ବିବାହ କଥା ଆସିଲେ ସମସ୍ତଙ୍କ ମୁଣ୍ଡକୁ ଖର୍ଚ୍ଚ ଚିନ୍ତା ଘାରିଥାଏ । କାହିଁକି ନା ସମସ୍ତେ ନିଜ ବିବାହକୁ ସ୍ମରଣୀୟ କରିବାକୁ ଚାହିଁଥାନ୍ତି । ଯେଉଁଥି ପାଇଁ ବାପାମା’ ନିଜ ଜୀବନର ସବୁ ସଞ୍ଚୟ ପୁଅ ଝିଅଙ୍କ ବାହାଘରରେ ଖର୍ଚ୍ଚ କରି ଦିଅନ୍ତି । ଆଜିକାଲିର ମହଙ୍ଗା ଯୁଗରେ ଯେତେ ସଞ୍ଚୟ କଲେ ମଧ୍ୟ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ମହଙ୍ଗା ପଡୁଛି । ତେଣୁ କିଛି ଲୋକ ହାତ ଉଧାରି କିମ୍ବା ବ୍ଯାଙ୍କରୁ ଋଣ ଆଣିବାକୁ ବାଧ୍ୟ ହୁଅନ୍ତି ।
ହାତ ଉଧାରି ଉପରେ ଆଣୁଥିବା ଟଙ୍କା ଉପରେ ସୁଧହାର ଅଧିକ ଥିଲେ ମଧ୍ୟ ପରିସ୍ଥିତି ଯୋଗୁଁ ବାଧ୍ୟ ହୋଇ ଋଣ ଆଣିଥାନ୍ତି । ହେଲେ ଏବେ ବିବାହ କରିବା ପାଇଁ ଏକ ନୂଆ ସ୍କିମ୍ ଲଞ୍ଚ ହୋଇଛି । ବିବାହ ପୂର୍ବରୁ ଆପଣ ଯଦି ଋଣ ଆଣିବାକୁ ଚାହୁଁଛନ୍ତି ତେବେ ଖୁବ କମ୍ ସୁଧାରେ ଋଣ ମିଳିବ । ବିବାହରେ ମଣ୍ଡପ ଓ ହୋଟେଲ ବୁକିଂ ସାଙ୍ଗକୁ ସାଜସଜ୍ଜାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ, ଯାହାକି ପରେ ଶୁଝିବା ପାଇଁ ଖୁବ କଷ୍ଟ ହୋଇଥାଏ ।
ତେବେ ଏହି ସମସ୍ଯା ଦୂର କରିବା ପାଇଁ “Marry Now Pay Later” ନାମରେ ଏକ ସ୍କିମ୍ ଆସିଛି । ଅର୍ଥାତ ବିବାହ ପାଇଁ ଋଣ ନେବେ ଓ ପରେ ଏହା ଶୁଝିବେ । ଟ୍ରାଭେଲ ଫିନଟେକ ପ୍ଲାଟଫର୍ମ ସାନକାଶ ଏହି ସୁବିଧା ଯୋଗାଇ ଦେଉଛି । ଏହି କମ୍ପାନୀ ମାତ୍ର 1% ସୁଧାରେ ଋଣ ଦେଉଛି ବୋଲି ଏହାର ସିଇଓ ତଥା କୋ-ଫାଉଣ୍ଡର ଆକାଶ ଦାହିଆ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ।
ସବୁଠୁ ବଡ କଥା ହେଉଛି, ଏହି ଋଣ ପଲିଶିରେ ଉପଭୋକ୍ତାଙ୍କୁ 6 ମାସ ଯାଏଁ ଋଣ ଦେବାକୁ ପଡି ନଥାଏ । ଆଉ 6 ମାସ ପରେ ମାତ୍ର 1% ପ୍ରତିଶତ ଋଣ ଦେବାକୁ ପଡିବ । କମ୍ପାନୀ ଦିଲ୍ଲୀର ବଡ ବଡ ହୋଟେଲ ସହ ଡିଲ୍ କରି ଋଣ ଦେବା ଆରମ୍ଭ କରିଦେଇଛି ।
ଦିଲ୍ଲୀ ଏନସିଆର ରେ ଏହି ସ୍କିମ୍ ଆରମ୍ଭ ହୋଇ ଯାଇଥିବା ବେଳେ ଖୁବ ଶୀଘ୍ର ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ଲାଗୁ ହେବାକୁ ଯାଉଛି । ପରବର୍ତ୍ତୀ ସମୟରେ କମ୍ପାନୀ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଏହି କମ୍ପାନୀ ଯୋଗାଇ ଦେବ ବୋଲି କହିଛି । ଏହି ସ୍କିମ୍ ଅନୁସାରେ ଜଣେ ଗ୍ରାହକ ଆବେଦନ କରି 25 ଲକ୍ଷ ପର୍ଯ୍ୟନ୍ତ ଋଣ ଆଣିବାର ପ୍ରାବଧାନ ରହିଛି । ହେଲେ ଆବେଦନ ସମୟରେ ଦେଇଥିବା କିଛି ଡକ୍ୟୁମେଣ୍ଟ ଯାଞ୍ଚ ହେବା ପରେ ସବୁ କିଛି ଠିକ ଥିଲେ ମାତ୍ର 4-5 ଘଣ୍ଟା ପରେ ଆପଣଙ୍କ ଆକାଉଣ୍ଟକୁ ଋଣ ଆସିଯିବ ।
20 ଦିନ ହେବ କମ୍ପାନୀ ଏହି ସ୍କିମ୍ ଆରମ୍ଭ କରିଥିବା ବେଳେ ଏଯାଏଁ ଶହେରୁ ଅଧିକ ଆବେଦନ ଆସି ସାରିଲାଣି ବୋଲି ଆକାଶ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।