ମହାମାରୀ କରୋନାର ନୂଆ ଭୟ ଓମିକ୍ରନ ତଥା ବହୁରୂପୀ ଭାଇରସ B.1.1.529 । ଯାହା ବିଶ୍ଵ ପାଇଁ ପୁଣି ସାଂଘାତିକ ବିପଦ ଆଣିପାରେ । ଏନେଇ ସତର୍କ କରାଇଛି ବିଶ୍ଵ ସାସ୍ଥ୍ୟ ସଂଗଠନ । ଓମିକ୍ରନ ଘରଘନ ରୂପ ବଦଳାଇ ପାରିବ ଓ ୨୬, ୩୨ ସ୍ପାଇକ ସମେତ ବହୁସଂଖ୍ୟାରେ ମ୍ଯୁଟେସନ ହୋଇପାରିବ । କିଛି ମ୍ଯୁଟେସନ ଅତ୍ୟନ୍ତ ଚିନ୍ତାଜନକ ତଥା ଖୁବ୍ ଦ୍ରୁତଗତିରେ ବ୍ୟାପିବ ଓ ରୋଗ ପ୍ରତିରୋଧକ ଶକ୍ତିଙ୍କୁ ମଧ୍ୟ ଚକମା ଦେବ । ଓମିକ୍ରନ ପାଇଁ ନୂଆ ଲହର ଆସିଲେ ପରିଣତି ଭୟାନକ ହୋଇପାରେ ।
ମୋଟାମୋଟି ଓମିକ୍ରନ ବିଶ୍ଵ ପାଇଁ ବଡ ବିପଦ ଆଣିବ ବୋଲି ସତର୍କ କରାଇଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ତଥା WHO । ଓମିକ୍ରନ ମୁକାବିଲା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଗାଇଡଲାଇନ ଦେଇଛି । ଏଥିରେ ସର୍ଭେଲାନ୍ସ ଓ ଜିନୋମ ସିକୱେନସି॰କୁ ଗୁରୁତ୍ଵ ଦେଇଛି WHO । କ୍ଷେତ୍ର ଅନୁଧ୍ୟାନ ଓ ଲ୍ୟାବ ଗବେଷଣାରୁ ଓମିକ୍ରନର ଚରିତ୍ର ବୁଝିହେବ । ଏହା କେତେ ସଂକ୍ରାମକ ଜାଣିବା ପାଇଁ କମ୍ୟୁନିଟି ଟେଷ୍ଟି॰ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହାସହ ଯେତେ ଶୀଘ୍ର ସମ୍ଭବ ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି ।
ବିଶେଷ କରି ଆଦୌ ଟୀକା ନେଇ ନଥିବା କିମ୍ବା ସଂପୂର୍ଣ୍ଣ ଡୋଜ୍ ନେଇ ନଥିବା ସମ୍ବେଦନଶୀଳ ବର୍ଗଙ୍କ ପାଇଁ ଟୀକାକରଣକୁ ତୁରନ୍ତ ସାରିବାକୁ କୁହାଯାଇଛି । ସେହିପରି ଆନ୍ତର୍ଜାତୀୟ ଯାତ୍ରାକୁ ମଧ୍ୟ ଗୁରୁତ୍ଵ ଦେଇଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ । ଅନ୍ୟ ଭ୍ୟାରିଆଣ୍ଟ ଭଳି ଓମିକ୍ରନ ମୁକାବିଲା କରିବା ପାଇଁ ମାସ୍କ, ସାମାଜିକ ଦୂରତା, ଓ ହ୍ୟାଣ୍ଡ ସାନିଟାଇଜ ଆଦି ଅସ୍ତ୍ର ସାଜିବ । ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିବା କରୋନାର ଏହି ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଏବେ ଆହୁରି ୧୩ଟି ଦେଶକୁ ମାଡି ଗଲାଣି ।
ତେବେ ଓମିକ୍ରନ ଭ୍ୟାରିଆଣ୍ଟ ଦ୍ଵାରା କେଉଁଠି ବି ମୃତ୍ୟୁ ଘଟିଥିବା ଏବେ ଯାଏଁ ଜଣା ପଡିନାହିଁ । ନୂଆ ଭ୍ୟାରିଆଣ୍ଟ ଉପରେ ଅଧ୍ୟୟନ ପାଇଁ ଆହୁରି ଅନେକ ସମୟ ଲାଗିଯିବ ବୋଲି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ କହିଛି । ତେବେ ଓମିକ୍ରନକୁ ନେଇ ଏବେ ପୁରା ବିଶ୍ଵ ଛାନିଆ । ଅନେକ ଦେଶ ଆକାଶ ସୀମାକୁ ମଧ୍ୟ ସିଲ୍ କରିଦେଲେଣି । ଭାରତ ମଧ୍ୟ ଏହା ଉପରେ କଟକଣା ଲଗାଇବା ସହ ବିପଦ ଥିବା ଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ସେଲ୍ଫ ଡିକ୍ଳାରେସନ ଫର୍ମ ଓ ନେଗେଟିଭ RT PCR ଟେଷ୍ଟ ରିପୋର୍ଟ ଦେଖାଇବାକୁ ପଡିବ ।
୨୦୨୨ରେ ବିଶ୍ଵର ଅର୍ଥନୀତି ସ୍ଵାଭାବିକ ହେବ ବୋଲି ଯେଉଁ ଆଶା କରା ଯାଉଥିଲା ତାହା ବି ମଉଳି ଯିବା ଆଶଙ୍କା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।