ଏମିତି ହିଁ କୁହାଯାଏ ନାହିଁ ଆମ୍ବକୁ ଫଳର ରାଜା, କ୍ୟାନ୍ସର ସହିତ ଏହି ୮ ଟି ବଡ ରୋଗ ପାଇଁ ଚମତ୍କାରୀ ଔଷଧୀ ଅଟେ ଏହି ଫଳ- Helath Tips

ଗ୍ରୀଷ୍ମ ଋତୁକୁ ଆମ୍ବର ଋତୁ କହିଲେ ଭୁଲ ହେବ ନହିଁ କାରଣ ଏହି ଋତୁରେ ହିଁ ଆମ୍ବ ଅଧିକ ମାତ୍ର ରେ ମିଳିଥାଏ । ଅନେକ ଲୋକଙ୍କୁ ଆମ୍ବ ଅଧିକ ପସନ୍ଦ କାରଣ ଏହା ଏଭଳି ଏକ ଫଳ ଯାହାର ପ୍ରତେକ ଆଇଟମକୁ  ଆମେ ମାନେ ପସନ୍ଦ  କରୁ । ଯେମିତିକି ଆମ୍ବ ରସ , ଆମ୍ବ ସଡ଼ା , ଆମ୍ବ ଆଚାର , ଆମ୍ବୁଲ ଇତ୍ୟାଦି । ଏଥିରେ କ୍ୟାଲୋରି ଅତି କମ୍ ମାତ୍ରାରେ ଥଏ । ଏହାକୁ ପ୍ରତେକ ବ୍ୟକ୍ତି ନିଜ ପସନ୍ଦ ଅନୁସାରେ ଖାଇ ପାରିବେ । ଏହା ବ୍ଯତୀତ ଆମ୍ବ ଅନେକ ଘାତକ ଓ ମାରାତ୍ମକ ରୋଗ ରୁ ମୁକ୍ତି ଦେଇ ଥାଏ । ଏଥିରେ ଭିଟାମିନ – C, ଭିଟାମିନ – A , ପୋଟାସିୟମ , ଆଇରନ ଇତ୍ୟାଦି ଅଧିକ ମାତ୍ରାରେ ଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରୋଗ ପାଇଁ ଏହା ଲାଭଦାୟକ ଅଟେ ।

କର୍କଟ – ଅନେକ ଗବେଷଣାରୁ ଜଣା ପଡିଛି କି ଆମ୍ବ ଖାଇବା ଦ୍ଵାରା କର୍କଟ ହେବାର ସମ୍ଭାବନା କମ୍ ହୋଇଥାଏ । ଏଥିରେ ଥିବା ଆଣ୍ଟିଅକସିଡେନ୍ଟ  ସ୍ଥନ୍ୟ କର୍କଟ, ଲିଉକୋମିଆ,ପ୍ରୋଷ୍ଟେଟ ଭଳି କର୍କଟ ରୁ ମୁକ୍ତି ଦେଇ ଥାଏ । ଏହା ଛଡା ଏଥିରେ ଅନେକ ପୋଷାକ ତତ୍ଵ ଅଛି ଯାହା ପାଇଁ ଆମକୁ କର୍କଟ ହେବାର ସମ୍ଭାବନା କମିଥାଏ ।

ପାଚନ ଶକ୍ତି ବୃଦ୍ଧି କରାଏ – ପାଚନ ଶକ୍ତି ବଢାଇ ଥାଏ ଆମ୍ବ । ଏଥିରେ ଥିବା ଏନଯାଇମ ଆମର ଶରୀରରେ ଥିବା ପ୍ରୋଟିନ କୁ ଭାଙ୍ଗିବାରେ ସାହାଜ୍ଯ କରିଥାଏ । ଯାହା ପାଇଁ ଖାଦ୍ଯ ଜଲ୍ଦି ହଜମ ହୋଇ ଥାଏ । ଏହା ଦ୍ଵାରା ପେଟର ଅନେକ ରୋଗ ଦୂର ହୋଇ ଥାଏ ।

ଷ୍ଟ୍ରୋକ ରୁ ମୁକ୍ତି- କେତେକ କ୍ଷେତ୍ରରେ ବୈଜ୍ଞାନିକ ମାନଙ୍କର ଗବେଷଣାରୁ ଜଣା ପଡିଛି  ଆମ୍ବ ଖାଇବା ଦ୍ଵାରା ଷ୍ଟ୍ରୋକ ହୁଏ ନହିଁ । ପ୍ରତିଦିନ ଆମ୍ବ ଖାଉଥିବ ବ୍ୟକ୍ତିଙ୍କ ରକ୍ତ ଚାପ ଭଲ ରହେ । ଏଭଳି ବ୍ୟକ୍ତି ଙ୍କ ଆୟୁ ଅଧିକ ହୋଇ ଥାଏ ।

ଅଂଶୁଘାତ ରୁ ରକ୍ଷା କରେ – ଆମ୍ବ ଖାଇବା ଦ୍ଵାରା ଲୋକମାନେ ଅଂଶୁଘାତ ରକ୍ଷା ପାଇ ପାରିବେ କାରଣ ଏଥିରେ ଜଳିୟ ଅଂଶ ଅଧିକ ମାତ୍ରା   ରେ ଥାଏ । ତେଣୁ କରି ଏହାକୁ ଖରାଦିନେ ଖାଇବା ପାଇଁ ବିଶେଷ  ପରାମର୍ଶ ଦିଆ ଯାଏ । କୋଲେଷ୍ଟ୍ରୋଲ କମାଏ-  ଆମ୍ବାରେ ଥିବା ଭିଟାମିନ – C ଲୋ ଡେନସିଟି ଲିପ୍ରୋପ୍ରୋଟିନକୁ  କମାଏ । ଯାହା ଦ୍ଵାରା ଆମେ ଅନେକ ଦିନରୁ ଥିବା ମୋଟାପଣରୁ ମୁକ୍ତି ପାଇ ଥାଉ । ଏହା ଆମ ମାନଙ୍କ ପାଇ ଏକ ବରଦାନ ଭଳି କମକରେ ।

ତ୍ଵଚା ର ଯତ୍ନ – ଆମ୍ବ କେବଳ  ଖାଇବା ପାଇଁ ନୁହେଁ ଏହାର ଫେସ ପ୍ୟାକ ବି ଅମେ ବ୍ୟବହାର କରି ପାରିବା । ଏହାକୁ ଚେହେରାରେ ଲଗେଇବା ଦ୍ବାରା ରୁମକୋପ ବନ୍ଦ ହୋଇଥାଏ ଓ ତ୍ଵଚାରେ ଚମକ ଆସି ଥାଏ । ଏହା ମୂହରେ ଥିବା ଅନେକ ଦିନର ଥିବା  ଦାଗକୁ ଦୂର କରିବାରେ ବି ସାହାଜ୍ଯ କରେ ।

ଆଖି ପାଇଁ ଆମ୍ବ ର ଉପକାରିତା – ଏଥିରେ ଭିଟାମିନ – A  ଥିବାରୁ ଏହା ଆଖି ପାଇ ଏକ ଆୟୁର୍ବେଦିକ ଔଷଧ ଭଳି କମ କରି ଥାଏ । ଏହି ଫକ ନିୟମିତ ଖାଉ ଥିବା ବ୍ୟକ୍ତି ମାନଙ୍କୁ ଚକ୍ଷୁ ରୋଗ ରୁ ମୁକ୍ତି ମିଳିବ ସହ ଚକ୍ଷୁ ଆଜୀବନ ସୁସ୍ଥ ରହେ ।

ଶରୀର ର ସନ୍ତୁଳନ ରକ୍ଷା କରେ –  ସାଇଟ୍ରିକ ଏସିଡ, ଟରେଟୋରିକ ଏସିଡ , ଆଦି ଶରୀରର ତତ୍ଵ କୁ ସନ୍ତୁଳିତ କରେ । ଆମ୍ବକୁ ଆମେ ଏକ ଫଳ ଓ ଔଷଧ ବୋଲି ମଧ୍ୟ କହି ପାରିବା । ଯଦି ଆପଣ ମାନଙ୍କୁ ଏହି ଉପୋରକ୍ତ ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟେ ଲାଇକ ନିଶ୍ଚୟ କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ