ଆଜିର ରାଶିଫଳ, 6 ମାର୍ଚ୍ଚ 2019, ବୁଧବାର – ଆଜିଠୁ ଏହି ୪ଟି ରାଶିର କୁବେର ଖଜାନା ଖୋଲିବେ ମା ଲକ୍ଷ୍ମୀ

ମେଷ

ଆଜି ଆପଣଙ୍କ କାହାସହ ନୂଆ ସମ୍ପର୍କର ସ୍ଥାପନା ହୋଇପାରେ । ଦେଖନ୍ତୁ ଏ ସମ୍ପର୍କ ଆପଣଙ୍କୁ କେଉଁଠି ନେଇଯାଇଛି । ଏହା ସହ ସେ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାନ୍ତୁ ଯେ ଆପଣଙ୍କୁ ମାର୍ଗ ଦେଖାଇଛନ୍ତି । ଆପଣ ଏବଂ ଆପଣଙ୍କର ସାଙ୍ଗ ମଧ୍ୟରେ ଥିବା ସମ୍ପର୍କରେ ଅଧିକ ଦୃଢତା ଆସିବ । ଆପଣଙ୍କ ମଧ୍ୟରେ ଚିନ୍ତାଧାରାରେ ବହୁତ ସାମଞ୍ଜସ୍ୟ ଥିବାରୁ ଏକା ସାଂଗରେ ସମୟ କଟାଇବାକୁ ବହୁତ ଭଲ ଲାଗିବ । ଏହି ସମ୍ପର୍କକୁ ଏହି ଭଳି ବଜାଇ ରଖନ୍ତୁ । ମାନସିକ ଏବଂ ଶାରୀରିକ ଆଳସ୍ୟ ହୋଇପାରେ । ପରିବାରରେ ବଡ଼ମାନଙ୍କ ସହିତ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ । ମାତାଙ୍କର ସ୍ଵାସ୍ଥ୍ୟ ଖରାପ ହୋଇପାରେ । ଆର୍ଥିକ କ୍ଷତିଗ୍ରସ୍ତ ଏବଂ ସାର୍ବଜନିକ ଜୀବନରେ ମାନହାନି ନ ହେଉ ଏହାର ଧ୍ୟାନ ରଖିବେ, ପ୍ରତିକାର : କଳା କୁକୁରର ସେବା କରନ୍ତୁ ।

ବୃଷ

ଆଜି ଆପଣଙ୍କୁ ନିଜର ବୁଝା ଶୁଣା ଏବଂ ଚ଼ତୁରତାକୁ ପରଖିବାକୁ ହେବ । କିଛି ଲୋକ ନିଜର ସୀମାକୁ ଲାଙ୍ଘି ଆପଣଙ୍କର ଅସୁବିଧାକୁ ଶିକ୍ଷା କରିବାକୁ ଯାଉଛନ୍ତି । ଆପଣଙ୍କୁ ଶାନ୍ତି ରହିବା ସହିତ ସେମନଙ୍କୁ ରୋକିବାକୁ ଚ଼େଷ୍ଟା କରିବାକୁ ହେବ । କେବେ ଆପଣ ଭାବିଛନ୍ତି ଯେ କାହିଁକି ଆପଣଙ୍କ ଘରେ ଏତେ କଳି ହେଉଛି ? ବୋଧହୁଏ ଆପଣଙ୍କୁ ନିଜ କ୍ରୋଧ ସମ୍ବରଣ କରିବା ଉଚ଼ିତ୍ । ଆପଣ ନିଜ ପରିବାରବର୍ଗଙ୍କୁ ସମ୍ମାନ ପ୍ରଦର୍ଶନ କଲେ ସେମାନେ ମଧ୍ୟ ଆପଣଙ୍କୁ ପ୍ରତିଦାନରେ ଯଥୋଚ଼ିତ ସମ୍ମାନ ଦେବେ । ଆଜି ଅଳ୍ପ ବ୍ୟସ୍ତ ରହିପାରନ୍ତି । ଏହା ପଛରେ ଧନ ଖର୍ଚ୍ଚ ମଧ୍ୟ ହେବ । ସରକାରୀ କାମରେ ସଫଳତା ମିଳିବ । ଦୂରରେ ରହୁଥିବା ପରିଜନମାନଙ୍କ ଶୁଭ ସମାଚାର ମିଳିପାରେ । ପର୍ଯ୍ୟଟନର ସମ୍ଭାବନା ଅଛି । ପ୍ରତିକାର:- କୌଣସି ଜିନିଷ କାହାଠାରୁ ମାଗଣାରେ ଗ୍ରହଣ କରନ୍ତୁ ନାହିଁ ।

ମିଥୁନ

ଆଜି ଆପଣ ଘରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ବହୁମୂଲ୍ୟ ବସ୍ତୁ କିଛି ଚୋରି ହେବାର ସମ୍ଭାବନା ରହିଛି । କିନ୍ତୁ ଯଦି ଆପଣ ସାବଧାନ ରୁହନ୍ତି , କ୍ଷତି ହୋଇ ନ ପାରେ । ଏହାର ଅର୍ଥ ନୁହେଁ ଯେ ଆପଣ ଡରିଯିବେ । କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । କିନ୍ତୁ ଆପଣଙ୍କ ଚାହିଁବା ମୁତାବେକେ ଏମିତି ହୋଇପାରୁ ନାହିଁ । ବୋଧହୁଏ ତାଙ୍କୁ ଅଧିକ ସମୟ ଲାଗିବ |କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ଆଜି ନିଜକୁ ମଧ୍ୟ ନିୟନ୍ତ୍ରଣ ରଖିବାକୁ ବହୁତ ଆବଶ୍ୟକ ଅଛି । ଖାଇବା ପିଇବାର ଧ୍ୟାନ ଯଦି ନ ରଖିବେ ତେବେ ସ୍ଵାସ୍ଥ୍ୟ ଖରାପ ହେବାର ପୂରା-ପୂରା ସମ୍ଭାବନା ଅଛି, ପ୍ରତିକାର:- ମସୁର ଡାଲି ମନ୍ଦିରରେ ଦାନ କରନ୍ତୁ ।

କର୍କଟ

ଆଜି ଆପଣଙ୍କ ସାଙ୍ଗକୁ ଆପଣଙ୍କର ସାହାଯ୍ୟ ଆବସ୍ୟକତା ଅଛି । ଆପଣ ତାଙ୍କୁ ସାହାଯ୍ୟ କରିବା ଉଚ଼ିତ୍ ହେବ । ଯାହା ହେଲେ ମଧ୍ୟ ଆପଣଙ୍କର ସମ୍ପର୍କ ଏମିତି ଅଛି । ବହୁତ ଭାବି ଚ଼ିନ୍ତି କାହାକୁ କୌଣସି ପରାମର୍ଶ ଦିଅନ୍ତୁ । ଏଥିରୁ ଆପଣ ନିଜ ଜୀବନରେ ମଧ୍ୟ ନୂଆ ଭାବନା ଅନୁଭବ କରିବେ, ଘରେ କରାଯାଇଥିବା ଏହି ପରିବର୍ତ୍ତନ ଆପଣଙ୍କର ନିଜ ଭିତରେ ଥିବା ପରିବର୍ତ୍ତନ କୁ ହିଁ ଦର୍ଶାଇବ । ଆଜି କାର୍ଯ୍ୟରେ ସମ୍ପୂର୍ଣ୍ଣ ବ୍ୟସ୍ତ ରହିବେ । ଏଥିପାଇଁ ଧନ ଖର୍ଚ୍ଚ ମଧ୍ୟ ହୋଇପାରେ । ସରକାରୀ କାମରେ ସଫଳତା ମିଳିବ । ଦୂରରେ ରହୁଥିବା ବନ୍ଧୁଙ୍କଠାରୁ ଶୁଭ ସମାଚାର ମିଳିପାରେ । ପର୍ଯ୍ୟଟନର ସମ୍ଭାବନା ଅଛି |ଜଗନ୍ନାଥଙ୍କର ଆଶୀର୍ବାଦ ସହିତ ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ । ଆୟ ବୃଦ୍ଧି କିମ୍ବା ପଦୋନ୍ନତିର ଯୋଗ ଅଛି |ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

ସିଂହ

ଆଜି ଆପଣଙ୍କୁ ଖୁବ୍ ମାନ, ଯଶ ମିଳିବ । ଆଜି ଆପଣ ଯେଉଁ ସ୍ଥିତିରେ ଅଛନ୍ତି , ଏସବୁ କେବଳ ଆପଣଙ୍କ ସ୍ପଷ୍ଟତା ଏବଂ ଭଲ ସଂମ୍ପ୍ରେଷଣ କଳା ଯୋଗୁଁ ସମ୍ଭବ । ଆପଣଙ୍କ ପରିବାର ଲୋକଙ୍କ ସାଙ୍ଗରେ ଆପଣଙ୍କ ସମ୍ପର୍କ ବହୁତ ମଧୁର ଅଟେ । ନିଜର ସମ୍ପର୍କ ମଧୁର କରିବା ପାଇଁ ଆପଣ ବହୁତ ଚ଼େଷ୍ଟା କରିଛନ୍ତି, ଚ଼େଷ୍ଟା ଜାରି ରଖନ୍ତୁ । ଆଜି ଆପଣ ଏକାଗ୍ରତା ଅନୁଭବ କରିବେ । ନିଜର କାମକୁ ଠିକ୍ ଭାବରେ କରିବା ପାଇଁ ପ୍ଲାନିଙ୍ଗ କରିପାରନ୍ତି । ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଖର୍ଚ୍ଚ ହେବ । କଚେରୀର କାମରେ ଅତ୍ୟଧିକ ସାବଧାନ ରହିବାର ଆବଶ୍ୟକତା ଅଛି, ପ୍ରତିକାର- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

କନ୍ୟା

ଆପଣଙ୍କ ମଧ୍ୟରୁ ଯେଉଁମାନେ ପରିବାର ଠାରୁ ଦୂରରେ ଅଛନ୍ତି ସେମାନେ ନିଜ ପରିବାର ସହିତ ଭଲ ସମୟ କଟାଇପାରିବେ । ଆପଣ ଏହି ସମୟର ଉପଯୋଗ ପୁରୁଣା ସ୍ମୃତିକୁ ମନେ ପକାଇବାରେ ବ୍ୟବହାର କରିପାରିବେ । ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ । ସରକାରୀ ଲାଭର ଆଶା ରଖିପାରନ୍ତି । ଗୃହସ୍ଥ ଜୀବନରେ ସୁଖ- ଶାନ୍ତି ରହିବ । ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ଆପଣଙ୍କ ଉତ୍ସାହ ବଢ଼ାଇବ । ଅଧୂରା କାର୍ଯ୍ୟ ସଂପୂର୍ଣ୍ଣ ହେବ । ଦାମ୍ପତ୍ୟଜୀବନରେ ମଧୁରତା ରହିବ । ସରକାରଙ୍କ ତରଫରୁ ଲାଭ ପ୍ରାପ୍ତି କରି ପାରିବେ । ପ୍ରତିକାର : ବାପା ମାଆଙ୍କୁ ପୂର୍ଣ୍ଣ ଆଦର ଓ ସତ୍କାର କରନ୍ତୁ

ତୁଳା

ଆଜି ଆପଣ ଅଧିକ ସମୟ ପରିବାର ଲୋକଙ୍କ ସହିତ କଟାଇବେ ।  ନିଜ ଲୋକଙ୍କ ସହିତ ରହିଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ । ଆଜି ଆପଣଙ୍କୁ ସଫଳତା ମିଳିବାର ବହୁମାତ୍ରାରେ ସଙ୍କେତ ଅଛି । ଯଦି ଆପଣଙ୍କୁ ନିଜ ସଫଳତା ପାଇଁ ଅନ୍ୟମାନଙ୍କ ଠାରୁ ସହାନୁଭୂତି ମିଳୁଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଜଗନ୍ନାଥଙ୍କର ଆଶୀର୍ବାଦ ସହିତ ଆପଣ ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରି ପାରିବେ । ଚାକିରିରେ ଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ । ଆୟ ବୃଦ୍ଧି କିମ୍ବା ପଦୋନ୍ନତିର ଯୋଗ ଅଛି । ସରକାରୀ ଲାଭର ଆଶା ରଖିପାରନ୍ତି, ପ୍ରତିକାର:- ଗୁଡ଼ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।

ବିଛା

ଆଜି ଆପଣ କୌଣସି ତୀର୍ଥଯାତ୍ରାକୁ ଯିବା ପାଇଁ ଭାବିବେ । ଆପଣଙ୍କ ଆତ୍ମା ଆଧ୍ୟାତ୍ମ ପ୍ରତି ଆକର୍ଷିତ ରହିବ , ଆଜି ଆପଣଙ୍କର ଜୀବନରେ ଧର୍ମର ମହତ୍ତ୍ୱକୁ ମଧ୍ୟ ଜାଣିବାକୁ ଚାହିଁବେ । ଏହି ରାସ୍ତାରେ ଚାଲିଲେ ଆପଣଙ୍କୁ ସୁଖ ମିଳିବ । ଆଜି ଆପଣ ନିଜର ବନ୍ଧୁମାନଙ୍କ କଥା ନଶୁଣି , ନିଜର ହୃଦୟ କଥା ଶୁଣନ୍ତୁ । ଆପଣଙ୍କ ଅନ୍ତରର ବାଣି ହିଁ ଆପଣଙ୍କୁ ନୂତନ ଦିଗଦର୍ଶନ ଦେବ । ଆପଣ ନିଜେ ହିଁ ନିଜକୁ ଆଗେଇ ନେବାରେ ସାହାୟକ ହୋଇଛନ୍ତି ଏବଂ ଏବେ ଆପଣଙ୍କୁ ସଠିକ୍ ନିର୍ଣ୍ଣୟ ନେବା ଉଚ଼ିତ୍ । ଶାରୀରିକ ଏବଂ ମାନସିକ ରୂପରେ ସ୍ଵସ୍ଥତା ଏବଂ ସତେଜ ରହିବେ । ଆର୍ଥିକ ଦୃଷ୍ଟିରୁ ଆପଣଙ୍କ ଦିନ ଲାଭଦାୟୀ ରହିବ । ବନ୍ଧୁ ତଥା ମିତ୍ରମାନଙ୍କ ସହିତ ସୁରୁଚିପୂର୍ଣ୍ଣ ଭୋଜନର ଆନନ୍ଦ ନେବେ । ଏକାଧିକ ପର୍ଯ୍ୟଟନର ମଧ୍ୟ ଆୟୋଜନ ହେବାର ସମ୍ଭାବନା |ପ୍ରତିକାର:- ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ ।

ଧନୁ

ନିଜ ନିୟନ୍ତ୍ରଣରୁ ବାହାରି କାର୍ଯ୍ୟ କରନ୍ତୁ ନାହିଁ । ଧୈର୍ଯ୍ୟ ଏବଂ ସାହସକୁ ପାଥେୟ କରି ବିପଦର ସାମ୍ନାକଲେ ସଫଳତା ନିଶ୍ଚୟ ମିଳିବ । ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ । ସ୍ଵାସ୍ଥ୍ୟର ଧ୍ୟାନ ରଖିବେ । ବ୍ୟାପାରରେ ଭାଗିଦାରୀ ସହିତ ସମ୍ବନ୍ଧ ଖରାପ ନ ହେଉ, ଏହାର ଧ୍ୟାନ ରଖିବେ । ବାଣୀ ଏବଂ ବ୍ୟବହାରକୁ ଆଜି ସଂତୁଳିତ ରଖିବାର ଆବଶ୍ୟକତା ଅଛି, ପ୍ରତିକାର : ପିତା ମାତାଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ମକର

ଆଜି ଆପଣ ନିଜର ଅଟକି ଥିବା କାମ ଗୁଡ଼ିକୁ ପୂରା କରିବା ପାଇଁ ଚ଼େଷ୍ଟା କରନ୍ତୁ । ଆଜି ଆପଣ ଭଲ ପରିଣାମ ଉପରେ ଧ୍ୟାନ ଦେବେ । ଆଜି ଆପଣ ପୂରା ଜୋରସୋରରେ ନିଜ କାମ ଆରମ୍ଭ କରନ୍ତୁ । କୌଣସି ଏକ ଅଶୋଭନୀୟ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ । କାରଣ ସାମାନ୍ୟ କଥାରେ ଆପଣ ଉତ୍ତେଜିତ ହୋଇ ପାରନ୍ତି ଓ ଝଗଡା ହୋଇପାରେ । ଶାନ୍ତିର ସହ ନିଜର କାଯ୍ୟରେ ନିୟୋଜିତ ରୁହନ୍ତୁ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ଆଜି ନିୟନ୍ତ୍ରଣ ରଖିବାକୁ ବହୁତ ଆବଶ୍ୟକ ଅଟେ । ଖାଇବା ପିଇବାର ଧ୍ୟାନ ଯଦି ନ ରଖିବେ ତେବେ ସ୍ଵାସ୍ଥ୍ୟ ଖରାପ ହେବାର ପୂରା ସମ୍ଭାବନା ଅଛି , ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

କୁମ୍ଭ

ଆଜି ଆପଣଙ୍କ ଧ୍ୟାନ କେବଳ ମଉଜ ମସ୍ତି ଆଡ଼କୁ ହିଁ ରହିବ । ଆଜି ଆପଣ ସବୁ କିଛି ଭୁଲିଯାଇ ଖୁବ୍ ନାଚ଼ନ୍ତୁ , ନଚ଼େତ୍ କୌଣସି ସମାରୋହ କରନ୍ତୁ । ସେଠାକୁ ସଭିଙ୍କୁ ନିମନ୍ତ୍ରଣ କରନ୍ତୁ । ଆଜି ଆପଣ ଯାହା କିଛି କରୁଛନ୍ତି ପୂର୍ଣ୍ଣ ମନରେ କରନ୍ତୁ । ଆଜି ଦିନରେ ମିଶ୍ରିତ ମାନସିକତା ଅନୁଭବ କରିବେ । ରୁଚି ସଂପନ୍ନ କାର୍ଯ୍ୟ କରି ମନକୁ ପ୍ରଫୁଲ୍ଲ ରଖନ୍ତୁ । ନାଚ , ଗୀତ ଅଧ୍ୟୟନ ଓ ବଂଧୁ ମାନଙ୍କସହ ବାର୍ତ୍ତାଳାପ ରହି କାର୍ଯ୍ୟରେ ସମୟ କଟାଇପାରନ୍ତି । ବାଣୀ ଉପରେ ନିୟନ୍ତ୍ରଣ ରଖିବେ । ଏଥିପାଇଁ ବିଚାରକରି କଥାହେବେ । କୁଟୁମ୍ବମାନଙ୍କ ସହିତ ଭୁଲ ବୁଝାବଣା ନ ସୃଷ୍ଟି ହେଉ ଏହାର ଧ୍ୟାନ ରଖିବେ । ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ । ଶେୟାର-ସଟ୍ଟା ଆଦି ପ୍ରବୃତ୍ତିରେ ପୁଞ୍ଜି ନିବେଶ କରିପାରନ୍ତି, ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ

ମୀନ

ଆଜି ଆପଣ ପରିବାରର ଲୋକଙ୍କୁ ଏବଂ ବନ୍ଧୁ ମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ପ୍ରଶଂସା କରିବେ । ସେମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ଧନ୍ୟବାଦ ଅବସ୍ୟ ଦିଅନ୍ତୁ । ଏହା ଆପଣଙ୍କର ସମ୍ପର୍କ ଏବଂ ଶରୀର ପାଇଁ ଲାଭଦାୟକ ହେବ । ଆଜି କାଲି ନିଜ ଲୋକଙ୍କ ସାଂଗରେ ଆପଣଙ୍କର ସମ୍ପର୍କ ଭଲ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆପଣ ଆଜି ରାଗି ମଧ୍ୟ ପାରନ୍ତି । ସନେ ରଖନ୍ତୁ କେବଳ ଥଣ୍ଡା ମିଜାସରେ ଆପଣଙ୍କ ପରିସ୍ଥିତିକୁ ସମ୍ଭାଳି ପାରିବେ । ଆଜି ଆପଣ ନିଜର ପସନ୍ଦର ବିଷୟ ଉପରେ ଏବଂ ଅଧିକ ସୂଚନା ଏକାଠି କରିବାପାଇଁ ପ୍ରୟାସ କରିବେ । ଆପଣଙ୍କ କଳ୍ପନା ଏବଂ ସୃଜନଶକ୍ତିର ପ୍ରଗତିରେ ସନ୍ତୋଷ ଅନୁଭବ କରିବେ । ବ୍ୟର୍ଥ ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ନ ପଡ଼ିବା ପାଇଁ ଉପଦେଶ, ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ ।