ଆଜିର ରାଶିଫଳ, 16 ଜୁନ 2020, ମଙ୍ଗଳବାର, ଏହି ୪ଟି ରାଶି ଉପରେ କୃପା କରିବେ ମହାବଳୀ ହନୁମାନ, ସମସ୍ତ କଷ୍ଟରୁ ମିଳିବ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଚିନ୍ତାରୁ ଦୂରରେ ରହିବେ । ନିଷ୍ପତି ନେବାରେ ଅସ୍ଥିରତା ଆସିବ ନାହିଁ । ପରିବାରରେ ସମସ୍ତେ ଆପଣଙ୍କ ସାଥ ଦେବେ । ଆଜି ବୁଲିବାକୁ ଇଚ୍ଛା ହେବ ଓ ଟଙ୍କା ଖର୍ଚ କରିବାକୁ ବି ଇଚ୍ଛା ହେବ । ଆଜି କେତେକ ଲୋକମାନଙ୍କ ସହ କଥାବାର୍ତ୍ତା କରିବା ଆପଣଙ୍କ ପାଇଁ ଭଲ ହେବ । ବ୍ୟାପାରରେ ପ୍ରତିସ୍ପର୍ଧା ରହିବ । ପରିବାରରେ ହର୍ଷୋଲ୍ଲାସର ବାତାବରଣ ରହିବ । ସହକର୍ମୀ ସାହାର୍ଯ୍ୟ କରିବେ । ବ୍ୟବସାୟିକ ଯାତ୍ରା ଲାଭରେ ପରିପୂର୍ଣ ରହି ପାରେ । ଯେଉଁ କାରଣରୁ ଆପଣଙ୍କ ମନ ଆନନ୍ଦିତ ରହିବ ।

ବୃଷ

ମନରେ ପ୍ରସନ୍ନତା ରହିବ । ତଥା ଚିନ୍ତାରୁ ମୁକ୍ତି ପାଇବେ । ମସ୍ତିଷ୍କ ସକ୍ରିୟ ରହିବ ଓ ଶରୀରରେ ସ୍ଫୂର୍ତି ଆସିବ । ପରିବାରରେ ଲୋକମାନଙ୍କ ପୂର୍ଣ ସହଯୋଗ ପ୍ରାପ୍ତ ହେବ । ସମାଜରେ ପ୍ରତିଷ୍ଠା ବଢିବ । ସନ୍ତାନ ତରଫରୁ ଶୁଭ ସମାଚାର ମିଳିପାରେ । କାହା ସହିତ ମନର କଥା ଶେୟାର କରିବେ । ପ୍ରେମ ସମ୍ବନ୍ଧକୁ ଗୋପନୀୟ ରଖନ୍ତୁ । ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ । ଭାଇମାନଙ୍କ ସହଯୋଗ ପ୍ରାପ୍ତ ହେବ । ପିତାଙ୍କୁ ହୃଦୟ ସମ୍ବନ୍ଧିତ ରୋଗ ହୋଇପାରେ ।

ମିଥୁନ

ସରକାରୀ ଚାକିରି କରୁଥିବା ଲୋକମାନଙ୍କୁ ଲାଭ ମିଳିପାରେ । ଘନିଷ୍ଠ ମିତ୍ରମାନଙ୍କ ସହଯୋଗ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ପ୍ରତି ନଜର ଅନ୍ଦାଜ କରନ୍ତୁ ନାହିଁ । ଅଧିକ କ୍ରୋଧିତ ହୋଇ କାହାର ବି ଅପମାନ କରନ୍ତୁ ନାହିଁ । ବିବାଦ ହୋଇପାରେ । ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ପୁତ୍ର ସନ୍ତାନ ପକ୍ଷ ସହ ଜଡିତ କୌଣସି କାର୍ଯ୍ୟ ସମ୍ପନ୍ନ ହେବ । ଆପଣଙ୍କ ପାଚନ ତନ୍ତ୍ର ସମ୍ବନ୍ଧିତ କୌଣସି ରୋଗରୁ ମୁକ୍ତି ମିଳିପାରେ । ପରିବାରର ବିଶ୍ଵାସକୁ ବଜାୟ ରଖିବା ପାଇଁ ଆପଣଙ୍କୁ କିଛି କରିବାକୁ ପଡିବ ।

କର୍କଟ

ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୂର୍ଣ ସହଯୋଗ ପ୍ରଦାନ କରିବ । ପରିବାରରେ ସମସ୍ତଙ୍କ ଠାରୁ ବି ସହଯୋଗ ମିଳିବ । ସମାଜରେ ମାନ ସମ୍ମାନ ବଢିବ । ଭାଇମାନଙ୍କ ପୂର୍ଣ ସହଯୋଗ ପ୍ରାପ୍ତ ହେବ । ମାତାଙ୍କ ଆଶୀର୍ବାଦରେ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ଘର ପରିବାରରେ ମଙ୍ଗଳମୟ କାର୍ଯ୍ୟର ଯୋଜନା ହୋଇପାରେ । ମହତ୍ଵପୂର୍ଣ କାର୍ଯ୍ୟରେ ନିଷ୍ପତି ନେବାର ଅବସର ପ୍ରାପ୍ତ ହୋଇପାରେ । ଶତ୍ରୁ ପକ୍ଷ କମଜୋର ରହିବେ । ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ ।

ସିଂହ

ସାବଧାନ ହୋଇ ଗାଡି ଚଲାନ୍ତୁ । ଦୁର୍ଘଟଣା ହୋଇପାରେ । ଅଧିକ କ୍ରୋଧିତ ହୁଅନ୍ତୁ ନାହିଁ । ନଚେତ ବ୍ଲଡ ପ୍ରେସର ଅଧିକ ବଢିପାରେ । ବୟସ୍କ ଲୋକମାନଙ୍କ ପ୍ରତି ସେବା ଭାବ ରହିବ । କାରୋବାର ସହ ଜଡିତ ସମସ୍ୟାର ସମଧାନ ହୋଇପାରେ । ଉଚ୍ଚ ଅଧିକାରୀ ବର୍ଗ ଆପଣଙ୍କ ଉପରେ ପ୍ରସନ୍ନ ଓ ସନ୍ତୁଷ୍ଟ ରହିବେ । ନିଜର ଜୀବନସାଥିଙ୍କ ସହ ପାରିବାରିକ ସମସ୍ୟାକୁ ଶେୟାର କରନ୍ତୁ । ଜଲ୍ଦି ଜଲ୍ଦି କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ । ଯାହା ଦ୍ଵାରା ଜୀବନରେ ଆପଣଙ୍କୁ ପଶ୍ଚାତାପ କରିବାକୁ ନ ପଡେ ।

କନ୍ୟା

ମନରେ ପ୍ରସନ୍ନତା ରହିବ । ଭବିଷ୍ୟତ ପାଇଁ ଯୋଜନା କରନ୍ତୁ । କୌଣସି ମହିଳା ମିତ୍ର ଠାରୁ ସାହାର୍ଯ୍ୟ ମିଳିପାରେ । ଆର୍ଥିକ ମାମଲାରେ ଆପଣ ଆଜି ଗମ୍ଭୀର ରହିବେ । ସମ୍ପର୍କରେ ପ୍ରଗାଢ଼ତା ଆସିବ । ବ୍ୟପାରରେ ପ୍ରତିସ୍ପର୍ଧା ବଢିପାରେ । ଭାଇମାନଙ୍କ ପୂର୍ଣ ସହଯୋଗ ପ୍ରାପ୍ତ ହେବ । ପରିବାରରେ ମାନ ସମ୍ମାନ ବଢିବ । ମାତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଏହା ସହିତ ମାତା ପିତାଙ୍କ ଆଶୀର୍ବାଦରେ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ସନ୍ତାନଙ୍କ ଭିତରେ ବର୍ତ୍ତମାନ କିଛି ପରିବର୍ତ୍ତନ ଆସିପାରେ ।

ତୁଳା

ଆଜିର ଦିନ ସାମାନ୍ୟ ରହିବ । ପିତାଙ୍କ ହାଡ ସହ ସମ୍ବନ୍ଧିତ ସମସ୍ୟା ଆରମ୍ଭ ହୋଇପାରେ । କିଛି ରୋଗ କାରଣରୁ ଚିନ୍ତିତ ରହି ପାରନ୍ତି । କୋର୍ଟ କଚେରୀ ମାମଲାରେ ଆପଣଙ୍କ ପକ୍ଷରେ ନିଷ୍ପତି ଯିବ । ଜୀବନଶୈଳୀରେ ସୁଧାର ଆସିବ । ଅସହଜତା ଆପଣଙ୍କ ମାନସିକ ଶାନ୍ତିରେ ବାଧା କରି ପାରେ । କିନ୍ତୁ କୌଣସି ବନ୍ଧୁ ଆପଣଙ୍କ ସମସ୍ୟାକୁ ସମାଧାନ କରି ପାରେ । ସନ୍ତାନଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ । ଆପଣଙ୍କୁ ଆଜି ପ୍ରେମର ଗଭୀରତା ଅନୁଭବ ହେବ ।

ବିଚ୍ଛା

କାର୍ଯ୍ୟ କରିବା ପାଇଁ ଆଜି ଅଧିକ ଉର୍ଜା ଅନୁଭୂତି ହେବ । ମନରେ ଧାର୍ମିକ ବିଚାର ଉତ୍ପନ୍ନ ହେବ । ଅଧିକାରୀମାନଙ୍କ ଠାରୁ ପୂର୍ଣ ସହଯୋଗ ମିଳିବ । ବିଦ୍ୟାର୍ଥୀମାନଙ୍କ କିଛି କ୍ଷେତ୍ରରୁ ସଫଳତା ମିଳିପାରେ । ଆୟର ନୂତନ ସ୍ରୋତ ଆସିପାରେ । ବହୁତ ଅଧିକ ମାନସିକ ଚିନ୍ତା ରହିପାରେ । ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ପର୍ଯ୍ୟାପ୍ତ ଆରାମ କରନ୍ତୁ । ଦିନ ଶେଷ ହେବା ମଧ୍ୟରେ ଆପଣଙ୍କ ଆର୍ଥିକ ସମସ୍ୟା ସମଧାନ ହୋଇଯିବ । ଭଗବାନଙ୍କ ଭକ୍ତି କରିବା ଦ୍ଵାରା ମନକୁ ଶାନ୍ତି ମିଳିବ ।

ଧନୁ

ମାତାଙ୍କ ଆଶୀର୍ବାଦରେ ଆପଣ ସମସ୍ତ କାର୍ଯ୍ୟରେ ସିଦ୍ଧ ହେବେ । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଆପଣ ଚିନ୍ତାରେ ରହିବେ । ତ୍ଵଚା ସମ୍ବନ୍ଧିତ ରୋଗ ହୋଇପାରେ । ବର୍ତ୍ତମାନର ସମୟ ଆପଣଙ୍କୁ ବୈବାହିକ ଜୀବନର ଭରପୁର ଆନନ୍ଦ ଦେବ । ସନ୍ତାନମାନଙ୍କ କାର୍ଯ୍ୟ ସିଦ୍ଧ ହେବ । ଆପଣଙ୍କ କାର୍ଯ୍ୟରେ କିଛି ଭିନ୍ନତା ଆସିପାରେ । ନିଜର ହୃଦୟର କଥା ଶେୟାର କରି ଆପଣ ନିଜକୁ ବହୁତ ହାଲୁକା ଅନୁଭବ କରିବେ । ନିଜର ବୈବାହିକ ଜୀବନ ପ୍ରତି ଧ୍ୟାନ ଦିଅନ୍ତୁ ।

ମକର

ମନୋରଞ୍ଜନ ଓ ନିଜର ସୁନ୍ଦରତା ପଛରେ ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ । ଜୋଶରେ ଆସି କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଆପଣ କୌଣସି ପୁରୁଣା ରୋଗରୁ ମୁକ୍ତି ପାଇ ପାରନ୍ତି । ମନୋରଞ୍ଜନରେ ଅଧିକ ଟଙ୍କା ଖର୍ଚ କରିବା ଠାରୁ ବଞ୍ଚନ୍ତୁ । ସନ୍ତାନଙ୍କ ପାଇଁ ଶୁଭ ସମୟ ଅଛି । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କୁ କୌଣସି ମହତ୍ଵପୂର୍ଣ କାର୍ଯ୍ୟ ପାଇଁ ସନ୍ତାନଙ୍କ ଠାରୁ ଉଚିତ ଉପଦେଶ ମିଳିପାରେ । ବିବାହିତ ଜୀବନରେ ଆଜିର ଦିନ କିଛି ଖାସ ରହି ପାରେ ।

କୁମ୍ଭ

ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ପରିବାରରେ ବିବାଦ ହୋଇପାରେ । ଆଜି ଆପଣଙ୍କ ମା ଆପଣଙ୍କ ଉପରେ ରାଗି ପାରନ୍ତି । ବିବାଦ କରନ୍ତୁ ନାହିଁ । ସନ୍ତାନଙ୍କ ସହ କୌଣସି କଥାକୁ ନେଇ ବିବାଦ ହୋଇପାରେ । ଦରକାର ଠାରୁ ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ । ଆପଣଙ୍କ ଉଦାର ସ୍ଵଭାବ ଆପଣଙ୍କ ପାଇଁ ଭଲ ସୁଖମୟ ସମୟ ନେଇ ଆସିବ । ଆପଣ ଅନ୍ୟ ବ୍ୟକ୍ତିଙ୍କ ଉପରେ ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ । ସନ୍ଧ୍ୟା ସମୟରେ କୌଣସି ନୂତନ ଯୋଜନା ହୋଇପାରେ ।

ମୀନ

ପରିବାରରେ ଆନନ୍ଦପୂର୍ଣ ବାତାବରଣ ରହିବ । ଭାଇମାନଙ୍କ ସହଯୋଗ ପ୍ରାପ୍ତ ହେବ । ଆଜି ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । କିନ୍ତୁ ଆଜି ସ୍ଵାମୀ ସ୍ତ୍ରୀ ପରସ୍ପରର ସହିତ ଅଧିକ ସମୟ ଏକତ୍ରିତ ରୁହନ୍ତୁ । ମନରେ ଅଜଣା ଭୟ ରହିବ । ଛୋଟ ମୋଟ ସମସ୍ୟା ରହିବ । ସହକର୍ମୀ ଈର୍ଷା କରିବେ । ଚାକିରିରେ ଆଗକୁ ବଢିବା ପାଇଁ ଭଲ ଅବସର ଆସିପାରେ । ପିତାଙ୍କ ସହଯୋଗ ପ୍ରାପ୍ତ ହେବ । ଆପଣଙ୍କ ଊର୍ଜାର ସ୍ତର ଉଚ୍ଚ ରହିବ । ଆଜି ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।