ଆଜିର ରାଶିଫଳ, 10 ଅକ୍ଟୋବର 2020, ଶନିବାର, ଏହି ୪ଟି ରାଶିର ଖରାପ ଦିନ ହେଲା ଶେଷ, ଆଜି ଶନିଦେବ ହେଲେ ପ୍ରସନ୍ନ, ହେବ ଧନପ୍ରାପ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ପରିବାରରେ ସମସ୍ତଙ୍କ ସହ ଭଲ ସମ୍ପର୍କ ରହିବ । ଅଳ୍ପ ପରିଶ୍ରମ କରି ନିଜର ଲକ୍ଷ ସ୍ଥଳରେ ପହଞ୍ଚି ପାରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣ ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ବୁଲିବାକୁ ଯାଇ ପାରନ୍ତି । କଳା ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଥିବା ଲୋକମାନଙ୍କୁ ଆଜି ବହୁତ ସୁନାମ ମିଳିବ । କାରୋବାର ଠିକ ଠାକ ରହିବ । କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ କରିବା ଦ୍ଵାରା ସଫଳତା ମିଳିବ । କାର୍ଯ୍ୟ ସ୍ଥଳରେ ସହକର୍ମୀଙ୍କ ସହ ଭଲ ସମ୍ପର୍କ ରହିବ । କିନ୍ତୁ ନିଜର କୌଣସି ଗୁପ୍ତ କଥା କାହା ସହ ସେୟାର କରନ୍ତୁ ନାହିଁ ।

ବୃଷ

କାର୍ଯ୍ୟ ସ୍ଥଳରେ କୌଣସି ବଡ ଚ୍ୟାଲେଞ୍ଜ ମିଳିପାରେ କିନ୍ତୁ ଆପଣ ସେଥିରେ ସଫଳ ହେବେ । ଘର ପରିବେଶରେ ସୁଖମୀ ସ୍ଥିତି ରହିବ । ସନ୍ତାନଙ୍କ କାର୍ଯ୍ୟ କଳାପରୁ ଆପଣ ବହୁତ ଖୁସି ହେବେ । ରାଶି ଭଲ ପ୍ରଭାବ ଦ୍ଵାରା ଆପଣଙ୍କr ସବୁ କାର୍ଯ୍ୟ ସହଜରେ ହୋଇଯିବ । ଆଜି ଭାଗ୍ୟ ଆପଣଙ୍କ ପୁରା ସାଥ ଦେବ । ଆର୍ଥିକ କ୍ଷେତ୍ରରେ କରିଥିବା ପ୍ରୟାସରେ ସଫଳ ହେବେ । ପାର୍ଟନରଶିପ ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣ ନିଜ ବ୍ୟବସାୟକୁ ବୃଦ୍ଧି କରିବାରେ ସଫଳ ହେବେ । ନିଜ କାମ ନିଜେ କରନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଲାଗିବ ଆପଣଙ୍କୁ ଆପଣଙ୍କ ପରିଶ୍ରମର ଫଳ ଠିକ ରୂପରେ ମିଳୁ ନାହିଁ ।

ମିଥୁନ

ପାରିବାରିକ ଜଞ୍ଜାଳରେ ବ୍ୟସ୍ତ ରହିବେ । ଅଫିସରେ କୌଣସି କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ମିଳିବା କାରଣରୁ ଆପଣ ବହୁତ ଖୁସି ରହିବେ । ଆପଣ ବିଦେଶ ଯାଇ ପାରିବେ ନାହିଁ । ଅଚାନକ ଧନ ପ୍ରାପ୍ତି ହୋଇପାରେ । ଅଯଥା ଖର୍ଚ ଯୋଗୁଁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ । ବର୍ତ୍ତମାନ ପରିଶ୍ରମ କରିବାର ସମୟ ଅଟେ । ପରିଶ୍ରମ କରନ୍ତୁ ଅଶାତିତ ଫଳ ପାଇବେ । ନିଜ ଦାୟିତ୍ଵ ପ୍ରତି ଧ୍ୟାନ ଦିଅନ୍ତୁ ।

କର୍କଟ

ଅଫିସରେ ଆପଣ ଆଜି ବ୍ୟସ୍ତ ରହିବେ । ସୋସାଇଟିର ଲୋକମାନେ ଆପଣଙ୍କର ପ୍ରଶଂସା କରିବେ । ପୈତୃକ ସମ୍ପତି ମିଳିବାର ସମ୍ଭାବନା ଅଛି । ଆପଣଙ୍କ ମନ ଆଧ୍ୟାତ୍ମିକ କ୍ଷେତ୍ର ଦିଗ ଆଡକୁ ଆକର୍ଷିତ ହେବ । ବ୍ୟବସାୟରେ ଲାଭ ମିଳିବ । ଯଦି ସଠିକ ବିଜନେସରେ କୌଣସି ନିବେଶ କରିବେ ତେବେ ଭଲ ଲାଭ ମିଳିବ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପାର୍ଟନରଙ୍କ ସହ ଭଲ ସମ୍ପର୍କ ରଖନ୍ତୁ । ନଚେତ ବ୍ୟବସାୟରେ ମନ୍ଥର ଗତି ଆସିଯିବ । କୋଟ କଚେରୀ ମାମଲା ଠାରୁ ଦୂରେଇ ରୁହନ୍ତୁ । ସମୟ ଅନୁକୂଳ ନାହିଁ ।

ସିଂହ

କୌଣସି କାମରେ ଆପଣଙ୍କୁ ଲାଭ ମିଳିବ । ଭାଇ ଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ । ଜୀବନସାଥିଙ୍କ ସହ ଭଲ ସମ୍ପର୍କ ରହିବ । ଆପଣଙ୍କ ବ୍ୟବସାୟରେ ବୃଦ୍ଧି ଘଟିବ । ଆମଦାନି ବଢିବାରୁ ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ । ଆପଣଙ୍କର ସାକ୍ଷାତ ଆପଣଙ୍କ ସମ୍ପର୍କୀୟଙ୍କ ସହ ହେବା ଦ୍ଵାରା ଆପଣଙ୍କୁ ଖୁସି ମିଳିବ ଓ ସେମାନେ ଆପଣଙ୍କୁ କୌଣସି କାମରେ ସାହାର୍ଯ୍ୟ କରିବେ । ବ୍ୟବସାୟ ବହୁତ ଭଲ ଚାଲିବ ଓ କାର୍ଯ୍ୟରେ ସଫଳତା ମିଳିବ । କାହାକୁ ଧନ ଦେବା ନେବା କରନ୍ତୁ ନାହିଁ ନଚେତ ଅସୁବିଧାରେ ପଡ଼ିପାରନ୍ତି । ମାନସିକ ରୂପରେ ଅଶାନ୍ତି ରହି ପାରନ୍ତି । ସେଥିପାଇଁ ଆପଣ କୌଣସି ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ ।

କନ୍ୟା

ଅଫିସରେ ସମସ୍ତଙ୍କ ସହ ଭଲ ସମ୍ପର୍କ ରହିବ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ଯୋଗୁଁ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ମିଳିବ । ଆପଣଙ୍କ ନୂଆ କାର୍ଯ୍ୟ ଧାରା ଯୋଗୁଁ କାର୍ଯ୍ୟ ସ୍ଥଳରେ ପ୍ରଶଂସା ମିଳିବ । ଆପଣଙ୍କୁ ଧନ ନିବେଶରେ ପ୍ରଚୁର ଲାଭ ମିଳିବ । କାର୍ଯ୍ୟସ୍ଥଳରେ ଅନୁକୂଳ ବାତାବରଣ ରହିବ । କାର୍ଯ୍ୟ ଭାର ଅଧିକ ଥିବା ସତ୍ବେ ବି ଆପଣଙ୍କୁ ସଫଳତା ମିଳିବା ସହ ଧନ ଲାଭ କରିବାର ସମ୍ଭାବନା ବି ଅଛି । ଘର ପରିବାରରେ ଶୁଭ ଉତ୍ସବ ଆୟୋଜନ ହେବାର ସମ୍ଭାବନା ଅଛି ।

 ତୁଳା

ଆପଣଙ୍କୁ ଆପଣଙ୍କ ବିଚାର ଓ ବ୍ୟବହାରରେ ସନ୍ତୁଳିତ ରଖିବାକୁ ପଡିବ । କାହାକୁ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ସନ୍ତାନର ପ୍ରଗତିରେ  ଆପଣ ଖୁସି ରହିବେ । ଛାତ୍ରଙ୍କ ପରିଶ୍ରମ ଲାଭ ଦାୟକ ରହିବ । ବ୍ୟବସାୟିକ ଗତିବିଧି ମଧ୍ୟମ ଧରଣର ରହିବ । ପରିଶ୍ରମ କରନ୍ତୁ କାର୍ଯ୍ୟରେ ନିଶ୍ଚିତ ସଫଳତା ମିଳିବ । ମନ ବିଚଳିତ ଯୋଗୁଁ କାର୍ଯ୍ୟରେ ଖରାପ ପ୍ରଭାବ ପଡି ପାରେ । ଆପଣଙ୍କୁ କୌଣସି ନିଷ୍ପତି ନେବାରେ ବିଳମ୍ବିତ ହେବା ଦ୍ଵାରା ଆପଣଙ୍କୁ କାର୍ଯ୍ୟରେ ସଫଳତା ନ ମିଳିପାରେ ।

ବିଚ୍ଛା

ଆପଣ ନିଜ ଲକ୍ଷ ନିର୍ଧାରଣ କରିବା ପାଇଁ କୌଣସି ଯୋଜନା କରିବେ । ଅଚାନକ କୌଣସି ମାଧ୍ୟମରୁ ଧନ ମିଳିପାରେ । ଧାର୍ମିକ କ୍ଷେତ୍ରରେ ମନ ଲାଗିବ । ସଂଘର୍ଷ କରନ୍ତୁ ସଫଳତା ମିଳିବ ଓ ଯଦି ବିଦେଶ ଯିବାକୁ ଚାହୁଁଛନ୍ତି ତେବେ ସେଥିରେ ସଫଳତା ନ ମିଳିପାରେ । ପରିଶ୍ରମ କରିବା ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ସଫଲତା ମିଳିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ବିବାଦ ହୋଇପାରେ । ପରିବାରରେ ଶାନ୍ତି ରହିବ ।

ଧନୁ

ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଛାତ୍ରଙ୍କୁ ଶିକ୍ଷକଙ୍କ ପୁରା ସହଯୋଗ ମିଳିବ । ଏହା ସହ କ୍ୟାରିୟରରେ ଆଗକୁ ବଢିବା ପାଇଁ ଅବସର ମିଳିବ । ଆପଣ ନୂଆ ନୂଆ ଜିନିଷ ଶିଖିବା ପାଇଁ ଜ୍ଞାନ ଆହରଣ କରିବେ । ଆପଣ କୌଣସି ଜ୍ଞାନୀ ବ୍ୟକ୍ତିଙ୍କ ଠାରୁ ଉଚିତ ମାର୍ଗଦର୍ଶନ ପାଇବେ । କାରୋବାର ଭଲ ଚାଲିବ ଓ କାର୍ଯ୍ୟରେ ସଫଳତା ମିଳିବା ଦ୍ଵାରା ଆର୍ଥିକ ଲାଭ ହେବ । କାମ ଅଧିକ ହେବାରୁ କ୍ଳାନ୍ତ ଅନୁଭବ କରିବେ । ଧନ ସଞ୍ଚୟ କରିବେ ସେହି ପରିମାଣରେ ଖର୍ଚ ମଧ୍ୟ କରିବେ ।

ମକର

ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢିବ । ସବୁ କାମରେ ଆପଣଙ୍କୁ ସକାରାତ୍ମକ ପରିଣାମ ମିଳିବ । ପରିବାରରେ ଆଗରୁ ଥିବା ସମସ୍ୟା ଦୂର ହେବ । ଏହା ସହ ପରିବାର ସହ ଭଲ ସମୟ ବିତାଇବେ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଏଥିପାଇଁ ପରିବାରରେ ସମ୍ପର୍କୀୟଙ୍କ ଯିବା ଆସିବା ରହିବ । ବ୍ୟବସାୟରେ ଭଲ ଲାଭ ମିଳିବ । କାରୋବାର ବୃଦ୍ଧି କରିବାରେ ସଫଳ ହେବେ । ସମ୍ପତ୍ତିରେ ନିବେଶ କରନ୍ତୁ ଭଲ ଲାଭ ମିଳିବ । ଖରାପ ଲୋକ ଠାରୁ ଦୂରେଇ ରୁହନ୍ତୁ ନଚେତ ଅସୁବିଧାରେ ପଡିବେ । ମାନସିକ ରୂପରେ ଅଶାନ୍ତି  ରହିପାରନ୍ତି ।

କୁମ୍ଭ

ଆପଣଙ୍କ କୌଣସି ଯୋଜନା ସଫଳ ହେବ । ଛାତ୍ରଙ୍କୁ କ୍ୟାରିୟରରେ ସଫଳତା ମିଳିବ । ପରିବାରରେ ବହୁତ ଖୁସିର ପରିବେଶ ରହିବ । ଆପଣ କୌଣସି ସମ୍ପତ୍ତି କିଣିବାକୁ ସଫଳ ହେବେ । ଆପଣ ଧନ ଧାନ୍ୟରେ ପରିପୂର୍ଣ ହେବେ । ବ୍ୟବସାୟରେ ଛୋଟ ମୋଟ ଘଟଣାକୁ ଛାଡି ବହୁତ ଆର୍ଥିକ ଲାଭ ପାଇବେ । ଆପଣ ଅଳ୍ପ ଚିଡ ଚିଡା ହୋଇପାରନ୍ତି, ପଢାରେ ମନ ଲାଗି ନ ପାରେ । କୌଣସି ଜାଗାକୁ ଯାଇପାରନ୍ତି । ସମ୍ପର୍କୀୟଙ୍କ ସହ ମିଶି କୌଣସି କାର୍ଯ୍ୟ କରିବାରେ ସଫଳ ହେବେ ।

ମୀନ

ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି କୁଶଳୀ ବ୍ୟକ୍ତିଙ୍କ ସହଯୋଗ ମିଳିବ । ଉଚ୍ଚ ଶିକ୍ଷାରେ ଲାଭ ମିଳିବ । ଆପଣଙ୍କୁ ଗଣମାନ୍ୟ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ମିଳିବ । କାର୍ଯ୍ୟ କ୍ଷେତ୍ରରେ ଦିନଟି ବହୁତ ବ୍ୟସ୍ତତାରେ ଯିବ । ଏଥିପାଇଁ ଆପଣ ବହୁତ କ୍ଳାନ୍ତ ଅନୁଭବ କରିବେ ତଥାପି କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କୁ ଲାଗିବ ପରିଶ୍ରମ ଅନୁସାରେ ଫଳ ମିଳୁ ନାହିଁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।