ଏହି ଦିନ ଠାରୁ ଖୋଲିବାକୁ ଯାଉଛି ସ୍କୁଲ, ପ୍ରସ୍ତୁତି ଆରମ୍ଭ କଲେ ରାଜ୍ୟ ସରକାର

ବର୍ତ୍ତମାନ ଚାରିଆଡେ କେବଳ କରୋନାର ନାଁ ଶୁଣିବାକୁ ମିଳୁଛି । କିନ୍ତୁ ଏହି ସବୁ ମଧ୍ୟରେ ବି ଲୋକମାନେ ସତର୍କ ରହି ନିଜର ନୀତିଦିନିଆ କାର୍ଯ୍ୟ ସବୁ କରୁଛନ୍ତି ଓ ସମସ୍ତେ ସମସ୍ତଙ୍କର କାମକୁ ବି ଯାଉଛନ୍ତି । କହିବାକୁ ଗଲେ ବର୍ତ୍ତମାନର ସ୍ଥିତିକୁ ଦେଖି ସରକାର ଧୀରେ ଧୀରେ କରି ସବୁ ଅନୁଷ୍ଠାନକୁ ଖୋଲିବା ପାଇଁ ଅନୁମତି ଦେଉଛନ୍ତି । ଏମିତିରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି କି ଆଉ କିଛି ଦିନ ମଧ୍ୟରେ ସରକାର ସ୍କୁଲ ଖୋଲିବା ପାଇଁ ଅନୁମତି ଦେଇ ଦେବେ ।

ଏହା ସହିତ ସ୍କୁଲ ଖୋଲିବା ପୂର୍ବରୁ ସରକାର ଶିକ୍ଷକ ଓ ଶିକ୍ଷତ୍ରିମାନଙ୍କ ପାଇଁ ବି କିଛି ନିର୍ଦେଶନାମା ଜାରି କରିଛନ୍ତି । ତେବେ ଚଲାନ୍ତୁ ଏହା ବିଷୟରେ ବିସ୍ତାର ରୂପରେ ଜାଣିବା ।

କୋବିଡ କଟକଣା ମଧ୍ୟରେ କିଛି ଗାଇଡ ଲାଇନ ଜାରି କରି ସମସ୍ତ ସ୍କୁଲ ଖୋଲିବା ପାଇଁ ଓଡିଶା ସରକାର ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କହିବାକୁ ଗଲେ ଆପଣମାନେ ଶୁଣିଥିବେ କି ସରକାର ସମସ୍ତ ସ୍କୁଲ ପରିସରକୁ ପରିଷ୍କାର କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏମିତିରେ ସମସ୍ତେ ଅନୁମାନ କରୁଛନ୍ତି କି ପୂଜା ଛୁଟି ପରେ ସ୍କୁଲ ଖୋଳିପାରେ । ଏହା ସହିତ ସରକାର ଲକଡାଉନ ସମୟରେ ଅନଲାଇନ ପାଠପଢାକୁ ନେଇ ସବୁ ସ୍କୁଲକୁ ରିପୋର୍ଟ ମାଗିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଆଜି ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖା ଯାଇ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରିଙ୍କର ପାଠ ପଢାର ରିପୋର୍ଟ ଦେବା ପାଇଁ କୁହାଯାଇଛି । ଆସନ୍ତା ୩ ଦିନ ମଧ୍ୟରେ ଏହି ସମ୍ବନ୍ଧିତ ସମସ୍ତ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି । କହିବାକୁ ଗଲେ କରୋନା ମହାମାରୀ କାରଣରୁ ପାଖାପାଖି ୬ ମାସରୁ ବି ଅଧିକ ଦିନ ହେବ ସମସ୍ତ ସ୍କୁଲ ବନ୍ଦ ରହିଛି ।

ଏମିତିରେ ସ୍କୁଲ ପରିସର ଗୁଡିକ ଅପରିଷ୍କାର ହୋଇଯାଇଥିବ । ସେଥିପାଇଁ ସରକାର ସ୍କୁଲର ପରିସର, ସ୍କୁଲ ଘର ଗୁଡିକ ଓ ସ୍କୁଲର ସମସ୍ତ ଜିନିଷ ପତ୍ରକୁ ସଫା କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏହା ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସରକାର କିଛି କଡା ନିର୍ଦେଶ ବି ଦେଇଛନ୍ତି । ଶିକ୍ଷକମାନଙ୍କୁ ସ୍କୁଲରେ ରହିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ସରକାରଙ୍କର ନିୟମକୁ ଅବମାନନା କରିବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯିବ ।

ଆପଣଙ୍କୁ କହିଦେଉଛୁ କି ସରକାର ପୂର୍ବରୁ ହିଁ କହିସାରିଛନ୍ତି କି ଅକ୍ଟୋବର ୩୧ ପର୍ଯ୍ୟନ୍ତ ସବୁ ସ୍କୁଲ ଓ କଲେଜ ବନ୍ଦ ରହିବ । ଏମିତିରେ ଏହା ପର ଠାରୁ ସ୍କୁଲ ଖୋଲା ଯିବା ଉପରେ ବିଚାର କରାଯାଉଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।