ନଭେମ୍ବର ମାସରେ ହେବାକୁ ଥିଲା ବାହାଘର, ସୁଶାନ୍ତଙ୍କ ପରିବାର ଖୋଲିଲେ ଏହି ରହସ୍ୟ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ବିୟୋଗ ରେ ପୁରା ବଲିଉଡ କୁ ଝଟକା ଲାଗିଛି । କେହି ମଧ୍ୟ ସହଜରେ ବିଶ୍ୱାସ କରି ପାରୁ ନାହାନ୍ତି କି ସୁଶାନ୍ତ ଏତେ ଶୀଘ୍ର ଆମ ଗହଣ ରୁ ବିଦାୟ ନେଇ ସାରିଛନ୍ତି ବୋଲି । ସୁଶାନ୍ତ ଙ୍କ ଅନେକ ପ୍ରିୟଜନ ପରିବାର ଲୋକ ଙ୍କୁ ସଦମା ଲାଗିଛି । ସୁଶାନ୍ତ ଙ୍କ ବାପା ବହୁତ ଦୁଃଖ ପ୍ରକାଶ କରିଛନ୍ତି । କାରଣ ଚାରୋଟି ଝିଅ ଙ୍କ ମଧ୍ୟରେ ଗୋଟିଏ ମାତ୍ର ପୁଅ ସୁଶାନ୍ତ ହିଁ ଜନ୍ମ ନେଇଥିଲେ । ସୁଶାନ୍ତ ଯେବେ 16 ବର୍ଷ ର ଥିଲେ ସେହି ସମୟରେ ତାଙ୍କ ମାଆ ଙ୍କ ମୃତ୍ୟୁ ଘଟିଥିଲା ।

ବର୍ତ୍ତମାନ ଅଭିନେତା ସୁଶାନ୍ତ ସିଂ ରାଜପୁତ ତାଙ୍କ ଜୀବନ ଶେଷ କରି ଦେଇଛନ୍ତି । ସେ ଆତ୍ମହତ୍ୟା କରିଛନ୍ତି ଏବଂ ତାଙ୍କର ଦେହାନ୍ତ ପୁରା ବଲିଉଡକୁ ଥରାଇ ଦେଇଛି । ଏଭଳି ପରିସ୍ଥିତିରେ ସୁଶାନ୍ତ ସିଂ ରାଜପୁତ ଚଳିତ ବର୍ଷ ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଖବର ଆସିଛି । ପ୍ରକୃତରେ, ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ ଭାଇ ପନ୍ନା ସିଂ ବାର୍ତ୍ତାଳାପ ସମୟରେ କହିଛନ୍ତି ଯେ ଅଭିନେତା ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଥିଲେ । ପନ୍ନା ସିଂଙ୍କ କହିବାନୁସାରେ, ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲା ।

ସୁଶାନ୍ତଙ୍କ ଅନେକ ଘନିଷ୍ଠ ବନ୍ଧୁ ଅଭିନେତାଙ୍କ ବିବାହକୁ ଆସିବାକୁ ପ୍ରସ୍ତୁତ ହୋଇଥିଲେ । ଏଥି ସହିତ, ପନ୍ନା ସିଂ କୁହନ୍ତି କି ଘରେ ବହୁତ ମନୋରମ ପରିବେଶ ଥିଲା । ହଁ, ବର୍ତ୍ତମାନ ପ୍ରଶ୍ନ ଉଠୁଛି ସୁଶାନ୍ତ କାହିଁକି ଆତ୍ମହତ୍ୟା କରିଛନ୍ତି ? ସୂଚନାଯୋଗ୍ୟ କି, ସୁଶାନ୍ତ ସିଂ ରାଜପୁତ କିଏ ବିବାହ କରିବାକୁ ଯାଉଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ, ସେ ବଲିଉଡ ଅଭିନେତ୍ରୀ କିମ୍ବା ଅନ୍ୟ କେହି, ଏପର୍ଯ୍ୟନ୍ତ ଏ ବିଷୟରେ କିଛି କୁହାଯାଇ ନାହିଁ ।

ଏହା ପୂର୍ବରୁ ସୁଶାନ୍ତ ଙ୍କ ପ୍ରେମ ସମ୍ପର୍କ ରହିଥିଲା ଅଙ୍କିତା ଲୋଖଣ୍ଡେ ଙ୍କ ସହିତ । ଅଙ୍କିତା ଲୋଖଣ୍ଡେ ଙ୍କ ସହ ତାଙ୍କର 5 ବର୍ଷର ପ୍ରେମ ସମ୍ପର୍କ ଥିଲା କିନ୍ତୁ ପରେ ଦୁହିଁଙ୍କ ବ୍ରେକପ ଘଟିଥିଲା । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତଦେହ ମୁମ୍ବାଇର ବାନ୍ଦ୍ରାସ୍ଥିତ ଏକ ଫ୍ଲାଟରୁ ମିଳିଥିଲା । ତାଙ୍କ ଆତ୍ମହତ୍ୟା ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ତାଙ୍କ ମୃତ୍ୟୁରେ ପୁରା ବଲିଉଡ ଚକିତ ହୋଇଯାଇଛି । ଏଥି ସହ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଦୁଖ ପ୍ରକାଶ କରିଛନ୍ତି ।

ତାପରେ ଅଭିନେତ୍ରୀ କୀର୍ତ୍ତି ସନନ ଙ୍କ ସହ ତାଙ୍କର ଅଫେୟାର ଚାଲିଥିଲା ତାହା ମଧ୍ୟ ସଫଳ ହୋଇ ନଥିଲା ଏହା ପରେ ରେହା ଚକ୍ରବର୍ତ୍ତୀ ଙ୍କ ସହ ତାଙ୍କ ସମ୍ପର୍କ ଖୁବ ଭଲ ହେବାରେ ଲାଗିଥିଲା । ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ କିନ୍ତୁ ୬ ମାସ ତଳେ କୌଣସି କାରଣ ରୁ ଦୁହିଁଙ୍କ ମଧ୍ୟରେ ବ୍ରେକଅପ ହୋଇଥିଲା ।