ସୁଷମା ସ୍ୱରାଜଙ୍କର ସ୍ଵାମୀଙ୍କୁ ରାହୁଲ ଗାନ୍ଧୀ ପଠାଇଲେ ଲେଟର ଓ କହିଲେ ଏମିତି କଥା

ବିଶ୍ଵ ପଟଳ ଉପରେ ଭାରତର ପତାକାର ମହତ୍ଵ ରଖିଥିବା ସୁଷମା ସ୍ୱରାଜ ଆଜି ଆମ ଗ୍ରହଣରେ ଆଉ ନାହାନ୍ତି । ଯାହାଙ୍କର ଅନ୍ତିମ ସଂସ୍କାର ବୁଧୁବାର ଦିନ ଲୋଧୀ ରୋଡ ଶବଦାହ ଗୃହ କରାଗଲା । ଅନ୍ତିମ ସଂସ୍କାର ସମୟରେ ବିଜେପିର ସମସ୍ତ ବଡ ବଡ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହିତ ବିପକ୍ଷର କିଛି ବଡ ବଡ ନେତା ବି ଆସିଥିଲେ । ଏହା ପରେ ରାହୁଲ ଗାନ୍ଧୀ ସୁଷମା ସ୍ୱରାଜଙ୍କର ସ୍ଵାମୀଙ୍କୁ ଏକ ଲେଟର ଲେଖିଲେ । ଯେଉଁଥିରେ ସେ ଭାରତର ଝିଅ ସୁଷମା ସ୍ୱରାଜ ବିଷୟରେ କିଛି କଥା ଲେଖିଛନ୍ତି ।

ସୁଷମା ସ୍ୱରାଜଙ୍କର ନିଧନର ଖବର ଶୁଣିବା ପରେ ରାହୁଲ ଗାନ୍ଧୀ ପ୍ରଥମେ ଟ୍ୱୀଟରେ ତାଙ୍କୁ ଶ୍ରଦ୍ଧାଂଜଲି ଦେଲେ, ଯାହା ପରେ ସେ ବୁଧୁବାର ଦିନ କୌଶଲ ସ୍ୱରାଜଙ୍କୁ ଏକ ଲେଟର ଲେଖିଲେ । ଏହି ଲେଟରରେ ରାହୁଲ ଗାନ୍ଧୀ ସୁଷମା ସ୍ୱରାଜଙ୍କ ବିଷୟରେ ଲେଖିବା ସହିତ ତାଙ୍କର ପରିବାରକୁ ଏହି ଦୁଖଦ ସମୟରେ ସାହାସ ବି ଦେଲେ । କହିଦେଉଛୁ ଯେ ସୁଷମା ସ୍ୱରାଜ ଏକ ଏମିତି ବ୍ୟକ୍ତି ଥିଲେ ଯାହାଙ୍କୁ ବିପକ୍ଷ ନେତାମାନେ ବି ଭଲ ପାଉଥିଲେ ।

ସୁଷମା ସ୍ୱରାଜଙ୍କର ସ୍ଵାମୀଙ୍କୁ ରାହୁଲ ଗାନ୍ଧୀ ଲେଖିଲେ ଲେଟର

ରାହୁଲ ଗାନ୍ଧୀ ଏହି ଲେଟରରେ ପ୍ରଥମେ ନିଜର ସମ୍ବେଦନା ବ୍ୟକ୍ତ କରିଲେ । ଏହି ଲେଟରରେ ରାହୁଲ ଗାନ୍ଧୀ ଲେଖିଲେ କି, ‘ତାଙ୍କର ପତ୍ନୀଙ୍କର ଏହିଭଳି ଅସମୟ ନିଧନରେ ସେ ବହୁତ ଦୁଖୀତ ଅଛନ୍ତି । ତାଙ୍କର ନିଧନ ଦ୍ଵାରା ଆମେ ଏକ ଅସାଧାରଣ ସାଂସଦ ଓ ପ୍ରତିଭାଶାଳୀ ବକ୍ତାଙ୍କୁ ହରାଇ ଦେଲୁ । ଏହା ଛଡା ରାହୁଲ ଗାନ୍ଧୀ ସୁଷମା ସ୍ୱରାଜଙ୍କର ବିଦେଶ ମନ୍ତ୍ରୀ ରହିବା ସମୟର କାର୍ଯ୍ୟକାଳ ବିଷୟରେ ଲେଖି କରି କହିଲେ କି ସେ ସବୁବେଳେ ସମସ୍ତଙ୍କର ସାହାର୍ଯ୍ୟ କରିଛନ୍ତି, ଯାହା ଦ୍ଵାରା ବିଶ୍ଵ ପଟଳରେ ଭାରତର ସମ୍ମାନ ବଢିଛି ।

ଏହା ପରେ ରାହୁଲ ଗାନ୍ଧୀ ଆଗକୁ ଲେଖିଲେ କି ଏହି ଦୁଖ ସମୟରେ ମୁଁ ଆପଣଙ୍କର ଓ ଆପଣଙ୍କ ଝିଅ ବାଂସୁରୀଙ୍କ ପାଇଁ ମୋର ସମ୍ବେଦନା ଅଛି । ଏହା ସହିତ ସୁଷମା ସ୍ୱରାଜଙ୍କର ବିରାଶତ ସବୁବେଳେ ଜୀବିତ ରହିବ, ଯାହାକି ଲକ୍ଷ ଲକ୍ଷ ଭାରତୀୟଙ୍କର ଜୀବନକୁ ପ୍ରଭାବିତ କରୁଥିବ । ଏହି ଦୁଖ ସମୟରେ ମୁଁ ଆପଣଙ୍କ ପାଇଁ ସାହସ ଓ ଶାନ୍ତିର ପ୍ରାର୍ଥନା କରୁଛି । କହିଦେଉଉଛୁ ଯେ ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କର ଏହି ଲେଟର ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହେଉଛି ।

ରାହୁଲ ଗାନ୍ଧୀ କରିଥିଲେ ଏହି  ଟ୍ୱୀଟ

ସୁଷମା ସ୍ୱରାଜଙ୍କର ସ୍ଵର୍ଗବାସର ଖବର ଶୁଣିବା ପରେ ରାହୁଲ ଗାନ୍ଧୀ ଟ୍ୱୀଟ କରି ଦୁଖିତ ହୋଇଥିଲେ, ଯେଉଁଥିରେ ସେ ଲେଖିଥିଲେ କି ସୁଷମା ସ୍ୱରାଜଙ୍କର ନିଧନର ଖବର ଶୁଣି ମୁଁ ସ୍ତବ୍ଧ ହୋଇ ଯାଇଛି । ସେ ଏକ ସାଧାରଣ ରାଜନୀତିଜ୍ଞ, ଏକ ପ୍ରତିଭାଶାଲୀ ବକ୍ତା ଓ ଅସାମାନ୍ୟ ସାସଂଦ ଥିଲେ, ଯାହାଙ୍କର ମିତ୍ରତା ବିପକ୍ଷ ନେତାଙ୍କ ସହିତ ବି ବହୁତ ଗଭୀର ଥିଲା । ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।