IPL 2020- ଏବି ଡିବିଲିୟର୍ସ KKR ବିପକ୍ଷରେ ତୁଫାନୀ ଅର୍ଦ୍ଧଶତକ କରି ଭାଙ୍ଗିଲେ ବିରେନ୍ଦ୍ର ସେହୱାଗଙ୍କ ଏହି ବିରଳ ରେକର୍ଡ

ଗତକାଲି IPL ୧୩ ତମ ସଂସ୍କରଣରେ ବାଙ୍ଗଲୋର ଓ କଲିକତା ମଧ୍ୟରେ ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ପ୍ରଥମ ବ୍ୟାଟିଙ୍ଗ କରି ବାଙ୍ଗଲୋର କଲିକତାକୁ ୧୯୫ ରନର ଟାର୍ଗେଟ ଦେଇଥିଲା । କିନ୍ତୁ କଲିକତା ଟିମ ୧୧୨ ରନ ହିଁ କରି ପାରିଲେ । ଏମିତିରେ ବାଙ୍ଗଲୋରର ଟିମ ୮୨ ରନରେ ଏହି ମ୍ୟାଚକୁ ଜିତି ନେଲେ । କିନ୍ତୁ ଏହି ବିଜୟ ପଛରେ ଅସଲ ହାତ ଏବୀ ଡିବିଲିୟର୍ସଙ୍କର ଥିଲା ।

କାରଣ ଏବୀ ଡିବିଲିୟର୍ସ ନିଜର ପାରିରେ ମାତ୍ର ୩୩ଟି ବଳର ସାମ୍ନା କରି ୭୩ ରନ କରି ନଟଆଉଟ ରହିଥିଲେ । ଆପଣଙ୍କୁ କହିଦେଉଛୁ କି ଏବୀ ଡିବିଲିୟର୍ସ ହି ମ୍ୟାଚରେ ମାତ୍ର ୨୩ଟି ବଳରେ ନିଜର ଅର୍ଦ୍ଧଶତକ ପୁରା କରି ଦେଇଥିଲେ ଓ ତାଙ୍କର ଏହି ଭୟଙ୍କର ବ୍ୟାଟିଙ୍ଗ ବଳରେ ବାଙ୍ଗଲୋର ୧୯୫ ରନ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା ।

ଏହି ପାରି ସହିତ ଏବୀ ଡିବିଲିୟର୍ସ ଇଣ୍ଡିଆନ ପ୍ରିମିୟର ଲିଗରେ ଜଲ୍ଦି ଅର୍ଦ୍ଧଶତକ ପୁରା କରି ଏକ ନୂଆ କୀର୍ତ୍ତିମାନ ସ୍ଥାପିତ କରିଛନ୍ତି । ଏହା ସହିତ ସେ ଇଣ୍ଡିଆନ ପ୍ରିମିୟର ଲିଗରେ ବହୁତ ଜଲ୍ଦି ଅର୍ଦ୍ଧଶତକ କରିଥିବା ବିରେନ୍ଦ୍ର ସେହୱାଗଙ୍କୁ ବି ପଛରେ ଛାଡି ଦେଇଛନ୍ତି । ବର୍ତ୍ତମାନ ଏବୀ ଡିବିଲିୟର୍ସଙ୍କ ନାମରେ ୨୩ କିମ୍ବା ତାହା ଠାରୁ କମ ବଳରେ ଅର୍ଦ୍ଧଶତକ କରିଥିବା କୀରତିମାନ ଷଷ୍ଠ ଥର ଦର୍ଜ ହୋଇଛି ।

ଏହା ପୂର୍ବରୁ ସେ ସଂଯୁକ୍ତ ରୂପରେ ଦ୍ଵିତୀୟ ସ୍ଥାନରେ ଥିଲେ ଓ ବର୍ତ୍ତମାନ ସେ କିରନ ପୋଲାଡଙ୍କ ସହିତ ପ୍ରଥମ ସ୍ଥାନକୁ ପହଞ୍ଚି ଯାଇଛନ୍ତି ।

ଏବୀ ଡିବିଲିୟର୍ସଙ୍କର ଭୟଙ୍କର ପାରି

କଲିକତା ବିରୁଦ୍ଧରେ ସୋମବାରକୁ ଖେଲାଯାଇଥିବା ମ୍ୟାଚରେ ଏବୀ ଡିବିଲିୟର୍ସ ମାତ୍ର ୨୩ଟି ବଳରେ ୫୦ ମାରି ଦେଇଥିଲେ । ଯେତେବେଳେ କି ୩୩ଟି ବଳରେ ୭୩ ରନ କରି ସେ ନଟଆଉଟ ରହି ନିଜର ପାରି ସମାପ୍ତ କରିଥିଲେ । ଏବୀ ଡିବିଲିୟର୍ସ ନିଜର ବ୍ୟାଟିଙ୍ଗ ସମୟରେ ୬ଟି ଛକା ଓ ୫ ଟି ଚଉକା ମାରିଛନ୍ତି । ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ ୨୨୧ ରହିଲା ।

ଆଇପିଏଲରେ ୨୩ କିମ୍ବା ଏହା ଠାରୁ କମ ବଳରେ ଅର୍ଦ୍ଧଶତକ କରୁଥିବା ବ୍ୟାତ୍ସମ୍ୟାନ ଲିସ୍ଟରେ ବର୍ତ୍ତମାନ ଏବୀ ଡିବିଲିୟର୍ସ ସଂଯୁକ୍ତ ରୂପରେ ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛନ୍ତି । ପୋଲାଡ ଓ ଏବୀ ଡିବିଲିୟର୍ସ ନାମରେ ୬ ଥର ୨୩ କିମ୍ବା ଏହା ଠାରୁ କମ ବଳରେ ଅର୍ଦ୍ଧଶତକ କରିବାର ରେକର୍ଡ ଦର୍ଜ ଅଛି । ବିରେନ୍ଦ୍ର ସେହୱାଗ ପାଞ୍ଚ ଥର ଏହି କମାଲ କରିଛନ୍ତି । ଅନ୍ୟ ପଟେ ୟୁସୁଫ ପଠାନ, କ୍ରିସ ଗେଲ ଓ ଡେବିଡ ୱାର୍ନର ୪ – ୪ ଥର ଏହିଭଳି କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।