ଯଦି ଆପଣଙ୍କ ଘରେ ବି ମୁଷାମାନେ କରୁଛନ୍ତି ହଇରାଣ, ତେବେ ଜାଣନ୍ତୁ ତାଙ୍କୁ ବିଦା କରିବାର ସହଜ ଉପାୟ

ସବୁବେଳେ ଦେଖା ଯାଏ ଯେ ଲୋକମାନେ ନିଜ ଘରେ ମୂଷା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ମୂଷା କୁ ବାହାର କରିବାପାଇଁ ସେମାନେ ବିଭିନ୍ନ ଔଷଧ ଏବଂ ଉପାୟ କରିଥାନ୍ତି । କିନ୍ତୁ କିଛି ଲାଭ ଦାୟକ ହୁଏ ନାହିଁ । ମୂଷା ମାନେ ନିଜର ମଳମୂତ୍ର ଦ୍ଵାରା ରୋଗ ପକାଇଥାନ୍ତି ।

ମୂଷା ମାନେ ଘରର କ୍ଷତି କରନ୍ତି

ମୂଷା ଘରେ ରଖାଯାଇଥିବା ଜିନିଷ ଗୁଡିକୁ ତ ନଷ୍ଟ କରନ୍ତି ତାହା ବ୍ୟତୀତ ବାସ୍ତୁ ଶାସ୍ତ୍ର ଅନୁସାରେ ମୂଷା ନକାରାତ୍ମକ ଏବଂ ଅଜ୍ଞାନୀ ର ପ୍ରତୀକ ଅଟେ । ଏମିତି କୁହାଯାଏ ଯେ ମୂଷା ଯେଉଁ ଘରେ ରୁହେ ସେହି ଘରର ସଦସ୍ୟ ମାନଙ୍କର ବୃଦ୍ଧି ର ବିନାଶ ଘଟେ । ଆଉ ମୂଷା ମାନେ ଅଳିଆରେ ରୁହନ୍ତି ଏବଂ ଘରେ ପସି ଦାରିଦ୍ର୍ୟତା ର ଜନ୍ମ କରନ୍ତି । ତେଣୁ ମୂଷାଙ୍କୁ ଘରୁ ବାହାର କରିବା ଉଚିତ ।

୧. ଖଣ୍ଡେ ପିଆଜ

ମୂଷା ମାନଙ୍କୁ ପିଆଜ ର ଗନ୍ଧ ଭଲ ଲାଗେ ନାହିଁ । ତେଣୁ ସେମାନଙ୍କୁ ବାହାର କରିବାପାଇଁ ପିଆଜ ଖଣ୍ଡେ ଯେଉଁଠାରେ ମୂଷା ମାନେ ରୁହନ୍ତି ସେଠି ପକାଇଦିଅନ୍ତୁ ।

୨. ମୁଣ୍ଡର ଚୁଟି

ଯଦି ଆପଣଙ୍କ ଘରେ ମୂଷା ଅଛନ୍ତି ତେବେ କାହାର ବି ମୁଣ୍ଡର ଚୁଟି ରଖିଦିୟନ୍ତୁ ମୂଷା ମାନେ ସେଠୁ ପଳେଇଯିବେ । କାରଣ ମୁଣ୍ଡର ଚୁଟି କୁ ଖାଇବା ଦ୍ଵାରା ସେମାନେ ମରିଯାନ୍ତି । ସେଥିପାଇଁ ସେମାନେ ଚୁଟି ର ପାଖାପାଖି ଯାଆନ୍ତି ନାହିଁ ।

୩. ନାଲି ଲଙ୍କା

ନାଲି ଲଙ୍କା ମୂଷାର ଯିବା ଆସିବା ବାଟରେ ରଖିଦିଅନ୍ତୁ ଦେଖିବେ ଏହାପରେ ସେମାନେ ସେହି ରାସ୍ତା ରେ ଆଉ କେବେ ବି ଆସିବେ ନାହିଁ ।

୪. ପିପରମେଂଟ

ପିପରମେଂଟ ର ବାସ୍ନା ମୂଷା ମାନଙ୍କୁ ବହୁତ ଅସୁଭିଧା କରାଏ । ତେଣୁ ମୂଷା ରହୁଥିବା ଜାଗାରେ ପିପରମେଂଟ ପକାଇଦେଲେ ସେମାନେ ଆଉ ଆସିବେ ନାହିଁ ।

୫. ଗୋବର

ଗୋବର ଦ୍ଵାରା ବି ମୂଷା ମାନଙ୍କୁ ଦୂରେଇ ରଖି ହବ । କାରଣ ନା ଗୋବର ଖାଇବା ଦ୍ଵାରା ସେମାନେ ମରିଯାନ୍ତି ।

୬. ପୋଦିନା ପତ୍ର ଏବଂ ଫଳ

ମୂଷା ରହୁଥିବା ଜାଗାରେ କିମ୍ବା ମୂଷା ଗାତରେ ପୋଦିନା ପତ୍ର ରଖିଲେ ସେମାନେ କେବେ ବି ଆଉ ସେହି ସ୍ଥାନ କୁ ଯିବେ ନାହିଁ ।

୭. ପେଚା ର ଡେଣା

ନିଜ ଘରେ ପେଚା ର ଡେଣା ରଖି ଦିଅନ୍ତୁ ଏହାଦ୍ଵାରା ମୂଷା ବହୁତ ଡରି ଯାଆନ୍ତି ଏବଂ କେବେବି ତାହା ଆଖପାଖ କୁ ଯାଆନ୍ତି ନାହିଁ।