Weather Update: ବଙ୍ଗୋପସାଗରରେ ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ, 13 ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କଲା IMD, ପ୍ରବଳ ଅତି ପ୍ରବଳ ବର୍ଷା

ଦୁଇ ଦିନ ପ୍ରବଳ ବର୍ଷିବ । କାରଣ ବଙ୍ଗୋପସାଗରରେ ଉପରଭାଗରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ ଏବଂ ଆଜି ତାହା ଲଘୁଚାପର ରୂପ ନେବା ଆଶଙ୍କା କରାଯାଉଛି । ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ପୁରୀ ଆଦି ୬ ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଗତକାଲି ସନ୍ଧ୍ଯାରୁ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ବୈଜ୍ଞାନିକଙ୍କ କହିବା ମୁତାବକ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା କାଲି ପର୍ଯ୍ୟନ୍ତ ଏହି ପ୍ରକୋପରେ ବର୍ଷିବ ।

ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା କରାଯାଉଛି । ଚାଷୀମାନଙ୍କ ପାଇଁ ଏହି ବର୍ଷା ଏକ ବରଦାନ ହୋଇଥିବା ବେଳେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି । ଅତ୍ୟଧିକ ବର୍ଷା ହେତୁ ଅନେକାଂଶ ସ୍ଥାନରେ ରାସ୍ତା, ନଦୀ ନାଳରେ ପାଣି ଭର୍ତ୍ତି ହୋଇ ଜଳଘେରି ସୃଷ୍ଟି କରୁଛି । ଏହା ଲଗାଣ ବର୍ଷାର ପ୍ରଭାବ । ଆସନ୍ତା କାଲି ଯଦି ଏହିପରି ବର୍ଷିବ ତେବେ ଜନଜୀବନ ଆହୁରି ପ୍ରଭାବିତ ହେବ ବୋଲି ଆକଳନ କରାଯାଉଛି । ତେବେ ତଳିଆ ଅଞ୍ଚଳ ମାନଙ୍କରେ ଜିଲ୍ଲାପାଳ ଏବଂ ପ୍ରଶାସନ ନଜର ରଖିଛନ୍ତି ।

ତଳିଆ ଅଞ୍ଚଳ ଏବଂ ସମୁଦ୍ର କୂଳିଆ ଅଞ୍ଚଳ ଲୋକଙ୍କୁ ସଜାଗ ରହିବା ପାଇଁ ଏହି ଜିଲ୍ଲା ଗୁଡିକର ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷେ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବା ପାଇଁ ମଧ୍ୟ ମତ୍ସ୍ୟଜୀବି ମାନଙ୍କୁ ବାରଣ କରାଯାଇଛି । ଯାହାଫଳରେ ମତ୍ସ୍ୟଜୀବି ମାନେ ଗତକାଲି ଠାରୁ ସମୁଦ୍ର ଭିତରକୁ ଯାଉ ନାହାନ୍ତି । କାରଣ ସମୁଦ୍ର ଧୀରେ ଧୀରେ ଅଶାନ୍ତ ରୂପ ନେବାର ସମ୍ଭାବନା ରହିଛି । ଚାଷୀକୂଳ ଲଗାଣ ବର୍ଷାକୁ ଅପେକ୍ଷା କରି ରହିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଚାରିଆଡେ ପାଣି ଜମି ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି ।

ଏହି ବର୍ଷା କାହା ପାଇଁ ଆଶୀର୍ବାଦ ସ୍ୱରୂପ ହୋଇଥିବା ବେଳେ ଆଉ କାହା ପାଇଁ ଅଭିଶାପ ବୋଲି ଆମେ କହିପାରିବା । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।