ଆଜିର ରାଶିଫଳ, 15 ନଭେମ୍ବର 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୬ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୫ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି – କାର୍ଯ୍ୟାଳୟର ଜଟିଳ ପରିସ୍ଥିତିକୁ ସରଳ କରି ପ୍ରଶଂସା ପାଇବେ । ତୀର୍ଥଟନ ଯାତ୍ରା କରିବାକୁ ବାଧ୍ୟ ହେବେ । ଆୟ ଉପାର୍ଜନରେ ବାଧା ନାହିଁ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ବିପଦରେ ପଡିବେ । ପାରିବାରିକ ଜୀବନରେ ସୁଖ-ଶାନ୍ତି ଲାଭ ହେବ । କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମ ନେଇ ଆର୍ଥିକ ଅନାଟନ ଦେଖାଦେଇ ପାରେ । କର୍ମ କ୍ଷେତ୍ରରେ ଉଦ୍ୟମ ଓ ଚେଷ୍ଟା ଦ୍ୱାରା ସଫଳ ହେବେ ଏବଂ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ ।

ବୃଷ ରାଶି – ବନ୍ଧୁ ମିଳନ, ତୀର୍ଥ ଭ୍ରମଣ ଓ ସାଂସ୍କୃତିକ କାର୍ଯ୍ୟରେ ଭାଗନେଇ ପାରନ୍ତି । ରାଜନୀତିରେ ସେବାକାରୀ ମାନଙ୍କ ସହଯୋଗରେ ସମ୍ମାନ ଜନକ ସ୍ଥିତି ପରିଲକ୍ଷିତ ହେବ ଓ ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ସୁଯୋଗ ମିଳିବ । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ପାରିବାରିକ ଜୀବନ ଆନନ୍ଦମୟ ହେବ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ସଫଳ ହେବେ । ମହିଳାମାନେ ଗୁରୁଜନ ମାନଙ୍କର ଆଦରଣୀୟା ହୋଇ ପରିବାର ମଧ୍ୟରେ ମୁଖ୍ୟତ ଲାଭ କରିବେ ।

ମିଥୁନ ରାଶି – ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ପୁରଣରେ ସଫଳ ହେବେ । ବହୁତ ପରିଶ୍ରମ କରି ସାମାନ୍ୟ ଅର୍ଥ ଲାଭ ହେବ । ଅତିରିକ୍ତ ଆୟର ଦରକାର ଅନୁଭବ ହେବ । ଆବଶ୍ୟକତା ପୂରଣ ଦିଗରେ ନୂତନ ବନ୍ଧୁ ମିତ୍ର ମାନଙ୍କର ସହଯୋଗ ଲୋଡି ପାରନ୍ତି । ରାଜନୀତି କ୍ଷେତ୍ରରେ ଲୋକଙ୍କ ସମ୍ପର୍କରେ ରହିବେ । ବାଦ ବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ଧନ ସମ୍ବନ୍ଧୀୟ ମାମଲାରେ ବୁଦ୍ଧି ଓ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ ।

କର୍କଟ ରାଶି – ପରିବାରର କେତେକ ସମସ୍ୟା ନେଇ, ମାନସିକ ପୀଡା ଅନୁଭବ କରିବେ । ବାଦ ବିବାଦ ଯୋଗେ ଚିନ୍ତିତ ରହିବେ ଓ ଆଳସ୍ୟ ପରାୟଣ ବୃଦ୍ଧି ପାଇବ । ପ୍ରତିକୂଳ ପରିସ୍ଥିତି ଯୋଗେ ଅଧିକ ଖର୍ଚ୍ଚ ହେବ । ନିଜ ଲୋକ ମାନେ ବିଶ୍ଵାସ ଘାତକତା କରି ପାରନ୍ତି । ଖାଦ୍ୟପେୟ ପ୍ରତି ସଜାଗ ନ ରହିଲେ ସ୍ୱାସ୍ଥ୍ୟ ହାନୀ ହେବ । ଅସହାୟକୁ ନିରାଶ କରିବେ ନାହିଁ । ଅଧ୍ୟୟନ, ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ରାଜନୀତିରେ ଆପଣ ଲୋକଙ୍କ ସହଯୋଗ ବୃଦ୍ଧି ପାଇବ । ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସାଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗ ନେବେ ।

ସିଂହ ରାଶି – ଚାକିରୀରେ ପ୍ରମୋଶନ ମିଳିବାର ଯୋଜନା ପ୍ରସ୍ତୁତ ହେବ । ବେମାର, ବୃଦ୍ଧଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ । ରାଜନୈତିକ କ୍ଷେତ୍ରରେ ମନ ଲଗାଇ କାର୍ଯ୍ୟ କରିବେ । ଗୋ-ସଂପଦ, ଭୂମି, ବସ୍ତ୍ର ଆଭୂଷଣ, ବାହାନାଦି ପ୍ରାପ୍ତି ହୋଇ ପାରେ । ନୂଆ ଚାକିରୀ ହେବାର ସୁଯୋଗ ମିଳିବ । ଋଣ ଭରଣାରେ ସହଜ ହେବ । ସ୍ଵାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । ସମ୍ପତ୍ତି କ୍ରୟ କରିବେ ।

କନ୍ୟା ରାଶି – ପାରିବାରିକ କ୍ଷେତ୍ରରେ ବନ୍ଧୁବାନ୍ଧବଙ୍କ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ ଓ କୌଣସି ପ୍ରକାରେ ଉଚ୍ଚ ମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ । ରାଜନୀତି କ୍ଷେତ୍ରରେ ଅନେକ ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଆନନ୍ଦିତ ହେବେ । ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀ ହେବ ଓ ବହୁବିଧ ଲାଭ ମିଳିବ ।

ତୁଳା ରାଶି – କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ସ୍ଵାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ମହିଳାଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ବାଦବିବାଦ, ମାଲି ମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ରାଜନୈତିକ କ୍ଷେତ୍ରରେ ଜନସେବା ଦ୍ଵାରା ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁଁ ନୂତନ ବ୍ୟବସାୟର ଯୋଜନା କରିବେ । ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ ।

ବିଛା ରାଶି – ସ୍ୱାସ୍ଥ୍ୟରେ ଉନ୍ନତି, ଆର୍ଥିକ ଦିଗରୁ ସୁବିଧା ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦର ଅବସାନ ହେବ । ରାଜନୀତିରେ ଅନ୍ୟର ଉପକାର କରି ପ୍ରଶଂସିତ ହେବେ । ବ୍ୟବସାୟରେ ନୂତନ ଧାରା ଖୋଲିବେ । ଧର୍ମ କାର୍ଯ୍ୟରେ ମତି ରହିବ । ମହିଳା ମାନଙ୍କର ଆୟ ଉପାର୍ଜନ ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ଆୟ ଉପାର୍ଜନ ବୃଦ୍ଧି ହେବ । ବ୍ୟବସାୟରେ ଅଚାନକ ଧନ ପ୍ରାପ୍ତି ହେବ ।

ଧନୁ ରାଶି – ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇ ପାରିବ । ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ । କର୍ମ କ୍ଷେତ୍ରରେ ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ । ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନ ଖୁସି ରହିବ ।

ମକର ରାଶି – ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ଖେଳ, କୁଦ ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ରାଜନେତା ମାନେ ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଖର୍ଚ୍ଚାନ୍ତ ହେବେ । ସରକାରୀ କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ । ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ଅନେକ ସମସ୍ୟାର ସମାଧାନ ହୋଇ ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ ।

କୁମ୍ଭ ରାଶି ରାଶି – ଭ୍ରମଣ କରିବାର ସୁଯୋଗ ଅଛି । ରାଜନୀତି କାର୍ଯ୍ୟରେ ଲୋକ ମାନଙ୍କ ସହିତ ମିଳିମିଶି କାମ କରିପାରିବେ । ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ନିଜର ରଚନାତ୍ମକତା ଚରମ ହେବ ତଥା ଲୋକଙ୍କୁ ନିଜର କରି ପାରିବେ । ଆର୍ଥିକ ମାମଲା ସୁଧୁରିବ । ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ । ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ ।

ମୀନ ରାଶି – ଜନ ସମ୍ପର୍କ ସୁଦୃଢ ହେବା ଫଳରେ ଯାହା ଚିନ୍ତା କରିଛନ୍ତି ତାହା ପୂରଣ କରିବାକୁ ଚେଷ୍ଟା ଜାରି ରଖିବେ । ସନ୍ତାନ ମାନଙ୍କ ପାଇଁ ମାନସିକ ଚିନ୍ତା ଦୂର ହେବ । ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ନୂତନ ବ୍ୟବସାୟ ଆରମ୍ଭ କଲେ ବ୍ୟବସାୟରେ ପ୍ରଚୁର ଲାଭ ହେବ । ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । ସହକର୍ମୀ ମାନେ କାମର ପ୍ରଶଂସା କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।