ଯେତେବେଳେ ନିଜେ ମହାଦେବ ଭକ୍ତକୁ ବଞ୍ଚାଇବା ପାଇଁ ପହଞ୍ଚିଲେ ହସ୍ପିଟାଲରେ, ଡାକ୍ତରଙ୍କ ଉଡିଗଲା ହୋସ

ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କ ଚମତ୍କାରି ଘଟଣା ବିଷୟରେ କହିବାକୁ ଯାଉଛୁ । ଯଦି ଆପଣଙ୍କ ଉପରେ ଭଗବାନ ଶିବଙ୍କ କୃପା ଅଛି ତେବେ ଶତୃ କଣ ମୃତ୍ୟୁ ବି ସେହି ଭକ୍ତର କିଛି କରି ପାରିବ ନାହିଁ । କିଛି ଏହିଭଳି ହିଁ ଚମତ୍କାର ଭଗବାନ ଶିବ ଅସଲ ଜୀବନରେ ବି ଦେଖାଇଲେ । ଏହା ଏକ ସତ୍ୟ ଘଟଣା ଅଟେ । ଏହା ହିମାଞ୍ଚଳ ପ୍ରଦେଶର ନିବାସୀ ଭୋଳା ସିଂହର କାହାଣୀ ଅଟେ ।

ଭୋଳା ସିଂହ କୁହନ୍ତି କି ମୋ ପିତା ଭଗବାନ ଶିବଙ୍କ ବଡ ଭକ୍ତ ଅଟନ୍ତି । ଆମେ ପିଲାଦିନୁ ହିଁ ଦେଖି ଆସିଛୁ କି ସେ ସବୁଦିନ ସକାଳୁ ଉଠି, ଆମ ଘର ଠାରୁ କିଛି ହିଁ ଦୂରରେ ଥିବା ଶିବ ମନ୍ଦିରକୁ ପୂଜା କରିବା ପାଇଁ ଯାଆନ୍ତି । ଶିବ ରାତ୍ରି ଓ ଦାନ ସେବା ଇତ୍ୟାଦି କାର୍ଯ୍ୟରେ ତ ସେ ଆଗକୁ ଆସି ଯୋଗ ଦାନ ଦେଉଥିଲେ । ସେ ନିଜ ପାଇଁ ଏକ ନିୟମ କରି ନେଇଥିଲେ କି ପରିସ୍ଥିତି କେମିତି ବି ହେଉ ସେ ସବୁଦିନ ଯାଇ ଶିବଙ୍କ ପୂଜା କରିବେ । କେତେ ଥର ସେ ଅସୁସ୍ଥ ଥିବା ସତ୍ବେ ବି ଆମେ ତାଙ୍କୁ ଶିବ ମନ୍ଦିର ଯାଉଥିବାର ଦେଖିଛୁ ।

କହିବାକୁ ଗଲେ ଏହି ଘଟଣା କିଛି ହିଁ ଦିନ ପୂର୍ବର ଅଟେ । ସେହି ସମୟରେ ମୁଁ କଲେଜରେ ପଢୁଥିଲି ଓ ଆମ ଘରେ କେବଳ ବାପା ହିଁ ରୋଜଗାର କରୁଥିଲେ ଓ ସେ ଯେତିକି ଆୟ କରୁଥିଲେ ସେଥିରେ କେବଳ ଆମେ ଦୁଇ ବେଳାର ହିଁ ଖାଦ୍ୟ ଖାଇ ପାରୁଥିଲୁ । ଏହା ପରେ ଦିନେ ଅଫିସ ରୁ ଫେରି ବାପା କିଛି ଗଛ ଲଗାଉ ଥିଲେ । ସେହି ସମୟରେ ଅଚାନକ ତାଙ୍କୁ ହୃଦଘାତ ହେଲା ।

ଏହା ପରେ ମୁଁ ଗ୍ରାମବାସୀମାନଙ୍କ ସାହାର୍ଯ୍ୟରେ ବାପାଙ୍କୁ ସହରର ଏକ ହସ୍ପିଟାଲରେ ଭର୍ତ୍ତି କରି ଦେଲି । ଏହା ପରେ ଡାକ୍ତରମାନେ ବାପାଙ୍କ ହାର୍ଟ ଅପରେସନ କରିବା ପାଇଁ କହିଲେ । କିନ୍ତୁ ଏଥିପାଇଁ ପ୍ରଚୁର ଟଙ୍କା ଦରକାର ଥିଲା । ଏହା ପରେ ମୁଁ ଓ ମୋର ମା ଚିନ୍ତାରେ ପଡି ଗଲୁ । କାରଣ ଆମ ପାଖରେ ଏତେ ଟଙ୍କା ନ ଥିଲା । ଏହା ମଧ୍ୟରେ ମା କେବଳ ଭଗବାନଙ୍କୁ ହିଁ ମନେ ପକାଉ ଥିଲେ ।

 

ଏହି ସମୟରେ ଅଚାନକ ଜଣେ ଡାକ୍ତର ଆସିଲେ ଓ କହିଲେ କି ଆମେ ଆପଣଙ୍କ ପିତାଙ୍କ ଅପରେସନ କରିବାକୁ ଯାଉଛୁ । ମୁଁ ତାଙ୍କୁ ଫିସ କଥା ପଚାରିଲି, ତେବେ ଡାକ୍ତର କହିଲେ କି ଆପଣ ଫିସ କଥା ଚିନ୍ତା କରନ୍ତୁ ନାହିଁ କାରଣ ଆପଣଙ୍କ ପିତାଙ୍କ ଫିସ ଭର୍ତ୍ତି ହୋଇ ଯାଇଛି । ମୁଁ ଡାକ୍ତରଙ୍କ ଏହି କଥା ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇଗଲି ଓ ମୋ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିବାକୁ ଲାଗିଲା ।

କିନ୍ତୁ ସେହି ସମୟରେ ମୋର ପୁରା ଧ୍ୟାନ କେବଳ ପିତାଙ୍କ ଅପରେସନ ଉପରେ ଥିଲା । ପିତାଙ୍କ ଅପରେସନ ସଫଳ ରହିଲା । କିନ୍ତୁ ଯେତେବେଳେ ସାହାର୍ଯ୍ୟ କରିଥିବା ସେହି ବ୍ୟକ୍ତି ବିଷୟରେ ଜଣା ପଡିଲା ଓ ପିତା ସୁସ୍ଥ ହେବା ପରେ ସେ ଯେଉଁ କଥା ଆମକୁ କହିଲେ ତାହା ମୋତେ ପୂରାପୂରି ଆଶ୍ଚର୍ଯ୍ୟ କରି ଦେଲା ।

 

ଅପରେସନ ସଫଳ ହେବା ପରେ ଯେତେବେଳେ ମୁଁ ଡାକ୍ତରଙ୍କୁ ସେହି ବ୍ୟକ୍ତି ବିଷୟରେ ପଚାରିଲି ତେବେ ସେ ତାଙ୍କର ନାମ ରୁଦ୍ର ସିଂହ କହିଲେ ଓ ଯେତେବେଳେ ମୁଁ ତାଙ୍କ ସହିତ ସାକ୍ଷାତ କରିଲି ତେବେ ତାଙ୍କ ଚେହେରାରେ ଏକ ଅଲଗା ତେଜ ଥିଲା । ସେ କହିଲେ କି ମୁଁ ତୁମର ପିତାଙ୍କ ବନ୍ଧୁ ଅଟେ ଓ ଆମେ ଦୁଇ ଜଣ ବହୁତ ଘନିଷ୍ଠ ବନ୍ଧୁ ଅଟୁ । କିନ୍ତୁ ମୁଁ ସେହି ସମୟରେ ଆଶ୍ଚର୍ଯ୍ୟ ଥିଲି କାରଣ ପିତା କେବେ ବି ତାଙ୍କ ବନ୍ଧୁଙ୍କ ବିଷୟରେ କିଛି ବି କହି ନ ଥିଲେ ଓ କିନ୍ତୁ ସେହି ସମୟରେ ମୁଁ ଧନ୍ୟବାଦ କହିଲି ।

ଏହା ପରେ ଯେତେବେଳେ ପିତା ସୁସ୍ଥ ହୋଇ ଘରକୁ ଆସିଲେ ତେବେ ପିତା ମୋତେ ଓ ମା’କୁ ନିଜ ପାଖକୁ ଡାକି କହିଲେ କି ଯେତେବେଳେ ସେ ସେହି ଦିନ ଗଛ ଲଗାଉ ଥିଲେ ତେବେ ଅଚାନକ ତାଙ୍କୁ ଚାରିଆଡୁ ଅନ୍ଧାର ନଜର ଆସିଲା ଓ ସବୁକିଛି ସେହି ଅନ୍ଧାରରେ ଗାୟବ ହୋଇ ଯାଉଥିଲା । ତେବେ ସେହି ଅନ୍ଧାରରେ ଏକ ବିଶାଳକାୟ ଓ ଭୟଙ୍କର ମଇଁଷି ମୋ ଆଡକୁ ଆସୁଥିଲା ଓ ଏ ବହୁତ ହିଁ କ୍ରୋଧିତ ଥିଲା ଓ ମୁଁ ଜାଣି ପାରିଲି କି ମୋର ଅନ୍ତିମ ସମୟ ନିକଟତ୍ତର ହୋଇ ଯାଇଛି ଓ ଶେଷ ସମୟରେ ଭଗବାନ ଶିବଙ୍କୁ ମନେ ପକାଇଲି ।

 

ସେହି ସମୟରେ ହଠାତ ଏକ ଧଳା ରଙ୍ଗର ବଳଦ ଆସି ସେହି ମଇଁଷିକୁ ଧକା ମାରିଲା ଓ ମଇଁଷି ପଡିଗଲା । ଏହା ପରେ ସେହି ବଳଦ ମଇଁଷିକୁ ମାରି ମାରି ମୋ ଠାରୁ ଦୂର କରି ଦେଲା ଓ ଏହା ପରେ ସେ ମୋ ପାଖକୁ ଆସି ମୋତେ ଦେଖିବାକୁ ଲାଗିଲା । ଏହା ପରେ ଅଚାନକ ମୋର ଆଖି ଖୋଲିଗଲା ଓ ମୁଁ ନିଜକୁ ହସ୍ପିଟାଲରେ ପାଇଲି ଓ ସେ କହିଲେ କି ଯଦି ସେ ମଇଁଷି ନ ଥାନ୍ତା ତେବେ ମୁଁ ଆଜି ଜୀବିତ ନ ଥାନ୍ତି ।

ଏହା ପରେ ମୁଁ ପିତାଙ୍କୁ ଫିସ ବାଲା କଥା ବି କହିଲି ଓ କହିଲି କି କୌଣସି ରୁଦ୍ର ସିଂହ ନାମକ ବ୍ୟକ୍ତି ଆପଣଙ୍କ ଫିସ ଦେଇଛନ୍ତି । ଏହା ପରେ ପିତା ଖୁସିରେ କହିଲେ କି ପୁଅ ସେ ଆଉ କେହି ନୁହନ୍ତି ସେ ଭଗବାନ ଶିବ ଅଟନ୍ତି କାରଣ ମହାଦେବଙ୍କ ଅନ୍ୟ ଏକ ନାମ ରୁଦ୍ର ଅଟେ ଓ ସେହି ଦିନ ଯେଉଁ ଧଳା ବଳଦ ମୋର ରକ୍ଷା କରିଲା ସେ ବି ଶିବଙ୍କ ବାହନ ନନ୍ଦୀ ଥିଲେ । ପିତାଙ୍କ ଏହି କଥା ଶୁଣି ସେହି ଦିନ ଠାରୁ ମୋର ଭଗବାନ ଶିବଙ୍କ ପ୍ରତି ଶ୍ରଦ୍ଧା ଆହୁରି ବି ବଢିଗଲା । ଏହା ହିଁ ଥିଲା ଶିବଙ୍କ ଚମତ୍କାର । ଆର୍ଟିକୀଲ ଟି ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରିବେ । ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।