ଆଜିର ରାଶିଫଳ, 14 ଅକ୍ଟୋବର 2020, ବୁଧବାର, ଏହି ୫ଟି ରାଶି ଉପରେ ବର୍ଷିବ ଗଣେଶଙ୍କ କୃପା, ଆୟରେ ହେବ ବୃଦ୍ଧି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଦିନଟି ଯାତ୍ରାରେ କଟିବ । ଘର ପରିବାର ସହିତ ମଧୁର ସମ୍ପର୍କ ରଖିବା ଦ୍ଵାରା ପାରିବାରିକ ସହଯୋଗ ମିଳିବାର ସମ୍ଭାବନା ଅଛି । ପିଲାମାନଙ୍କର ପାଠ ପଢା ଆରମ୍ଭ ହେଉଥିବାର ଦେଖି ଆପଣ ବହୁତ ଖୁସି ହୋଇଯିବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବା ଦ୍ଵାରା ମନ ପ୍ରଫୁଲ୍ଲିତ ରହିବ ଓ ନୂଆ ଉର୍ଜା ସହିତ ଆପଣ କାମ କରିବେ । ଯାହା ଦ୍ଵାରା ଅତି ସହଜ ଉପାୟରେ କାର୍ଯ୍ୟ ଗୁଡିକ ହୋଇପାରିବ । ଭିକାରୀ  ଲୋକମାନଙ୍କୁ ଭୋଜନ କରନ୍ତୁ । ଦିନଟି ବହୁତ ଭଲ ରହିବ ।

ବୃଷ

ଆଜି ଦିନଟି ବହୁତ ଭଲ ରହିବ । ଅଫିସରେ ଏମିତି କାମ ଦିଆଯିବ ଯାହାକୁ ଆପଣ ଦେଖିଲେ ବହୁତ ଖୁସି ହୋଇଯିବେ । ପୁଣି ଆପଣଙ୍କର କାର୍ଯ୍ୟ ବ୍ୟବସାୟରେ ଉନ୍ନତି ହୋଇପାରେ । ମିତ୍ର ଓ ସ୍ନେହିଜନଙ୍କର ଭେଟ ହେବା ଦ୍ଵାରା ଆପଣଙ୍କ ମନ ଆନନ୍ଦିତ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କିନ୍ତୁ ମନ ଆପଣଙ୍କର ଦ୍ଵନ୍ଦରେ ରହିପାରେ ସେଥିପାଇଁ ନିଷ୍ପତି ନେବାରେ ବାଧା ଆସିପାରେ । କ୍ରୋଧ ଆପଣଙ୍କର ଅଧିକ ରହିଥିବାରୁ ବାଦବିବାଦରୁ ଆପଣ ବଞ୍ଚନ୍ତୁ । ଗଣେଶ ଭଗବାନଙ୍କୁ ଆରତୀ କରନ୍ତୁ । ସମସ୍ତଙ୍କ ସହ ଆପଣଙ୍କର ସମ୍ପର୍କ ବହୁତ ଭଲ ରହିବ ।

ମିଥୁନ

ଆଜି ଆପଣଙ୍କ ଦିନଟି ସାମାନ୍ୟ ରହିବ । କୌଣସି ଜରୁରୀ ଜିନିଷ କିଣିବାରେ ଆଜି ଆପଣଙ୍କ ଟଙ୍କା ଖର୍ଚ କରିବେ । ମିତ୍ରଙ୍କ ଦ୍ଵାରା ଲାଭବାନ ହେବେ । ପରିବାରରେ ପରିବେଶ ଖୁସି ରହିବ । ଛାତ୍ରଙ୍କ ପାଇଁ ବହୁତ ଶୁଭ ଅଛି । କାର୍ଯ୍ୟ କ୍ଷେତ୍ରରେ ଆକସ୍ମିକ ଭାବେ ଧନ ମିଳିବ । ଆପଣ ନିଜ ଅର୍ଥ ବ୍ୟବସ୍ଥାକୁ ସଜାଡିବାରେ ସଫଳ ହେବେ । ବ୍ୟବସାୟରେ ଲାଭ ମିଳିବ । ଚାକିରି କ୍ଷେତ୍ରରେ ଉନ୍ନତି ମିଳିବ । ଅଯଥା କୌଣସି ଯାତ୍ରା କରନ୍ତୁ ନାହିଁ । ଖରାପ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଗୁରୁଜନଙ୍କୁ ପ୍ରଣାମ କରନ୍ତୁ ମାନ ସମ୍ମାନ ବଢିବ ।

କର୍କଟ

ଆଜି ଦିନଟି ମଙ୍ଗଳମୟ ରହିବ । ଆଜି ଆପଣ ପରିବାର ସହ ସମୟ ବିତାଇବେ । ଘର ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ ଏଥିପାଇଁ ସବୁ ସମସ୍ୟାକୁ ଦୂରେଇ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । କାରୋବାରରେ ଭଲ ଧନଲାଭ ହେବ । ପରିବାର ସଦସ୍ୟଙ୍କ ସାହାର୍ଯ୍ୟରେ କାର୍ଯ୍ୟ କ୍ଷେତ୍ରରେ ଯେ କୌଣସି କାର୍ଯ୍ୟକୁ ସହଜରେ କରିବାରେ ସଫଳ ହେବେ । ନିଜ ଉପରେ ଭରସା କରି କାର୍ଯ୍ୟ କରନ୍ତୁ ସଫଳ ହେବେ । ପିତା ଓ ସନ୍ତାନ ପକ୍ଷରୁ କୌଣସି ସମସ୍ୟା ଦେଖା ଦେଇପାରେ । ମନ୍ଦିରରେ ଫଳ ଦାନ କରନ୍ତୁ ସବୁ ସମସ୍ୟା ଦୂର ହୋଇଯିବ ।

ସିଂହ

ଆପଣଙ୍କ ପାଇଁ ଦିନଟି ବହୁତ ଲାଭଦାୟକ ରହିବ । ପୂର୍ବରୁ କରିଥିବା କୌଣସି କାର୍ଯ୍ୟରେ ଧନ ମିଳିବ । ସାହାସ ଓ ପରାକ୍ରମ ସହିତ ଭଲ ପଦ ପଦବୀରେ ଉନ୍ନତି ହେବାର ସମ୍ଭାବନା ଅଛି । ଚାକିରି କ୍ଷେତ୍ରରେ ପଦ ଉନ୍ନତି ମିଳିବା ସହ କାର୍ଯ୍ୟରେ ସନ୍ତୁଷ୍ଟି ମିଳିବ ଓ ସହକର୍ମୀଙ୍କ ସହଯୋଗ ବି ମିଳିବ । ଯଦି ବ୍ୟବସାୟ କରୁଛନ୍ତି ତେବେ ଅଧିକ ନିବେଶ କରନ୍ତୁ ନାହିଁ । ଯାହା ଦ୍ଵାରା ଆର୍ଥିକ ସ୍ଥିତି ସୁଦୃଢ ରହିବ । ସମ୍ପର୍କ ଓ ବ୍ୟବସାୟକୁ ଅଲଗା ଅଲଗା ଭାବରେ ବିଚାର କରନ୍ତୁ । କୌଣସି ନୂଆ କାର୍ଯ୍ୟ କରନ୍ତୁ ନାହିଁ ନ ହେଲେ ଆର୍ଥିକ ସ୍ଥିତିର ସାମ୍ନା କରିବାକୁ ପଡିବ । ଗୁରୁଙ୍କୁ ଆଶୀର୍ବାଦ ଗ୍ରହଣ କରନ୍ତୁ ସବୁ କାର୍ଯ୍ୟରେ ଲାଭ ମିଳିବ ।

କନ୍ୟା

ଆଜି ଆପଣଙ୍କ ମନ ଆଧ୍ୟତ୍ମିକ କ୍ଷେତ୍ରର ଲାଗିବ । ସାମାଜିକ କାର୍ଯ୍ୟ ଓ ପର ଉପକାର କାର୍ଯ୍ୟ କରିବା ଦ୍ଵାରା ସମାଜରେ ମାନ ସମ୍ମାନ ବଢିବ । କାରୋବାର ଭଲ ଚାଲିବ । ଏହା ଦ୍ଵାରା ଧନ ସ୍ଥିତି ଭଲ ରହିବ । ଆନାବଶ୍ୟକ ଧନ ସମ୍ବନ୍ଧୀୟ ବିବାଦ ଉତ୍ପନ୍ନ ହୋଇପାରେ । ଆପଣଙ୍କର ଜୀବନଶୈଳୀରେ ସୁଧାର ଆସିବ । ଏହା ଦ୍ଵାରା ଆପଣଙ୍କ ଜୀବନ ପ୍ରତି ସକାରତ୍ମକ ପ୍ରଭାବ ପଡିବ । ମା ଦୂର୍ଗାଙ୍କୁ ନାଲି ରଙ୍ଗର କପଡା ପ୍ରଦାନ କରନ୍ତୁ । ଘରେ ଖୁସିର ଲହରୀ ଖେଳିଯିବ ।

ତୁଳା

ଆଜି ଦିନଟି ମିଳିମିଶା ରହିବ । ଆପଣଙ୍କୁ ଆପଣଙ୍କ କ୍ୟାରିୟର ସମ୍ବନ୍ଧୀୟ କୌଣସି ବଡ ନିଷ୍ପତ୍ତି ନେବାକୁ ପଡିବ । ବ୍ୟବସାୟିକ କାର୍ଯ୍ୟ ଓ ଲେଖିବା ଭଳି କାର୍ଯ୍ୟ ପାଇଁ ସମୟ ଆନୁକୁଳ ଅଛି । ପରିବାର ବ୍ରଗଙ୍କ ସହ ବୁଲିବାକୁ ଯାଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । କଠିନ ପରିଶ୍ରମ ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବା ଦ୍ଵାରା ଧନଲାଭ ମିଳିବ । କିନ୍ତୁ ଖର୍ଚ ବଢିବା ଦ୍ଵାରା ଆର୍ଥିକ ସ୍ଥିତି କମଜୋର ହୋଇପାରେ । ମା ବାପାଙ୍କ ସହ ସମ୍ପର୍କ ଖରାପ ହୋଇପାରେ । ମା ଓ ବାପାଙ୍କ ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ବଢିପାରେ । ଛୋଟ ପିଲାଙ୍କୁ କ୍ଷୀରୀ ଖାଇବାକୁ ଦିଅନ୍ତୁ ।

ବିଚ୍ଛା

ଆଜିର ଦିନଟି ଆପଣଙ୍କର ଶୁଭରେ କଟିବ । ଆପଣଙ୍କୁ ଆଜି ଅଫିସରେ ସହକ୍ରମୀଙ୍କ ସହଯୋଗ ମିଳିବ । ଆର୍ଥିକ ଲାଭ ପ୍ରାପ୍ତ କରିବାର ଭଲ ଅବସର ମିଳିବ । କୌଣସି ମିତ୍ରଙ୍କ ସାହାର୍ଯ୍ୟ ଦ୍ଵାରା ଆପଣଙ୍କୁ ଭଲ ସଫଳତା ମିଳିବ । ବାହାର କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ବ୍ୟବସାୟିକ କ୍ଷେତ୍ରରେ ଭଲ ଲାଭ ମିଳିବ । ନିଜ ପରିବାର ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ । ନିଜ ପ୍ରୟାସ ଦ୍ଵାରା ଜୀବନରେ ଉନ୍ନତି କରିବେ । ଯଦି କୌଣସି ବିବାଦର ସମସ୍ୟା ଅଛି ତାହା ଦୂର ହୋଇଯିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ମା ଦୂର୍ଗାଙ୍କୁ ନଡିଆ ଅର୍ପଣ କରନ୍ତୁ । ଆପଣଙ୍କ ସବୁ କାର୍ଯ୍ୟରେ ସକାରାତ୍ମକ ପ୍ରଭାବ ପଡିବ ।

ଧନୁ

ଆଜି ଆପଣଙ୍କର ଦିନଟି ଖୁସିରେ ବିତିବ । ଲୋକମାନେ ଆପଣଙ୍କର କଥାରେ ଗୁରୁତ୍ଵ ଦେବେ । ବାହାରକୁ ଯାତ୍ରା କରିପାରନ୍ତି । ଜମି ବାଡି ଓ ଗାଡି କିଣିବରେ ସଫଳତା ପାଇବେ । ଆପଣ ଯଦି ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ସଫଳତା ମିଳିବ । ପ୍ରଥମରୁ କିଛି ସମସ୍ୟା ଆସିପାରେ କିନ୍ତୁ ପରେ ଆପଣ ଲାଭବାନ ହେବେ । ଅନାବଶ୍ୟକ ଘରୋଇ ବିବାଦ ଉତ୍ପନ୍ନ ହୋଇପାରେ । କୌଣସି ଅଚଳ ସମ୍ପତ୍ତି ପାଇଁ ବିବାଦ ଉପୁଜିପାରେ । ପରିବାର ସଦସ୍ୟଙ୍କ ସହ ସାମଞ୍ଜସ୍ୟ ରଖନ୍ତୁ । ମନ୍ଦିରରେ କର୍ପୁର ଦୀପ ଜଲାନ୍ତୁ, ଆପଣଙ୍କୁ ଲାଭ ମିଳିବ ।

ମକର

ଆଜି ଆପଣଙ୍କର ଦିନଟି ବହୁତ ଭଲ ରହିବ । ଆପଣ ଯେଉଁ କାମରେ ହାତ ଦେବେ ତାହା ଅତି ସହଜରେ ପୁରା ହୋଇଯିବ । ଧନ ସମ୍ପତ୍ତି ଲାଭ କରିବାର ସମ୍ଭାବନା ଅଛି । ଚାକିରିରେ ପଦୋନ୍ନତି ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଅଧିକ ସଫଳତା ମିଳିବ । ବ୍ୟବସାୟ ବୃଦ୍ଧି ଯୋଜନା କରିପାରିବେ । କିନ୍ତୁ ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ । ଆପଣଙ୍କ ଆଳସ୍ୟ ଯୋଗୁ କୋଣସି କାର୍ଯ୍ୟ ଅଟକି ଯାଇପାରେ ଯାହା ଦ୍ଵାରା ଆପଣଙ୍କର ମାନ ସମ୍ମାନରେ ଆଞ୍ଚ ଆସିପାରେ । ସେଥିପାଇଁ ଆଳସ୍ୟ ଠାରୁ ଦୂରେଇ ରୁହନ୍ତୁ । ମନ୍ଦିରରେ ଅଲେଇଚ ଦାନ କରନ୍ତୁ, ସବୁ କିଛି ଭଲ ରହିବ ।

କୁମ୍ଭ

ଆଜି ଆପଣଙ୍କର ଜୀବନରେ ଖୁସି ଭରିଯିବ । ଆପଣଙ୍କ ଜୀବନସାଥି କୌଣସି ବଡ ଖୁସି ଖବର ଦେବେ । ପରିବାରେ ଖୁସିର ପରିବେଶ ରହିବ । ନିଜ ଜୀବନ କାଳରେ କିଛି ଭଲ ଉପଲବ୍ଧି ପ୍ରାପ୍ତ କରି ଆଗକୁ ବଢିବେ । ଆପଣଙ୍କର ଏହି କାର୍ଯ୍ୟ ଶୈଳ ଆପଣଙ୍କୁ ଭଲ ଦିଗକୁ ନେଇଯାଇପାରେ । ବ୍ୟବସାୟିକ କ୍ଷେତ୍ରରେ ସଫଳତା ଯୋଗୁ ଧାନ ମିଳିବ । କିନ୍ତୁ ଖର୍ଚ ବଢିବା ଦ୍ଵାରା ଆର୍ଥିକ ସ୍ଥିତି କମ୍ଜୋର ହୋଇପାରେ । ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ ।

ମୀନ

ଆଜି ଆପଣ କୌଣସି ମିତ୍ରଙ୍କୁ ନିଜ ସମସ୍ଯା କହି ଶାନ୍ତି  ଅନୁଭବ କରିବେ । ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ପାରଖୀ ନିଅନ୍ତୁ । ବ୍ୟବସାୟ କ୍ଷେତ୍ରରେ ବିଶେଷ ଲାଭ ମିଳିବାର ସମ୍ଭାବନା ଅଛି । ଆଜି ଆପଣ କାର୍ଯ୍ୟ ସ୍ଥଳରେ ବ୍ୟସ୍ତ ରହିବେ । ଅଧିକ ପରିଶ୍ରମ ଦ୍ଵାରା ସଫଳତା ପାଇବେ । ତଥା ଉଚ୍ଚ ଅଧିକାରୀଙ୍କର ଠାରୁ ପ୍ରଶଂସା ପାଇବେ । ସନ୍ତାନଙ୍କ ପକ୍ଷରୁ ଚିନ୍ତାରେ ରହିବେ । ସମୟ ପରିସ୍ଥିତି ଅନୁସାରେ କାର୍ଯ୍ୟ କରନ୍ତୁ ସଫଳତା ପାଇବେ । ଆପଣ କୌଣସି କାର୍ଯ୍ୟକୁ ବୁଝି ବିଚାରୀ ତଥା ଘର ପରିବାର ସହ ମିଶି ଚେଷ୍ଟା କରନ୍ତୁ । ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।