ବିବାହ କରିବାକୁ ଯାଉଛନ୍ତି ଦୁଇ ଜିଲ୍ଲାର ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ସମ୍ବଲପୁର ଜିଲ୍ଲାପାଳ ଚଞ୍ଚଲ ରଣା ବିବାହ କରିବାକୁ ଯାଉଛନ୍ତି । ଉଭୟ ଜିଲ୍ଲାପାଳଙ୍କ ବିବାହ ନିର୍ବନ୍ଧ ଗତକାଲି ଶେଷ ହୋଇଛି । ଅନନ୍ୟାଙ୍କ ସମ୍ବଲପୁର ସ୍ଥିତ ବାସଭବନରେ ଉଭୟଙ୍କ ବିବାହ ନିର୍ବନ୍ଧ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ସଂପୂର୍ଣ୍ଣ ପାରମ୍ପରିକ ରୀତିନୀତିରେ ଉଭୟ ଜିଲ୍ଲାପାଳଙ୍କ ନିର୍ବନ୍ଧ ଶେଷ ହୋଇଛି ।
ଏହି ଉତ୍ସବରେ ଉଭୟ ଆଇପିଏସ ଅଫିସରଙ୍କ ପରିବାର ବର୍ଗ ସାମିଲ ହୋଇଥିଲେ ଏବଂ କିଛି ନିକଟତର ବନ୍ଧୁ ଓ ଅଫିସର ମଧ୍ୟ ଏଥିରେ ସାମିଲ ହୋଇଥିବା ସୂଚନା ରହିଛି । ନିର୍ବନ୍ଧ ସରିଥିବା ବେଳେ ଆସନ୍ତା ତିନି ମାସ ମଧ୍ୟରେ ଉଭୟ ଆଇପିଏସ ଅଫିସର ବିବାହ କରିବା ନେଇ ସୂଚନା ମିଳିଛି । ତେବେ ଉଭୟ ଜିଲ୍ଲାପାଳଙ୍କ ଏହା ଦ୍ଵିତୀୟ ବିବାହ ବୋଲି କୁହାଯାଉଛି । କାରଣ ଆସାମ ଝିଅ ଅନନ୍ୟା ପୂର୍ବରୁ କୋରାପୁଟ ଜିଲ୍ଲାପାଳ ଅବଦଲ ଅଖତରଙ୍କ ସହ ବିବାହ କରିଥିଲେ ।
ସେହିପରି ଚଞ୍ଚଲ ବର୍ତ୍ତମାନର ରାୟଗଡା ଜିଲ୍ଲାପାଳ ସୁଧାଦେବ ସିଂଙ୍କ ସହ ବିବାହ କରିଥିଲେ । ଉଭୟ ଆଇପିଏସ ଙ୍କ ମଧ୍ୟରେ ଛାଡପତ୍ର ହେବା ପରେ ଅନନ୍ୟା ଓ ଚଞ୍ଚଲ ପୁଣି ଥରେ ଦ୍ଵିତୀୟ ବିବାହ କରୁଛନ୍ତି । ଏମାନଙ୍କ ପୂର୍ବରୁ 2015 ଆଇଏଏସ ଟପର ଟିନା ଦାବି । ତେବେ କହିବାକୁ କଲେ ଏହା ଚାରି ଜିଲ୍ଲାପାଳଙ୍କ ଛାଡପତ୍ର ଓ ବିବାହ ସହ ଜଡିତ ଅଟେ ।
ତେବେ ଏହି ଜିଲ୍ଲାପାଳଙ୍କ ପୂର୍ବ ବିବାହ ଏବଂ ଛାଡପତ୍ରକୁ ନେଇ ଯେତିକି ଚର୍ଚ୍ଚା ହୋଇ ନଥିଲା, ଏବେ ଏହି ଦୁଇ ଜିଲ୍ଲାପାଳଙ୍କ ବିବାହକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି । ଉଭୟ ଜିଲ୍ଲାପାଳ ନିଜ କାର୍ଯ୍ୟରେ, ବୁଦ୍ଧିମତାରେ ସବୁଠୁ ଆଗରେ ଏବଂ ଏହାକୁ ନେଇ ପ୍ରାୟତଃ ଚର୍ଚ୍ଚାର କେନ୍ଦ୍ରରେ ରୁହନ୍ତି । ଏମିତିକି ଉଭୟ ଜିଲ୍ଲାପାଳଙ୍କର ସୋସିଆଲ ମିଡିଆରେ ଫ୍ୟାନ ଫଲୋଇଂ ବେଶ ଭଲ ରହିଛନ୍ତି । ଏହି ଯୁବ ଜିଲ୍ଲାପାଳ ମାନଙ୍କର ଲୋକପ୍ରିୟତା କୌଣସି ସେଲିବ୍ରିଟିଙ୍କ ଠାରୁ କିଛି କମ୍ ନୁହେଁ ।
କିଛିଦିନ ତଳେ ଏହି ଦୁଇ ଜିଲ୍ଲାପାଳଙ୍କ ପ୍ରେମ ସମ୍ପର୍କକୁ ନେଇ ଗୁଜବ ଉଠିଥିଲା ଏବଂ ଖୁବ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏହାରି ମଧ୍ୟରେ ଗତକାଲି ଉଭୟଙ୍କର ନିର୍ବନ୍ଧ ସରିଛି ଏବଂ ସେମାନେ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।