ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ପରିବାର ରେ ମାତା ପିତା ଙ୍କ ସହଯୋଗ ଆପଣଙ୍କୁ ସବୁଠାରୁ ଅଧିକ ମିଳିବ । ଆପଣଙ୍କ ମନ ସାମାଜିକ କାର୍ଯ୍ୟ ରେ ରହିବ । ଶିକ୍ଷା କ୍ଷେତ୍ର ରେ ଜଡିତ ବିଦ୍ୟାର୍ଥୀ ଙ୍କୁ ବେହତର ପରିଣାମ ପ୍ରାପ୍ତ ହେବ । ଏହା ସହ ଯେଉଁ ଛାତ୍ର ବିଦେଶରେ ପଢିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଦିନ ଅନୁକୂଳ ରହିବ । ଅଚାନକ କରିଥିବା ଯାତ୍ରା ଲାଭପ୍ରଦ ହେବ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ପାରିବାରିକ ଜୀବନ ସୁଖମୟ ରହିବ । ବୁଦ୍ଧି କୌଶଳ ଦ୍ଵାରା କରାଯାଇଥିବା କାର୍ଯ୍ୟ ରେ ସଫଳତା ମିଳିବ ।
ବୃଷ ରାଶି : ଏହି ରାଶିର ଲୋକ ମାନଙ୍କୁ କାମ କାର୍ଯ୍ୟ ରେ ମାମଲାର ସମାଧାନ କରିବାକୁ ହେଲେ ଚତୁର ଓ ନିଜ ପ୍ରଭାବ ର ବ୍ୟବହାର କରିବାକୁ ହେବ । ଆଜି ଦିନ ଟି ଅନୁକୂଳ ରହିବ । ଆପଣଙ୍କୁ ନିଜ କାମକୁ ଆଗକୁ ବଢିବାରେ ସଫଳତା ମିଳିବ । ଧନ ପ୍ରାପ୍ତି ହେବ । ଲଭ ଲାଇଫ ରେ ଆଜି ବହୁତ ରୋମାଣ୍ଟିକ ରହିବେ । ପ୍ରିୟତମ ଙ୍କ ସହ ସମୟ ବ୍ଯତୀତ କରିବେ । ଆଜି ଘରକୁ କୌଣସି ଅତିଥୀ ଙ୍କ ଆଗମନ ହେବାକୁ ପାରିବାରିକ ମାହୋଲ ସୁଖଦ ରହିବ । ଛାତ୍ର ଙ୍କ ପାଇଁ ସମୟ ଭଲ ଅଛି ।
ମିଥୁନ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ମନୋରଞ୍ଜନ ଭଳି ରହିବ । କିନ୍ତୁ ଅଧିକ ପରିଶ୍ରମ କରିବାକୁ ପଡିବ । ସ୍ୱାସ୍ଥ୍ୟ ମାମଲାରେ ସତର୍କ ରୁହନ୍ତୁ । ନଚେତ ସମସ୍ଯା ହୋଇପାରେ । ଦାଂପତ୍ଯ ଜୀବନରେ ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବାକୁ ଯାଉଛି । ଛାତ୍ର ଙ୍କ ପାଇଁ ସମୟ ବହୁତ ଭଲ ରହିବ । ସେମାନଙ୍କୁ ଭଲ ପରିଣାମ ମିଳିବ । ମାଙ୍ଗଳିକ ପ୍ରସଙ୍ଗ ର ଆୟୋଜନ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବାର ସମ୍ଭାବନା ରହିଛି ।
କର୍କଟ ରାଶି : ଆଜି ବିତ୍ତୀୟ ସ୍ଥିତି ରେ ସୁଧାର ଆସିବ । ନୂଆ ସମାପ୍ତି ରେ ସତର୍କତାର ସହ ନିବେଶ କରନ୍ତୁ । ବ୍ୟାପାରୀ ମାନଙ୍କୁ ଅଚାନକ ଧନ ଲାଭ ହେବାର ସମ୍ଭାବନା ରହିଛି । ଯେଉଁ ଯୁବ ବର୍ଗ ଙ୍କୁ ଆର୍ଟ ଓ କ୍ରାଫ୍ଟ ରେ ରୁଚି ରହିଛି ସେମାନେ କିଛି କ୍ରିଏଟିଭ କରିବେ । ବିଜେନ୍ସ ରେ ଆପଣଙ୍କୁ ଲାଭ ମିଳିପାରେ । କିନ୍ତୁ ନୂଆ ବନ୍ଧୁ ଙ୍କ ମାମଲାରେ ଆପଣଙ୍କୁ ସାବଧାନ ରହିବାର ଅଛି । ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିଛି । କିନ୍ତୁ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ବ୍ୟାପାର ବ୍ୟବସାୟ ଭଲ ରହିବ ।
ସିଂହ ରାଶି : ଆଜି ଚାକିରି କରୁଥିବା ଜାତକ ଙ୍କର ପଦୋନ୍ନତି ହୋଇପାରେ । ବାହାରକୁ ଯିବାର କାର୍ଯ୍ୟ କ୍ରମ ହୋଇପାରେ । ଛୋଟ ଛୋଟ କଥାକୁ ହାସିଲ କରିବା ପରେ ଆପଣ ଏହାର ସମାଧାନ କରନ୍ତୁ । କିନ୍ତୁ ଏହି ସମୟରେ ଆପଣ ଅଟକି ଯାଆନ୍ତୁ ନାହି ନିଜର ଲକ୍ଷ୍ୟ ହାସଲ କରିବାରେ ଆଗକୁ ବଢନ୍ତୁ । ଉଶ୍ଚାହ ଓ ପ୍ରସନ୍ନତା ପୂର୍ବକ କାର୍ଯ୍ୟ କରନ୍ତୁ । କାରୋବାର ରେ ଯାହା ବି କ୍ଷତି ହୋଇଥିଲା ସେଥିରେ ସୁଧାର ଆସିବ । ଯୋଗ୍ୟତା କାରଣରୁ ଆପଣ ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ ।
କନ୍ୟା ରାଶି : ଏହି ରାଶିର ଲୋକ ମାନେ ସନ୍ତାନ ମାନଙ୍କ ତରଫରୁ କୌଣସି ଖୁସି ଖବର ଶୁଣିବାକୁ ପାଇବେ । ଆପଣଙ୍କର ଅଟକି ଥିବା ଟଙ୍କା ଆପଣ ଫେରସ୍ତ ପାଇବେ । ସମାଜ ରେ ଆପଣଙ୍କର ଯଶ ଓ ଖ୍ଯାତି ବୃଦ୍ଧି ପାଇବ । ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତି ନୂଆ ପଦ ପାଇବାର ଆଶଙ୍କା ରହିଛି । ଆପଣ ପରିବାର ଲୋକଙ୍କ ସହ କୌଣସି ଧାର୍ମିକ କାର୍ଯ୍ୟ ରେ ଯୋଗ ଦେଇ ନିଜକୁ ଆନନ୍ଦ ଅନୁଭବ କରିବେ ।
ତୁଳା ରାଶି : ଏହି ରାଶିର ଲୋକ ମାନଙ୍କୁ ପରିବାରର କୌଣସି ସଦସ୍ୟ ଙ୍କ ଠାରୁ ଶୁଭ ସମାଚାର ଶୁଣିବାକୁ ମିଳିବ । ପ୍ରେମ ଜୀବନରେ ଭଲ ସମୟ ରହିବ । ଆପଣ ନିଜ ମନ କଥା ନିଜ ପାର୍ଟନର ଙ୍କୁ କହି ପାରିବେ । ଆପଣଙ୍କ ଜୀବନରେ ଅନେକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଯାହା ଅପେକ୍ଷାରେ ଆପଣ ଅନେକ ଦିନ ହେବ ରହିଛନ୍ତି । କୌଣସି କ୍ଷେତ୍ର ରୁ ଧନ ପ୍ରାପ୍ତ ହେବ । ସମାଜ ରେ ଆପଣଙ୍କର ମାନ ଓ ପ୍ରତିଷ୍ଠା ହେବ । ମହିଳା ମାନେ ଘର କାମରେ ନିଜକୁ ବ୍ୟସ୍ତ ରଖିବେ ।
ବିଛା ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ । ଆପଣଙ୍କର ଅଟକି ଥିବା ସବୁ କାମ ପୁରା ହେବ । ମହିଳା ମାନେ ନିଜ ପାଇଁ ସମୟ ବାହାର କରି ବୁଲିବାକୁ ଯିବେ । କୌଣସି ବିଶିଷ୍ଟ ବ୍ୟକ୍ତି ଙ୍କ ସହ ଆପଣଙ୍କର ଦେଖା ହୋଇପାରେ ।
ଧନୁ ରାଶି : ଏହି ରାଶିର ଲୋକ ମାନେ ଆଜି ସାମାଜିକ ତଥା ପରିବାର ଲୋକଙ୍କ ସହ କୌଣସି ସମାରୋହ ରେ ଯୋଗ ଦେବେ । ଆପଣଙ୍କର ରୋଜଗାର ରେ ବୃଦ୍ଧି ହେବ । ଭାଗ୍ୟ ଆପଣଙ୍କ ସାଥ ଦେବ । କୌଣସି କ୍ଷେତ୍ର ରୁ ଆପଣ ଆକସ୍ମିକ ଭାବେ ଧନ ପ୍ରାପ୍ତ କରିବେ । ବ୍ୟବସାୟରେ ଅଧିକ ଉନ୍ନତି ହେବା ସହ ଆପଣ କିଛି ନୂଆ କରିବା ପାଇଁ ଚିନ୍ତା କରିବେ । ଆଜି ଆପଣଙ୍କୁ କିଛି ନୂଆ ଦାୟିତ୍ଵ ମିଳିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ପାଇବେ ।
ମକର ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ କୌଣସି ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ କିଛି ଟଙ୍କା ନିବେଶ କରିବେ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳତା ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ମହିଳା ମାନେ ନିଜ ପାଇଁ କିଛି ନୂଆ ଉପହାର କିଣିବାରେ ବ୍ୟସ୍ତ ରହିବେ । କୌଣସି କାରଣରୁ ଆପଣ ମାନସିକ ଚିନ୍ତା ରେ ରହିବେ ।
କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କର ଆର୍ଥିକ ନୀତିରେ ପରିବର୍ତ୍ତନ ଆସିବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ସମାଜ ରେ ଆପଣଙ୍କର ଯସ ଓ ପ୍ରତିଷ୍ଠାର ମାନ ବଢିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସୁଫଳ ହେବେ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ହାସଲ କରିବେ । ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟାର ନିବାରଣ ହେବ । ସନ୍ତାନ ମାନଙ୍କ ତରଫରୁ ଆପଣ ଶୁଭ ସମାଚାର ଶୁଣିବାକୁ ପାଇବେ ।
ମୀନ ରାଶି : ଏହି ରାଶିର ଲୋକ ମାନଙ୍କ ମନରେ ଆଜି ସାକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ । ଯାହା ଦ୍ଵାରା ମାନେ ସାମାଜିକ କାମରେ ବ୍ୟସ୍ତ ରହିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ବୁଝାମଣା ଠିକ ରହିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । କୌଣସି କ୍ଷେତ୍ର ରୁ ଆପଣ ଧନ ଲାଭ କରିବେ । ଆଜି ଆପଣ କୌଣସି ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତି ନେବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।