ମହିଳା ମାନଙ୍କ ପାଇଁ ବଡ ଖୁସି ଖବର, ଏଣିକି ମହିଳା ମାନଙ୍କୁ Maternity ଛୁଟି ମିଳିବ ବର୍ଷେ…. ଜାଣନ୍ତୁ ପୁରା ଖବର

ଏଣିକି ୬ ମାସ ନୁହେଁ ବରଂ ୧ ବର୍ଷ ପରଜ୍ଯନତ ମିଳିବ ମାତ୍ରତ୍ଵକାଳୀନ ଛୁଟି । ପୂର୍ବରୁ ଏହି ଅବଧି ୬ ମାସ ରହିଥିବା ବେଳେ ଏବେ ୧ ବର୍ଷ ପର୍ଯ୍ୟନ୍ତ ଅଫିସରେ କାମ କରିବେ ନାହିଁ ମା ହୋଇଥିବା ମହିଳା । ଏହି ନିଆୟାମ ଜୁଲାଇ ମାସ ପହିଲାରୁ ଲାଗୁ ହୋଇ ସାରିଛି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମା’ ମାନେ । ଆମେ ଏଠାରେ ସ୍ପଷ୍ଟ କରି ଦେଉଛୁ କି ଏହି ନିୟମ କେବଳ ତେଲେଙ୍ଗାନା ସରକାର ଲାଗୁ କରିଛନ୍ତି । ଭାରତର ଅନ୍ୟ କୌଣସି ସ୍ଥାନରେ ଏହାକୁ ଲାଗୁ କରାଯାଇ ନାହିଁ ।

ତେଣୁ ତେଲେଙ୍ଗାନା ସରକାରଙ୍କ ଅଧୀନରେ ଚାକିରି କରିଥିବା ମହିଳାମାନେ ଏହି ସୁବିଧା ପାଇ ପାରିବେ । ଏହି ଖବର ପ୍ରକାଶିତ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି ଦମ୍ପତ୍ତି । ପୂର୍ବରୁ ସମସ୍ତ ସରକାରୀ ଏବଂ ବେସରକାରୀ ସଂସ୍ଥା ଗୁଡିକରେ ମାତୃତ୍ଵକାଳୀନ ଅବକାଶକୁ ୬ ମାସ ପର୍ଯ୍ୟନ୍ତ ଦିଆଯାଉ ଥିଲା । କିନ୍ତୁ ଏହି ନୂଆ ନିୟମ ଗତ ଜୁଲାଇ ମାସ ପହିଲାରୁ ଲାଗୁ କରିଛନ୍ତି ତେଲେଙ୍ଗାନା ସରକାର । ପ୍ରତ୍ଯେକ ପରିବାର ପିଲାଟିଏର ସ୍ଵପ୍ନା ଦେଖନ୍ତି । କିନ୍ତୁ ଏବେ ପୂର୍ବ ସମୟର ଯୌଥ ପରିବାର ଆଉ ନାହିଁ ।

ଦମ୍ପତ୍ତିମାନେ ନିଜ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଛୋଟ ପିଲାର ଯତ୍ନ ନେବା ନେବା ପାଇଁ ଅନ୍ୟ ଉପରେ ନିର୍ଭର କରୁଛନ୍ତି । ଯାହାଫଳରେ କୁନି ପିଲାଟି ପିଲାଦିନରୁ ବାପା ଓ ମା’ଙ୍କ ଠାରୁ ଦୂରେଇ ରହୁଛି । ପିଲା ଉପରେ ଏହାର ସିଧାସଳଖ ପ୍ରଭାବ ପଡୁଛି । ଅନେକ ସମୟରେ ମା ମାନଙ୍କୁ ମଧ୍ୟ ଏଥିପାଇଁ ଚାକିରି ଛାଡିବାକୁ ପଡୁଛି ।

 

ଏହାକୁ ଅନେଇ ଅନେକ ସମୟରେ ବିଶେଷଜ୍ଞମାନେ ଚିନ୍ତା ବ୍ୟକ୍ତ ମଧ୍ୟ କରୁଛନ୍ତି । ମାତୃତ୍ବକାଳୀନ ଛୁଟି ଅବଧିକୁ ବୃଦ୍ଧି କରିବା ପାଇଁ ଅନେମ ଦମ୍ପତ୍ତି ଦାବି ମଧ୍ୟ କରୁଛନ୍ତି । ତେଣୁ ସବୁ ଦିଗକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । କର୍ମଜୀବୀ ମହିଳାଙ୍କ ପାଇଁ ୨୦୧୬ରେ ‘ମାଚ୍ଯୁରିଟି ବେନିଫିଟ ଆଇ ୧୯୬୧’ ସଂଶୋଧନ କରିଥିଲେ କେନ୍ଦ୍ର ସରକାର । ଆଉ ସେବେଠାରୁ ଗର୍ଭବତୀ ମହିଳାଙ୍କୁ ୧୨ ସପ୍ତାହ ପରିବର୍ତ୍ତେ ୨୬ ସପ୍ତାହ ଛୁଟି ମିଳୁଛି ।

କେତେକେ ଡାକ୍ତରମାନେ ମଧ୍ୟ ନବଜାତ ଶିଶୁ ପାଖରେ ଅତିକମରେ ୩୬୪ ଦିନ ମା ରହିବା ଦରକାର ବୋଲି ପରାମର୍ଶ ଦେଇଥିଲେ । ତେବେ ତେଲେଙ୍ଗାନା ପ୍ରଥମେ ଏହାକୁ ଲାଗୁ କରିଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।