ଆଜିର ରାଶିଫଳ, 12 ଜୁନ 2020, ଶୁକ୍ରବାର, ଆଜିର ଗ୍ରହ ନକ୍ଷତ୍ର ବଢେଇ ପାରନ୍ତି ଏହି ୫ ଟି ରାଶିର ଟେନସନ, ଧନ ହାନି ଓ ଯାତ୍ରା ଦୋଷ, ସାବଧାନ ରୁହନ୍ତୁ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ସନ୍ତାନମାନଙ୍କ ପାଇଁ ବର୍ତ୍ତମାନର ସମୟ ଅଧିକ ପ୍ରଭାବଶୀଳ ଅଟେ । ଘରେ କୌଣସି ପ୍ରସଙ୍ଗକୁ ନେଇ ବିଚାର ବିମର୍ସ ହୋଇପାରେ । ନିଜର ଶାରୀରିକ ସମସ୍ୟାକୁ ନେଇ ଚିନ୍ତା ମୁକ୍ତ ହୋଇଯିବେ । ବହୁ ବର୍ଷ ହେବ ଚାଲି ଆସୁଥିବା ସମସ୍ୟାରୁ ମୁକ୍ତି ପାଇଯିବେ । ଘର ପରିବାରରେ ଆପଣଙ୍କ ମହତ୍ଵ ରହିବ । ଭୌତିକ ସୁଖ ସୁବିଧା ମିଳିବ । ସନ୍ତାନମାନଙ୍କୁ ସଫଳତା ମିଳିବ । କିନ୍ତୁ ଏହି ସମୟରେ ସନ୍ତାନଙ୍କ ବିଚାରଧାରା ଭିନ୍ନ ରହିବ ।

ବୃଷ

ମନ ପ୍ରସନ୍ନ ରହିବ । କାର୍ଯ୍ୟ କ୍ଷମତା ବଢିବ । ପରିବାରକୁ ସହଯୋଗ କରନ୍ତୁ । ସମାଜରେ ମାନ ସମ୍ମାନ ଏବଂ ପଦ ପ୍ରତିଷ୍ଠା ହୋଇପାରେ । ଅଧିକାରୀମାନଙ୍କ ସହ ମୈତ୍ରୀପୂର୍ଣ ସମ୍ବନ୍ଧ ହୋଇପାରେ । ପରିବାରରେ କୌଣସି ମଙ୍ଗଳମୟ କାର୍ଯ୍ୟ କରିବାର ଯୋଜନ ହୋଇପାରେ । ବନ୍ଧୁମାନଙ୍କ ସହିତ ବୁଲିବାକୁ ଯାଇ ପାରନ୍ତି । ମାତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ସନ୍ତାନଙ୍କ ଶିକ୍ଷାରେ ବାଧା ଆସିପାରେ । କାର୍ଯ୍ୟ କ୍ଷେତ୍ରରେ ସଂଘର୍ଷ ରହିବ । ଲୋକମାନେ ବୈବାହିକ ଜୀବନରେ ସମସ୍ୟା ଛିଡା କରି ପାରନ୍ତି ।

ମିଥୁନ

ମନରେ ଅସ୍ଥିରତା ଆସିବ ଓ ଚିନ୍ତା ବଢିବ । କୌଣସି କଥାକୁ ନେଇ ମନ ଦୁଖ ରହିବ । ବାଣୀ ଉପରେ ସଂଯମତା ରଖନ୍ତୁ । ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତିର ସମ୍ମାନ କରନ୍ତୁ । ତେବେ ସେମାନେ ବି ଆପଣଙ୍କ ସମ୍ମାନ କରିବେ । ବ୍ୟୟ ଅଧିକ ହୋଇପାରେ । ଜୀବନସାଥିଙ୍କ ସହ କୌଣସି କଥାକୁ ନେଇ ବିବାଦ ହୋଇପାରେ । ଆପଣଙ୍କ ଭରପୁର ଊର୍ଜା ଓ ଜବରଦସ୍ତ ଉତ୍ସାହ ସକାରାତ୍ମକ ପରିଣାମ ଆଣିବେ ତେବେ ଘରେଲୁ ସମସ୍ୟାକୁ ଦୂର କରିବାରେ ସାହାର୍ଯ୍ୟ ରହିବ ।

କର୍କଟ

ଆଜିର ଦିନ ଶୁଭ ଅଟେ । ମନରେ ପ୍ରସନ୍ନତା ରହିବ । କାର୍ଯ୍ୟ କ୍ଷେତ୍ରରେ ଭଲ ପରିସ୍ଥିତି ରହିବ । ଘର ପରିବାରରେ ମାନ ସମ୍ମାନ ପ୍ରାପ୍ତ ହେବ । ମାତାଙ୍କ ସ୍ୱାସ୍ଥ୍ୟ ଅନୁକୂଳ ରହିବ । ଧାର୍ମିକ ସ୍ଥାନ ନିର୍ମାଣରେ ସହଯୋଗ ଦେବେ । କୌଣସି ନକାରାତ୍ମକ ଖବର ମନକୁ ବିଚଳିତ କରିପାରେ । କୌଣସି ବି ପ୍ରକାରରେ ବିବାଦ ଠାରୁ ଦୂରରେ ରୁହନ୍ତୁ । ସନ୍ତାନମାନଙ୍କ ପାଇଁ ଭାଗ୍ୟଶାଳୀ ଦିନ ଅଟେ । ସନ୍ତାନଙ୍କ କାର୍ଯ୍ୟ ସଫଳ ହୋଇଯିବ ।

ସିଂହ

ମନରେ ଚିନ୍ତା ରହିବ । ପରିବାର ସହ ସୁଖମୟ ଜୀବନ ବିତାଇବେ । ଯୋଜନା କରି କାର୍ଯ୍ୟ କରିବେ ତେବେ ସଫଳତା ନିଶ୍ଚିତ ମିଳିବ । ନୂଆ କାର୍ଯ୍ୟରେ ଲାଭ ମିଳିବ । କିନ୍ତୁ ଆଶା ଅନୁସାରେ ଅଧିକ ଲାଭ ନ ମିଳିପାରେ । ନିବେଶ କରିବା ସମୟରେ ଶୀଘ୍ର ଶୀଘ୍ର କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ । ମାତାଙ୍କ ଭାଗ୍ୟ ଦ୍ଵାରା ଆପଣଙ୍କୁ ଲାଭ ମିଳିପାରେ । ସନ୍ତାନଙ୍କ କଥାକୁ ଶୁଣନ୍ତୁ । କୌଣସି ଶୁଭ ସନ୍ଦେଶ ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ।

କନ୍ୟା

ମନ ପ୍ରସନ୍ନ ରହିବ ଓ ଆତ୍ମବିଶ୍ଵାସ ବି ରହିବ । ଭାଇମାନଙ୍କ ସହଯୋଗ ପ୍ରାପ୍ତ ହେବ । ପରିବାର ଓ ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ । ମାତାଙ୍କ ବିଚାରରେ ମତଭେଦ ଆସିବ । ପରିଶ୍ରମ ଦ୍ଵାରା ଲାଭ ମିଳିପାରେ । ମିତ୍ରଙ୍କ ସହ ବିବାଦ ହୋଇପାରେ । ନକାରାତ୍ମକ ଚିନ୍ତାକୁ ହାବି ହେବାକୁ ଦିଅନ୍ତୁ ନାହିଁ । ଆପଣଙ୍କ କୁଶଳ ପ୍ରବନ୍ଧର ପ୍ରଶଂସା ହୋଇପାରେ । ନିଜର ବିଚାରକୁ ବ୍ୟକ୍ତ କରନ୍ତୁ । ଜୀବନସାଥିଙ୍କ ସହ ସମ୍ବନ୍ଧ ମଧୁରତା ରହିବ ।

ତୁଳା

ପରିବାରରେ କୌଣସି ଧାର୍ମିକ କାର୍ଯ୍ୟ ହୋଇପାରେ । କିଛି ମହତ୍ଵପୂର୍ଣ ନିଷ୍ପତି ନେବାକୁ ପଡିପାରେ । ଶଶୁର ଘରେ ମାନ ସମ୍ମାନ ମିଳିବ । ସହକର୍ମୀଙ୍କ କାର୍ଯ୍ୟରେ ସହଯୋଗ ମିଳିବ । ସତାନଙ୍କ ପାଇଁ ଶୁଭ ସମୟ ଅଟେ । ସନ୍ତାନଙ୍କ ସମ୍ବନ୍ଧିତ ସମସ୍ତ କାର୍ଯ୍ୟରେ ବାଧା ଆସିପାରେ । ଆପଣଙ୍କୁ ପେଟ ସମବନ୍ଧିତ ସମସ୍ୟା ହୋଇପାରେ । ଜୀବନସାଥିଙ୍କ ବ୍ୟବହାର ଉଗ୍ର ରହିବ । ଜୀବନସାଥିଙ୍କ ସହ ବିବାଦ କରନ୍ତୁ ନାହିଁ ।

ବିଚ୍ଛା

ମନରେ ଧାର୍ମିକ ବିଚାର ଉତ୍ପନ୍ନ ହେବ । ପରିବାରରେ ସହଯୋଗ ପ୍ରାପ୍ତ ହେବ । ଭାଇମାନଙ୍କ ସହ ମଧୁର ସମ୍ବନ୍ଧ ହେବ । ମାତାଙ୍କ ବ୍ୟବହାର ଭଲ ରହିବ । ଅଚାନକ ଧନ ଲାଭ ହୋଇପାରେ । ସନ୍ତାନମାନେ ଆପଣଙ୍କ ଆଜ୍ଞା ମାନି ଚଳିବେ । ଜୀବନସାଥିଙ୍କ ସହ ଝଗଡା କରନ୍ତୁ ନାହିଁ । ରଚନାତ୍ମକତା ରହିବେ । ଗାଡିର ପ୍ରୟୋଗ ସାବଧାନ ହୋଇ କରନ୍ତୁ । ଆୟର ଦିନ ଆନନ୍ଦପୂର୍ଣ ରହିବ । ସୁଖ ସମୃଦ୍ଧି ଲାଭ ହେବ । ଜୀବନସାଥିଙ୍କ ପୂର୍ଣ ସହଯୋଗ ପ୍ରାପ୍ତ ହେବ ।

ଧନୁ

ବ୍ୟାପାରରେ ନୂଆ ଯୋଜନାକୁ ନେଇ ବିଚାର କରିବେ । ମିତ୍ରଙ୍କ ସହିତ ଯାତ୍ରା କରିବାର ଯୋଜନା ହୋଇପାରେ । ରଚନାତ୍ମକ କାମକୁ ଆପଣଙ୍କୁ ଶାନ୍ତି ଦେବ । ବନ୍ଧୁମାନଙ୍କ ଠାରୁ ଆର୍ଥିକ ମାମଲାରେ ସାହାର୍ଯ୍ୟ ମିଳିବ । ଆପଣଙ୍କ ଉଦାର ଓ ସ୍ନେହ ମନଭାବ ରହିବ । ଆଜି ଆପଣଙ୍କ ବୈବାହିକ ଜୀବନରେ ସବୁଠୁ ଭଲ ଦିନ ହୋଇପାରେ । ତାଙ୍କର ସମସ୍ତ ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ ।

ମକର

ସନ୍ତାନ ଯଦି କର୍ମଶୀଳ ଅଟନ୍ତି ତେବେ ତାଙ୍କ କାର୍ଯ୍ୟ କ୍ଷେତ୍ରରେ ନିଶ୍ଚିତ ରୂପରେ ସଫଳତା ମିଳିବ । ଥଣ୍ଡା ଜର ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିପାରେ । ମାତାଙ୍କ ସ୍ୱାସ୍ଥ୍ୟରେ କିଛି ସ୍ଥିରତା ଆସିବ । ବରିଷ୍ଠ ଲୋକମାନଙ୍କ ଉପଦେଶ ନେଇ ନିବେଶ କରନ୍ତୁ ନାହିଁ । ସାବଧାନ ରୁହନ୍ତୁ । ଅତିଥିଙ୍କ ଆଗମନ ହୋଇପାରେ । ଭାଇମାନଙ୍କ ସାହାର୍ଯ୍ୟ ମିଳିବ । ସନ୍ତାନଙ୍କ ବିଚାର ଆପଣଙ୍କ ବିଚାରର ଅନୁରୂପ ରହିବ ।

କୁମ୍ଭ

ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ହାଡ ଓ ଗଣ୍ଠି ସମ୍ବନ୍ଧିତ ରୋଗ ହୋଇପାରେ । ଆଧ୍ୟାତ୍ମ ଓ ଦର୍ଶନ ପ୍ରତି ରୁଚି ବଢିବ । ଆପଣଙ୍କ ସାଥି ଆପଣଙ୍କ ସହ କିଛି ମହତ୍ଵପୂର୍ଣ ବିଷୟରେ କଥାବାର୍ତ୍ତା କରିବେ । ଜୀବନସାଥିଙ୍କ ସହ ଭଲ ବ୍ୟବହାର କରନ୍ତୁ । ଆତ୍ମବିଶ୍ଵାସରେ ଭରପୁର ରହିବେ । ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ରଖି ସମସ୍ୟାର ସମାଧାନ କରନ୍ତୁ । ଯଦି ଆପଣ ଅଫିସରେ ଅଧିକ ସମୟ ରହିବେ ତେବେ ଆପଣଙ୍କ ପରିବାରରେ ଅସନ୍ତୋଷ ଆସିପାରେ ।

ମୀନ

କୌଣସି ସମସ୍ୟାକୁ ନେଇ ଜୀବନସାଥିଙ୍କ ଦ୍ଵାରା ଦିଆଯାଇଥିବା ଉପଦେଶରେ ଆପଣଙ୍କ କାର୍ଯ୍ୟ ସଫଳ ହେବ । ପ୍ରେମୀମାନଙ୍କ ମଧ୍ୟରେ ମତଭେଦ ହୋଇପାରେ । ନିଜର ପରିବାରକୁ ପର୍ଯ୍ୟାପ୍ତ ସମୟ ଦିଅନ୍ତୁ । ସନ୍ତାନଙ୍କ ସଫଳତାରେ ଆପଣଙ୍କ ମନ ପ୍ରସନ୍ନ ରହିବ । ରକ୍ତ ଓ ମସ୍ତିଷ୍କ ସମ୍ବନ୍ଧିତ ସମସ୍ୟା ହୋଇପାରେ । ଆୟ ସାଧନ ମଜବୁତ ହେବ । ତାଙ୍କର ସମସ୍ୟାକୁ ବୁଝନ୍ତୁ ଓ ତାଙ୍କୁ ସରଲ ବ୍ୟବହାର କରିବା ପ୍ରତି ପ୍ରେରିତ କରନ୍ତୁ । ବହୁତ ସୁନ୍ଦର ଓ ଭଲ ମଣିଷ ସହ ସାକ୍ଷାତ କରିବାର ଉଚିତ ସମୟ ଆସି ଯାଇଛି । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।