ଆଜିର ରାଶିଫଳ, 11 ସେପ୍ଟେମ୍ବର 2020, ଶୁକ୍ରବାର, ଆଜି ସାବଧାନ ରୁହନ୍ତୁ ଏହି ୩ଟି ରାଶିର ଲୋକ, ଆଖି ବନ୍ଦ କରି କାହା ଉପରେ କରନ୍ତୁ ନାହିଁ ବିଶ୍ଵାସ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୧ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନଟି ଭଲରେ କଟିବ । ନୂଆ ବ୍ୟବସାୟ କରିବା ପାଇଁ ଆପଣଙ୍କ ମନରେ ନୂଆ ନୂଆ ଚିନ୍ତାଧାରା ଆସିବ । ପରିବାରରେ ଖୁସିର ପରିବେଶ ରହିବା ସହ ଆର୍ଥିକ କ୍ଷେତ୍ରରେ ବିକାଶ ହେବ । କୌଣସି ଜାଗାକୁ ଯାଇପରନ୍ତି । ବ୍ୟବସାୟରେ ଲାଭ ମିଳିବ । ସମାଜରେ ମାନ ସମ୍ମାନ ବଢିବ । ସରକାରୀ କର୍ଯ୍ୟରେ ଲାଭ ମିଳିବ । ଆକସ୍ମିକ ଧନ ଲାଭର ଯୋଗ ଅଛି । ଅନାବଶ୍ୟକ ଖର୍ଚ୍ଚ ବଢିବାରୁ ମନରେ ଚିନ୍ତା ରହିବ । ଶିବଲିଙ୍ଗରେ କ୍ଷୀର ଅର୍ପଣ କରନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ ।

ବୃଷ

ପରିବାରରେ ଦିନଟି ଖୁସିରେ କଟିବା ସହ ସମସ୍ତଙ୍କ ସହଯୋଗ ମିଳିବ । ପୁରୁଣା କଥା ମନେ ପକାଇ ଆପଣ ବହୁତ ଖୁସି ହେବେ । ଆଜି ଆପଣଙ୍କୁ ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଲାଭ ମିଳିବ । ମୌଜ ମଜଲିସରେ ଦିନ କଟିବ । ପରିବାର ସହିତ ଦିନ ଭଲରେ ବିତିବ । ଧାର୍ମିକ କ୍ଷେତ୍ରରେ ମନ ବଳିବ । ବ୍ୟବସାୟ କିମ୍ବା ଚାକିରୀ ପାଇଁ ବାହାରକୁ ଯାଇ ପାରନ୍ତି । ବଡ ବିବାଦ ଯୋଗୁଁ ମାନସିକ ଚିନ୍ତା ବଢ଼ିବ । ଇଷ୍ଟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ସବୁ କାର୍ଯ୍ୟରେ ସଫଳ ହେବେ ।

ମିଥୁନ

ଆଜି ଆପଣଙ୍କ ସବୁ ଇଛା ପୂରଣ ହେବ । ବ୍ୟବସାୟରେ ଭଲ ଲାଭ ମିଳିବ । ପରିବାରରେ ଖୁସି ଓ ଧନ ବଢ଼ିବ । ଚାକିରୀରେ ପ୍ରମୋସନ ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ । ଦାମ୍ପତ୍ୟ ଜୀବନ ଖୁସିରେ ବିତିବ । ଆକସ୍ମିକ ଧନ ମିଳିବ । ସଟେବାଜ ଓ ଜୁଆ ଇତ୍ୟାଦିରୁ ଦୁରେଇ ରୁହନ୍ତୁ । ଧନ ଲାଭ ହେବ କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ଯୋଗୁ ଚିନ୍ତାରେ ରହିବେ । ଟଙ୍କା ଦେବା ନେବା କିମ୍ବା ନିବେଶରେ କ୍ଷତିରେ ପଡିବେ । ପରିବାରରେ ବିବାଦ ହୋଇପାରେ । ଶିବଲିଙ୍ଗରେ ବେଲ ପତ୍ର ଚଢାନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ ।

କର୍କଟ

ଆଜିର ଦିନ ମିଳା ମିଶା ରହିବ । ଘରୋଇ କାମରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ । ମିତ୍ରମାନଙ୍କ ସହ ଦେଖା ହେବ । ଧାର୍ମିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଭଲ ସମୟ ଅଟେ । ବିଦ୍ୟାର୍ଥୀ ଓ ବେରୋଜଗାରଙ୍କୁ ରୋଜଗାର ମିଳିବ । ନିଜର ନିୟମିତ ବ୍ୟବସାୟ ଛଡା ଅନ୍ୟ ସ୍ରୋତରୁ ମଧ୍ୟ ଧନ ମିଳିବାର ଅଛି । କାର୍ଯ୍ୟସ୍ଥଳରେ ସତର୍କ ରୁହନ୍ତୁ । ମନ୍ଦିରରେ ଅତର ଦାନ କରନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ ।

ସିଂହ

ଏହି ରାଶିର ଛାତ୍ରମାନେ ନିଜ ପଢ଼ା ଲେଖାରେ ଅଳ୍ପ ପରିବର୍ତ୍ତନ କରିବେ ଯାହାକି ଭବିଷ୍ୟତରେ ଲାଭ ମିଳିବ । ଆର୍ଥିକ ଲାଭ ମିଳିବ । ଆପଣ ଯାହା ବି କରିବେ ଭଲ କରିବେ । ମିତ୍ରଙ୍କ ସହଯୋଗ ମିଳିବ । ପରୀକ୍ଷାର୍ଥୀମାନେ ଭଲ ଫଳ ପାଇବେ । ପରିବାରରେ ସହଯୋଗ ରହିବ । ବ୍ୟବସାୟିକ ଯାତ୍ରା କରିବେ । କାରୋବାର ଭଲ ରହିବ । ଏମିତି କୌଣସି ଯୋଜନା କରନ୍ତୁ ଯାହା ଦ୍ଵାରା ଭବିଷ୍ୟତରେ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ । ମସ୍ତକରେ କେସରର ତିଳକ ଲଗାନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ ।

କନ୍ୟା

ଆଜି ବ୍ୟବସାୟରେ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ଅଛି । ଅଫିସରେ ସହଯୋଗୀ ଆପଣଙ୍କୁ ସହଯୋଗ କରିବେ ଯାହା ଫଳରେ ଆପଣଙ୍କ କାର୍ଯ୍ୟ ଶୀଘ୍ର ଶେଷ ହୋଇଯିବ । ଆଇନ କାନୁନ କ୍ଷେତ୍ରରେ ସଫଳତା ମିଳିବ ପରିବାରରେ ଖୁସିର ବାତାବରଣ ରହିବ । ଆପଣ ସରଳତା ସହ ଆଗକୁ ବଢ଼ିବେ । ପରିବାରରେ ବଡ଼ଙ୍କ ଖୁସି ବଢିବ । ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିବା ସହ ନିଜର କାରୋବାରରେ ବି ଆଗକୁ ବଢିବେ । ଛାତ୍ରଙ୍କୁ ସଫଳତା ମିଳିବ । ମନ୍ଦିରରେ ଘିଅର ଦୀପ ଜଲାନ୍ତୁ ସବୁ କାର୍ଯ୍ୟରେ ସଫଳ ହେବେ ।

ତୁଳା

ଆଜି ଆପଣଙ୍କ ଦିନଟି ପରିବାର ସହ ବିତିବ । ଧାର୍ମିକ କାର୍ଯ୍ୟରେ ମନ ଦେବେ । ପୁରୁଣା ମିତ୍ରଙ୍କ ସହ ଦେଖା ହୋଇପାରେ । ଧନ ପ୍ରାପ୍ତିର ନୂଆ ମାର୍ଗ ଖୋଲିବ । ପରିଶ୍ରମ କରୁଥିବା ଲୋକଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । କାରୋବାର ଭଲ ରହିବ । ଚାକିରୀରେ ଉନ୍ନତି ମିଳିବ । ସମ୍ପତ୍ତିରେ ନିବେଶ କରିଲେ ଲାଭରେ ରହିବେ । ଛୋଟ ଛୋଟ ସୁବିଧାକୁ ପାର କଲେ ସଫଳତା ମିଳିବ । ପରିବାରରେ ଝଗଡ଼ା ହୋଇପାରେ । ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ବିଚ୍ଛା

ଆଜି ଦିନଟି ବହୁତ ଭଲ ରହିବ । ଆପଣଙ୍କୁ ବ୍ୟବସାୟରେ ବଡ଼ ଡିଲ ମିଳିପାରେ । ଆର୍ଥିକ ସ୍ଥିତି ମଜବୁତ ରହିବ । ବ୍ୟପାରକୁ ବିସ୍ତାର କରିବା ପାଇଁ ନୂଆ ଯୋଜନା କରିପାରନ୍ତି । ବ୍ୟବସାୟ ଲାଭ ଦାୟକ ରହିବ । ପରିବାରରେ ଖୁସି ରହିବ । ବ୍ୟବସାୟରେ ବଡ଼ ସଫଳତା ମିଳିବା ଦ୍ଵାରା ମନରେ ଉତ୍ସାହ ବଢ଼ିବ । ପରିଶ୍ରମ ଦ୍ୱାରା ନୂତନ ପ୍ରୟାସରେ ସଫଳ ରହିବ । ସେୟାର ବଜାର ଓ ସମ୍ପତ୍ତିରେ ନିବେଶ ଭଲ ରହିବ । କ୍ରୋଧ ଦ୍ୱାରା ଘରେ ବିବାଦ ଉପୁଜି ପାରେ । ସୁର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ଧନୁ

ହଠାତ ଆପଣଙ୍କ ଘରେ କେହି ମିତ୍ର ଆସିପାରନ୍ତି । ଯାହା ଦ୍ଵାରା ଆପଣଙ୍କ ଘରେ ଖୁସି ଭରିଯିବ । ବେରୋଜଗରମାନଙ୍କୁ ଚାକିରି ପାଇଁ ଅବସର ମିଳିପାରେ । ଭାବିଥିବା କାର୍ଯ୍ୟ ସହଜରେ ପୁରା ହୋଇଯିବ । ନିବେଶରେ ଭଲ ଲାଭ ମିଳିପାରେ । କାର୍ଯ୍ୟରେ ସଫଳତା ଓ ଧନ ଲାଭ ଯୋଗୁ ମନ ପ୍ରଫୁଲ୍ଲିତ ରହିବ । ଧାର୍ମିକ ଯାତ୍ରାରେ ଆପଣ ଯାଇପାରନ୍ତି । କିଛି ମାମଲାକୁ ନେଇ ଆପଣଙ୍କ ମନରେ ଭର୍ମ ତଥା ଅନିଶ୍ଚିତତା ବଢିପାରେ । ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ । ଆପଣଙ୍କ ଦିନଟି ଭଲରେ କଟିବ ।

ମକର

ଭଗବାନ ସ୍ମରଣ କରିବା ଦ୍ଵାରା ଦିନଟି ଆପଣଙ୍କ ଭଲରେ କଟିବ । ଧାର୍ମିକ କାର୍ଯ୍ୟରେ ଆପଣ ବ୍ୟସ୍ତ ରହିବେ । ଆପଣଙ୍କ ସବୁ କାର୍ଯ୍ୟ ସହଜରେ ପୁରା ହୋଇଯିବ । ମାନସିକ ରୂପରେ ପ୍ରଫୁଲିତ୍ତ ରହିବେ । ଚାକିରି ଓ ବ୍ୟବସାୟରେ ଆପଣଙ୍କ ଅନୁକୂଳ ପରିସ୍ଥିତି ରହିବ । ଆକସ୍ମିକ ଧନ ପ୍ରାପ୍ତି ମଧ୍ୟ ହେବ । ବ୍ୟକ୍ତିଗତ କାର୍ଯ୍ୟରେ ସଫଳ ହେବେ ଓ ବ୍ୟାପାରରେ ବିସ୍ତାରରେ ଆପଣ ଯୋଜନା ବନେଇ ପାରିବେ । ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ । ଆପଣଙ୍କ ଦିନଟି ଭଲରେ କଟିବ ।

କୁମ୍ଭ

ଆପଣଙ୍କ ନୂଆ କାର୍ଯ୍ୟ ପ୍ରତି ରୁଚି ବଢିବ । ଯାହା ଦ୍ଵାରା କିଛି ନୂଆ ଶିଖିବେ । ଆର୍ଥିକ ପକ୍ଷ ପ୍ରଥମ ଅପେକ୍ଷା ଅଧୂକ ମଜବୁତ ହେବ । ଏହା ଦ୍ଵାରା ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ । ଆୟରେ ମଧ୍ୟ ବୃଦ୍ଧି ହେବ । ପରିବାର ଓ କ୍ୟାରିୟର ମଧ୍ୟରେ ସଂତୁଳନ ରଖି ଚଲାନ୍ତୁ । କୌଣସି ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ । କ୍ରୋଧ ଉପରେ ନିଜକୁ ନିୟନ୍ତ୍ରଣ ରଖନ୍ତୁ । ବ୍ରାହ୍ମଣଙ୍କୁ କିଛି ଦାନ କରନ୍ତୁ, ସନ୍ତାନ୍ତର ସହଯୋଗ ମିଳିପାରେ ।

ମୀନ

ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ ରହିବ । ଯାତ୍ରା ସଫଳ ରହିବ । ପାର୍ଟି କିମ୍ବା ପିକନିକର ଆନନ୍ଦ ମିଳିବ । ଛାତ୍ରମାନଙ୍କ ସମୟ ଭଲ ରହିବ । ଧନ ଲାଭ ମଧ୍ୟ ମିଳିବ । କାର୍ଯ୍ୟ ଭାର ଅଧିକ ରହିବ । ନୂଆ ବସ୍ତ୍ର ପିନ୍ଧିବେ । ଯେମିତି ପରିଶ୍ରମ କରିବେ ସେପରି ଫଳ ପ୍ରାପ୍ତି କରିବେ । ଅନାବଶ୍ୟକ ଖର୍ଚ ବଢିପାରେ । ଆର୍ଥିକ ସ୍ଥିତି କମଜୋର ହେବାର ସମ୍ଭାବନା ଅଛି । ଗାଈର ଚରଣ ସ୍ପର୍ଶ କରନ୍ତୁ, ସଫଳତା ଆପେ ଆପେ ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।