙ୍କ ଠାରୁ ଦୂରେଇ ରଖନ୍ତୁ । ନିଜ ପାଇଁ ଅଧିକ ସମୟ ବାହାର କରିବାକୁ ପ୍ରୟାସ କରନ୍ତୁ ।

ବିଛା ରାଶି : ଏହି ରାଶିର ଲୋକମାନେ ବିଦେଶକୁ ଯାତ୍ରା କରି ପାରିବେ । ଆପଣଙ୍କ ଧ୍ୟାନ ନିଜ ଭବିଷ୍ୟତକୁ ବଢାଇବାକୁ ରହିବ । ଆଜି ଆପଣଙ୍କ ପିଲାମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ସେଥି ପାଇଁ ସେମାନଙ୍କର ଖାଇବା ପ୍ରତି ଧ୍ୟାନ ଦିଅନ୍ତୁ । ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ । କାହା ସହ ବି ନିଜ ବ୍ୟବହାର ଖରାପ କରିବାକୁ ଚେଷ୍ଟା କରନ୍ତୁ ନାହି । କୌଣସି କଥାକୁ ନେଇ ଆପଣ ନିଜ ଜୀବନରେ ହାର ମାନନ୍ତୁ ନାହି । ସାହସର ସହ ନିଜ ଜୀବନରେ ଆଗକୁ ବଢି ସଫଳତା ପାଇବାକୁ ପ୍ରୟାସ ଜାରି ରଖନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ପ୍ରେମ ସମ୍ପର୍କ ଭଲ ହେବା ସହ ଦୁଇ ଜଣଙ୍କ ଭଲ ପାଇବାରେ ମଧୁରତା ଆସିବ । ବ୍ୟବସାୟୀମାନେ ନିଜର ନୂଆ ଯୋଜନା ଆରମ୍ଭ କରିପାରିବେ ।

ଧନୁ ରାଶି : ଏହି ରାଶିର ଲୋକମାନଙ୍କୁ ଆଜି କୌଣସି ଅନୁଭବି ବ୍ୟକ୍ତିଙ୍କଠାରୁ ଉପଦେଶ ମିଳିପାରେ । ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବେ । ଆଜି ଆପଣଙ୍କ ଦିନଟି ସାମାନ୍ଯ ରହିବ । ବ୍ୟବସାୟୀ ମାନଙ୍କର ବେପାର ମଧ୍ୟମ ଧରଣର ରହିବ । ଛାତ୍ରମାନେ ନିଜ ପରିଖାୟାରେ ସଫଳ ହେବେ । ସମାଜରେ ଆପଣଙ୍କ ମାନ ସମାନ ବୃଦ୍ଧି ହେବ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖିବା ସହ ବିଶ୍ଵସ୍ତ ମଧ୍ୟ ହୁଅନ୍ତୁ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ ।

ମକର ରାଶି : ଏହି ରାଶିର ଲୋକମାନେ ଆଜି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ମହିଳାମାନେ ନିଜ ପାଇଁ ନୂଆ ଉପହାର କିଣି ପାରନ୍ତି । ସନ୍ତାନ ମାନଙ୍କ ଯୋଗୁ ଆପଣ କୌଣସି କ୍ଷେତ୍ରରୁ ଖୁସି ଖବର ପାଇ ପାରନ୍ତି । ଚାକିରି କରିଥିବା ବ୍ୟକ୍ତି ନିଜ ସହ କର୍ମୀ ଓ ଉଚ୍ଚ ଅଧିକାରୀଙ୍କ ସହ ଯୋଗ ପାଇ ପାରିବେ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ଆଶୀର୍ବାଦ ନେଇ ନିଜ ଜୀବନରେ ଆଗକୁ ବଢନ୍ତୁ । ଆପଣଙ୍କର ନିଜ ପଡୋଶୀ ଓ ପ୍ରିୟଜନ ମାନଙ୍କ ସହ ଭଲ ସମ୍ପର୍କ ରହିବ । ଦାମ୍ପତ୍ୟ ଜୀବନରେ ନିଜ ସାଥିଙ୍କ ସହ ଅଧିକ ସମୟ ବିତାଇବାକୁ ମୌକା ମିଳିବ । ସେଥିପାଇଁ ଆପଣ ବହୁତ ଆନନ୍ଦ ଅନୁଭବ କରିବେ । ସମାଜରେ ଆପଣଙ୍କ ଗୌରବ ଓ ପ୍ରତିଷ୍ଠାର ମହତ ରହିବ ।

କୁମ୍ଭ ରାଶି : ଏହି ରାଶିର ଲୋକମାନଙ୍କର ଧ୍ୟାନ ନିଜ ସ୍ଵପ୍ନ ପୂରଣ କରିବାରେ ରହିବ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ନିଜ ସନ୍ତାନ ମାନଙ୍କ ସହ ନୂଆ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ପ୍ରିୟଜନ ମାନଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ଛାତ୍ରମାନେ ନିଜ ସ୍କୁଲରେ ଅଧିକ ପ୍ରଶଂସା ପାଇବେ । ବ୍ୟବସାୟୀ ମାନଙ୍କର ବେପାରରେ ଉନ୍ନତି ହେବ । ଅଫିସରେ ବଡ ଅଧିକାରୀ ଙ୍କର ସମର୍ଥନ ମିଳିପାରେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମୀନ ରାଶି : ଏହି ରାଶିର ଲୋକମାନଙ୍କର ଦିନ ଆଜି ଅନୁକୂଳ ରହିବ । ପଇସା କମାଇବାରେ ଆପଣ ନିଜକୁ ଆଜି ବ୍ୟସ୍ତ ରଖିବେ । ବ୍ୟବସାୟୀ ମାନଙ୍କର ଆଜି ଆର୍ଥିକ ଲାଭ ହେବ । ଆପଣ ନିଜ କର୍ମ କ୍ଷେତ୍ରରେ ସଫଳ ହେବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ବିଦେଶକୁ ଯାତ୍ରା କରି ପାରନ୍ତି । ଭାଇ ଭଉଣୀଙ୍କ ସହ ଯୋଗରେ ଆପଣ ନିଜ ଜୀବନରେ ଆଗକୁ ବଢିପାରିବେ । ଶିକ୍ଷକ ମାନେ ନୂଆ ପଦ ପାଇବାର ଆଶଙ୍କା ରହିଛି । କୌଣସି କାରଣରୁ ଆଜି ଆପଣ ମାନସିକ ଚିନ୍ତାରେ ରହିବେ । ଯଦି ଆପଣମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟେ ଲାଇକ କରନ୍ତୁ ।