ବିବାହକୁ ଜମା 8 ଦିନ ହୋଇଥିଲା, ହେଲେ ଏମିତି ଚାଲିଗଲା ନବବଧୂର ଜୀବନ, ଘଟଣା ସମ୍ପର୍କରେ ଜାଣିଲେ ଆଖି ଭିଜିଯିବ

ବିବାହକୁ ମାତ୍ର 8 ଦିନ ହୋଇଥିଲା । ବାପଘରେ ବେଦିରେ ବସି ବାହା ହୋଇ ସାତ ଜନମର ସାଥି ହୋଇଥିବା ସ୍ଵାମୀ ଘରକୁ ଚାଲି ଯାଇଥିଲା ଝିଅ । ବୈବାହିକ ଜୀବନକୁ ନେଇ ଅନେକ ସ୍ଵପ୍ନ ଦେଖିଥିଲା । ହେଲେ ସବୁ ସ୍ଵପ୍ନ ସ୍ଵପ୍ନ ହୋଇ ରହିଗଲା । ବିବାହାର ମାତ୍ର 8 ଦିନ ପରେ ସବୁକିଛି ଶେଷ ହୋଇଗଲା । ସବୁଦିନ ପାଇଁ ଆରପାରିକୁ ଚାଲିଗଲା ନବବଧୂ । ସୂଚନା ଅନୁସାରେ ଗତ ଫେବୃୟାରୀ 22 ତାରିଖରେ ଧୂଆଁପଦା ଗାଁର ବନବିହାରୀ ଜେନାଙ୍କ ଝିଅ ଶୁଭସ୍ମିତାଙ୍କ ବିବାହ ହୋଇଥିଲା ।

କାରୋଇ ଗାଁର ଅବଧୂତ ବିଶ୍ଵାଳଙ୍କ ପୁଅ ଅରୂପାନନ୍ଦଙ୍କ ସହ ବୈଦିକ ରୀତିନୀତିରେ ଅନୁଷ୍ଠିତ ହୋଇଥିଲା । ହେଲେ ବିବାହର ମାତ୍ର 8 ଦିନ ପରେ ଯେଉଁ ଦିନ ତାଙ୍କ ଅଷ୍ଟମଙ୍ଗଳା ଥିଲା ସେଦିନ ଘର ଭିତରେ ଜୀବନ ହାରି ଦେଇଥିଲେ ଶୁଭସ୍ମିତା । ଖବର ପାଇଁ ଝିଅର ପରିବାର ଲୋକେ ସେଠାରେ ପହଞ୍ଚି ଦେଇଥିଲେ କି ଝିଅର ମୃ-ତ୍ୟୁ ହୋଇସାରିଛି । ଏପରିକି ଶୁଭସ୍ମିତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ଥିବାର ଦେଖିଥିଲେ ।

ଶୁଭସ୍ମିତା ପରିବାରଙ୍କ କହିବା ଅନୁସାରେ ବିବାହ ଅନୁସାରେ ଆବଶ୍ୟକ ମୁତାବକ ଯୌତୁକ ଦେଇଥିଲେ ପରିବାର ଲୋକେ । ହେଲେ ଶାଶୁଘର ଲୋକେ ଅଧିକ ଯୌତୁକ ପାଇଁ ଦାବି କରି ଆସୁଥିଲେ । ତେଣୁ ଝିଅ ନିଜେ ମ-ରି-ନା-ହିଁ ବରଂ ଶାଶୁଘର ଲୋକେ ତାକୁ ମା-ରି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଶୁଭସ୍ମିତାଙ୍କ ସ୍ଵାମୀ ଅରୂପାନନ୍ଦ ଏନେଇ କହିଛନ୍ତି, ସେ ତାଙ୍କ ମାମୁଁ ଘରକୁ ଯାଇଥିଲେ ଓ ଘଟଣା ସମ୍ବନ୍ଧରେ ତାଙ୍କୁ ପରିବାର ଲୋକେ ଫୋନ କରି ଜଣାଇଥିଲେ । ଯାହାପରେ ସେ ତୁରନ୍ତ ଘରକୁ ଆସିଥିଲେ । ଘଟଣା ସମ୍ପର୍କରେ କାରୋଇ ଥାନାଧିକାରୀ ପହଞ୍ଚି ନାଊଁଗାଁ ଥାନାଧିକାରୀଙ୍କୁ ଜଣାଇଥିଲେ । ଯାହାପରେ ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଦଳ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା ।

ଏନେଇ ଶୁଭସ୍ମିତା ନିଜ ଇଚ୍ଛାରେ ଜୀବନ ହାରିଛି ବୋଲି ଶାଶୁଘର ଲୋକେ କହିଥିବା ବେଳେ ତାଙ୍କୁ ମା-ରି ଦିଆ ଯାଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏହି ଅଭିଯୋଗ ଆଧାରରେ ସ୍ଵାମୀ ଅରୂପାନନ୍ଦଙ୍କୁ ଥାନାରେ ଅଟକ ରଖିବା ସହ ମାମଲାର ତଦନ୍ତ କରୁଛି ପୋଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।