ଆଜିର ରାଶିଫଳ, 7 ସେପ୍ଟେମ୍ବର 2022, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୭ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ବ୍ଯବସାୟିକ ଲାଭ ଉଠାନ୍ତୁ । କିଛି ଅଧୁରା ରହି ଯାଇଥିବା କାର୍ଯ୍ୟ ପୂରଣ ହେବ । କାହାକୁ ଯଦି କୌଣସି କଥା ଦେଇଛନ୍ତି ତାହା ଆଜି ପୁରା କରନ୍ତୁ । ଜୀବନ ସାଥିଙ୍କ ସହ ସମ୍ପର୍କ ରେ ସୁଧାର ଆସିବ । ପାର୍ଟନର ଙ୍କୁ ଖୁସି କରିବା ପାଇଁ ଆଜି କୌଣସି ଉପହାର ଦେବା ଉଚିତ ହେବ । ନିଜର ପ୍ରୟାସ କୁ ଠିକ କରିବା ହେବ କିନ୍ତୁ ଏଥିପାଇଁ ଆପଣ ନିଜର ଅଯଥା ଖର୍ଚ୍ଚ କରନ୍ତୁ ନାହି । କାର୍ଯ୍ୟ ସହ ପାରିବାରିକ ସମ୍ପର୍କ ମଜବୁତ କରିବା ପାଇଁ ଆପଣଙ୍କୁ ପ୍ରାଥମିକତା ଦେବାକୁ ପଡିବ ।

ବୃଷ ରାଶି : ଆଜି ଆପଣଙ୍କର ପାରିବାରିକ ସମସ୍ଯା ଦୂର ହେବ । ଆପଣଙ୍କୁ କାର୍ଯ୍ୟ ପ୍ରଣାଳୀ ରେ ଅନେକ ମାତ୍ରାରେ ସୁଧାର ହେବାର ନଜର ଆସିବ । ଉଧାର ଦେଇଥିବା ପଇସା ଆଜି ଆପଣଙ୍କୁ ଫେରି ମିଳିବ । ଆଜି ପୂର୍ବରୁ ଚାଲି ଆସୁଥିବା ସମସ୍ୟାର ଅନ୍ତ ହେବ । ନିଜକୁ ଠିକ ସାବ୍ୟସ୍ତ କରିବା ପାଇଁ ଆଜି ଆପଣ ଯେଉଁ ନିସ୍ପତି ନେବେ ତାହା ଉଚିତ ସାବୟତ ହେବ । ଆପଣ ନିଜକୁ ବିଚଳିତ କରନ୍ତୁ ନାହି । ନିଜ ଉପରେ ନିୟନ୍ତ୍ରଣ ରଖନ୍ତି ନଚେତ ପରିବାର ରେ କାହା ସହ ବିବାଦ ହୋଇପାରେ । ପ୍ରିୟ ଲୋକଙ୍କ ସହ ଚାଲିଥିବା ଭୁଲ ବୁଝାମଣା ଦୂର ହେବ ।

ମିଥୁନ ରାଶି : ଆଜି ପରିବାରର ସଦସ୍ୟ ଆପଣଙ୍କର ବିଚାରର ସମର୍ଥନ କରିବାର ନଜର ଆସିବେ । ପ୍ରତେକ କେହି ଆପଣଙ୍କର ପ୍ରତିଭାର ପ୍ରଶଂସା କରିବ । ଯେଉଁ ଲୋକ ସଂଗୀତ ବା ଗାୟନ କ୍ଷେତ୍ରରେ ଅଛନ୍ତି ସେମାନଙ୍କୁ କୌଣସି ବଡ ଜାଗାରୁ ପର୍ଫୋମାଂସ କରିବାର ଅବସର ମିଳିବ । ଲୋକ ମାନଙ୍କ ଗହଣରେ ଆପଣଙ୍କର ଅଲଗା ଛବି ହେବ । ଚାକିରି ସନ୍ଧାନରେ ଥିବା ବ୍ୟକ୍ତି ଙ୍କୁ ଭଲ ପରିଣାମ ମିଳିବ । ପରିବାରରେ ଖୁସି ଓ ସୌଭାଗ୍ୟ ବଜାୟ ରହିବ । ପ୍ରେମ ସମ୍ପର୍କରେ ସଫଳ ହେବେ । ଧ୍ୟାନ ମାଙ୍ଗଳିକ କାର୍ଯ୍ୟ ରେ ଲାଗିବ ।

କର୍କଟ ରାଶି : ଆଜି ଆପଣଙ୍କର ସଂଗୀତ ରେ ରୁଚି ବଢିବ । ମା ଙ୍କ ସହ ଆଲୋଚନା ହୋଇପାରେ । ଆଜି ଦିନ ଟି ଆପଣଙ୍କ ପାଇଁ ବହତୁ ଭଲ ରହିବାର ଅଛି । କାମ କାର୍ଯ୍ୟ ରେ ଆପଣଙ୍କୁ କିଛି ବାଧା ଆସିପାରେ ତେଣୁ ସତର୍କ ରୁହନ୍ତୁ । ସାମାଜିକ କ୍ଷେତ୍ର ରେ ଆପଣ କିଛି ମହତ କାମ କରି ଦେଖାଇବେ ଯାହା ପାଇଁ ଲୋକେ ଆପଣଙ୍କର ରାଏ ନେବା ଜରୁରୀ ମାନେ କରିବେ । ଦାଂପତ୍ଯ ଜୀବନରେ ଆପଣ ନିଜ ଜୀବନ ସାଥିଙ୍କ ସହ ହସ ଖୁସି ରେ ସମୟ ବ୍ଯତୀତ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଧୁ ମାନଙ୍କ ଗହଣା ରେ ଅଧିକ ସମୟ ବ୍ଯତୀତ କରିବେ । ଆକସ୍ମିକ ଧନ ଲାଭ ହେବ ।

ସିଂହ ରାଶି : ଆଜି ଆପଣ ଭଲ ସ୍ୱାସ୍ଥ୍ୟ ର ଆନନ୍ଦ ନେବେ । ଆପଣଙ୍କର ଆତ୍ମବିଶ୍ଵାସ ମଧ୍ୟ ବୃଦ୍ଧି ହେବ । ଆପଣ ଏକ ସମୃଦ୍ଧ ଓ ସୁଖୀ ପାରିବାରିକ ଜୀବନ ବିତାଇବେ । ପରିବାରରେ ଉଶ୍ଚବ ହୋଇପାରେ । ଆପଣଙ୍କ ପିଲାଙ୍କର ପ୍ରଦର୍ଶନ ଆପଣଙ୍କ ମନରେ ଗର୍ବ ଓ ଖୁସି ର ଭାବନା ଆଣି ଦେବ । ପଇସା ଓ ପରିବାର ର କିଛି କଥା ଗୁପ୍ତ ରେ ରଖନ୍ତୁ । ଜୀବନ ସାଥି ଙ୍କ ସହ ପରାମର୍ଶ ଆପଣଙ୍କ ପାଇଁ ଭାଗ୍ୟ ଉଦୟ ସାବ୍ଯସ୍ତ ହେବ । କୌଣସି ପ୍ରିୟ ବ୍ୟକ୍ତି ଙ୍କ ସହ ଭେଟ ହେବ କାରଣରୁ ଆପଣ ଚିନ୍ତା ରୁ ମୁକ୍ତି ପାଇବେ ।

କନ୍ୟା ରାଶି : ଯଦି ଆଜି ଆପଣ ଯାତ୍ରା କରୁଛନ୍ତି ତେବେ ନିଜର ଜିନିଷର ଅତିରିକ୍ତ ସୁରକ୍ଷା କରିବାର ଜରୁରତ ଅଛି । ବିଜେନ୍ସ ରେ ଫାଇଦା ମିଳିବ । ଆଜି ମହତ୍ଵ ପୂର୍ଣ୍ଣ ଲୋକଙ୍କ ସହ ଭଲ ସମ୍ପର୍କ ରଖନ୍ତୁ । ଆପଣଙ୍କର ଦାୟିତ୍ଵ ପୁରା କରିବାରେ ପିତାଙ୍କ ସାହାଜ୍ଯ ପାଇବେ । ଜୀବନ ସାଥିଙ୍କ ସହଯୋଗ ଆପଣଙ୍କୁ ନୂଆ ଊର୍ଜା ଦେବ । ବାହନ ଚଲାଇବା ସମୟରେ ସାବଧାନ ରୁହନ୍ତୁ । ମନରେ ସାନ୍ତି ଅନୁଭବ କରିବେ । ଆକସ୍ମିକ ଧନ ଲାଭ ହେବ ।

ତୁଳା ରାଶି : ଆଜି ଆପଣ ରୋମାଣ୍ଟିକ ଲାଇଫ ବଞ୍ଚିବେ । କ୍ଷତି ର ଭରଣ ହେବ । ପାରିବାରିକ ଜୀବନ ଆନନ୍ଦମୟ ରହିବ । ଆପଣ ନିଜ ପରିବାରର ସଦସ୍ୟ ଙ୍କ ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । କୌଣସି ବଡ କାର୍ଯ୍ୟ ପ୍ରତି ସତର୍କ ରୁହନ୍ତୁ । ଦାତିତ୍ଵ କୁ ଆପଣ ନିଜ କାମ ଭିତରେ ଆସିବାକୁ ଦିଅନ୍ତୁ ନାହି । କୌଣସି ବିପରୀତ ପସରିଠି ର ସାମନା କରିବାରେ ଆପଣ ସକ୍ଷମ ହେବେ । ଘରେ କୌଣସି ଧାର୍ମିକ ଆୟୋଜନ ସମ୍ବଧିତ ଯୋଜନା ହୋଇପାରେ ।

ବିଛା ରାଶି : ଆଜି ଆପଣ କାହାକୁ ପଇସା ଉଧାର ଦିଅନ୍ତୁ ନାହି ଫେରି ପାଇବାର ସମ୍ଭାବନା ବହୁତ କମ ଅଛି । ଜୀବନରେ ପ୍ରେତକ କ୍ଷେତ୍ର ରେ କିଛି ନା କିଛି ପରିବର୍ତ୍ତନ ହୋଇପାରେ । ଆଜି ଆପଣଙ୍କ ମନରେ କୌଣସି କଥାକୁ ନେଇ ଅନୁତାପ ହୋଇପାରେ । ଏଥିପାଇଁ ଆପଣ ନିଜକୁ ନିରସା କରନ୍ତୁ ନାହି । ଆପଣ ଅନ୍ୟ ମାନଙ୍କର ପରାମର୍ଶ ନିଅନ୍ତୁ ଏଥିରେ ମନ ସାନ୍ତ ରହିବ । ଆପଣଙ୍କୁ କୌଣସି ଯାତ୍ରା ସ୍ଥଗିତ କରିବାକୁ ପଡିପାରେ । ଅବହେଳା କାରଣରୁ ଆପଣଙ୍କର ନୂଆ କାମରେ କ୍ଷତି ହୋଇପାରେ ତେଣୁ ସତର୍କ ରୁହନ୍ତୁ ।

ଧନୁ ରାଶି : ଆଜି ଆପଣଙ୍କର ମାନସିକ ସମସ୍ଯା ଦୂର ହେବ । ଧାର୍ମିକ ଅକାର୍ଯ୍ୟ କରିବାର ଅବସର ମିଳିବ । ମହତ୍ଵ ପୂର୍ଣ୍ଣ ନିସ୍ପତି ନେବା ସମୟରେ ନିରାଶ ନ ହୋଇ ଆମବିଶ୍ଵାସ ସହକାରେ ଆଗକୁ ବଢନ୍ତୁ । ଆଜୀବିକା ପାଇଁ ନୂଆ କ୍ଷେତ୍ର ର ସନ୍ଧାନ କରୁଥିଲେ ସାର୍ଥକ ହେବ । ପରିବାର ସହ ଭଲ ତାଳମେଳ ରହିବ । ଆର୍ଥିକ ସ୍ଥିତିରେ ଲାଭପ୍ରଦ ହେବେ । ଆପଣ ନିଜର ଖାଦ୍ୟପେୟ ରେ କିଛି ପରିବର୍ତ୍ତନ କରନ୍ତୁ । ଆପଣଙ୍କ ଅଧିନସ୍ଥ କର୍ମଚାରୀ ମାନଙ୍କର ସହଯୋଗ ପାଇବେ ।

ମକର ରାଶି : ଲମ୍ବା ସମୟରୁ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ପାଇଁ ଘରୋଇ ନୁସଖା ରାମବାଣ ସାବ୍ଯସ୍ତ ହେବ । କୌଣସି କଥା ପାଇଁ ଆପଣ ଉଦାସ ଓ ନିରାଶ ଅନୁଭବ କରିବେ । ବ୍ୟାପାର ବୃଦ୍ଧି ପାଇଁ କରୁଥିବା ପ୍ରୟାସ ସଫଳ ହେବ । ସନ୍ଧ୍ୟା ସମୟରେ ଆପଣ ନିଜ ପରିବାର ସହ ବୁଲିବାକୁ ଯାଇ ପାରନ୍ତି । ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆପଣଙ୍କର ଚାରି ଦିଗରେ ହେଉଥିବା ଗତି ବିଧି ଉପରେ ଧ୍ୟାନ ରଖନ୍ତୁ ।

କୁମ୍ଭ ରାଶି : ଆଜି ଆପଣଙ୍କୁ ଅଚାନକ କିଛି ଏମିତି ହାସିଲ ହେବ ଯାହାର ଆପଣ ଦୀର୍ଘ ଦିନରୁ ସନ୍ଧାନ ରେ ଥିଲେ । କ୍ୟାରିୟର ପାଇଁ ଆଜି ଦିନ ଦିନ ଟି ଶୁଭ ରହିବ ଆପଣଙ୍କୁ ସଫଳତା ଅବଶ୍ୟ ମିଳିବ । ମାତା ପିତାଙ୍କ ସହଯୋଗ ଓ ଆଶୀର୍ବାଦ କାରଣରୁ ଆପଣ ସଫଳ ହେବେ । ଶ୍ଵଶୁର ଘର ପକ୍ଷ ରୁ ଶୁଭ ଖବର ପ୍ରାପ୍ତ ହେବ । ଆପଣ ମଧୁର ବଚନ ଅନ୍ୟ ଙ୍କୁ କୁହନ୍ତୁ । ନୂତନ ସଉଦା ଲାଭଦାୟକ ରହିବ । ସାହାଜ୍ଯକାରୀ ଲୋକେ ଆପଣଙ୍କର ବିପଦ ସମୟରେ ସାହାଜ୍ଯ କରିବାକୁ ଆଗେଇ ଆସିବେ ।

ମୀନ ରାଶି : ଆଜି ଆପଣଙ୍କ ଦିନ ଠିକ ଠାକ ରହିବ । ବିତ୍ତୀୟ ସ୍ତର ରେ ଆପଣଙ୍କୁ କିଛି ସମସ୍ଯା ର ସମାନ କରିବାକୁ ପଡିପାରେ । ଜୀବନ ସାଥିଙ୍କ ସହ ଯୁକ୍ତି କରନ୍ତୁ ନାହି । ଆଜି ଆପଣ କୌଣସି ଜରୁରୀ ନିସ୍ପତି ନେବେ ଯାହା ଆପଣଙ୍କୁ ଆଗାମୀ ସମୟରେ ଲାଭ ଆଣି ଦେବ । କିଛି ମାମଲାର ସମାଧାନ ହୋଇପାରେ । ନିଦ ପୁରା ହେବ କାରଣରୁ ଆପଣ ଶାରୀରିକ ରୂପରେ ବେହତର ଅନୁଭବ କରିବେ । ମାତା ପିତାଙ୍କ ସହଯୋଗରେ ଜୀବନରେ ଆଗକୁ ବଢିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।