ଆଜିର ରାଶିଫଳ, 11 ମେ 2020, ସୋମବାର, ଭଗବାନ ଶିବଙ୍କ କୃପାରୁ ଚମକିବ ଏହି ୪ଟି ରାଶିର ଭାଗ୍ୟ, ପରିବାରରେ ସୁଖଶାନ୍ତି ବଜାୟ ରହିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୧ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ପାଖରେ ନିଜର ସ୍ୱାସ୍ଥ୍ୟ ଓ ଲୁକ୍ସ ସହ ଜଡିତ ଜିନିଷକୁ ସୁଧାରିବା ପାଇଁ ପର୍ଯ୍ୟାପ୍ତ ସମୟ ରହିବ । ଅଟକିଥିବା ଟଙ୍କା ମିଳିଯିବ ଓ ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ବନ୍ଧୁ ଓ ପରିବାରଙ୍କ ସହିତ ମନୋରଞ୍ଜନ ଭରା ସମୟ ବିତାଇବେ । ମନ ଲଗାଇ କାମ କରନ୍ତୁ । ନୂଆ ବ୍ୟପାରିକ ଯୋଜନାରେ କମ ଆରମ୍ଭ କରିବାର ବିଚାର ମନରେ ଆସି ପାରେ । ବାଣୀରେ ମଧୁରତା ଆଣନ୍ତୁ । କୌଣସି ବ୍ୟକ୍ତିଙ୍କ ଠାରୁ ମାର୍ଗଦର୍ଶନ ପ୍ରାପ୍ତ ହୋଇପାରେ । ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ ।

ବୃଷ

ମନର ଶାନ୍ତି ପାଇଁ ଆପଣ ଭଗବାନଙ୍କ ଆରାଧନା କରନ୍ତୁ । ଜୀବନସାଥିଙ୍କ ଭରପୁର ପ୍ରେମ ଓ ସହଯୋଗ ପ୍ରାପ୍ତ ହେବ । ଆପଣଙ୍କ ଚିନ୍ତା ହିଁ ଆପଣଙ୍କ ପାଇଁ ସମସ୍ୟା ହୋଇପାରେ । ନିବେଶ ଆଡକୁ ଅଧିକ ଆକର୍ଷିତ ହୋଇ ପାରନ୍ତି । କୌଣସି ବି ପଦକ୍ଷେପ ନେବା ପୂର୍ବରୁ ଗୁରୁଜନଙ୍କ ଠାରୁ ଉପଦେଶ ନିଅନ୍ତୁ । ନିଜ ଘରର କିଛି ଚେଞ୍ଜେସ କରିବା ପୂର୍ବରୁ ଘରର ସମସ୍ତ ସଦସ୍ୟଙ୍କ ରାୟ ନିଅନ୍ତୁ । କୌଣସି ଦୁଖଦ ସମାଚାର ମିଳିପାରେ । ପ୍ରେମ ପ୍ରସଙ୍ଗରେ ଚିନ୍ତା ରହିବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ମିଥୁନ

ଅଳ୍ପ ପ୍ରୟାସରେ ଆପଣ ସବୁ ଜିନିଷ ପ୍ରାପ୍ତ କରି ପାରିବେ । ସ୍ଥିତି ଅନୁକୂଳ ରହିବ । କାରୋବାରରେ ବୁଦ୍ଧି ହେବ । ମିତ୍ରମାନଙ୍କ ସହିତ ମିଶି ଲୋକମାନଙ୍କ ସାହାର୍ଯ୍ୟ କରନ୍ତୁ । ପ୍ରଭାବଶାଳି ଲୋକମାନଙ୍କ ଠାରୁ ସହଯୋଗ ମିଳିପାରେ । ମାତା ପିତାଙ୍କ ସାହାର୍ଯ୍ୟ ଦ୍ଵାରା ଆପଣ ଆର୍ଥିକ ସମସ୍ୟାରୁ ବାହାରକୁ ବାହାରି ପାରିବେ । ନିଜର ପରିବାରର ପାଇଁ ପରିଶ୍ରମ କରନ୍ତୁ । କୌଣସି ବ୍ୟର୍ଥ ବିବାଦ ହୋଇପାରେ । ସହକର୍ମୀ ଆପଣଙ୍କ ଉପରେ ଈର୍ଷା ଭାବ ରଖିବେ । ଅସନ୍ତୁଳିତ ଖାଦ୍ୟପାନ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରି ପାରେ । ନୂଆ ଗାଡି କିମ୍ବା ଭୂମି କ୍ରୟ କରିବାର ଯୋଜନା କରି ପାରନ୍ତି ।

କର୍କଟ

ଅଚାନକ ଖର୍ଚ ବଢିପାରେ । ପରିବାର ସଦସ୍ୟଙ୍କ ସହିତ କିଛି ସମୟ ବ୍ୟତିତ କରିବା ଦ୍ଵାରା ଆପଣଙ୍କ ମନ ହାଲୁକା ହେବ । କିଛି ବ୍ୟକ୍ତିଙ୍କ ସାକ୍ଷାତ ଦ୍ଵାରା ଆପଣ ସାର୍ଥକ ରହିବେ । କୌଣସି ବିବାଦର ସଂକେତ ମିଳିପାରେ । ସେଥିରୁ ବଞ୍ଚିବାର ପ୍ରୟାସ କରନ୍ତୁ । ଉତ୍ସାହ ଜଣକ ସୂଚନା ପ୍ରାପ୍ତ କରିବେ । ଘରରେ ଖୁସିର ବାତାବରଣ ରହିବ । ସାଧାରଣ ସ୍ୱାସ୍ଥ୍ୟ ଭଲ ରହିବ । ଘରେଲୁ ଉପକରଣ ଉପରେ ବ୍ୟୟ କରିବେ ।

ସିଂହ

ଜୀବନସାଥିଙ୍କ ପୁରା ସହଯୋଗ ମିଳିବ । ଉପଦେଶ ନେଇ କରାଯାଇଥିବା ନିବେଶ ଦ୍ଵାରା ଲାଭ ମିଳିପାରେ । ଉଚ୍ଚ ଅଧିକାରୀମାନେ ଆଜି ଆପଣଙ୍କ ସାହାର୍ଯ୍ୟ କରି ପାରନ୍ତି । ଆଜି ଆପଣଙ୍କ ପାଖରେ ନିଜ ପାଇଁ ସମୟ ରହିବ । ସେଥିପାଇଁ ଏହି ସମୟର ଲାଭ ଉଠାନ୍ତୁ । ହୋଇପାରେ ଆପଣ ଘର ଭିତରେ କିମ୍ବା ତାହାର ଆଖପାଖରେ କିଛି ଚେଞ୍ଜେସ କରି ପାରନ୍ତି । ବେରୋଜଗାରି ଦୂର କରିବାରେ ପ୍ରୟାସ କରନ୍ତୁ ।

କନ୍ୟା

ଆପଣଙ୍କ ବ୍ୟବହାର ଅନ୍ୟ ବ୍ୟକ୍ତିଙ୍କ ଧ୍ୟାନ ଆକର୍ଷିତ କରିବ । ଅଟକିଥିବା ଟଙ୍କା ମିଳିବ ଓ ଆର୍ଥିକ ଅବସ୍ଥାରେ ସୁଧାର ଆସିପାରେ । ପରିବାର ସଦସ୍ୟ ଆପଣଙ୍କ ଜୀବନରେ ବହୁତ ବିଶେଷ ମହତ୍ଵ ରଖିବେ । ନିବେଶ କାରଣରୁ କରଜ ବଢିପାରେ । ପୁରୁଣା କାର୍ଯ୍ୟ ନୂତନ ଭାବରେ କରିବାକୁ ଚେଷ୍ଟା କରନ୍ତୁ । ଆତ୍ମବିଶ୍ଵାସ ଓ ମନୋବଳ ବଢିବ । ଅପେକ୍ଷାକୃତ କାର୍ଯ୍ୟରେ ବିଳମ୍ବ ହେବା ଦ୍ଵାରା ଚିନ୍ତାରେ ରହିବେ ।

ତୁଳା

କିଛି ଲୋକମାନେ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ । ବ୍ୟାପାରରେ ନୂଆ ସମ୍ବନ୍ଧ ଆସିପାରେ । ସବୁବେଳେ ଭଲ ଜିନିଷ କ୍ରୟ କରିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣ ସମୟର ଲାଭ ଉଠାଇବେ । ସମସ୍ତ କାର୍ଯ୍ୟରେ ଭରପୁର ପ୍ରୟାସ କରନ୍ତୁ ସଫଳତା ନିଶ୍ଚିତ ମିଳିବ । ଧାର ଦେଇଥିବା ଟଙ୍କା ମିଳିଯିବ । ନୂଆ କାମ ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ । ସ୍ୱାସ୍ଥ୍ୟ ବି ଭଲ ରହିବ । ଶତ୍ରୁକୁ ଆପଣଙ୍କୁ ହାନି ପହଞ୍ଚାଇବା ପାଇଁ ଚେଷ୍ଟା କରିବ । କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ବିଚ୍ଛା

ଆଜିର ଦିନ ଆପଣ ବିଶ୍ରାମ କରିବେ । ନିଜର ମାଂସପେଶୀକୁ ଆରମ ଦେବା ପାଇଁ ମାଲିସ କରନ୍ତୁ । ପୁରୁଣା ନିବେଶରେ କିଛି ଉନ୍ନତି ଆସିପାରେ । ଅତି ଶୀଘ୍ର କୌଣସି କାମ କରିବା ଦ୍ଵାରା ଆପଣଙ୍କୁ ହାନି ପହଞ୍ଚି ପାରେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇପାରେ । ମିତ୍ରଙ୍କ ସହିତ ସମ୍ପର୍କ ଭଲ ରହିବ । ସାମାଜିକ ପ୍ରତିଷ୍ଠାରେ ବୁଦ୍ଧି ହେବ । ଯୋଜନା ସଫଳ ହେବ । ବ୍ୟାପାର ଓ ବ୍ୟବସାୟ ଲାଭଦାୟକ ରହିବ ।

ଧନୁ

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ତାଳମେଳ ରହିପାରେ । ଆପଣଙ୍କ ଜୀବନରେ କୌଣସି ପ୍ରଭାବଶାଳି ବ୍ୟକ୍ତିର ଆଗମନ ହୋଇପାରେ । ଘରେଲୁ କାର୍ଯ୍ୟରେ ଆପଣ ଅଧିକ ବ୍ୟସ୍ତ ରହିବେ । ଆୟରେ ବୁଦ୍ଧି ହେବ । ଆପଣ ସତେଜ ଓ ଆତ୍ମବିଶ୍ଵାସ ଭରା ଅନୁଭବ କରିବେ । ସନ୍ତାନମାନେ ଆପଣଙ୍କ ଆଜ୍ଞାର ପାଳନ କରିବେ ।

ମକର

ପରିବାରର ଛୋଟ ଛୋଟ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଓ ଅଧ୍ୟୟନ ସମ୍ବନ୍ଧିତ କଥାରେ ଆପଣ ଚିନ୍ତିତ ରହିବେ । ଧନ ହାନି ହେବ । କାହା ସହିତ ବି ବିବାଦ କରନ୍ତୁ ନାହିଁ । ଟଙ୍କା ନେବା ଦେବାରେ ସାବଧାନ ରୁହନ୍ତୁ । ଆପଣଙ୍କ ବନ୍ଧୁ ଆପଣଙ୍କ ସହିତ ଭଲ ସମୟ ବିତାଇବେ । କିନ୍ତୁ ଗାଡି ଚଲାଉଥିବା ସମୟରେ ଅଧିକ ସାବଧାନ ରୁହନ୍ତୁ । ଆଜି ଆପଣଙ୍କୁ ହାତରେ ନିରାଶା ଲାଗି ପାରେ । ଅଚାନକ କାମ କାର୍ଯ୍ୟରେ ଆପଣ ବ୍ୟସ୍ତ ରହିବେ ।

କୁମ୍ଭ

ନିଜର ଶାରୀରିକୁ ଫିଟ ରଖିବା ପାଇଁ ବ୍ୟାୟାମ କରନ୍ତୁ । ଲମ୍ବା ସମୟ ହେବ ଚାଲୁଥିବା କାମ ଅଟକିଥିବା ଟଙ୍କା ମିଳିପାରେ । କାହାର ବିବାହ ଓ ଜନ୍ମ ଦିନରେ ଯିବାକୁ ଅବସର ମିଳିପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଆଇନ ସମସ୍ୟା ଦୂର ହେବ । କାରୋବାରରୁ ଲାଭ ବଢିବ । ଚାକିରି ସହକର୍ମୀଙ୍କ ସାଥ ଦେବେ । ନିବେଶ ଇତ୍ୟାଦି ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ହେବେ । କୌଣସି ବ୍ୟର୍ଥ ବିବାଦରେ ପଡନ୍ତୁ ନାହିଁ ।

ମୀନ

ଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ । କୋର୍ଟ କଚେରୀ ମାମଲାରେ ଆପଣ ଫସି ପାରନ୍ତି କରିବେ । ବାଧା ଲାଗିବ । ସ୍ୱାସ୍ଥ୍ୟ ସାମାନ୍ୟ ରହିବ । କିଛି ଲୋକମାନଙ୍କ ପାଇଁ ଖୁସି ଖବର ଆସିପାରେ । ଆପଣ ନିଜର ପ୍ରିୟ ଜୀବନସାଥିଙ୍କ ସହିତ ଖୁସିର ସମୟ ବିତାଇବେ । ଅଧିକ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଲୋକମାନଙ୍କ କଥାରେ ଆସନ୍ତୁ ନାହିଁ । ଆଜି ଆପଣଙ୍କ କେହି ହୃଦୟ ଭାଙ୍ଗି ପାରେ । ବନ୍ଧୁମାନଙ୍କ ସହିତ ଆନନ୍ଦମୟ ସମୟ ବିତାଇବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।